1 min read

ନଭେମ୍ବର ୧ରେ ‘ରାମଲୀଳା ମାର୍ଚ୍ଚ’ !

ନୂଆଦିଲ୍ଲୀ : ନଭେମ୍ବର ୧ ତାରିଖରେ ‘ରାମଲୀଳା ମାର୍ଚ୍ଚ’ରେ ବ୍ୟାପକ ସଂଖ୍ୟାରେ ଯୋଗଦେବାକୁ ଯୋଗ ଦେବାକୁ ଦେଶବାସୀଙ୍କୁ ରାହୁଲ ଗାନ୍ଧୀଙ୍କ ଆହ୍ୱାନ । ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସେ କହିଛନ୍ତି ଯେ ଏହା କୌଣସି ଗୋଟିଏ ରାଜନୈତିକ ଦଳର ଆନ୍ଦୋଳନ ନୁହେଁ, ବରଂ ଦେଶର ଆତ୍ମା, ଗଣତନ୍ତ୍ର ଏବଂ ସମ୍ବିଧାନକୁ ରକ୍ଷା କରିବାର ଏକ ମହାସଂଗ୍ରାମ । ଲୋକଙ୍କୁ ଉତ୍ସାହିତ କରି ରାହୁଲ ଗାନ୍ଧୀ କହିଛନ୍ତି, “ପୁଲିସ କିମ୍ବା ଲାଠିକୁ ଆଦୌ ଚିନ୍ତା କରନ୍ତୁ ନାହିଁ । ବିଜେପି ଏଭଳି କୌଣସି କାର୍ଯ୍ୟ କରିବାକୁ ସାହସ କରିବ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହ ଏବଂ ଜ୍ଞାନେଶ କୁମାରଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇଥିବା ଏବଂ ଗଣତନ୍ତ୍ରକୁ ଭଲ ପାଉଥିବା ସମସ୍ତ ଲୋକେ ଏଥିରେ ସାମିଲ ହୁଅନ୍ତୁ ।” ସେ ବିଶେଷ କରି ଛାତ୍ର ସମାଜକୁ ଆଗେଇ ଆସିବାକୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *