କ୍ରୀଡ଼ା
ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୬ରେ ଭାରତୀୟ ମହିଳା ଖେଳାଳିଙ୍କ ଦମ୍ଦାର ପ୍ରଦର୍ଶନ
ନୂଆଦିଲ୍ଲୀ: ସ୍କଟଲ୍ୟାଣ୍ଡର ଗ୍ଲାସଗୋ ସହରରେ ସମ୍ପନ୍ନ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୬ (Commonwealth Games 2026) ରେ ଭାରତୀୟ ଆଥଲେଟ୍ମାନେ ପୁଣି ଥରେ ବିଶ୍ୱ କ୍ରୀଡ଼ା ମଞ୍ଚରେ ଦେଶର ଧ୍ୱଜା ଉଡ଼ାଇଛନ୍ତି। ବିଶେଷ କରି ଏହି ସଂସ୍କରଣରେ ଭାରତୀୟ ନାରୀ ଶକ୍ତିର ଅପୂର୍ବ ଦକ୍ଷତା, ସଂକଳ୍ପ ଓ ପ୍ରଭୁତ୍ୱ ସାରା ବିଶ୍ୱକୁ ଚକିତ କରିଛି। ଭାରତ ହାସଲ କରିଥିବା ମୋଟ ୧୩ଟି ସ୍ୱର୍ଣ୍ଣ ପଦକ ମଧ୍ୟରୁ କେବଳ ମହିଳା ଖେଳାଳିମାନେ ୮ଟି ସ୍ୱର୍ଣ୍ଣ କବଜା କରିଛନ୍ତି, ଯାହା ମୋଟ […]
୨୦୨୬ କମନ୍ୱେଲ୍ଥ ଗେମ୍ସ୍ ସମାପ୍ତ; ୨୦୩୦ରେ ଅହମ୍ମଦାବାଦରେ ହେବ ପରବର୍ତ୍ତୀ ମହାକୁମ୍ଭ
ୱାଶିଂଟନ୍/ଗ୍ଲାସଗୋ: ଆନନ୍ଦ ଓ ଉତ୍ସାହର ମଧ୍ୟରେ ୨୦୨୬ କମନ୍ୱେଲ୍ଥ ଗେମ୍ସ୍ ର ଉଦ୍ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡ଼ା ମହାକୁମ୍ଭରେ ଭାରତ ସମୁଦାୟ ୩୯ଟି ପଦକ (୧୩ଟି ସ୍ୱର୍ଣ୍ଣ, ୧୭ଟି ରୌପ୍ୟ ଏବଂ ୯ଟି କାଂସ୍ୟ) ଜିତି ପଦକ ତାଲିକାରେ ଚତୁର୍ଥ ସ୍ଥାନରେ ରହି କାର୍ଯ୍ୟ ସମାପ୍ତ କରିଛି। ଉଦ୍ଯାପନୀ ଦିବସରେ ଭାରତୀୟ ଖେଳାଳିମାନେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ କୌଣସି ନୂତନ ପଦକ ଜିତିବାରେ ସଫଳ ହୋଇନଥିଲେ। ଉଦ୍ଯାପନୀ ଦିବସର ମୁଖ୍ୟ ଆକର୍ଷଣ: ଭାରତକୁ […]
ଭାରତୀୟ ହକି ଦଳର ନୂଆ ‘ସାଫ୍ରନ୍’ ଜର୍ସିକୁ ଅଧିନାୟକ ହରମନପ୍ରୀତଙ୍କ ସମର୍ଥନ
ନୂଆଦିଲ୍ଲୀ, ୩୦/୦୭: ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜାରି ରହିଥିବା ବେଳେ ଏହାକୁ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ସିଂ ସମ୍ପୂର୍ଣ୍ଣ ସମର୍ଥନ କରିଛନ୍ତି। ହକି ଇଣ୍ଡିଆ (HI) ପକ୍ଷରୁ ନୂତନ ‘ସାଫ୍ରନ୍’ (କେଶରୀ) ରଙ୍ଗର ଜର୍ସି ବଛାଯାଇଥିବା ବେଳେ, ଏହି ନିଷ୍ପତ୍ତିକୁ ନେଇ ଦଳର ସମସ୍ତ ଖେଳାଳି ଖୁବ୍ ସକରାତ୍ମକ ଏବଂ ଉତ୍ସାହିତ ଥିବା ସେ ପ୍ରକାଶ କରିଛନ୍ତି। ଜର୍ସି ପରିବର୍ତ୍ତନର ଇତିହାସ ବିଷୟରେ ସ୍ପଷ୍ଟୀକରଣ ଦେଇ […]
IPL ଟ୍ରେଡ୍: ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟ୍ରେଡ୍ କରିବାକୁ ମୁମ୍ବାଇ ଇଣ୍ଡିଆନ୍ସର ଯୋଜନା, ରେସ୍ରେ ଦିଲ୍ଲୀ କ୍ୟାପିଟାଲ୍ସ
ନୂଆଦିଲ୍ଲୀ, ୨୮୲୭:ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ର ଆଗାମୀ ସିଜିନ୍ ପୂର୍ବରୁ ଏକ ବଡ଼ ଧରଣର ଖେଳାଳି ଟ୍ରେଡ୍କୁ ନେଇ ଚର୍ଚ୍ଛା ଜୋର୍ ଧରିଛି। ପାଞ୍ଚଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ନିଜର ଅଧିନାୟକ ତଥା ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟ୍ରେଡ୍ କରିବା ପାଇଁ ମନସ୍ଥ କରିଥିବା ଜଣାପଡ଼ିଛି। ଚେନ୍ନାଇ ସୁପର କିଙ୍ଗ୍ସ (CSK) ସହ ଚୁକ୍ତି ବିଫଳ ହେବା ପରେ ଏବେ ଦିଲ୍ଲୀ କ୍ୟାପିଟାଲ୍ସ ହାର୍ଦ୍ଦିକଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ଆଗ୍ରହ ପ୍ରକାଶ […]
ଏସିଆନ୍ ଗେମ୍ସ କ୍ରିକେଟ୍: ସିଧାସଳଖ କ୍ୱାର୍ଟର ଫାଇନାଲରେ ଭାରତ ଓ ପାକିସ୍ତାନ, ଶ୍ରେୟସ ଓ ହରମନପ୍ରୀତଙ୍କ ହାତରେ ମଙ୍ଗ
ନୂଆଦିଲ୍ଲୀ: ଜାପାନରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ୍ ଗେମ୍ସରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ ଏବଂ ପାକିସ୍ତାନର ଉଭୟ ପୁରୁଷ ଓ ମହିଳା କ୍ରିକେଟ୍ ଦଳକୁ ସିଧାସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ ମିଳିଛି। ଉଭୟ ପ୍ରତିଯୋଗିତା ଜାପାନର ଆଇଚି ପ୍ରଦେଶର କୋରୋଜି ଆଥଲେଟିକ୍ ପାର୍କରେ ଟି-୨୦ (T-20) ଫର୍ମାଟରେ ଖେଳାଯିବ ବୋଲି ସୂଚନା ମିଳିଛି। ମହିଳା କ୍ରିକେଟ୍ ଦଳର କାର୍ଯ୍ୟସୂଚୀ ପୁରୁଷ କ୍ରିକେଟ୍ ଦଳର କାର୍ଯ୍ୟସୂଚୀ
CWG ୨୦୨୬: ଗ୍ଲାସଗୋରେ ଭାରତର ଶୁଭାରମ୍ଭ, ବିନା ମ୍ୟାଚ୍ରେ ପଦକ ପକ୍କା କଲେ ବକ୍ସର ଲଭଲିନା
ନୂଆଦିଲ୍ଲୀ, ୨୩/୭: କମନୱେଲଥ ଗେମ୍ସ (CWG) ୨୦୨୬ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହେବା ପୂର୍ବରୁ ହିଁ ଭାରତ ପାଇଁ ଆସିଛି ଏକ ବଡ଼ ଓ ଉତ୍ସାହଜନକ ଖବର । ଆୟୋଜନ ଆରମ୍ଭରୁ ହିଁ ଦେଶ ପାଇଁ ପ୍ରଥମ ପଦକ ସୁନିଶ୍ଚିତ ହୋଇସାରିଛି । ସ୍କଟଲ୍ୟାଣ୍ଡର ଗ୍ଲାସଗୋଠାରେ ଆୟୋଜିତ ଏହି ୨୩ତମ କମନୱେଲଥ ଗେମ୍ସରେ ଭାରତର ତାରକା ଆସାମିଜ୍ ବକ୍ସର ତଥା ଅଲିମ୍ପିକ୍ ପଦକ ବିଜେତା ଲଭଲିନା ବୋରଗୋହେନ୍ ଏହି ସଫଳତା ହାସଲ କରିଛନ୍ତି । ବିନା ମ୍ୟାଚ୍ରେ […]
ଫିଫା ବିଶ୍ୱକପ ହିରୋଙ୍କ ଭାରତ ଲିଙ୍କ୍
ନୂଆଦିଲ୍ଲୀ,୨୩/୭: ଫେରାନ୍ ଟୋରେସ୍ ଫିଫା ବିଶ୍ୱକପ୍ର ଇତିହାସରେ ସବୁ ଦିନ ପାଇଁ ନିଜ ନାଁକୁ ଲିପିବଦ୍ଧ କରିଦେଇଛନ୍ତି।ଫାଇନାଲ ମ୍ୟାଚ୍ର ୧୦୬ତମ ମିନିଟ୍ରେ ତାଙ୍କର ଶକ୍ତିଶାଳୀ ଶଟ୍ ସ୍ପେନ୍କୁ ଦ୍ୱିତୀୟଥର ପାଇଁ ବିଶ୍ୱଚାମ୍ପିୟନ କରାଇ ଦେଇଛି। ଏହି ବିଜୟୀ ଗୋଲ୍ ପାଇଁ ବିଶ୍ୱ ତାଙ୍କୁ ସବୁବେଳେ ମନେ ରଖିବ। ୨୬ ବର୍ଷୀୟ ଏହି ଫରୱାର୍ଡ କ୍ଲବ୍ ଫୁଟବଲ୍ରେ ଏଫ୍ସି ବାର୍ସେଲୋନା ପାଇଁ ଖେଳନ୍ତି। ଏବେ ତାଙ୍କ ଟ୍ରଫି କ୍ୟାବିନେଟ୍ରେ ଦୁଇଟି ସର୍ବବୃହତ୍ ଅନ୍ତର୍ଜାତୀୟ ଟ୍ରଫି ରହିଛି। କିନ୍ତୁ ଅନେକ ଜାଣି ନଥିବେ ଯେ ସ୍ପେନ୍ର ଫିଫା ବିଶ୍ୱକପ୍ ୨୦୨୬ର ହିରୋ ଫେରାନ୍ ଟୋରେସ୍ଙ୍କର ଭାରତ ସହ ବିଶେଷ ସମ୍ପର୍କ ରହିଛି। ବିଶ୍ୱକପ୍ ଫାଇନାଲ୍ରେ ତାଙ୍କ ଗୌରବମୟ ବିଜୟୀ ଗୋଲ୍ର ପ୍ରାୟ ୯ ବର୍ଷ ପୂର୍ବରୁ ୧୭ ବର୍ଷ ବୟସର ଜଣେ ଯୁବ ଖେଳାଳି ଭାବେ ଫେରାନ୍ ଟୋରେସ୍ ଭାରତ ଆସିଥିଲେ। ଏଠାରେ ସେ ସ୍ପେନ୍କୁ ଫିଫା ଅଣ୍ଡର ୧୭ ବିଶ୍ୱକପ୍ ୨୦୧୭ରେ ରୌପ୍ୟ ପଦକ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେତେବେଳେ ଭାଲେନ୍ସିଆର ଏକାଡେମୀର ଖେଳାଳି ଥିଲେ ଫେରାନ। ଟିମରେ ପ୍ରାୟତଃ ରାଇଟ୍-ୱିଙ୍ଗର୍ ଭାବେ ଖେଳୁଥିବା ଫେରାନ୍ ଫାଇନାଲ୍ ପର୍ଯ୍ୟନ୍ତ ସ୍ପେନ୍ର ଯାତ୍ରାରେ ୨ଟି ଗୋଲ୍ ଓ ୨ଟି ଆସିଷ୍ଟ୍ କରିଥିଲେ। ଫାଇନାଲ୍ରେ ଇଂଲଣ୍ଡ ବିପକ୍ଷରେ ସ୍ପେନ୍ର ୨-୫ ପରାଜୟ ମ୍ୟାଚ୍ରେ ମଧ୍ୟ ସେ ଷ୍ଟାର୍ଟିଂ ଏକାଦଶରେ ରହିଥିଲେ। ରବିବାର ଫାଇନାଲରେ ଐତିହାସିକ ଗୋଲ୍ ମାରିବାର ଅନେକ ବର୍ଷ ପୂର୍ବରୁ ଫେରାନ୍ଙ୍କ ଅସାଧାରଣ ପ୍ରତିଭାର ପ୍ରଥମ ଝଲକ ଭାରତର କୋଚି ସ୍ଥିତ ଜବାହରଲାଲ ନେହରୁ ଷ୍ଟାଡିୟମ୍ ଓ କୋଲକାତାର ବିବେକାନନ୍ଦ ଯୁବଭାରତୀ କ୍ରୀଡ଼ାଙ୍ଗନରେ ଦେଖିବାକୁ ମିଳିଥିଲା। ସ୍ପେନ୍ର ୨୦୨୬ ବିଶ୍ୱକପ୍ ବିଜେତା ଦଳରେ ଆଉ ଜଣେ ଏମିତି ଖେଳାଳି ଅଛନ୍ତି, ଯିଏ ଭାରତୀୟ ମାଟିରେ ମଧ୍ୟ ନିଜ ପ୍ରତିଭାର ପ୍ରଥମ ଛାପ ଛାଡ଼ିଥିଲେ। ଫେରାନ୍ଙ୍କ ବାର୍ସେଲୋନା ସାଥୀ ଓ ସେଣ୍ଟର୍-ବ୍ୟାକ୍ ଏରିକ୍ ଗାର୍ସିଆ ମଧ୍ୟ ସେହି ସ୍ପେନ୍ ଅଣ୍ଡର ୧୭ ଟିମର ସଦସ୍ୟ ଥିଲେ, ଯିଏ ଭାରତ ଗସ୍ତ କରିଥିଲା। ଆର୍ଜେଣ୍ଟିନା ବିପକ୍ଷରେ ଫିଫା ବିଶ୍ୱକପ୍ ୨୦୨୬ ଫାଇନାଲ୍ରେ ଏରିକ୍ ମାତ୍ର ୨୧ ମିନିଟ୍ ପାଇଁ ପଡ଼ିଆରେ ନଜର ଆସିଥିଲେ। ବିଶ୍ୱକପ୍ ଫାଇନାଲ୍ରେ ଫେରାନ୍ ସଠିକ୍ ସମୟରେ ସଠିକ୍ ସ୍ଥାନରେ ଥିଲେ। ନିକୋ ୱିଲିୟମ୍ସଙ୍କ ହେଡର୍ ପୋଷ୍ଟରେ ବାଜି ଫେରିଆସିବା ମାତ୍ରେ ଟୋରେସ୍ ବିଜୁଳି ବେଗରେ ପ୍ରତିକ୍ରିୟା ଦେଖାଇ ୧୦୬ତମ ମିନିଟ୍ରେ ବଲ୍କୁ ନେଟ୍ ଭିତରକୁ ମାରିଦେଇଥିଲେ। ଏଥିପାଇଁ ତାଙ୍କୁ ଫାଇନାଲରେ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ମିଳିଛି। ସେହିପରି ସ୍ପେନ୍ ପାଇଁ ବିଶ୍ୱକପ୍ ବିଜୟୀ ଗୋଲ୍ କରିଥିବା ଖେଳାଳି ଆନ୍ଦ୍ରେସ୍ ଇନିଏସ୍ତାଙ୍କ ସହ ନିଜକୁ ସମକକ୍ଷ କରିପାରିଛନ୍ତି। ବିପୁଳ ସଂଖ୍ୟାର ଦର୍ଶକ ସାମ୍ନାରେ ପ୍ରଦର୍ଶନ କରିବା ଫେରାନ୍ଙ୍କ ପାଇଁ ନୂଆ କଥା ନୁହେଁ। କ୍ୟାମ୍ପ ନୌରେ ସେ ପ୍ରତି ସପ୍ତାହରେ ପ୍ରାୟ ୧ ଲକ୍ଷ ଦର୍ଶକଙ୍କ ସାମ୍ନାରେ ଖେଳନ୍ତି। ଏବେ ସେ ବିଶ୍ୱକପ୍ ଫାଇନାଲ୍ରେ ୮୦ ହଜାରରୁ ଅଧିକ ଦର୍ଶକଙ୍କ ସାମ୍ନାରେ ସ୍ମରଣୀୟ ବିଜୟୀ ଗୋଲ୍ କରିଛନ୍ତି। କିନ୍ତୁ ଖଚାଖଚ ଭିଡ଼ ଷ୍ଟାଡିୟମ୍ରେ ଖେଳିବାର ପ୍ରଥମ ଅନୁଭବ ଫେରାନ ୨୦୧୭ରେ ଭାରତର କୋଚି ଓ କୋଲକାତାରେ ପାଇଥିଲେ। ସେ ନିଜ କ୍ୟାରିୟରର ପ୍ରଥମ ବଡ଼ ସମ୍ମାନ ଭାରତରେ ହିଁ ଜିତିଥିଲେ।
ଇଂଲଣ୍ଡ ଗସ୍ତ ନିରାଶାଜନକ ଭାବେ ଶେଷ ହୋଇଛି; ଫିଟ୍ ନଥାଇ ବି ଖେଳୁଛନ୍ତି ଖେଳାଳି!
ନୂଆଦିଲ୍ଲୀ,୨୩/୭: ଭାରତୀୟ ଦିନିକିଆ ଦଳର ଅଧିନାୟକ ଶୁବମନ ଗିଲ୍ ଖେଳାଳିମାନଙ୍କ ବାରମ୍ବାର ଆଘାତ ସମସ୍ୟାକୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଶେଷ କରି ଖେଳାଳିଙ୍କ ହାମ୍ଷ୍ଟ୍ରିଙ୍ଗ୍ ସମସ୍ୟା ଦଳ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି। ରିପୋର୍ଟ ଅନୁସାରେ, ବେଙ୍ଗାଲୁରୁସ୍ଥିତ ‘ସେଣ୍ଟର ଅଫ୍ ଏକ୍ସଲେନ୍ସ’ (CoE), ଟିମ୍ ମ୍ୟାନେଜମେଣ୍ଟ ଏବଂ ଖେଳାଳିଙ୍କ ମଧ୍ୟରେ ସଠିକ୍ ଯୋଗାଯୋଗ ହୋଇପାରୁ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଖେଳାଳିମାନେ ସମ୍ପୂର୍ଣ୍ଣ ଫିଟ୍ ନଥାଇ ମଧ୍ୟ ପଡ଼ିଆକୁ ଓହ୍ଲାଉଛନ୍ତି। CoE ରେ ‘ନିତିନ ପଟେଲ’ ପଦ ଛାଡ଼ିବା ପରଠାରୁ ମୁଖ୍ୟ ମେଡିକାଲ ଅଫିସର ପଦବୀ ଖାଲି ପଡ଼ିଛି ଏବଂ ୨୦୨୩ର ଏସଓପି (SOP) ରେ କୌଣସି ଅପଡେଟ୍ ହୋଇନାହିଁ। ଚଳିତ ବର୍ଷ ଫେବ୍ରୁଆରୀ ଟି-୨୦ ବିଶ୍ୱକପ୍ ସମୟରେ ୱାଶିଂଟନ୍ ସୁନ୍ଦର ସମ୍ପୂର୍ଣ୍ଣ ଫିଟ୍ ନଥାଇ ମଧ୍ୟ ଦଳରେ ସାମିଲ ହୋଇଥିଲେ। ମ୍ୟାଚ୍ ଖେଳିବା ପାଇଁ ତାଙ୍କୁ ଅତି କମ୍ରେ ୧୦ ଦିନ ସମୟ ଦରକାର ଥିବା ବେଳେ ମ୍ୟାନେଜମେଣ୍ଟ ଜୋରଜବରଦସ୍ତ ତାଙ୍କୁ ପ୍ରସ୍ତୁତ କରିଥିବା ଅଭିଯୋଗ ହୋଇଛି। ଆଣ୍ଠୁ ଆଘାତ ପରେ ହର୍ଷିତ ରାଣା ନିଜର ପୂର୍ବ ଓଜନ ହାସଲ କରିନଥିଲେ ମଧ୍ୟ ଟିମ୍ ମ୍ୟାନେଜମେଣ୍ଟର ଜିଦ୍ ଯୋଗୁଁ CoE ତାଙ୍କୁ ଖେଳିବାକୁ କ୍ଲିୟରାନ୍ସ ଦେଇଥିଲା। ସେହିପରି ବୋଲିଂ ସ୍ପିଡ୍ ବୃଦ୍ଧି କରିବା ପାଇଁ ଇଂଲିଶ କୋଚ୍ ଷ୍ଟେଫାନ୍ ଜୋନ୍ସଙ୍କ ସହ କାମ କରୁଛନ୍ତି ନୀତିଶ। ମାତ୍ର ବଡ଼ ଟୁର୍ନାମେଣ୍ଟ ପୂର୍ବରୁ ହଠାତ୍ ଅଧିକ ସ୍ପିଡ୍ ପାଇଁ ବୋଲିଂ କରିବା ତାଙ୍କ ଉପରେ ଚାପ ପକାଉଛି। ତେବେ ଗତବର୍ଷ କର୍ମଚାରୀଙ୍କ ପରିବର୍ତ୍ତନ ପରେ ସିନିୟର ଖେଳାଳିମାନେ ନୂଆ ନିୟମ ସହ ଅଭ୍ୟସ୍ତ ହୋଇପାରୁ ନାହାଁନ୍ତି। ଆଜିକାଲି ସବୁ ଫର୍ମାଟ୍ ଖେଳୁଥିବା ଖେଳାଳିଙ୍କ ସଂଖ୍ୟା କମ୍। ଯେଉଁ ଖେଳାଳିମାନେ CoE ରେ ରିହାବିଲିଟେସନ୍ କରୁନାହାଁନ୍ତି, ବୋର୍ଡର ମେଡିକାଲ ଟିମ୍ ସେମାନଙ୍କ ସହ କୌଣସି ଯୋଗାଯୋଗ ରଖୁନାହିଁ। ଫଳରେ ଜାତୀୟ ଦଳରୁ ବାହାରେ ଥିବା ସମୟରେ ଖେଳାଳିମାନେ ନିଜର ଫିଟନେସ୍କୁ ନେଇ ଚିନ୍ତାରେ ରହୁଛନ୍ତି। ବୋର୍ଡର ମେଡିକାଲ ଟିମ୍ ଏବଂ ଟିମ୍ ମ୍ୟାନେଜମେଣ୍ଟ ମଧ୍ୟରେ ଏହି ଯୋଗାଯୋଗର ଅଭାବ ଏବେ ଭାରତୀୟ କ୍ରିକେଟ୍ ଦଳ ପାଇଁ ବଡ଼ ସଙ୍କଟ ।
ଅବସର ନେବେ କି ରୋହିତ ଶର୍ମା ?
ନୂଆଦିଲ୍ଲୀ, ଜୁଲାଇ ୧୮: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଅବସରକୁ ନେଇ ସୋସିଆଲ ମିଡିଆ ଏବଂ କିଛି ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ଚାଲିଥିବାବେଳେ, ଏହି ପ୍ରସଙ୍ଗରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ବୋର୍ଡ ସଚିବ ଦେବଜିତ ସାଇକିଆ କହିଛନ୍ତି ଯେ, ଲର୍ଡସରେ ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚ ରୋହିତଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ ହେବ ବୋଲି କୌଣସି ଆଧିକାରିକ ଆଲୋଚନା କିମ୍ବା ନିଷ୍ପତ୍ତି ହୋଇନାହିଁ। ତେବେ ଅବସର ସମ୍ପର୍କିତ […]
ଫିଫା ବିଶ୍ୱକପ୍ ଫାଇନାଲ୍ ୨୦୨୬! ଫାଇନାଲରେ ଆର୍ଜେଣ୍ଟିନା-ସ୍ପେନ୍ ମହାମୁକାବିଲା
ନ୍ୟୁୟର୍କ, ଜୁଲାଇ ୧୬ (ପ୍ରଜାତନ୍ତ୍ର ଡେଲି): ୨୦୨୬ ଫିଫା ବିଶ୍ୱକପ୍ର ଫାଇନାଲ୍ ଲାଇନ୍-ଅପ୍ ସ୍ପଷ୍ଟ ହୋଇଛି। ଡିଫେଣ୍ଡିଂ ଚାମ୍ପିଅନ୍ ଆର୍ଜେଣ୍ଟିନା ଏବଂ ୟୁରୋପିଆନ୍ ଚାମ୍ପିଅନ୍ ସ୍ପେନ୍ ମଧ୍ୟରେ ବିଶ୍ୱକପ୍ ଟ୍ରଫି ପାଇଁ ରବିବାର ମହାମୁକାବିଲା ହେବ। ସେମିଫାଇନାଲରେ ଆର୍ଜେଣ୍ଟିନା ୨-୧ ଗୋଲରେ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲକୁ ପହଞ୍ଚିଥିଲା। ଅନ୍ୟପଟେ ସ୍ପେନ୍ ଶକ୍ତିଶାଳୀ ଫ୍ରାନ୍ସକୁ ୨-୦ରେ ହରାଇ ଫାଇନାଲରେ ପ୍ରବେଶ କରିଛି। ସେମିଫାଇନାଲରେ ସ୍ପେନ୍ ବଲ୍ ଦଖଲ, ସଠିକ୍ ପାସିଂ ଓ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି […]
