ମାଗଣା ମଦ କୁ ନେଇ ନିଶାଡୀଙ୍କ ମହାଭାରତ, ଦୁଇ ଗିରଫ
1 min read

ମାଗଣା ମଦ କୁ ନେଇ ନିଶାଡୀଙ୍କ ମହାଭାରତ, ଦୁଇ ଗିରଫ

ଭୁବନେଶ୍ବର/୨୮-୦୮-୨୪(ପିପିଏସ): ମାଗଣା ମଦ ନ ଦେବାରୁ ଦୋକାନୀଙ୍କ ମୁଣ୍ଡରେ ନିଶାଡୀ ମଦ ବୋତଲ ଭାଙ୍ଗିବା ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୁଲିସ। ଫିଲ୍ମ ଷ୍ଟାଇଲରେ ଦୋକାନରେ ଉନ୍ମତ୍ତ କାଣ୍ଡ ଘଟାଉଥିବା ଦୁଇ ଅଭିଯୁକ୍ତ ସନ୍ତୋଷ ଓ କାଲାରାମଙ୍କୁ ଗିରଫ କରାଯାଇଛି।

ଏନେଇ ଜୋନ୍ ୪ ଏସପି ମାନସ କୁମାର ଦେଓ ସୂଚନା ଦେଇଛନ୍ତି।ଅଭିଯୋଗ ମୁତାବକ କଟକ ରୋଡ ନିକଟ ଏକ ବସ୍ତିର ଜଣେ ଯୁବକ ମଦ ପାଇଁ କାଉଣ୍ଟରକୁ ଯାଇଥିଲେ। ନିଶାସକ୍ତ ଅବସ୍ଥାରେ ମାଗଣା ମଦ ଦେବାକୁ କହିଥିଲେ ସେ। କାଉଣ୍ଟର ଭିତରେ ଭାଇଗିରି ଦେଖାଇଥିଲେ। କିନ୍ତୁ ମାଗଣା ଦେବାକୁ ମନାକରିବାରୁ ଉତ୍ତ୍ୟକ୍ତ ହୋଇ ଭଙ୍ଗାରୁଜା କରିବା ଆରମ୍ଭ କରିଥିଲେ।  ଯାହାକୁ ଦେଖି ଗରାଖ ମଧ୍ୟ ଛତ୍ରଭଙ୍ଗ ଦେଇଥିଲେ। ଏ ନେଇ ଲକ୍ଷ୍ମୀସାଗର ଥାନାରେ ଏକ ଏତଲା ଦିଆଯାଇଥିଲା। ଅଭିଯୋଗ ଆଧାରରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। 

Leave a Reply

Your email address will not be published. Required fields are marked *