1 min read

ଶିଳ୍ପର ପାଉଁଶରୁ ‘ଦୁର୍ନୀତି’ର ଧୂଆଁ!

ଓପିଜିସି ପାଉଁଶ ପରିଚାଳନାରେ ବଡ଼ ଅନିୟମିତତା ଅଭିଯୋଗ; ବର୍ଷକୁ ୫୦୦ କୋଟିର ଲାଭ, ପାଉଁଶ ଖର୍ଚ୍ଚ ୩୦୦ କୋଟି! ବ୍ୟୁରୋ: ରାଜ୍ୟରେ ବାଲି, ପାଣି ଓ ଖଣି ପରେ ଏବେ ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ବାହାରୁଥିବା ପାଉଁଶ ପରିଚାଳନାକୁ ନେଇ ଉଠିଛି ସଙ୍ଗିନ ଅଭିଯୋଗ। ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ୍ ବନହରପାଲିଠାରେ ଥିବା ଓପିଜିସିର ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ବାହାରୁଥିବା ପାଉଁଶ ପରିଚାଳନା ଏବେ କୋଟି କୋଟି ଟଙ୍କାର କାରବାର ସହ ଜଡ଼ିତ ଏକ ବଡ଼ ପ୍ରସଙ୍ଗ […]

1 min read

୭ ବର୍ଷରେ ଅମୃତ ପାର୍କର ଅମୃତ ଶୁଖିଲା!

ଅବହେଳାରୁ ପରିତ୍ୟକ୍ତ, ପୋଖରୀରେ ଦଳ ଭର୍ତ୍ତି; ବୋଟିଂ ବ୍ୟବସ୍ଥା ଅଚଳ ଭଦ୍ରକ: ଦିନେ ଯେଉଁଠି ଲୋକଙ୍କ ଭିଡ଼ ଜମୁଥିଲା, ଆଜି ସେହି ଅମୃତ ପାର୍କ ଅବହେଳାର ଶିକାର ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ୭ ବର୍ଷ ତଳେ ଭଦ୍ରକରେ ନିର୍ମିତ ଏହି ମନୋରଞ୍ଜନ ପାର୍କର ପୋଖରୀ ଏବେ ଦଳରେ ଭର୍ତ୍ତି ହୋଇଯାଇଥିବା ବେଳେ ବୋଟିଂ ବ୍ୟବସ୍ଥା ମଧ୍ୟ ଅଚଳ ହୋଇପଡ଼ିଛି। ରକ୍ଷଣାବେକ୍ଷଣ ଅଭାବରୁ ପାର୍କର ଆକର୍ଷଣ କ୍ରମେ ହ୍ରାସ ପାଇଥିବାରୁ ଲୋକେ ଏଠାକୁ ଆସିବାକୁ ମୁହଁ ମୋଡ଼ୁଛନ୍ତି। […]

1 min read

ଯାଜପୁରରେ ଡିଏମଏଫ୍ ପାଣ୍ଠି ଖର୍ଚ୍ଚରେ ଅନିୟମିତତା ଅଭିଯୋଗ

୧୧୩ କୋଟିର ପ୍ରକଳ୍ପ ଅଚଳ, ୨୦ ମାସ ଧରି ଏନ୍‌ବିସିସିକୁ ଦିଆଯାଇନି କାର୍ଯ୍ୟାଦେଶ ଯାଜପୁର: ଯାଜପୁର ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ୍) ପାଣ୍ଠିକୁ ନେଇ ଜିଲ୍ଲା ପ୍ରଶାସନର ଭୂମିକା ଉପରେ ପ୍ରଶ୍ନ ଉଠିଛି। ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଉଦ୍ଦିଷ୍ଟ ପାଣ୍ଠିରୁ ବଡ଼ ବଡ଼ ପ୍ରକଳ୍ପ ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର ହୋଇଥିଲେ ମଧ୍ୟ ସେଗୁଡ଼ିକର କାର୍ଯ୍ୟାନ୍ୱୟନରେ ଦୀର୍ଘସୂତ୍ରତା ଦେଖାଦେଇଛି। ପ୍ରକଳ୍ପ ନିର୍ମାଣ ପରେ ଠିକାଦାରଙ୍କ ବିଲ୍‌ ପଇଠ କରିବା ନେଇ ଅଭିଯୋଗ ଉଠୁଥିବା ବେଳେ, […]

1 min read

ନେପାଳରେ ବିପର୍ଯ୍ୟୟର ତାଣ୍ଡବ: ମୃତ୍ୟୁସଂଖ୍ୟା ୧ ହଜାର ପାର୍‌, ୩୯୧୬ ନିଖୋଜ

କାଠମାଣ୍ଡୁ: ନେପାଳରେ ଭୟାବହ ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ମୃତ୍ୟୁସଂଖ୍ୟା ୧ ହଜାର ପାର୍‌ କରିଛି। ନେପାଳରେ ୯୮୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପଡ଼ୋଶୀ ଚୀନ୍‌ରେ ମଧ୍ୟ ୧୬ ଜଣଙ୍କ ମୃତ୍ୟୁ ଖବର ମିଳିଛି। ଫଳରେ ଦୁଇ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୧,୦୦୩ରେ ପହଞ୍ଚିଛି। ନେପାଳ ବିପର୍ଯ୍ୟୟ ପରିଚାଳନା ବିଭାଗର ସୂଚନା ଅନୁଯାୟୀ, ଏହି ବିପର୍ଯ୍ୟୟରେ ଏବେ ବି ୩,୯୧୬ ଜଣ ନିଖୋଜ ଅଛନ୍ତି। ନିଖୋଜଙ୍କ ମଧ୍ୟରେ ୫୮୩ ଜଣ ବିଦେଶୀ ନାଗରିକ ଥିବା […]

1 min read

ମୋଦୀଙ୍କ ଗ୍ରୁପ୍‌ ଫଟୋ କାଟି ପୋଷ୍ଟ କଲେ ପାକ୍‌ ପ୍ରଧାନମନ୍ତ୍ରୀ ଶରିଫ

ନୂଆଦିଲ୍ଲୀ: ପୁଣିଥରେ ନିଜର ଛୋଟ ଚିନ୍ତାଧାରାକୁ ବିଶ୍ୱ ସାମ୍ନାରେ ଦେଖାଇଛି ପାକିସ୍ତାନ। ବ୍ରିକ୍ସ ଶିଖର ସମ୍ମିଳନୀକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଗ୍ରୁପ୍‌ ଫଟୋକୁ କାଟି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ। ଏହାକୁ ନେଇ ଏବେ କୂଟନୈତିକ ଓ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରାଯାଇଥିଲା। ଫଟୋଟି ବ୍ରିକ୍ସ ଶିଖର ସମ୍ମିଳନୀ ସମୟର ବୋଲି […]

1 min read

ଏଆଇକୁ ନେଇ ଏଲନ୍‌ ମସ୍କଙ୍କ ଚେତାବନୀ; ମଣିଷର ଚିନ୍ତାଧାରାକୁ ପଛରେ ପକାଇଦେବ କୃତ୍ରିମ ବୁଦ୍ଧି

ନୂଆଦିଲ୍ଲୀ: ବିଶ୍ୱର ଶୀର୍ଷ ଧନୀ ବ୍ୟବସାୟୀ ଏଲନ୍‌ ମସ୍କ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଦ୍ରୁତ ବିକାଶକୁ ନେଇ ପୁଣିଥରେ ଚେତାବନୀ ଦେଇଛନ୍ତି। ଆଗାମୀ ଦିନରେ ଏଆଇ ମଣିଷ ଭଳି ଚିନ୍ତା କରିବାର କ୍ଷମତା ହାସଲ କରିପାରେ ବୋଲି ସେ ମତ ଦେଇଛନ୍ତି। ଏଲନ୍‌ ମସ୍କଙ୍କ ମତାନୁସାରେ, ଆସନ୍ତା ବର୍ଷ ଶେଷ ସୁଦ୍ଧା ଏଆଇ କମ୍ପ୍ୟୁଟର ଓ ଇଣ୍ଟରନେଟ୍‌ ସମ୍ବନ୍ଧୀୟ କାର୍ଯ୍ୟରେ ମଣିଷଙ୍କୁ ପଛରେ ପକାଇପାରେ। ଏଆଇର କ୍ଷମତା ଯେଉଁ ଗତିରେ ବଢ଼ୁଛି, ତାହା ଭବିଷ୍ୟତରେ ମଣିଷର ଚିନ୍ତା […]

1 min read

ପିଇବା ପାଣି ପାଇଁ ରାସ୍ତାରେ ଧାରଣା; ୮୦ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ସୀତାପୁର ଗ୍ରାମବାସୀ

କଳ୍ୟାଣସିଂହପୁର: ସ୍ୱାଧୀନତାର ପ୍ରାୟ ୮୦ ବର୍ଷ ପରେ ବି ପିଇବା ପାଣି ଭଳି ମୌଳିକ ସୁବିଧା ପାଇଁ ରାସ୍ତାକୁ ଓହ୍ଲାଇବାକୁ ପଡ଼ୁଛି ଗ୍ରାମବାସୀଙ୍କୁ। ଗାଁକୁ ପାନୀୟ ଜଳ ଯୋଗାଣ ଦାବିରେ ଆଜି ରାସ୍ତାରେ ଧାରଣା ଦେଇଛନ୍ତି ଲୋକେ। ପ୍ରଶାସନିକ ବ୍ୟବସ୍ଥାର ଅପାରଗତାର ଏହା ଏକ ସ୍ପଷ୍ଟ ଚିତ୍ର ବୋଲି ଅଭିଯୋଗ ହୋଇଛି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅଧୀନ ନାରାୟଣପୁର ପଞ୍ଚାୟତର ସୀତାପୁର ଗ୍ରାମର ଲୋକେ ଆଜି ରାସ୍ତା ଉପରେ ଧାରଣା ଦେଇଥିଲେ। ସୂଚନା ଅନୁଯାୟୀ, ଗ୍ରାମରେ […]

1 min read

କୋରାପୁଟରେ ଫିଟ୍‌ନେସ୍‌ ଓ ଇନ୍‌ସୁରାନ୍ସ ନଥାଇ ଚାଲୁଛି ଅଟୋ; ବିପଦରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା

ଜୟପୁର: କୋରାପୁଟ ଜିଲ୍ଲାର ଜୟପୁର, ସେମିଳିଗୁଡ଼ା, କୋରାପୁଟ, ବୋରିଗୁମ୍ମା, କୋଟପାଡ଼ ଓ ଦାମନଯୋଡ଼ି ଅଞ୍ଚଳରେ ଫିଟ୍‌ନେସ୍‌ ଓ ଇନ୍‌ସୁରାନ୍ସ ନଥାଇ ବହୁ ସଂଖ୍ୟାରେ ଅଟୋ ଚଳାଚଳ କରୁଥିବା ଅଭିଯୋଗ ହୋଇଛି। ବିଶେଷକରି ସ୍କୁଲ ଛାତ୍ରଛାତ୍ରୀ ଓ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଏହା ଚିନ୍ତା ବଢ଼ାଇଛି। ଜୟପୁର ସହର ଓ ଆଖପାଖ ଅଞ୍ଚଳରେ ଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟକୁ ଅନେକ ଛାତ୍ରଛାତ୍ରୀ ଅଟୋ ଯୋଗେ ଯାତାୟାତ କରୁଛନ୍ତି। ତେବେ ଅନେକ ଅଟୋରେ ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ଛାତ୍ରଛାତ୍ରୀଙ୍କୁ […]

1 min read

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ୨୦୨୬: କେବେ ପାଳନ ହେବ?

ଭୁବନେଶ୍ୱର: ଚଳିତବର୍ଷ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନକୁ ନେଇ ତାରିଖରେ ସାମାନ୍ୟ ଭିନ୍ନତା ଦେଖାଯାଉଛି। ସ୍ମାର୍ତ୍ତ ପରମ୍ପରା ଅନୁସାରେ ଶୁକ୍ରବାର, ସେପ୍ଟେମ୍ବର ୪, ୨୦୨୬ରେ ଜନ୍ମାଷ୍ଟମୀ ପାଳନ କରାଯିବ। ଅନ୍ୟପକ୍ଷରେ, ଇସ୍କନ୍‌ ଓ ବୈଷ୍ଣବ ପରମ୍ପରା ଅନୁସାରେ ଶନିବାର, ସେପ୍ଟେମ୍ବର ୫, ୨୦୨୬ରେ ଏହି ପର୍ବ ପାଳନ ହେବ। ଜନ୍ମାଷ୍ଟମୀର ମୁଖ୍ୟ ଆକର୍ଷଣ ହେଉଛି ମଧ୍ୟରାତ୍ରିରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ। ଉପଲବ୍ଧ ତଥ୍ୟ ଅନୁସାରେ ନିଶୀଥ ପୂଜା ମୁହୂର୍ତ୍ତ ରାତି ୧୧ଟା ୫୭ରୁ ଆରମ୍ଭ ହୋଇ ପରବର୍ତ୍ତୀ ଦିନ ୧୨ଟା […]

1 min read

ଜର୍ମାନୀ ହେଲା FIH ହକି ବିଶ୍ୱଚାମ୍ପିୟନ; ଫାଇନାଲ୍‌ରେ ସ୍ପେନ୍‌କୁ ୧-୦ରେ ହରାଇଲା

ୱାଭ୍ରେ: ଏଫ୍‌ଆଇଏଚ୍‌ (FIH) ପୁରୁଷ ହକି ବିଶ୍ୱକପ୍‌ରେ ପୁଣିଥରେ ବିଶ୍ୱଚାମ୍ପିୟନ ହୋଇଛି ଜର୍ମାନୀ। ବେଲଜିୟମ୍‌ର ୱାଭ୍ରେଠାରେ ରବିବାର ଅନୁଷ୍ଠିତ ଫାଇନାଲ୍‌ରେ ଜର୍ମାନୀ ୧-୦ ଗୋଲ୍‌ରେ ସ୍ପେନ୍‌କୁ ପରାସ୍ତ କରି ଟାଇଟଲ୍‌ ବଜାୟ ରଖିଛି। ମ୍ୟାଚ୍‌ର ନିର୍ଣ୍ଣାୟକ ମୁହୂର୍ତ୍ତ ୪୪ତମ ମିନିଟ୍‌ରେ ଆସିଥିଲା। ମିଶେଲ୍ ଷ୍ଟ୍ରୁଥଫ୍ ଜର୍ମାନୀ ପାଇଁ ବିଜୟସୂଚକ ଗୋଲ୍‌ ସ୍କୋର କରିଥିଲେ। ଏହା ପରେ ସ୍ପେନ୍‌ ଗୋଲ୍‌ ପରିଶୋଧ ପାଇଁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ଜର୍ମାନୀର ଦୃଢ଼ ରକ୍ଷଣଭାଗକୁ ଭେଦ କରିପାରିନଥିଲା। ଏହି ବିଜୟ […]