ପ୍ରମୁଖ ଖବର
ସାଳନ୍ଦୀ ନଦୀପଠାରେ ଜବରଦଖଲ, ବଢ଼ୁଛି ବନ୍ୟା ଆଶଙ୍କା
ଭଦ୍ରକ: ଭଦ୍ରକ ଜିଲ୍ଲାର ଜୀବନରେଖା କୁହାଯାଉଥିବା ସାଳନ୍ଦୀ ନଦୀ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି। ନଦୀବନ୍ଧ ଓ ନଦୀପଠାରେ ଜବରଦଖଲ ବଢ଼ୁଥିବାରୁ ଜଳ ନିଷ୍କାସନ ବାଧାପ୍ରାପ୍ତ ହେଉଛି। ଫଳରେ ପ୍ରତିବର୍ଷ ବନ୍ୟା ସ୍ଥିତି ଗମ୍ଭୀର ହେବା ସହ ବାସ ଓ ଚାଷଜମି କ୍ଷତିଗ୍ରସ୍ତ ହେଉଛି। କେନ୍ଦୁଝର ଜିଲ୍ଲାର ହଦଗଡ଼ରୁ ଉତ୍ପତ୍ତି ଲାଭ କରିଥିବା ସାଳନ୍ଦୀ ନଦୀ ଭଦ୍ରକ ଦେଇ ପ୍ରବାହିତ ହୋଇ ଚାନ୍ଦବାଲି ନିକଟରେ ବୈତରଣୀ ନଦୀ ସହ ମିଶିଛି। ତେବେ ଗତ ଦୁଇ ଦଶନ୍ଧି […]
ରାସ୍ତା ନଥିବାରୁ ହାତୀଛଡ଼ା ଗ୍ରାମବାସୀ ହନ୍ତସନ୍ତ
ରାଇରଙ୍ଗପୁର: କେନ୍ଦ୍ର ଓ ରାଜ୍ୟ ସରକାର ଜନସାଧାରଣଙ୍କ ପାଇଁ ଯୋଜନା ପରେ ଯୋଜନା କରି କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଲୋକଙ୍କ ହିତରେ ଆସିପାରୁନାହିଁ। ଏଭଳି ଏକ ସମସ୍ୟା ଘେରରେ ଘାଣ୍ଟି ହେଉଛନ୍ତି ସିରଗଡ଼ା ପଞ୍ଚାୟତର ହାତୀଛାଡ଼ ଗ୍ରାମବାସୀ। ବିଶେଷକରି କଳାଟମକରୁ ହାତୀଛାଡ଼ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଅଭିଯୋଗ ଅନୁଯାୟୀ ହାତୀଛାଡ଼ ଗ୍ରାମରେ ୫୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଛନ୍ତି। ଏହି ଗ୍ରାମକୁ ଗମନାଗମନର ସୁବିଧା ନଥିବାରୁ ରୋଗୀ ଏବଂ ଗର୍ଭବତୀଙ୍କ ପାଇଁ ରାସ୍ତାଟି […]
ଚୀନ୍ ବନ୍ଦରରେ ମାଲବାହୀ ଜାହାଜରେ ନିଆଁ ଲାଗିଲା: ୨୦ ମୃତ
ବେଜିଂ: ଚୀନ୍ର ଏକ ବନ୍ଦରରେ ଏକ ମାଲବାହୀ ଜାହାଜରେ ନିଆଁ ଲାଗିବା ଯୋଗୁ ୨୦ ଜଣ ଲୋକଙ୍କରମୃତ୍ୟୁ ହୋଇଥିବାବେଳେ ୫ ଜଣ ନିଖୋଜ ଅଛନ୍ତି। ଜାହାଜଟି ଉତ୍ତର-ପୂର୍ବ ଚୀନ୍ ଉପକୂଳରେ ଥିବା ଏକପ୍ରମୁଖ ଜାହାଜ ଚଳାଚଳ କେନ୍ଦ୍ର କ୍ୱିଂଡାଓ ବନ୍ଦରରେ ବେହାଇ ଜାହାଜ ନିର୍ମାଣ କମ୍ପାନିରେ ମରାମତି ପାଇଁଡକିଂ କରାଯାଇଥିଲା। ଟ୍ରାକିଂ ୱେବସାଇଟ୍ ଫାଇଣ୍ଡର ଅନୁଯାୟୀ, ସିନହୁଆ ସମାଚାର ଏଜେନ୍ସି ଦ୍ୱାରାପ୍ରକାଶିତ ଏକ ଫଟୋରେ ଜାହାଜଟି ‘ଓସେନ୍ ମେଲୋଡି’ ବୋଲି ଚିହ୍ନଟ କରାଯାଇଛି। ଲାଇବେରିଆ ପତାକାବହନ କରୁଥିବା ଜାହାଜରେ ୪୨ […]
ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ସି ଜିନପିଙ୍ଗ
ନୂଆଦିଲ୍ଲୀ/ବେଜିଂ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତ କରିବେ। ନୂଆଦିଲ୍ଲୀରେ ସେପ୍ଟେମ୍ବର ୧୨ ଓ ୧୩ରେ ଆୟୋଜିତ ହେବାକୁ ଥିବା ୧୮ତମ ବ୍ରିକ୍ସ ସମ୍ମିଳନୀରେ ସେ ଯୋଗଦେବେ। ଚାଇନା ବୈଦେଶିକ ମନ୍ତ୍ରଣାଳୟ ସି ଜିନପିଙ୍ଗଙ୍କ ଭାରତ ଗସ୍ତ ନେଇ ଆନୁଷ୍ଠାନିକ ଭାବେ ସ୍ପଷ୍ଟ କରିଛି। ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମରେ ଦୁଇଦିନିଆ BRICS ସମ୍ମିଳନୀ ଅନୁଷ୍ଠିତ ହେବ। ପ୍ରାୟ ୭ ବର୍ଷ ପରେ ସି ଜିନପିଙ୍ଗ ଭାରତ ଗସ୍ତ କରୁଥିବାରୁ […]
BRICS ସମ୍ମିଳନୀକୁ ଯିବେ ନାହିଁ ତାରିକ ରହମାନ
ନୂଆଦିଲ୍ଲୀ/ଢାକା: ନୂଆଦିଲ୍ଲୀରେ ହେବାକୁ ଥିବା ଦୁଇଦିନିଆ BRICS ସମ୍ମିଳନୀରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଯୋଗଦେବେ ନାହିଁ। ବାଂଲାଦେଶର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ହୁମାୟୁନ କବୀର ଗୁରୁବାର ଏହା ସ୍ପଷ୍ଟ କରିଛନ୍ତି। ହୁମାୟୁନ କବୀର କହିଛନ୍ତି ଯେ BRICS ସମ୍ମିଳନୀ ପାଇଁ ତାରିକ ରହମାନଙ୍କୁ ସିଧାସଳଖ ନିମନ୍ତ୍ରଣ କରାଯାଇନାହିଁ। ବାଂଲାଦେଶ ପକ୍ଷରୁ ଜଣେ ପ୍ରତିନିଧି ସମ୍ମିଳନୀରେ ଯୋଗଦେବେ। ‘ଦି ଡେଲି ଷ୍ଟାର୍’ର ରିପୋର୍ଟ ଅନୁଯାୟୀ, ତାରିକ ରହମାନଙ୍କ ଭାରତ ଗସ୍ତ ନେଇ ପଚରାଯିବାରୁ ହୁମାୟୁନ କବୀର କହିଥିଲେ, […]
FAS ରିପୋର୍ଟରେ ଦାବି; ଭାରତ ପାଖରେ ୧୯୦ ପରମାଣୁ ଅସ୍ତ୍ର!
ନୂଆଦିଲ୍ଲୀ: ଭାରତର ପରମାଣୁ ଅସ୍ତ୍ରଭଣ୍ଡାରରେ ପ୍ରାୟ ୧୯୦ଟି ଯୁଦ୍ଧାସ୍ତ୍ର ଥିବା ଆକଳନ କରିଛି ଆମେରିକାର ଫେଡେରେସନ ଅଫ୍ ଆମେରିକାନ ସାଇଣ୍ଟିଷ୍ଟସ୍ (FAS)। ଏଥିରେ ବିକାଶାଧୀନ ନୂତନ କ୍ଷେପଣାସ୍ତ୍ର ପାଇଁ ପ୍ରାୟ ୩୦ଟି ଅତିରିକ୍ତ ପରମାଣୁ ଅସ୍ତ୍ର ସାମିଲ ଥିବା ରିପୋର୍ଟରେ ଦାବି କରାଯାଇଛି। ଖୋଲା ଉତ୍ସ, ସରକାରୀ ତଥ୍ୟ ଏବଂ ବାଣିଜ୍ୟିକ ଉପଗ୍ରହ ଚିତ୍ରର ବିଶ୍ଳେଷଣ ଆଧାରରେ ଏହି ଆକଳନ କରାଯାଇଥିବା କୁହାଯାଇଛି। FAS ଅନୁଯାୟୀ, ଭାରତ ପାଖରେ ବର୍ତ୍ତମାନ ୯ଟି କାର୍ଯ୍ୟକ୍ଷମ ପରମାଣୁ-ସକ୍ଷମ ପ୍ରଣାଳୀ ରହିଛି। […]
ସଂସଦ ରତ୍ନ ପୁରସ୍କାରରେ ସମ୍ମାନିତ ଭର୍ତ୍ତୃହରି ମହତାବ; ବିତ୍ତ କମିଟିର ଉଲ୍ଲେଖନୀୟ କାର୍ଯ୍ୟକୁ ମିଳିଲା ସ୍ୱୀକୃତି
ନୂଆଦିଲ୍ଲୀ: ସଂସଦୀୟ ସ୍ଥାୟୀ କମିଟି ଅନ୍ ଫାଇନାନ୍ସର ଉଲ୍ଲେଖନୀୟ କାର୍ଯ୍ୟ ଓ ସଂସଦୀୟ ଅବଦାନକୁ ସ୍ୱୀକୃତି ଦେଇ ୧୬ତମ ସଂସଦ ରତ୍ନ ପୁରସ୍କାର-୨୦୨୬ରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ‘ସଂସଦ ରତ୍ନ ପୁରସ୍କାର’ରେ ସମ୍ମାନିତ କରାଯାଇଛି। କମିଟିର ଅଧ୍ୟକ୍ଷ ଭାବେ ତାଙ୍କର ଦାୟିତ୍ୱବୋଧ, ବ୍ୟାପକ ସଂସଦୀୟ ଯାଞ୍ଚ ଏବଂ ଗଠନମୂଳକ ଆଲୋଚନାକୁ ଏହି ସମ୍ମାନରେ ସ୍ୱୀକୃତି ମିଳିଛି। ୨୦୨୫ରେ ମଧ୍ୟ ଭର୍ତ୍ତୃହରି ମହତାବ ତାଙ୍କର ଉଲ୍ଲେଖନୀୟ ସଂସଦୀୟ ସେବା ପାଇଁ ସଂସଦ ରତ୍ନ ପୁରସ୍କାରରେ ସମ୍ମାନିତ ହୋଇଥିଲେ। […]
ଦୈନିକ ରାଶିଫଳ
♈ ମେଷ କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ। ଆୟ-ବ୍ୟୟରେ ସମତୁଲନ ରଖନ୍ତୁ। ପରିବାର ସହ ଭଲ ସମୟ କାଟିବେ। ଅତି ତ୍ୱରାରେ ନିଷ୍ପତ୍ତି ନନିଅନ୍ତୁ। ♉ ବୃଷ ଅଟକିଥିବା କାମ ଧୀରେ ଧୀରେ ଆଗକୁ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରହନ୍ତୁ। ନିଜ ଯୋଜନାକୁ ନେଇ ଧୈର୍ଯ୍ୟ ରଖନ୍ତୁ। ♊ ମିଥୁନ ନୂଆ ଧାରଣା ଆପଣଙ୍କ କାମରେ ସାହାଯ୍ୟ କରିବ। ପଢ଼ାଶୁଣାରେ ମନୋଯୋଗ ବଢ଼ିପାରେ। ପରିଚିତ ବ୍ୟକ୍ତିଙ୍କଠାରୁ ଉପକାରୀ ସୂଚନା ମିଳିବ। […]
ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ଭର୍ତ୍ତୃହରି ମହତାବ, ବରମ୍ବା-କଟକ ଚିନିକଳ ପାଇଁ ନିମନ୍ତ୍ରଣ
ନୂଆଦିଲ୍ଲୀ: କଟକ ସାଂସଦ ଡ. ଭର୍ତ୍ତୃହରି ମହତାବ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କୁ ତାଙ୍କ କର୍ତ୍ତବ୍ୟ ଭବନସ୍ଥିତ କାର୍ଯ୍ୟାଳୟରେ ସାକ୍ଷାତ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ସାକ୍ଷାତକାର ସମୟରେ ଡ. ମହତାବ ବରମ୍ବା-କଟକରେ ପ୍ରସ୍ତାବିତ ଚିନିକଳର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କୁ ଆନ୍ତରିକ ନିମନ୍ତ୍ରଣ ଜଣାଇଛନ୍ତି। ବରମ୍ବା-କଟକ ଅଞ୍ଚଳରେ ଚିନିକଳ ପ୍ରତିଷ୍ଠା ହେଲେ ସ୍ଥାନୀୟ ଅର୍ଥନୀତିକୁ ଗତି ମିଳିବା ସହ ଚାଷୀ ଓ ଅଞ୍ଚଳବାସୀଙ୍କ ପାଇଁ […]
ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା: ପିଜି ଅପରେଟର୍ ଗିରଫ
ନୂଆଦିଲ୍ଲୀ: ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ୫ ମହଲା କୋଠା ଭୁଶୁଡ଼ି ୭ ଜଣଙ୍କର ମୃତ୍ୟୁ ଘଟିବା ଘଟଣାରେ ଦିଲ୍ଲୀ ପୋଲିସ କାର୍ଯ୍ୟାନୁଷ୍ଠାନକୁ ଆହୁରି କଡ଼ାକଡ଼ି କରିଛି। ବୁଧବାର ସକାଳେ ”ହଷ୍ଟେଲ ଡେଜ୍” ନାମକ ବଏଜ୍ ପିଜି ଚଳାଉଥିବା ଦୁଇଜଣ ବ୍ୟବସାୟୀଙ୍କ ମଧ୍ୟରୁ ଅଭିଯୁକ୍ତ ସୁଧାଂଶୁଙ୍କୁ ପୋଲିସ ଗିରଫ କରିଛି। ଅନ୍ୟଜଣ ସହ-ଅଂଶୀଦାର ଶୁଭମ ତ୍ୟାଗୀ ଏବେ ବି ଫରାର୍ ଥିବା ବେଳେ ତାଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି। ଏହି ମାମଲାରେ ପୋଲିସ ପୂର୍ବରୁ ବେସମେଣ୍ଟ ମରାମତି କାମର ତଦାରଖ କରୁଥିବା ଠିକାଦାର ସନୋଜଙ୍କୁ ଗିରଫ କରିଥିଲା। ଏହାପରେ ରାଜସ୍ଥାନର ଭିୱାଡିରୁ ୮୧ ବର୍ଷୀୟ କୋଠା ମାଲିକ ହରିରାମ ବଂଶଲ, ତାଙ୍କ ସ୍ତ୍ରୀ ଉର୍ମିଳା ଗୁପ୍ତା ଏବଂ ପୁଅ ମହେଶ ଗୁପ୍ତାଙ୍କୁ ଗିରଫ କରାଯାଇଥିଲା। କୋର୍ଟ ବୃଦ୍ଧ ଦମ୍ପତିଙ୍କୁ ୧୪ ଦିନିଆ ଜେଲକୁ ପଠାଇଥିବା ବେଳେ କୋଠାର ସମସ୍ତ ପରିଚାଳନା କରୁଥିବା ପୁଅ ମହେଶଙ୍କୁ ୨ ଦିନିଆ ପୋଲିସ ରିମାଣ୍ଡରେ ପଠାଇଛନ୍ତି। ସୂତ୍ରରୁ ଜଣାପଡ଼ିଛି ଯେ, ଉତ୍ତରପ୍ରଦେଶର ସୁଧାଂଶୁ ଓ ଶୁଭମ ୨୦୨୫ ଅଗଷ୍ଟରୁ ଏହି କୋଠାକୁ ଭଡ଼ାରେ ନେଇ ପିଜି ଚଲାଉଥିଲେ। ସ୍ଥାନୀୟ ଅଞ୍ଚଳରେ ସେମାନଙ୍କର ଅନ୍ୟ ୩ଟି ପିଜି ଚାଲୁଥିବା ଜଣାପଡ଼ିବା ପରେ ତଦନ୍ତ ବ୍ୟାପକ କରାଯାଇଛି।
