1 min read

ଢାକାରେ ଭାରତ ବିରୋଧୀ ହୁଙ୍କାର

ଢାକା : ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ୍ ରହମାନଙ୍କ ସରକାର ବିରୋଧରେ ପ୍ରତିବାଦ ପ୍ରଦର୍ଶନ ସମୟରେ ରାଜଧାନୀ ଢାକାରେ ପୁଣିଥରେ ଭାରତ ବିରୋଧୀ ସ୍ଲୋଗାନ ଦିଆଯାଇଛି । ଶୁକ୍ରବାର ‘ନ୍ୟାସନାଲ ସିଟିଜେନ୍ ପାର୍ଟି’ (NCP) ନେତା ନାହିଦ୍ ଇସଲାମଙ୍କ ନେତୃତ୍ୱରେ ଏକ ବିରାଟ ରାଲି ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ହଜାର ହଜାର ସଂଖ୍ୟାରେ ଲୋକ ସାମିଲ ହୋଇଥିଲେ । ଦେଶରେ ବୃଦ୍ଧି ପାଉଥିବା ମହଙ୍ଗା, ବିଜୁଳି ସଙ୍କଟ ଏବଂ ଇନ୍ଧନ-ଗ୍ୟାସର ଅଭାବକୁ ନେଇ ପ୍ରଦର୍ଶନକାରୀମାନେ ସରକାରଙ୍କୁ ଘେରିବା ସହ […]

1 min read

ଭାଙ୍ଗିଲା ଭୁଟାନ ଗ୍ଲେସିଅର ହ୍ରଦ

ଥିମ୍ପୁ : ଭୁଟାନରେ ଏକ ଗ୍ଲେସିଅର ହ୍ରଦ ଭାଙ୍ଗିବା ଜନିତ ବନ୍ୟା(ଜିଏଲ୍‌ଓଏଫ୍‌) କାରଣରୁ ଉତ୍ତର ପଶ୍ଚିମବଙ୍ଗର କେତେକ ଅଞ୍ଚଳରେ ଉଚ୍ଚ ବନ୍ୟା ସତର୍କତା ଜାରି କରାଯାଇଛି। ସଙ୍କୋଶ ନଦୀ ଏବଂ ଏହାର ଶାଖା ନଦୀଗୁଡ଼ିକର କୂଳରେ ଥିବା ବିପଦସଙ୍କୁଳ ଅଞ୍ଚଳରୁ ବାସିନ୍ଦାମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ଶୁକ୍ରବାର ଅଧିକାରୀମାନେ କହିଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ସ୍ଥାନାନ୍ତର ନିର୍ଦ୍ଦେଶ ପରେ ଆଲିପୁରଦ୍ୱାର ଜିଲାର ନଦୀକୂଳିଆ ଗ୍ରାମଗୁଡ଼ିକର […]

1 min read

୨୦୨୭ରେ ହେବ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ

ନୂଆଦିଲ୍ଲୀ: ଦେଶରେ ଜନଗଣନା ହେବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟର କାମ ଶେଷ ହେବା ପରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ଦ୍ୱିତୀୟ ପର୍ଯ୍ୟାୟରେ ଲୋକଙ୍କ ଗଣନା କରାଯିବ। ଜନଗଣନା ପ୍ରକ୍ରିୟା ୨୦୨୭  ଜାନୁଆରି ୨୫ରୁ  ଫେବୃଆରି ୨୮  ପର୍ଯ୍ୟନ୍ତ ଚାଲିବ।ଭାରତର ରେଜିଷ୍ଟ୍ରାର ଜେନେରାଲ୍ ତଥା ଜନଗଣନା କମିଶନର ମୃତ୍ୟୁଞ୍ଜୟ କୁମାର ନାରାୟଣଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ, ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟ ଏବଂ ବରଫପାତ […]

1 min read

ଭାରତୀୟ ବାୟୁସେନାର ନୂଆ ମୁଖ୍ୟ ହେଲେ ଆଶୁତୋଷ ଦୀକ୍ଷିତ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ନୂଆ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଏୟାର ଚିଫ୍ ମାର୍ଶାଲଆଶୁତୋଷ ଦୀକ୍ଷିତ। ଶନିବାର ସେ ଏହି ଗୁରୁତ୍ୱପୂର୍ଣ୍ଣ ପଦରେ ଅବସ୍ଥାପିତ ହୋଇଛନ୍ତି। ତାଙ୍କ ପୂର୍ବରୁ ଏହିଦାୟିତ୍ୱରେ ଥିବା ଏୟାର ଚିଫ୍ ମାର୍ଶାଲ ଅମରପ୍ରୀତ ସିଂହ ୪୩ ବର୍ଷର ଗୌରବମୟ ସାମରିକ ସେବା ପରେଅବସର ନେଇଛନ୍ତି। ଉପମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଦୀକ୍ଷିତଙ୍କର ପ୍ରାୟ ଚାରି ଦଶନ୍ଧିର ସାମରିକଅଭିଜ୍ଞତା ରହିଛି। ‘ଅପରେସନ ସିନ୍ଦୂର’ରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। ଜଣେଦକ୍ଷ ଯୁଦ୍ଧବିମାନ ଚାଳକ ଭାବେ ତାଙ୍କର ୩,୫୦୦ ଘଣ୍ଟାରୁ […]

1 min read

ଆଜିର ରାଶିଫଳ

ମେଷ: କର୍ମକ୍ଷେତ୍ରରେ କିଛି ଚାପ ରହିଲେ ମଧ୍ୟ ପରିବାରର ସହଯୋଗ ମିଳିବ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ବୃଷ: ବ୍ୟବସାୟରେ ଅଧିକ ଲାଭ ମିଳିବାର ଯୋଗ ରହିଛି। ପୁରୁଣା ସମସ୍ୟାର ସମାଧାନ ହୋଇପାରେ। ମିଥୁନ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ବନ୍ଧୁମାନଙ୍କ ସାହାଯ୍ୟରେ ଅସମ୍ପୂର୍ଣ୍ଣ କାମ ଶେଷ ହେବ। କର୍କଟ: ମାନସିକ ଶାନ୍ତି ବଜାୟ ରହିବ। କର୍ମକ୍ଷେତ୍ରରେ ପ୍ରଶଂସା ମିଳିବାର ସମ୍ଭାବନା ଅଛି। ସିଂହ: ଦିନଟି ଭଲରେ କଟିବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ […]

1 min read

ଆଜିର ରାଶିଫଳ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଉତ୍ସାହଜନକ ରହିବ। କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ। ଆର୍ଥିକ କାରବାରରେ ସତର୍କ ରୁହନ୍ତୁ। ପରିବାରରେ ସୁଖଶାନ୍ତି ରହିବ। ବୃଷ: ଦିନଟି ମିଶ୍ରିତ ଫଳ ଦେବ। ଅଟକି ରହିଥିବା କାମରେ ଅଗ୍ରଗତି ହେବ। ଅଯଥା ଖର୍ଚ୍ଚ ବଢ଼ିପାରେ। ପରିବାର ସଦସ୍ୟଙ୍କ ସହ ଭଲ ସମୟ ବିତାଇବେ। ମିଥୁନ: ଆଜି ନୂଆ ଯୋଜନା କାର୍ଯ୍ୟକାରୀ କରିବାର ସୁଯୋଗ ମିଳିବ। ବ୍ୟବସାୟରେ ଲାଭର ସମ୍ଭାବନା ରହିଛି। ବନ୍ଧୁଙ୍କ ସହଯୋଗ ପାଇବେ। କଥାବାର୍ତ୍ତାରେ ସଂଯମ ରକ୍ଷା […]

1 min read

ବନ୍ୟା ପରବର୍ତ୍ତୀ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ

ବ୍ରହ୍ମପୁର : ବନ୍ୟା ପରବର୍ତ୍ତୀ ପରିସ୍ଥିତିରେ ଗଞ୍ଜାମ ଜିଲ୍ଲାର କୌଣସି ଅଞ୍ଚଳର ଜଣେ ହେଲେ ଲୋକ ଯେପରି ରନ୍ଧା ଖାଦ୍ୟ, ପାନୀୟ ଜଳ ଓ ଅତ୍ୟାବଶ୍ୟକ ସାମଗ୍ରୀରୁ ବଞ୍ଚିତ ନ ହୁଅନ୍ତି, ତାହା ସୁନିଶ୍ଚିତ କରିବାକୁ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ବିଜୟ ଅମୃତା କୁଲାଙ୍ଗେ ଓ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ସହାୟତା ଓ ଅତ୍ୟାବଶ୍ୟକ ସେବା ଯୋଗାଣକୁ ଆହୁରି ତ୍ୱରାନ୍ୱିତ କରିବା ଉପରେ ସେମାନେ […]

1 min read

ନଭେମ୍ବର ୧ରୁ ଦିଲ୍ଲୀରେ ନୂଆ ‘ଜିଆରଏପି’ କଟକଣା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଓ ବାୟୁର ଗୁଣବତ୍ତା ସୁଧାରିବା ପାଇଁଆସନ୍ତା ୨୦୨୬ ନଭେମ୍ବର ୧ ତାରିଖ (ରବିବାର) ରୁ ସଂଶୋଧିତ ଗ୍ରେଡେଡ୍ ରେସପୋନ୍ସ ଆକ୍ସନ୍ପ୍ଲାନ୍ (ଜିଆରଏପି) ଅଧୀନରେ ନୂଆ ନିୟମାବଳୀ ଲାଗୁ ହେବାକୁ ଯାଉଛି। ଦିଲ୍ଲୀ ଟ୍ରାଫିକ୍ ପୁଲିସ ପକ୍ଷରୁସୋସିଆଲ ମିଡିଆ ”ଏକ୍ସ” ରେ ସୂଚନା ଦିଆଯାଇଛି ଯେ, ବାହାର ରାଜ୍ୟରୁ ଦିଲ୍ଲୀକୁ ଆସୁଥିବାଯାନବାହନଗୁଡ଼ିକ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରୁଛନ୍ତି କି ନାହିଁ ତାହା ଯାଞ୍ଚ କରି ଯାତ୍ରା କରିବାକୁଚାଳକମାନଙ୍କୁ ପରାମର୍ଶ ଦିଆଯାଇଛି। ନୂତନ କଟକଣା ଅନୁଯାୟୀ, ଆସନ୍ତା ନଭେମ୍ବର […]

1 min read

ଶେଷ ହୋଇଯିବ ଆମେରିକାର ଖେଳ – ଏଲନ ମସ୍କ

ନୂଆଦିଲ୍ଲୀ : ନଭେମ୍ବର ୩ ତାରିଖରେ ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ, ବିଶ୍ୱରସବୁଠାରୁ ଧନୀ ବ୍ୟବସାୟୀ ଏବଂ ସ୍ପେସଏକ୍ସର ସିଇଓ ଏଲନ ମସ୍କ ଏକ ପ୍ରମୁଖ ରାଜନୈତିକବୟାନ ଦେଇଛନ୍ତି । ସେ ଚେତାବନୀ ଦେଇଛନ୍ତି ଯେ, ଯଦି ଡେମୋକ୍ରାଟିକ୍ ପାର୍ଟି ୨୦୨୮ନିର୍ବାଚନରେ ହାଉସ ଅଫ୍ ରିପ୍ରେଜେଣ୍ଟେଟିଭ୍ସ, ସିନେଟ୍ ଏବଂ ରାଷ୍ଟ୍ରପତି ଆସନ ଜିତିଯାଏ, ତେବେଆମେରିକାର ରାଜନୈତିକ ଭବିଷ୍ୟତ ପରିବର୍ତ୍ତନ ହୋଇପାରେ । ମସ୍କ ସୋସିଆଲ ମିଡିଆପ୍ଲାଟଫର୍ମ X ରେ ଲେଖିଛନ୍ତି, “ଆମେରିକାର ଖେଳ ଶେଷ ହୋଇଯିବ । […]

1 min read

ମହାୟୁତି ମେଣ୍ଟରେ ଫାଟ!

ମୁମ୍ବାଇ: ମହାରାଷ୍ଟ୍ରରେ ବିଧାନ ପରିଷଦ ନିର୍ବାଚନରେ ପରାଜୟ ପରେ ଶାସକ ମହାୟୁତି ମେଣ୍ଟରେ ଫାଟସୃଷ୍ଟି ହୋଇଛି। ବିଜେପି ଓ ଶିବସେନା ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଛି ବାକ୍‌ଯୁଦ୍ଧ। ଏହି ବିବାଦ ଏବେମେଣ୍ଟର ଏକତା ଉପରେ ପ୍ରଶ୍ନ ଉଠାଇଛି। ଶିବସେନା ନେତା ନିଲେଶ ରାଣେ ବିଜେପି ମୁଖପାତ୍ର ନବନାଥବନ୍‌ଙ୍କୁ କଡ଼ା ଶବ୍ଦରେ ଜବାବ ଦେଇଛନ୍ତି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ସମାଲୋଚନାକରିବା ପୂର୍ବରୁ ନିଜ ସୀମା ମଧ୍ୟରେ ରହିବାକୁ ସେ ବନ୍‌ଙ୍କୁ ଚେତାବନୀ ଦେଇଛନ୍ତି। ସିନ୍ଦେଙ୍କ ବିଷୟରେ କଥାହେବାବେଳେ ନିଜ ମର୍ଯ୍ୟାଦା ରଖିବା ଉଚିତ […]