ବନାସକାଣ୍ଠା ଦେଶର ପରମ୍ପରାକୁ ଜୀବନ୍ତ ରଖିଛି : ପ୍ରଧାନମନ୍ତ୍ରୀ 
1 min read

ବନାସକାଣ୍ଠା ଦେଶର ପରମ୍ପରାକୁ ଜୀବନ୍ତ ରଖିଛି : ପ୍ରଧାନମନ୍ତ୍ରୀ 

ନୂଆଦିଲ୍ଲୀ : ବାନାସକାଣ୍ଠାରେ, ପ୍ରଧାନମନ୍ତ୍ରୀ ମୋଦି ୧୪,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ସେଗୁଡ଼ିକର ଉଦଘାଟନ କରିଛନ୍ତି। ଏହା ସହିତ,ସେ ‘ପିଏମ-କିସାନ’ ଯୋଜନାର ୨୪ତମ କିସ୍ତି ମଧ୍ୟ ଜାରି କରିଛନ୍ତି, ଯାହାର ପରିମାଣ ପ୍ରାୟ ୧୯,୦୦୦କୋଟି ଟଙ୍କା ଅଟେ। ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ମୋଦି ବିରୋଧୀ ଦଳଗୁଡ଼ିକ ଉପରେ କଡ଼ାଆକ୍ରମଣ କରି କହିଲେ, ‘ସେମାନେ ଦେଶକୁ ଅସୁବିଧାରେ ଦେଖିବାକୁ ଚାହାଁନ୍ତି। ଦେଶ ଯେତେବେଳେକୌଣସି ସଙ୍କଟର ସମ୍ମୁଖୀନ ହୁଏ, ସେତେବେଳେ ସେମାନେ ଖୁସି ହୁଅନ୍ତିଇରାନକୁ ନେଇ ବର୍ତ୍ତମାନଦେଖାଦେଇଥିବା ଉତ୍ତେଜନା ଏହାର ଏକ ସଦ୍ୟ ଉଦାହରଣ।’ ସେ ଆହୁରି ମଧ୍ୟ କହିଲେ, ‘ଯେତେବେଳେଭାରତ ଏକଜୁଟ ହୋଇ ଏଭଳି ଆହ୍ବାନଗୁଡ଼ିକର ର କରିବାରେ ବ୍ୟସ୍ତ ଅଛନ୍ତି। ସେମାନେ ଦାବି କରିଥିଲେ ଯେ ସାର ମିଳିବ ନାହିଁ ଏବଂ ଚାଷୀଙ୍କମନରେ ଭୟ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ। ଏପରିକି ସେମାନେ ମହିଳାମାନଙ୍କୁ ମଧ୍ୟ ଭୟଭୀତ କରିକହିଥିଲେ ଯେ ରୋଷେଇ ଗ୍ୟାସ ଯୋଗାଣ ବନ୍ଦ ହୋଇଯିବ। ମୋଦିଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେଦେଶରେ ଅରାଜକତା ସୃଷ୍ଟି କରିବା ହିଁ ସେମାନଙ୍କର ଯୋଜନା ଥିଲା।’ ପ୍ରଧାନମନ୍ତ୍ରୀ ମୋଦି ଦୃଢ଼ତାର ସହକହିଲେ ଯେ, ସେ ନିଜର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଦେଶବାସୀଙ୍କ ସେବା କରିଚାଲିବେ। ଏହି କାର୍ଯ୍ୟକ୍ରମରେଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଲେ, ‘ଦେଶବାସୀଙ୍କ ପାଇଁ ଏହା ଏକ ଆଶ୍ଚର୍ଯ୍ୟର ବିଷୟହୋଇପାରେ ଯେ, ଏଠାରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ‘ଚାରପାଇ’ (ପାରମ୍ପରିକ ଖଟିଆ) ଉପରେବସିଛନ୍ତି। ବନାସକାଣ୍ଠା ଆମ ଗ୍ରାମୀଣ ପରମ୍ପରାକୁ ପୁନର୍ଜୀବିତ କରିଛି। ଯଦି ଏ ବିଷୟରେ ଗିନିଜ ୱାଲର୍‌ଡରେକର୍ଡସକୁ ଜଣାଯାଇଥାନ୍ତା, ତେବେ ସେମାନେ ନିଶ୍ଚିତ ଭାବରେ ଏହାକୁ ଏକ ବିଶ୍ୱ ରେକର୍ଡ ଭାବରେସ୍ବୀକୃତି ଦେଇଥାନ୍ତେ।’ ପ୍ରଧାନମନ୍ତ୍ରୀ ମୋଦି କହିଲେ, ‘ଆଜି ଏଠାରେ ମହିଳା, ଶିଶୁ, କୃଷକ ଏବଂପଶୁପାଳକମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ଅନେକ ପ୍ରକଳ୍ପର ଉଦଘାଟନ କିମ୍ବା ଭିତ୍ତିପ୍ରସ୍ତର ସ୍ଥାପନକରାଯାଇଛି। ଏହା ସହିତ, ଦେଶବ୍ୟାପୀ କୋଟି କୋଟି କ୍ଷୁଦ୍ର ଚାଷୀଙ୍କ ଆକାଉଣ୍ଟକୁ ‘ପିଏମ କିସାନ ସମ୍ମାନନିଧି’ର ଏକ ନୂତନ କିସ୍ତି ମଧ୍ୟ ପହଞ୍ଚିଛି…।’ ସେ ଆହୁରି ମଧ୍ୟ କହିଲେ, “ବନାସକାଣ୍ଠା ଦେଶର ପରମ୍ପରାକୁଜୀବନ୍ତ ରଖିଛି। ଆମର କୃଷକମାନେଯେଉଁମାନେ ଆମକୁ ଅନ୍ନ ଯୋଗାନ୍ତିସେମାନେ ‘ବିକଶିତ ଭାରତ’ରଅନ୍ୟତମ ମଜବୁତ ସ୍ତମ୍ଭ ଅଟନ୍ତି। ଆମ ସରକାର କୃଷକମାନଙ୍କ ସଶକ୍ତିକରଣକୁ ପ୍ରାଥମିକତା ଦେଇଛନ୍ତି।୨୦୧୩ ମସିହା ତୁଳନାରେ ଆଜି କୃଷି ବଜେଟ ପାଞ୍ଚ ଗୁଣ ବୃଦ୍ଧି ପାଇଛି। ‘ପିଏମ କିସାନ ସମ୍ମାନ ନିଧି’ କୋଟିକୋଟି କୃଷକଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି।’

Leave a Reply

Your email address will not be published. Required fields are marked *