1 min read

ସତ୍ତା ହରାଉଛି ‘ଅଳକା’

ଜବରଦଖଲ ଯୋଗୁଁ ବନ୍ଦ ହୋଇଗଲାଣି ଜଳପ୍ରବାହ ଜଗତସିଂହପୁର/୨୮-୦୮-୨୪(ପିପିଏସ): କାଠଯୋଡ଼ିର ଶାଖା ନଦୀ ଦେବୀରୁ ବାହାରିଥିଲା ଅଳକା ନଦୀ। ଦିନେ ଏହି ନଦୀ ବାଟ ଦେଇ ଇଂରେଜମାନେ ମାଲ୍‌ ପରିବହନ କରୁଥିଲେ।‌ ସମୁଦ୍ରରେ ଥିବା ଜାହଜରେ ମାଲ୍‌ ବୋଝେଇ କରି ବୋଟ୍‌ଗୁଡ଼ିକ ଫେରୁଥିଲା। ନଦୀରେ ଉଦ୍‌ବୃତ୍ତ ବର୍ଷା ଜଳ ମଧ୍ୟ ନିଷ୍କାସିତ ହୋଇପାରୁଥିଲା। ଅଳକା ନଦୀ କୂଳରେ ଚାଷବାସ ସହ ଜନବସତି ଗଢ଼ି ଉଠିଥିଲା। ଚାଷ ଜମିକୁ ଜଳସେଚନ ହେଉଥିଲା। ଏବେ କିନ୍ତୁ ବ୍ୟାପକ ଜବରଦଖଲ ପ୍ରକ୍ରିୟାରେ ସତ୍ତା […]

1 min read

ବଡ଼ଚଣା ବ୍ଲକରେ ଝାଡ଼ାବାନ୍ତି

ଚଣ୍ଡିଖୋଲ/ଭୁବନେଶ୍ୱର ୨୮-୦୮-୨୪(ପିପିଏସ): ବଡ଼ଚଣା ବ୍ଲକ ସିହା ପଞ୍ଚାୟତର ସିହା ସହର ସାହିରେ ଗତ ଚାରି ଦିନ ହେବ ଝାଡ଼ାବାନ୍ତି ବ୍ୟାପିଛି। ଏଥିରେ ସାହିର ଏକାଧିକ ଲୋକ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସାହିର ଲୋକମାନେ ଅତ୍ୟନ୍ତ ଗରିବ ଓ ଶ୍ରମିକ ଶ୍ରେଣୀର। ସେମାନଙ୍କ ପାଖରେ ସ୍ବଚ୍ଛ ପିଇବା ପାଣି ନାହିଁ। ସାହିର ପରିବେଶ ଅସ୍ବାସ୍ଥ୍ୟକର ରହିଥିଲାବେଳେ କେହି ସ୍ୱାସ୍ଥ୍ୟ ସଚେତନ ନୁହନ୍ତି। ତେଣୁ ସାହିକୁ […]

1 min read

ନନ୍ଦନକାନନକୁ ଆସିଲେ ୨ଟି ଜିରାଫ ସହିତ ୨୦ ପଶୁପକ୍ଷୀ

ଭୁବନେଶ୍ୱର ୨୮-୦୮-୨୪(ପିପିଏସ) : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ କୁ ଆସିଲେ ନୂଆ ସଦସ୍ୟ। ପଶ୍ଚିମବଙ୍ଗ ଆଲିପୁର ଚିଡିଆଖାନା ଏବଂ ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ମଧ୍ୟରେ ପଶୁ ଅଦଳବଦଳ ପ୍ରକ୍ରିୟା ସଫଳ ହୋଇଛି। ଏହି ପ୍ରକ୍ରିୟା ଯୋଗୁ ନନ୍ଦନକାନନକୁ ଆସିଛନ୍ତି ୨ଟି ଜିରାଫ, ୨ଟି ଫିସିଂ କ୍ୟାଟ୍, ୮ଟି ଗ୍ରୀନ୍ ଇଗୁଆନା, ୨ଟି ସ୍ପୁନ ବିଲ୍ସ ଚଢେଇ ଏବଂ ୬ଟି ୱାଟର ମନିଟର୍ ଲିଜାର୍ଡ। ସେଇଭଳି ନନ୍ଦନକାନନରୁ ଗୋଟିଏ ବାଘ, ଦୁଇଟି ସିଂହ, ୨ଟି ହିମାଳୟାନ୍ କଳା […]

1 min read

କୁକୁଡ଼ା ଚାଷୀଙ୍କୁ ମିଳିବ କ୍ଷତିପୁରଣ:ମତ୍ସ ଓ ପଶୁ ସମ୍ପଦ ମନ୍ତ୍ରୀ

କ୍ଷତିପୂରଣ ବାବଦରେ ଛୋଟ କୁକୁଡ଼ାକୁ ୨୦ ଟଙ୍କା ଓ ବଡ଼ କୁକୁଡ଼ାକୁ ୭୦ ଟଙ୍କା ଭୁବନେଶ୍ୱର ୨୮-୦୮-୨୪(ପିପିଏସ): ବାର୍ଡ଼ ଫ୍ଲୁ’କୁ ନେଇ ମତ୍ସ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଚାଷୀମାନଙ୍କୁ କ୍ଷତିପୂରଣ ବାବଦରେ ଛୋଟ କୁକୁଡ଼ାକୁ ୨୦ ଟଙ୍କା ଓ ବଡ଼ କୁକୁଡ଼ାକୁ ୭୦ ଟଙ୍କା ଦେବାକୁ ଯୋଜନା କରୁଛି ବିଭାଗ। ଆଗକୁ ବାର୍ଡ଼ ଫ୍ଲୁ ନ ବ୍ୟାପିବା ସହ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ବିଭାଗକୁ […]

1 min read

ଶ୍ରେଣୀଗୃହରେ ଅସୁସ୍ଥ ହୋଇପଡ଼ିଲେ ୨୬ ଛାତ୍ରଛାତ୍ରୀ

ଭୁବନେଶ୍ୱର /୨୮-୦୮-୨୪(ପିପିଏସ): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ହସିମୁଦ୍ଦିନ ଉପ୍ରା ବିଦ୍ୟାଳୟ ଓ ମେଣ୍ଢପୁର ହାଇସ୍କୁଲରେ ଆଜି ପ୍ରାର୍ଥନା ଶ୍ରେଣୀ ସରିବା ପରେପରେ  ହଠାତ୍ ଜଣେ ପରେ ଜଣେ ଖୁସନାମା ଫିର୍ଦୋସ,ସାଦିଆ ତାବସୁମ୍,ସୋନିଆ ଫିର୍ଦୋସ୍,ଦରକଶା ନେସା,ଗୁଲପଶା ବେଗମ୍,ରୁବିନା ଖାତୁନ୍ରୁ ମାନା ବେଗମ,ନାଜିଆ ଫିର୍ଦୋସ୍, ତଇନା ପରିବିନ ଓ ରୁହାନି ନେସା ୨୫ଜଣ ଛାତ୍ରୀ ଓ ଜଣେ ଛାତ୍ର ସେକ୍ ସୁଏବ୍ଶ୍ୱା ସରୁଦ୍ଧ ହୋଇ ଅସୁସ୍ଥ ହୋଇପଡ଼ିଥିଲେ। ଏଭଳି ଘଟଣାରେ ପ୍ରଧାନ ଶିକ୍ଷକଙ୍କ ସମେତ ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ବ୍ୟତିବ୍ୟସ୍ତ […]

1 min read

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସୂଚନା : ବିଚାରାଧୀନ ଅଛି ୯୧ଜଣ ପୂର୍ବତନ ବିଡିଓଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର ୨୮-୦୮-୨୪(ପିପିଏସ) : ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୯୧ଜଣ ପୂର୍ବତନ ବିଡିଓଙ୍କ ବିରୁଦ୍ଧରେ ଏବେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଚାରାଧୀନ ରହିଛି । ଏହି କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାର ସମାପ୍ତି ପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ସୂଚନା ଦେଇଛନ୍ତି । ଆଜି ବିଧାନସଭାରେ ବିଜେଡି ବିଧାୟକ ପ୍ରଶାନ୍ତ କୁମାର ବେହେରାଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ନାଏକ ରାଜ୍ୟରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବିଚାରାଧୀନ ଥିବା […]

1 min read

ମାଗଣା ମଦ କୁ ନେଇ ନିଶାଡୀଙ୍କ ମହାଭାରତ, ଦୁଇ ଗିରଫ

ଭୁବନେଶ୍ବର/୨୮-୦୮-୨୪(ପିପିଏସ): ମାଗଣା ମଦ ନ ଦେବାରୁ ଦୋକାନୀଙ୍କ ମୁଣ୍ଡରେ ନିଶାଡୀ ମଦ ବୋତଲ ଭାଙ୍ଗିବା ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୁଲିସ। ଫିଲ୍ମ ଷ୍ଟାଇଲରେ ଦୋକାନରେ ଉନ୍ମତ୍ତ କାଣ୍ଡ ଘଟାଉଥିବା ଦୁଇ ଅଭିଯୁକ୍ତ ସନ୍ତୋଷ ଓ କାଲାରାମଙ୍କୁ ଗିରଫ କରାଯାଇଛି। ଏନେଇ ଜୋନ୍ ୪ ଏସପି ମାନସ କୁମାର ଦେଓ ସୂଚନା ଦେଇଛନ୍ତି।ଅଭିଯୋଗ ମୁତାବକ କଟକ ରୋଡ ନିକଟ ଏକ ବସ୍ତିର ଜଣେ ଯୁବକ ମଦ ପାଇଁ କାଉଣ୍ଟରକୁ ଯାଇଥିଲେ। ନିଶାସକ୍ତ ଅବସ୍ଥାରେ […]

1 min read

ଏସ୍‌ସିବି ଶବ ବ୍ୟବଚ୍ଛେଦ ଗୃହରେ ଆଣ୍ଠୁଏ ବର୍ଷାପାଣି

କଟକ /୨୮-୦୮-୨୪(ପିପିଏସ): ଟିକିଏ ଅଧିକ ବର୍ଷା ହେଲେ ଏସ୍‌ସିବି ପରିସରରେ ଥିବା ଶବ ବ୍ୟବଚ୍ଛେଦ ଗୃହରେ ଜମିଯାଉଛି ଆଣ୍ଠୁଏ ପାଣି। ଏମିତି ଅବସ୍ଥା ହେଉଛି ଯେ, ଅନେକ ସମୟରେ ଅଧାରୁ ବି ବନ୍ଦ ହୋଇଯାଉଛି ଶବ ବ୍ୟବଚ୍ଛେଦ। ଆଜି କଟକ‌ରେ କିଛି ସମୟ ଜୋର୍‌ ବର୍ଷା ହୋଇଯିବାରୁ ଏସ୍‌ସିବିର ଶବ ବ୍ୟବଚ୍ଛେଦ ଗୃହ ରାସ୍ତାରୁ ଆରମ୍ଭ କରି ଡାକ୍ତରଙ୍କ ଡ୍ୟୁଟି ରୁମ୍‌ରେ ବି ପାଣି ପଶି ଯାଇଥିଲା। ସେହି ପାଣି ଭିତରେ ଶବ ବ୍ୟବଚ୍ଛେଦ କରିବାକୁ ଡାକ୍ତର, […]

1 min read

ଜନ୍ମାଷ୍ଟମୀରେ ୫୦୦ କୋଟି ବେପାର: ଦେଶରେ ୨୫ ହଜାର କୋଟି

ଭୁବନେଶ୍ବର/ନୂଆଦିଲ୍ଲୀ/୨୮-୦୮-୨୪(ପିପିଏସ): ଚଳିତ ବର୍ଷ ଜନ୍ମାଷ୍ଟମୀକୁ ବଡ଼ ଉତ୍ସାହ ଓ ଉଲ୍ଲାସର ସହ ପାଳନ କରାଯାଇଛି। ଏହି ଉତ୍ସବକୁ ମିଷ୍ଟାନ୍ନ, ପିଠା, ପୋଷାକ ଆଦି ଜରିଆରେ ପାଳନ କରାଯାଉଥିବାରୁ ସେହି ବ୍ୟବସାୟୀମାନେ ବିଶେଷ ଭାବେ ଲାଭବାନ ହୋଇଛନ୍ତି। ଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି)ର ଓଡ଼ିଶା ସଭାପତି ସୁଧାକର ପଣ୍ଡା କହିଛନ୍ତି ଯେ ଚଳିତ ବର୍ଷ ଜନ୍ମାଷ୍ଟମୀରେ ରାଜ୍ୟରେ ୫୦୦ କୋଟି ଟଙ୍କାରୁ ଅଧିକ ବେପାର ହୋଇଥିବା ଆଶା କରାଯାଉଛି। ବିଶେ‌ଷ କରି ମିଷ୍ଟାନ୍ନ, ଫୁଲ ଓ ଫଳ, ରେଡ‌ିମେଡ୍‌ […]

1 min read

ହାର୍ପିସ୍ ଆକ୍ରାନ୍ତରେ ଛୁଆ ହାତୀ ‘ମାମା’ର ମୃତ୍ୟୁ

ଭୁବନେଶ୍ୱର ୨୮-୦୮-୨୪(ପିପିଏସ) : ଭୁବନେଶ୍ୱର ସ୍ଥିତ ଚନ୍ଦକାର ଡମପଡ଼ା କୁମାରଖୁଣ୍ଟି ହାତୀ ପ୍ରଶିକ୍ଷଣ କେନ୍ଦ୍ରରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି । ୭ ବର୍ଷର ଛୁଆହାତୀ ‘ମାମା’ର ମୃତ୍ୟୁ ନେଇ ଚନ୍ଦକା DFO ସୂଚନା ଦେଇଛନ୍ତି। ୨୦୧୭ରେ ଗୋଠଛଡ଼ା ‘ମାମା’କୁ ପ୍ରଶିକ୍ଷଣ କେନ୍ଦ୍ରକୁ ଅଣାଯାଇଥିଲା। ହାର୍ପିସ୍ ଭୂତାଣୁ ଆକ୍ରାନ୍ତରେ ତାର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ପୋଷ୍ଟମର୍ଟମ ପରେ କାରଣ ଜଣାପଡ଼ିବ ବୋଲି ଡିଏଫଓ କହିଛନ୍ତି। ପ୍ରଶିକ୍ଷଣ କେନ୍ଦ୍ରରେ ଥିବା ଆଉ ୩ ହାତୀ ମଧ୍ୟ […]