ଫ୍ଲାଏଦୁବାଇ ବିମାନରେ ଭାରତୀୟ କ୍ୟାପ୍ଟେନଙ୍କୁ ଆକ୍ରମଣ ଘଟଣା: ମାମଲା ରୁଜୁ କଲା ଏନଆଇଏ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଫ୍ଲାଏଦୁବାଇ ଆକ୍ରମଣ ଘଟଣାରେ ମାମଲା ରୁଜୁ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ। ଦୁବାଇରୁ ଇସ୍ରାଏଲ ଯାଉଥିବା ବିମାନର କକପିଟ୍ରେ ଭାରତୀୟ କ୍ୟାପ୍ଟେନ ସ୍ମିତ ମଚ୍ଛାରଙ୍କୁ ଆକ୍ରମଣ କରାଯାଇଥିଲା। କକପିଟ୍ରେ ଥିବା ଓମାନର ସହ ପାଇଲଟ ଏପରି ଆକ୍ରମଣ କରିଥିଲେ। ସେ ମଚ୍ଛାରଙ୍କୁ ଆକ୍ରମଣ କରି ବିମାନକୁ କ୍ରାଶ କରିବାକୁ ଚାହୁଁଥିଲେ ହେଁ ଏହା ସମ୍ଭବ ହୋଇ ନଥିଲା। ବିମାନଟି ସାଉଦି ଆରବରେ ଜରୁରୀ ଅବତରଣ କରିଥିଲା। ସେପ୍ଟେମ୍ବର ୩୦ […]
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ‘ଜେଡ୍ ପ୍ଲସ୍’ (Z+) ସୁରକ୍ଷା
ନୂଆଦିଲ୍ଲୀ: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟାକୁ ନେଇ ଚାଲିଥିବା ବିବାଦ ଏବଂ ବିରୋଧୀ ଦଳଗୁଡ଼ିକର କ୍ରମାଗତ ପ୍ରତିବାଦ ଓ ପ୍ରଦର୍ଶନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତାଙ୍କୁ ‘ଜେଡ୍ ପ୍ଲସ୍’ (Z+) ସୁରକ୍ଷା ବଳୟ ପ୍ରଦାନ କରିଛନ୍ତି। ଗୁପ୍ତଚର ଏଜେନ୍ସିଗୁଡ଼ିକର ସୁରକ୍ଷା ଆକଳନଏବଂ ଦିଲ୍ଲୀ ଓ ଆଗ୍ରା ସ୍ଥିତ ବାସଭବନ ବାହାରେ ହୋଇଥିବା ପ୍ରଦର୍ଶନ ପରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।ମୁଖ୍ୟ ନିର୍ବାଚନ କମିଶନରଙ୍କ […]
ଆମେରିକା ନିଜ ଇଚ୍ଛାରେ ଧୀରେ ଧୀରେ ଏକାକୀ ଶକ୍ତିରେ ପରିଣତ ହେଉଛି : ଏସ୍. ଜୟଶଙ୍କର
ନୂଆଦିଲ୍ଲୀ : ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି ଯେ, ଆମେରିକାର ବଦଳୁଥିବା ଭୂମିକା ଓ ଚାଇନାର ବଢ଼ୁଥିବା ଶକ୍ତି ବିଶ୍ୱ ବ୍ୟବସ୍ଥାକୁ ପ୍ରଭାବିତ କରୁଛି। ତାଙ୍କ ଅନୁସାରେ, ଆମେରିକା ନିଜ ଇଚ୍ଛାରେ ଧୀରେ ଧୀରେ ଏକାକୀ ଶକ୍ତିରେ ପରିଣତ ହେଉଛି । ଜୟଶଙ୍କର କହିଛନ୍ତି, ବର୍ତ୍ତମାନର ଅନ୍ତର୍ଜାତୀୟ ବ୍ୟବସ୍ଥା ଆମେରିକା–ଚାଇନା ମଧ୍ୟରେ ବଢୁଥିବା ତୀବ୍ର ପ୍ରତିଯୋଗିତା, […]
୫ ରାଜ୍ୟ ଗସ୍ତ କରିବେ ଡେପୁଟି ଇସି
ନୂଆଦିଲ୍ଲୀ: ଦେଶର ୫ଟି ରାଜ୍ୟରେ ଆଗାମୀ ଦିନରେ ହେବାକୁ ଥିବା ଗୁରୁତ୍ବପୂର୍ଣ୍ଣ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ବିଭିନ୍ନ ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ଡେପୁଟି ନିର୍ବାଚନ କମିସନରଙ୍କ ନେତୃତ୍ୱରେ କମିସନଙ୍କ ବରିଷ୍ଠ ଅଧିକାରୀମାନଙ୍କ ଏକ ସ୍ୱତନ୍ତ୍ର ଟିମ୍ ଚଳିତ ସପ୍ତାହରୁ ୫ଟି ରାଜ୍ୟକୁ ଗସ୍ତ ଆରମ୍ଭ କରିବେ। ସରକାରୀ ସୂତ୍ର ଅନୁଯାୟୀ, ଚଳିତ ସପ୍ତାହରେ ନିର୍ବାଚନ କମିସନଙ୍କ ଦଳ ପ୍ରଥମେ ଗୋଆ ଗସ୍ତ କରିବେ ଏବଂ ଏହାପରେ ଆଗାମୀ […]
ମହାନଦୀରେ ବନ୍ୟା ପାଣି, ମଣିପୁର ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ
ଭାପୁର : ମହାନଦୀରେ ବନ୍ୟା ଜଳ ଆସି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ପଞ୍ଚାୟତର ମଣିପୁର ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି। ସେହିପରି କରବର-ବୈଦେଶ୍ଵର ରାସ୍ତାର କାଳିଗିରି ପୋଲ ଉପରେ ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ବିଛିନ୍ନ ହୋଇଛି। ମହାନଦୀରେ ବନ୍ୟା ଆସିଥିବାରୁ କରବର ପଞ୍ଚାୟତର କରବର, ବଡ଼ବର, ଲଣ୍ଡାବର, ଗୁଡ଼ୁପଡ଼ା, ମାଣିତ୍ରି, ଶାସନ ପଞ୍ଚାୟତର ଯଶୋବନ୍ତପୁର, ଟିକିରିପଡ଼ା, ପଦ୍ମାବତୀ ପଞ୍ଚାୟତର ପଦ୍ମାବତୀ, ଝଗଡ଼ପଡ଼ା, ଧାନଚେଙ୍ଗଡ଼ା ପଞ୍ଚାୟତର ଧାନଚେଙ୍ଗଡ଼ା, ଲଷ୍ମୀପ୍ରସାଦ, […]
ବନ୍ୟା ଘେରରୁ ଉଦ୍ଧାର ଗର୍ଭବତୀ, ଜନ୍ମ ଦେଲେ ଶିଶୁକନ୍ୟା
ଧାମନଗର : ବନ୍ୟାଜଳ ଘେରରେ ଫସିଥିବା ୯ ମାସର ଗର୍ଭବତୀଙ୍କୁ ଗ୍ରାମବାସୀ ଉଦ୍ଧାର କରି ମେଡିକାଲରେ ପହଞ୍ଚାଇବାରୁ ସେ ଏକ ଶିଶୁକନ୍ୟା ଜନ୍ମ ଦେଇଛନ୍ତି। ବନ୍ୟାର ବିପତ୍ତି ମଧ୍ୟରେ ନବଜାତ ଶିଶୁର ଆଗମନ ପରିବାରରେ ଖୁସି ଆଣିଛି। ଧାମନଗର ବ୍ଲକ ବମକୁରା ଗ୍ରାମର ଉତ୍ତମ ଦଳାଇଙ୍କ ସ୍ତ୍ରୀ ଶୁଭଶ୍ରୀ ବେହେରା ୯ ମାସର ଗର୍ଭବତୀ ଥିଲେ। ଗତ ରାତିରେ ତାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ବନ୍ୟାଜଳ ମଧ୍ୟରୁ ଗ୍ରାମବାସୀ ଶୁଭଶ୍ରୀଙ୍କୁ […]
ମସଜିଦ ଉଚ୍ଛେଦକୁ ନେଇ ଲଙ୍କାକାଣ୍ଡ
ଉଜ୍ଜୟୀନ : ଅଶାନ୍ତ ହୋଇଛି ମଧ୍ୟପ୍ରଦେଶର ଉଜ୍ଜୟୀନ। ଏଠାରେ ଗୋଟିଏ ପୁରାତନ ମସଜିଦର କିଛି ଅଂଶକୁ ଉଚ୍ଛେଦ ପାଇଁ ପ୍ରଶାସନ ଉଦ୍ୟମ କରିବା ବେଳେ ସୃଷ୍ଟି ହୋଇଛି ଉତ୍ତେଜନା। ରାସ୍ତା ସଂପ୍ରସାରଣ ପାଇଁ ପ୍ରସିଦ୍ଧ ଶାହି ମସଜିଦର କିଛି ଅଂଶକୁ ପ୍ରଶାସନ ଭାଙ୍ଗିବାକୁ ଚେଷ୍ଟା କରିବା କ୍ଷଣି ଏହାକୁ ବିରୋଧ କରାଯାଇଛି। ଏହାକୁ ନେଇ ପଥର ମାଡ଼ ହେବାରୁ ପୁଲିସ୍ ବିକ୍ଷୋଭକାରୀଙ୍କ ଉପରେ ଲାଠିଚାର୍ଜ କରିବା ସହ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଛି। ଏହାକୁ ନେଇ […]
ଜମି ଉପରେ କବଜା ହିଁ ବିଜୟର ଏକମାତ୍ର ମାପକାଠି : ସେନା ମୁଖ୍ୟ
ନୂଆଦିଲ୍ଲୀ : ଭାରତୀୟ ସେନା ମୁଖ୍ୟ ଜେନେରାଲ୍ ଧୀରଜ ସେଠ୍ଙ୍କ ବଡ଼ ବାର୍ତ୍ତା । ଜେନେରାଲ୍ ଧୀରଜ ସେଠ୍ପ୍ରତିରକ୍ଷା ଉତ୍ପାଦନରେ ଆତ୍ମନିର୍ଭରଶୀଳତା ଏବଂ ଆଧୁନିକ ଯୁଦ୍ଧର କୌଶଳ ସମ୍ପର୍କରେ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି ଯେ, ଯୁଦ୍ଧରେ ଯେତେ ବୈଷୟିକ ପ୍ରଗତି ହେଲେ ମଧ୍ୟ ଜମି ଉପରେ କବଜା କରିବା ହିଁ ସଫଳତାର ଏକମାତ୍ର ଠୋସ୍ ଏବଂ ପ୍ରକୃତ ମାପକାଠି ରହିବ । ଆଧୁନିକ ଯୁଦ୍ଧର ପରିବର୍ତ୍ତିତ ରୂପ ଉପରେ ଆଲୋକପାତ […]
ଏସଆଇଆର୍ କୁ ନେଇ ଇସିଆଇଙ୍କ ବଡ଼ ନିଷ୍ପତ୍ତି
ଘରକୁ ଯାଇ ଦସ୍ତାବିଜ ସଂଗ୍ରହ କରିବେ ବିଏଲଓ ନୂଆଦିଲ୍ଲୀ: ଏସଆଇଆରକୁ ନେଇ ବିବାଦ ମଧ୍ୟରେ ଶନିବାର ନିର୍ବାଚନ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସହ ନିର୍ବାଚନ କମିଶନର ଡ. ସୁଖବୀର ସିଂହ ସାନ୍ଧୁ ଓ ଡ. ବିବେକ ଜୋଶୀ ବୈଠକରେ ଉପସ୍ଥିତ ଥିଲେ। ବୈଠକ ପରେ କମିଶନ ପକ୍ଷରୁ ଅନେକ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦିଆଯାଇଛି। କମିଶନଙ୍କ ନିଷ୍ପତ୍ତି ଅନୁସାରେ, ଏସଆଇଆରରେ ନୋଟିସ୍ ପାଇଥିବା ଲୋକଙ୍କ ଘରକୁ ବିଏଲଓମାନେ […]
ଏକ ହଜାର ବେଡ୍ ବିଶିଷ୍ଟ ସୁପର ସ୍ପେଶାଲିଟି ହସ୍ପିଟାଲ କରିବ ବେଦାନ୍ତ
ଭୁବନେଶ୍ବର: ପଶ୍ଚିମଓଡ଼ିଶାରେ ଏକ ହଜାର ବେଡ୍ ବିଶିଷ୍ଟ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ନିର୍ମାଣ କରିବାକୁ ବେଦାନ୍ତ ଗ୍ରୁପ୍ ପ୍ରସ୍ତାବ ଦେଇଛି। ରାଜ୍ୟ ସରକାର ଯେଉଁଠି କହିବେ ସେଠାରେ ଏହି ହସ୍ପିଟାଲ ନିର୍ମାଣ କରାଯିବ ବୋଲି ବେଦାନ୍ତ ଗ୍ରୁପ୍ ମୁଖ୍ୟ ଅନୀଲ ଅଗ୍ରୱାଲ ସୂଚନା ଦେଇଛନ୍ତି। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିବା ପରେ ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ କହିଛନ୍ତି ଯେ, କମ୍ପାନୀର ଝାରସୁଗୁଡ଼ା ସ୍ମେଲଟର ପ୍ଲାଣ୍ଟ ସମ୍ପ୍ରସାରଣ ପାଇଁ ରାଜ୍ୟ […]
