୧୦ ବାଲାଷ୍ଟିକ୍ ମିଶାଇଲ୍ ପରୀକ୍ଷଣ କଲା ନର୍ଥ କୋରିଆ

ନୂଆଦିଲ୍ଲୀ : ୧୦ ବାଲାଷ୍ଟିକ୍ ମିଶାଇଲ୍ ଦାଗିଲା ନର୍ଥ କୋରିଆ । ଟେନସନ୍ ରେ ଜାପାନ ଓ ସାଉଥ୍ କୋରିଆ । ଗୁରୁବାର ନର୍ଥ କୋରିଆ ତାର ପୂର୍ବ ତଟରୁ ଜାପାନ ସାଗର ଆଡକୁ ୧୦ଟି ବାଲାଷ୍ଟିକ୍ ମିଶାଇଲ୍ ପରୀକ୍ଷଣ କରିଛି । ଫଳରେ ଜାପାନ ଓ ସାଉଥ୍ କୋରିଆ ନିଜ ନିଜ ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛନ୍ତି । ଏହି କ୍ଷେପଣାସ୍ତ୍ର ଗୁଡ଼ିକ ସମୁଦ୍ରରେ ଖସିପଡ଼ିଛି । ଜାପାନ କୋଷ୍ଟଗାର୍ଡ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ସେପଟେ ସାଉଥ୍ କୋରିଆ ବି ସନ୍ଦିଗ୍ଧ ଗତିବିଧି ଆଶଙ୍କାରେ ସୀମାରେ ସୁରକ୍ଷା ବଢାଇଛି । କାରଣ ଗତ ମାସରେ ସୀମାରେ ମାଇନ୍ସ ବ୍ଲାଷ୍ଟରେ ସାଉଥ୍ କୋରିଆର ସୈନିକ ଆହତ ହେବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । କିଛି ବର୍ଷ ହେବ ନର୍ଥ କୋରିଆ ମିଶାଇଲ୍ କାର୍ଯ୍ୟକ୍ରମ ତୀବ୍ର ଗତିରେ ବୃଦ୍ଧି କରିଛି । ଚଳିତ ବର୍ଷ ଏବେ ସୁଦ୍ଧା ୧୦ରୁ ଅଧିକ ଥର ମିଶାଇଲ୍ ଟେଷ୍ଟ କରିସାରିଛି । ରାଜନୈତିକ ବାର୍ତ୍ତା ଦେବା, ସାମରିକ କ୍ଷମତା ପ୍ରଦର୍ଶନ କରିବା ଏବଂ ବାହ୍ୟ ଚାପର ପ୍ରତିକ୍ରିୟା ଦେବା ପାଇଁ ଏହି ପରୀକ୍ଷଣ କରାଯାଉଛି । ତେବେ ବାଲାଷ୍ଟିକ୍ ମିଶାଇଲ୍ ର ରେଞ୍ଜ୍ ସାଧାରଣତଃ ଏକ ହଜାର କିଲୋମିଟରରୁ କମ୍ । ଏଗୁଡ଼ିକ ଆଞ୍ଚଳିକ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ୍ କରିବା ପାଇଁ ବିକଶିତ କରାଯାଇଛି ।
