ପ୍ରମୁଖ ଖବର
କଳାହାଣ୍ଡିରେ କୁଷ୍ଠରୋଗ ଚିନ୍ତାଜନକ; ୨୦୨୩-୨୪ରେ ସର୍ବାଧିକ ୬୮୬ ନୂଆ ରୋଗୀ ଚିହ୍ନଟ
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ କୁଷ୍ଠରୋଗ ନିରାକରଣ କାର୍ଯ୍ୟକ୍ରମ ଚାଲିଥିବା ସତ୍ତ୍ୱେ ନୂଆ ରୋଗୀ ଚିହ୍ନଟ ସଂଖ୍ୟାରେ ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ଜାତୀୟ କୁଷ୍ଠରୋଗ ନିରାକରଣ କାର୍ଯ୍ୟକ୍ରମ (NLEP) ସମ୍ପର୍କିତ ରିପୋର୍ଟରେ ୨୦୨୦-୨୧ରୁ ୨୦୨୫-୨୬ ମାର୍ଚ୍ଚ ପର୍ଯ୍ୟନ୍ତର ତଥ୍ୟ ଏହି ଚିତ୍ରକୁ ସାମ୍ନାକୁ ଆଣିଛି। ରିପୋର୍ଟ ଅନୁଯାୟୀ, ୨୦୨୦-୨୧ରେ ୨୯୧ ଜଣ ନୂଆ କୁଷ୍ଠରୋଗୀ ଚିହ୍ନଟ ହୋଇଥିବାବେଳେ ୨୦୨୧-୨୨ରେ ଏହି ସଂଖ୍ୟା ୨୫୧ ରହିଥିଲା। ୨୦୨୨-୨୩ରେ ଏହା ବଢ଼ି ୪୧୫ରେ ପହଞ୍ଚିଥିଲା। ୨୦୨୩-୨୪ରେ ସର୍ବାଧିକ ୬୮୬ ଜଣ ନୂଆ […]
କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ମିଳୁନି ଖାଦ୍ୟ, ତୃତୀୟ ମହଲାକୁ ଚଢ଼ିବାକୁ ପଡୁଛି
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ମିଳୁନି ସରକାରୀ ଖାଦ୍ୟ। ଚିକିତ୍ସିତ ହେଉଥିବା ରୋଗୀଙ୍କ ପାଖକୁ ଖାଦ୍ୟ ଯୋଗାଣ ନହୋଇ ସେମାନଙ୍କ ସମ୍ପର୍କୀୟଙ୍କୁ ଖାଦ୍ୟ ଆଣିବାକୁ ପଡୁଥିବା ଅଭିଯୋଗ ହୋଇଛି। ଫଳରେ ରୋଗୀ ଓ ସେମାନଙ୍କ ଆଟେଣ୍ଡାଣ୍ଟମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିବା ଅଭିଯୋଗ ଆସିଛି। ନିୟମ ଅନୁଯାୟୀ, ହସ୍ପିଟାଲରେ ରୋଗୀଙ୍କ ପାଖକୁ ଖାଦ୍ୟ ପହଞ୍ଚାଇ ଦିଆଯିବା କଥା। କିନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲରେ ଖାଦ୍ୟ ଯୋଗାଣ ଦାୟିତ୍ୱ ନେଇଥିବା ସଂସ୍ଥା ଏହି ନିୟମ […]
ରାଜସ୍ୱ ଆୟ ବୃଦ୍ଧି ଓ ପରିଚାଳନାରେ ଶ୍ରେଷ୍ଠ: ଓଡ଼ଗାଁ ଏନ୍ଏସିକୁ ୨ କୋଟି ଟଙ୍କା ପୁରସ୍କାର
ଓଡ଼ଗାଁ: ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ରାଜସ୍ୱ ଆୟ ବୃଦ୍ଧି ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ରାଜସ୍ୱ ଆୟ ବୃଦ୍ଧିରେ ସମଗ୍ର ଓଡ଼ିଶାରେ ପ୍ରଥମ ସ୍ଥାନ ଏବଂ ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବାରୁ ଓଡ଼ଗାଁ ଏନ୍ଏସିକୁ ରାଜ୍ୟର ଶ୍ରେଷ୍ଠ ଏନ୍ଏସି ଭାବେ ଚୟନ କରାଯାଇଛି। ଏହି ସଫଳତା ପାଇଁ ଓଡ଼ଗାଁ ଏନ୍ଏସିକୁ ୨ କୋଟି ଟଙ୍କାର ଅର୍ଥ ପୁରସ୍କାର ପ୍ରଦାନ କରାଯିବ ବୋଲି ଓଡ଼ିଶା ସରକାରଙ୍କ ଗୃହ […]
ମା’ବାପାଙ୍କୁ ହରାଇ ୪ ନାବାଳିକା ଅସହାୟ: ୧୦ କେଜି ଚାଉଳରେ ଚଳୁଛି ପରିବାର, ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ
ନୀଳଗିରି: ମାତ୍ର ୩ ମାସ ମଧ୍ୟରେ ମା’ବାପାଙ୍କୁ ହରାଇ ଏବେ ଅସହାୟ ହୋଇପଡ଼ିଛନ୍ତି ୪ ନାବାଳିକା ଭଉଣୀ। ମୁଣ୍ଡ ଉପରେ ନାହିଁ ଛାତ, ପେଟକୁ ନାହିଁ ଦୁଇବେଳାର ଖାଦ୍ୟ। ବାପାମା’ଙ୍କ ରାସନ କାର୍ଡରେ ମିଳୁଥିବା ୧୦ କେଜି ଚାଉଳ ଏବେ ଏହି ଅସହାୟ ପରିବାରର ଏକମାତ୍ର ଭରସା ପାଲଟିଛି। ସ୍ବର୍ଣ୍ଣଚୂଡ଼ ପାହାଡ଼ ଉପରେ ଥିବା ଏକ ଭଙ୍ଗା କୁଡ଼ିଆରେ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଜୀବନ ବିତାଉଛନ୍ତି ଏହି ୪ ଭଉଣୀ। ବାଲେଶ୍ୱର ଜିଲ୍ଲା ନୀଳଗିରି ଏନ୍ଏସି ଅନ୍ତର୍ଗତ […]
୨୦୩୦ କମନୱେଲ୍ଥ ଗେମ୍ସ ଓ ୨୦୩୬ ଅଲିମ୍ପିକ୍ସ ବିଡ୍: ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ
ଅହମଦାବାଦ, ୨୮ା୮: ଭାରତରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ପାଇଁ ପ୍ରସ୍ତୁତି ଏବଂ ୨୦୩୬ ଅଲିମ୍ପିକ୍ସ ଆୟୋଜନ ନେଇ ଭାରତର ବିଡ୍ ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅହମଦାବାଦରେ ଏକ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏବଂ ଗୁଜରାଟର ଉପମୁଖ୍ୟମନ୍ତ୍ରୀ ହର୍ଷ ସାଙ୍ଗ୍ଭୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ବୃହତ୍ ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନ ସମୟରେ ସୁରକ୍ଷା ବ୍ୟବସ୍ଥା, ଯାତାୟାତ, ଭିତ୍ତିଭୂମି ଓ ଅନ୍ୟାନ୍ୟ […]
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ଅଗଷ୍ଟ ୨୯ରୁ ବଢ଼ିବ ବର୍ଷା, ଉତ୍ତର ଓଡ଼ିଶାକୁ ଅଧିକ ପ୍ରଭାବ
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ର ପତ୍ତନଠାରୁ ପ୍ରାୟ ୩.୧ରୁ ୫.୮ କିଲୋମିଟର ଉଚ୍ଚତାରେ ଏହି ଘୂର୍ଣ୍ଣିବଳୟ ରହିଛି। ଏହାର ପ୍ରଭାବରେ ଅଗଷ୍ଟ ୨୯ ତାରିଖରୁ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ବର୍ଷାର ପ୍ରଭାବ ଆହୁରି ବଢ଼ିପାରେ। ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର କାର୍ଯ୍ୟାଳୟ ଅନୁସାରେ, ଆସନ୍ତା କିଛି ଦିନ ରାଜ୍ୟର ଅନେକ ଅଞ୍ଚଳରେ ହାଲୁକାରୁ ମଧ୍ୟମଧରଣର […]
କୋଇଲା ଚୋରିର ତଦନ୍ତଭାର କ୍ରାଇମବ୍ରାଞ୍ଚ ହାତରେ, ଟିମ୍ ଜବତ କଲା ୩୦ ହଜାର କିଲୋ କୋଇଲା
ଭୁବନେଶ୍ୱର: ପକ୍କା ଟ୍ରେନ୍ରୁ କୋଇଲା ଚୋରି ମାମଲାର ତଦନ୍ତଭାର ଏବେ ଆରପିଏଫ୍ (ରେଲ ସୁରକ୍ଷା ବଳ)ର କ୍ରାଇମବ୍ରାଞ୍ଚ ଟିମ୍ ହାତକୁ ଯାଇଛି। ଘଟଣାର ତଦନ୍ତ କରି ଆରପିଏଫ୍ କ୍ରାଇମବ୍ରାଞ୍ଚ ଟିମ୍ ୩୦ ହଜାର କିଲୋ କୋଇଲା, ୨୨୦୦ ଲିଟର ଡିଜେଲ୍ ଓ ୨୦୦ ଲିଟର ତେଲ ଜବତ କରିଛି। ଏହି ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଅଭିଯୁକ୍ତ, ମାଫିଆ ଓ ମାଷ୍ଟରମାଇଣ୍ଡଙ୍କ ସନ୍ଧାନ ଜାରି ରହିଛି। ବନ୍ଦରରୁ କୋଇଲା ଚୋରି ଘଟଣାରେ ୨୦୨୪ ମେ’ […]
ପ୍ୟାକେଟ୍ରେ ଲାଲ୍ ଚିହ୍ନ ଦେଖିଲେ ସାବଧାନ! ଜାଣନ୍ତୁ କେଉଁ ଖାଦ୍ୟରେ କେତେ ଲୁଣ, ଚିନି ଓ ଚର୍ବି
ନୂଆଦିଲ୍ଲୀ: ପ୍ୟାକେଟ୍ ଖାଦ୍ୟ କିଣିବା ସମୟରେ ଏଣିକି ଗ୍ରାହକଙ୍କୁ ଆହୁରି ସଚେତନ ହେବାକୁ ପଡ଼ିପାରେ। ପ୍ୟାକେଟ୍ରେ ଥିବା ଜଟିଳ ପୋଷଣ ତାଲିକାକୁ ନପଢ଼ି ମଧ୍ୟ ଖାଦ୍ୟରେ ଅଧିକ ଲୁଣ, ଚିନି ଓ ଚର୍ବି ରହିଛି କି ନାହିଁ, ତାହା ଜାଣିବାର ସୁବିଧା ମିଳିବ। ଏଥିପାଇଁ ଖାଦ୍ୟ ପ୍ୟାକେଟ୍ର ସାମ୍ନା ପଟେ ଲାଲ୍ ରଙ୍ଗର ଚିହ୍ନ ଲଗାଇବା ପ୍ରସ୍ତାବ ରହିଛି। ଏହା ଦ୍ୱାରା ଅଧିକ ଲୁଣ, ଚିନି କିମ୍ବା ଚର୍ବି ଥିବା ଖାଦ୍ୟକୁ ଗ୍ରାହକ ସହଜରେ ଚିହ୍ନଟ କରିପାରିବେ। […]
ପାକିସ୍ତାନରେ ହେବ ଦକ୍ଷିଣ ଏସୀୟ କ୍ରୀଡ଼ା, ଭାରତର ଅଂଶଗ୍ରହଣକୁ ନେଇ ଅନିଶ୍ଚିତତା
ନୂଆଦିଲ୍ଲୀ: ଦୀର୍ଘ ୨୨ ବର୍ଷ ପରେ ପାକିସ୍ତାନରେ ଦକ୍ଷିଣ ଏସୀୟ କ୍ରୀଡ଼ାର ୧୪ତମ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି। ଆସନ୍ତା ବର୍ଷ ଏପ୍ରିଲ ୩ରୁ ୧୧ ତାରିଖ ପର୍ଯ୍ୟନ୍ତ ପାକିସ୍ତାନର ଇସଲାମାବାଦ, ଲାହୋର ଓ ପେଶାୱରରେ ଏହି କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହେବ। ଏହି ସଂସ୍କରଣରେ ୨୮ଟି କ୍ରୀଡ଼ାରେ ମୋଟ ୩୪୬ଟି ପଦକ ପାଇଁ ପ୍ରତିଯୋଗିତା ହେବ। ଆୟୋଜକ ପାକିସ୍ତାନ ସମେତ ଦକ୍ଷିଣ ଏସିଆର ବାଂଲାଦେଶ, ମାଲଦ୍ୱୀପ, ନେପାଳ ଓ ଶ୍ରୀଲଙ୍କାର କ୍ରୀଡ଼ାବିତ୍ମାନେ ଏଥିରେ ଅଂଶଗ୍ରହଣ କରିବେ। […]
୩ ଦିନ ପରେ ପୁଣି ନେପାଳରେ ବନ୍ୟା ଆଶଙ୍କା! ୭୨ ଘଣ୍ଟା ମଧ୍ୟରେ ଫାଟିପାରେ ବରଫ ହ୍ରଦ
କାଠମାଣ୍ଡୁ: ପଡ଼ୋଶୀ ନେପାଳ ଉପରୁ ଏବେ ବି ଟଳିନାହିଁ ବନ୍ୟା ବିପଦ। ଭୟାବହ ବନ୍ୟା ପରେ ପୁଣି ଏକ ବଡ଼ ଜଳପ୍ରଳୟର ଆଶଙ୍କା ସୃଷ୍ଟି ହୋଇଛି। ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଆଉ ଏକ ବରଫ ହ୍ରଦ ଫାଟିବାର ଆଶଙ୍କା ନେଇ ଚୀନ୍ ପକ୍ଷରୁ ସତର୍କ କରାଯାଇଥିବା ଦାବି କରାଯାଇଛି। ଯଦି ବରଫ ହ୍ରଦ ଫାଟିଯାଏ, ତେବେ ତିବ୍ବତ ସମେତ ନେପାଳର ତଳିଆ ଅଞ୍ଚଳରେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ଏହା ଫଳରେ ନଦୀଗୁଡ଼ିକର ଜଳସ୍ତର […]
