October 2026
ଡିସେମ୍ବର ୧୧-୧୨ରେ ପ୍ରଧାନମନ୍ତ୍ରୀଙ୍କ କାନାଡା ଗସ୍ତ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଡିସେମ୍ବର ୧୧ ଓ ୧୨ ତାରିଖରେ କାନାଡା ଗସ୍ତ କରିବେ ବୋଲି ତାଙ୍କ କାନାଡା ପ୍ରତିପକ୍ଷ ମାର୍କ କାର୍ନି ଓ ଓଟାୱାରେ ଥିବା ଭାରତୀୟ ହାଇ କମିସନ ଶୁକ୍ରବାର ସୂଚନା ଦେଇଛନ୍ତି। ମଙ୍ଗଳବାର ମୋଦୀ ଓ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ମଧ୍ୟରେ ଟେଲିଫୋନ ମାଧ୍ୟମରେ ଆଲୋଚନା ହୋଇଥିଲା। ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ଉନ୍ନତ କରିବା ପାଇଁ ପ୍ରୟାସ ବୃଦ୍ଧି କରିବାକୁ ରାଜି ହେବା ପରେ ଏହି ଘୋଷଣା କରାଯାଇଛି। କାର୍ନି କହିଛନ୍ତି ଯେ, […]
କଂଗ୍ରେସକୁ ରାଜନାଥଙ୍କ ଟାର୍ଗେଟ୍
ନୂଆଦିଲ୍ଲୀ, ; ଏସଆଇଆର ଏବଂ ମୁଖ୍ୟ ନିର୍ବାଚନ କମିଶନଙ୍କ ଇସ୍ତଫା ଦାବି ନେଇ ଆନ୍ଦୋଳନ ଦିନକୁ ଦିନ ତେଜୁଛି । ଦିଲ୍ଲୀରେ ସିଜେପି ଏବଂ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଏହାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି,ଏହି ଲୋକମାନେ ବାଂଲାଦେଶ ଭଳି ଭାରତରେ ସରକାର ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ଧ୍ୱଂସ କରିବା ଏବଂ ଦେଶରେ ନିଆଁ […]
ରିୟାଦ, ଦମ୍ମାମ ଏବଂ ଜେଦ୍ଦାକୁ ଅକ୍ଟୋବର ୨୦ ପର୍ଯ୍ୟନ୍ତ ବିମାନ ବାତିଲ
ନୂଆଦିଲ୍ଲୀ : ସାଉଦି ଆରବରେ ବଦଳୁଥିବା ପରିସ୍ଥିତି ପାଇଁ ଏୟାର ଇଣ୍ଡିଆ ୨୦ ଅକ୍ଟୋବର, ୨୦୨୬ ପର୍ଯ୍ୟନ୍ତ ରିୟାଦ, ଦମ୍ମାମ ଏବଂ ଜେଦ୍ଦାକୁ ଏବଂ ସେଠାରୁ ସମସ୍ତ ବିମାନକୁ ବାତିଲ କରିଛି। ଯାତ୍ରୀ ସୁରକ୍ଷାକୁ ପ୍ରାଥମିକତା ଦେଇ ବିମାନ କମ୍ପାନୀ ଏହି ନିଷ୍ପତ୍ତି ନେଇଛି। ପ୍ରଭାବିତ ଯାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ପ୍ରଦାନ କରାଯିବ। ଏୟାର ଇଣ୍ଡିଆ କହିଛି ଯେ କମ୍ପାନୀ ଏହି ଅଞ୍ଚଳର ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛି ଏବଂ ବିମାନ ସେବାର ସୁରକ୍ଷିତ […]
ଆଜିର ରାଶିଫଳ: ଅକ୍ଟୋବର ୧୭, ୨୦୨୬, ଶନିବାର
ଗ୍ରହନକ୍ଷତ୍ରର ସ୍ଥିତିକୁ ଆଧାର କରି ଦୈନିକ ରାଶିଫଳରେ ଜୀବନର ବିଭିନ୍ନ ଦିଗ ସମ୍ପର୍କରେ ପାରମ୍ପରିକ ଜ୍ୟୋତିଷୀୟ ଆକଳନ କରାଯାଏ। ଆସନ୍ତୁ ଜାଣିବା, ଶନିବାର ଆପଣଙ୍କ ପାଇଁ କିପରି ରହିପାରେ। ୧. ମେଷ (Aries) କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ। ଆର୍ଥିକ ମାମଲାରେ ଚିନ୍ତାକରି ନିଷ୍ପତ୍ତି ନିଅନ୍ତୁ। ପରିବାର ସଦସ୍ୟଙ୍କ ସହ ଭଲ ସମୟ ବିତାଇବାର ସୁଯୋଗ ମିଳିବ। ଅଯଥା ତର୍କରୁ ଦୂରେଇ ରୁହନ୍ତୁ। ୨. ବୃଷ (Taurus) ଆର୍ଥିକ କ୍ଷେତ୍ରରେ ଯୋଜନାବଦ୍ଧ ଭାବେ ଆଗକୁ ବଢ଼ିବେ। ଅଟକିଥିବା […]
ରବିତା ଏବଂ ଅମରଦୀପଙ୍କୁ ଫାଶୀ ଦଣ୍ଡ
ମୀରଟ: ମୀରଟର ବହୁସୁମା ଅଞ୍ଚଳର ଆକବରପୁର ସଦତ ଗ୍ରାମର ବାସିନ୍ଦା ଅମିତ କଶ୍ୟପ ଓରଫ ମିକି କଶ୍ୟପଙ୍କ ହତ୍ୟା ମାମଲାରେ କୋର୍ଟ ତାଙ୍କ ପତ୍ନୀ ରବିତା ଓ ତାଙ୍କ ପ୍ରେମିକ ଅମରଦୀପଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି। ଉଭୟ ପୂର୍ବରୁ ମୀରଟର କୁଖ୍ୟାତ ସର୍ପ ଦଂଶନ ହତ୍ୟା ମାମଲାରେ ହତ୍ୟା ଓ ପ୍ରମାଣ ନଷ୍ଟ କରିବା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଅତିରିକ୍ତ ଜିଲ୍ଲା ଓ ସେସନ୍ସ ଜଜ୍ (ଏଡିଜେ-୧୨) ଜୟବୀର ସିଂହ ନଗରଙ୍କ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା। ଅମିତଙ୍କ ମୃତ୍ୟୁକୁ […]
ସଂସଦୀୟ ରାଜଭାଷା କମିଟିର କାର୍ଯ୍ୟକାରୀ ପ୍ରୟୋଗ ଉପରେ ସମୀକ୍ଷା କଲେ ଉପାଧ୍ୟକ୍ଷ ଭର୍ତ୍ତୃହରି ମହତାବ
ଲକ୍ଷ୍ନୌ: ସରକାରୀ କାର୍ଯ୍ୟାଳୟରେ ହିନ୍ଦୀ ରାଜଭାଷାର ପ୍ରଭାବୀ କାର୍ଯ୍ୟାନ୍ୱୟନ ଦିଗରେ ପଦକ୍ଷେପ ନେଇଛି ସଂସଦୀୟ ରାଜଭାଷା କମିଟି। କମିଟିର ପ୍ରଥମ ଉପସମିତିର ଉପାଧ୍ୟକ୍ଷ ଭାବେ ଭର୍ତ୍ତୃହରି ମହତାବ ୨୦୨୬ ଅକ୍ଟୋବର ୧୩ ଓ ୧୪ ତାରିଖରେ ଲକ୍ଷ୍ନୌ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ କେନ୍ଦ୍ରୀୟ ସରକାରୀ କାର୍ଯ୍ୟାଳୟରେ ବୈଠକ କରିବା ସହ ରାଜଭାଷା ହିନ୍ଦୀର ବ୍ୟବହାର ଓ କାର୍ଯ୍ୟାନ୍ୱୟନ ସ୍ଥିତି ସମୀକ୍ଷା କରିଥିଲେ। ଏହି ନିରୀକ୍ଷଣରେ ଶିକ୍ଷାନୁଷ୍ଠାନ, ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍), ଜାତୀୟ […]
ଦୈନିକ ରାଶିଫଳ
ମେଷ ଆଜିର ଅଷ୍ଟମ ଚନ୍ଦ୍ର ମନରେ ଅସ୍ଥିରତା ସୃଷ୍ଟି କରିବ। ଋଣ ପରିଶୋଧ, ରୋଗ ପାଇଁ ଔଷଧ କିଣା, ଶତ୍ରୁକୃତ ସମସ୍ୟା ସମାଧାନ ସକାଶେ ଖର୍ଚ୍ଚାନ୍ତ ହେବେ। ବାସସ୍ଥାନ ନିକଟରେ ରହୁଥିବା ନିଜ ଲୋକମାନଙ୍କ ଦ୍ୱାରା କେତେକ ସୁବିଧା ପାଇବେ। ବ୍ୟବସାୟିକ ସ୍ଥିତି ଭଲ ରହିବା ସହ ସାହିତ୍ୟ, ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହେବ। ବୃଷ ଶାରୀରିକ ସୁସ୍ଥତା ଫେରିଆସିବା କାରଣରୁ ଆଶ୍ୱସ୍ତି ଲାଭ କରିବେ। ଭୁଲ୍ ବୁଝାମଣା କାରଣରୁ ପାରିବାରିକ କଳହକୁ ନେଇ ଅଶାନ୍ତି […]
ସ୍ବ-ଇଚ୍ଛାରେ ରୁଷ୍ ସେନାରେ ଯୋଗ ଦେଉଛନ୍ତି ଅନେକ ଭାରତୀୟ
ନୂଆଦିଲ୍ଲୀ: ରୁଷ୍ ସେନାରୁ କୂଟନୈତିକ ଉଦ୍ୟମ ଜରିଆରେ ମୁକ୍ତ କରାଯାଇ ଭାରତ ଫେରାଇ ଅଣାଯାଇଥିବା କେତେକ ଭାରତୀୟ ସ୍ବ-ଇଚ୍ଛାରେ ପୁଣି ରୁଷ୍ ସେନାରେ ଯୋଗ ଦେଇଛନ୍ତି। ଏବେ ସେମାନଙ୍କ ସମ୍ପର୍କରେ କୌଣସି ଖୋଜଖବର ମିଳୁନାହିଁ। ବୁଧବାର ସୁପ୍ରିମ୍କୋର୍ଟରେ ଏକ ମାମଲାର ଶୁଣାଣି ସମୟରେ କେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି। ରୁଷ୍ ସେନାରେ ଭାରତୀୟଙ୍କ ନିଯୁକ୍ତି ଏବଂ ଯୁଦ୍ଧରେ ସେମାନଙ୍କ ସମ୍ପୃକ୍ତିକୁ ନେଇ ସରକାରଙ୍କ ପକ୍ଷରୁ ଦାଖଲ ସ୍ଥିତି ରିପୋର୍ଟରେ ଏହି କଥା ଉଲ୍ଲେଖ କରାଯାଇଛି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଜୟମାଲ୍ୟ […]
ଏବେ ଭେଜାଲ ହେବ ରନ୍ଧନ ଗ୍ୟାସ୍
ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଭାରତ ତୈଳ ସଙ୍କଟର ସମ୍ମୁଖୀନ ହୋଇଥିଲା । ହର୍ମୁଜ୍ ପ୍ରଣାଳୀ ବନ୍ଦ ହେବା ଦ୍ୱାରା ଅଶୋଧିତ ତୈଳ ଆମଦାନୀ ବାଧାପ୍ରାପ୍ତ ହୋଇଥିଲା । ଚାହିଦା ପୂରଣ କରିବା ଏବଂ ମୂଲ୍ୟ ନିୟନ୍ତ୍ରଣ କରିବା ପାଇଁ, ସରକାର E20 ପେଟ୍ରୋଲକୁ ବାଧ୍ୟତାମୂଳକ କରିଥିଲେ । ସେବେ ପେଟ୍ରୋଲରେ ଇଥାନଲ୍ ମିଶ୍ରଣ କରିବା ପରେ, ଏବେ ଗ୍ୟାସରେ ହାଇଡ୍ରୋଜେନ୍ ଗ୍ୟାସ ମିଶ୍ରଣ ପାଇଁ ପ୍ରସ୍ତୁତି ଚାଲିଛି। ସରକାର ରନ୍ଧନ ଗ୍ୟାସ୍ […]
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ସୁପ୍ରିମ ନୋଟିସ୍
ନୂଆଦିଲ୍ଲୀ : ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍ଆଇଆରରେ ଅନିୟମିତତା ଓ ଭୋଟର ତାଲିକାରୁ ନାଁ କଟିବା ଅଭିଯୋଗରେ ସୁପ୍ରିମକୋର୍ଟଙ୍କ ବଡ଼ ପଦକ୍ଷେପ। ବିରୋଧୀ ଇଣ୍ଡିଆ ବ୍ଲକ ନେତାଙ୍କ ଆବେଦନ ଉପରେ ଆଜି ଦେଶର ନିର୍ବାଚନ କମିଶନ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର, ଦୁଇ ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀଙ୍କୁ ଜବାବ ତଲବ କରିଛନ୍ତି ସର୍ବୋଚ୍ଚ ଅଦାଲତ। ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ସମେତ ଇଣ୍ଡିଆ […]
