ରାଜନୀତି
ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ୧୨ ଘଣ୍ଟିଆ ଭାରତ ବନ୍ଦ
ଭୁବନେଶ୍ୱର,୨୧-୮-୨୪ (ପିପିଏସ ) : ତଫସିଲଭୁକ୍ତ ଜାତି(ଏସ୍ସି) ଏବଂ ଜନଜାତି(ଏସ୍ଟି)ଙ୍କ ମଧ୍ୟରେ ଉପବର୍ଗୀକରଣ ତଥା ସଂରକ୍ଷଣ ନେଇ ଅଗଷ୍ଟ ୧ରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିରୋଧ କରି ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ, ସଂଖ୍ୟାଲଘୁ ମିଳିତ କ୍ରିୟାନୁଷ୍ଠାନ କମିଟି ଓ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ବୁଧବାର (ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ) ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଓଡ଼ିଶାରେ ମିଳିତ କ୍ରିୟାନୁଷ୍ଠାନ କମିଟି ସହ ବିଭିନ୍ନ ରାଜନୈତିକ ଦଳ ଭାରତ ବନ୍ଦକୁ ସମର୍ଥନ […]
ନୂଆକରି ବିଜେପିରେ ମିଶିଥିବା ମମତା ହେଲେ ରାଜ୍ୟସଭା ପାର୍ଥୀ
ନୂଆଦିଲ୍ଲୀ/ଭୁବନେଶ୍ୱର, ୨୦-୦୮-୨୪ (ପିପିଏସ) : ରାଜ୍ୟସଭା ପାଇଁ ମଙ୍ଗଳବାର ଦିନ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ନିକଟରେ ବିଜୁ ଜନତା ଦଳ ଛାଡ଼ି ବିଜେପିରେ ମିଶିଥିବା ମମତା ମହାନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯାଇଛି । ରାଜ୍ୟସଭା ପ୍ରାର୍ଥୀ ପାଇଁ ବିଜେପି ରାଷ୍ଟ୍ରୀୟ ମହାସଚିବ ଓ ମୁଖ୍ୟାଳୟ ପ୍ରଭାରୀ ଅରୁଣ ସିଂହ ଘୋଷଣା କରିଛନ୍ତି। ବିଜେଡି ୨୦୨୦ ମସିହାରେ ମମତା ମହାନ୍ତଙ୍କୁ ରାଜ୍ୟସଭା ପଠାଇଥିଲା। ଗତ ଜୁଲାଇ ୩୧ ତାରିଖରେ ସେ ରାଜ୍ୟସଭା ଓ […]
କଲିକତା ଘଟଣାକୁ ନେଇ ଗର୍ଜିଲା ବିଜେପି ମହିଳା ମୋର୍ଚ୍ଚା : ମମତା ବାନାର୍ଜୀଙ୍କ କୁଶପୁତ୍ତଳିକା ଦାହ
ସମ୍ବଲପୁର, ୨୦-୮-୨୪(ପିପିଏସ) : ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା କଲିକତାର ଡା.ମୋୖମିତା ଦେବନାଥଙ୍କ ବଳତ୍କାର ଓ ଜଘନ୍ଯ ହତ୍ୟାର ଦୃଢ ପ୍ରତିବାଦରେ ସମଗ୍ର ଦେଶରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ଏହି ମର୍ମରେ ଆଜି ସମ୍ବଲପୁର ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ଗୋଲ ବଜାର ଛକରେ ମହିଳା ମୋର୍ଚ୍ଚା ର କର୍ମୀମାନେ ସଂଗଠିତ ହୋଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀଙ୍କ ବିରୁଦ୍ଧରେ […]
ଟ୍ରେନରେ ଆସୁଛି ୪୮ ହଜାର କ୍ବିଣ୍ଟାଲ ଆଳୁ : ଯୋଗାଣ ମନ୍ତ୍ରୀ
*୩ ଦିନ ମଧ୍ୟରେ ଶେଷ ହୋଇଯିବ ଗଚ୍ଛିତ ଆଳୁ*ବ୍ୟାପକ ଆଳୁ ରଖିଥିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ ଭୁବନେଶ୍ୱର,୨୦-୮-୨୪(ପିପିଏସ) : ରାଜ୍ୟରେ ପୁଣି ଆଳୁ ସଙ୍କଟ ଦେଖା ଦେଇପାରେ। ଏନେଇ ରାଜ୍ୟ ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ସୋମବାର ସୂଚନା ଦେବା ପରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପ୍ରତିକ୍ରିୟା ଆସିଛି । ମନ୍ତ୍ରୀ କହିଛନ୍ତି, ଟ୍ରେନରେ ପାଖାପାଖି ୪୮ ହଜାର କ୍ବିଣ୍ଟାଲ ଆଳୁ ଆସିବ। ୫ ଦିନ ଭିତରେ ୨ଟି ଆଳୁ ଟ୍ରେନ ଓଡ଼ିଶା […]
ଟି-ସେତୁ ଆଲୋକୀକରଣ ଉଦଘାଟନ ସହିତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ
କଟକ,୨୦-୮-୨୪(ପିପିଏସ) : କଟକ ଜିଲ୍ଲା ବଡ଼ମ୍ବା ବ୍ଲକର ପ୍ରସିଦ୍ଧ ଶୈବପୀଠ ସିଂହନାଥ ନିକଟ ଟି-ସେତୁ ଆଲୋକୀକରଣ ଉଦଘାଟନ ସହିତ ବ୍ଲକର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ ଏବଂ ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳବେହେରା l ଏହି କ୍ରମରେ ବଡ଼ମ୍ବା ଡାକ୍ତରଖାନାରେ ୩କୋଟି ୨୬ଲକ୍ଷ ଟଙ୍କା ବ୍ୟୟରେ ଷ୍ଟାଫ କ୍ୱାଟର୍ସ ନିର୍ମାଣପାଇଁ ଶିଳାନ୍ୟାସ କରିବା ସହିତ ଖାଲି ଥିବା ଡାକ୍ତର ଓ ଅନ୍ୟାନ୍ୟ ପଦବୀ ଗୁଡ଼ିକ ଯଥାଶୀଘ୍ର ପୂରଣ କରାଯିବ ବୋଲି ସାଂସଦ […]
ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ସାଂସଦ ଭର୍ତ୍ତୃହରି ମହତାବ
*ବଦଳିବ କାନପୁର ସ୍ୱାସ୍ଥ୍ୟକେନ୍ଦ୍ର ରୂପରେଖ *ନରସିଂହପୁର ମେଡିକାଲରେ ହେବ ଷ୍ଟାଫ କ୍ୱାଟର୍ସକଟକ ,୨୦-୮-୨୪(ପିପିଏସ) : କଟକ ଜିଲ୍ଲା ବଡମ୍ବା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାନପୁର ମେଡିକାଲରେ ନୂତନ ପ୍ରସୂତି ଗୃହ ଓ ଅନ୍ତେବାସୀ ପ୍ରକୋଷ୍ଠର ଶୁଭ ଉଦଘାଟନ ସହିତ ନରସିଂହପୁର ମେଡିକାଲର ଷ୍ଟାଫ କ୍ୱାଟର୍ସର ଶିଳାନ୍ୟାସ ହୋଇଯାଇଛି l କାନପୁର ମେଡିକାଲତର ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାଂସଦ ଭର୍ତ୍ତୃହରି ମହତାବ, ବିଧାୟକ ବିଜୟ କୁମାର ଦଳବେହେରା, ବ୍ଲକ ଅଧ୍ୟକ୍ଷା ସସ୍ମିତା ଜେନା, କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର […]
ଛାତ୍ର ସଂସଦ ନିର୍ବାଚନକୁ ସବୁଜ ସଙ୍କେତ ଦେଲେ ଆଇନ ମନ୍ତ୍ରୀ : ଆସନ୍ତା ବର୍ଷ ହେବ ନିର୍ବାଚନ
ଭୁବନେଶ୍ୱର, ୧୯-୮-୨୪(ପିପିଏସ) : ଆସନ୍ତା ବର୍ଷରୁ ହେବ ଛାତ୍ର ସଂସଦ ନିର୍ବାଚନ । ଏନେଇ ଆଇନ ମନ୍ତ୍ରୀପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ବିଭିନ୍ନ କଲେଜରେ ଛାତ୍ର ସଂସଦ ନିର୍ବାଚନ ନେଇ ସମସ୍ତ ପ୍ରସ୍ତୁତି କରାଯିବ । ଛାତ୍ର ସଂସଦ ନିର୍ବାଚନ ନେଇ ନିଷ୍ପତ୍ତି ହୋଇସାରିଥିବା ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ । ଛାତ୍ରସଂସଦ ନିର୍ବାଚନ ଘୋଷଣା ହେବା ପରେ ବିଭିନ୍ନ ଛାତ୍ର ସଂଗଠନ ସକ୍ରିୟ ହୋଇ ଉଠିଥିଲେ । କିନ୍ତୁ ଏଯାଏଁ କୌଣସି ବିଜ୍ଞପ୍ତିପ୍ରକାଶ ପାଉନଥିବାରୁ […]
ବାଂଲାଦେଶ ରୁ ଫେରିବେ ପ୍ରବାସୀ ଓଡ଼ିଆ ଶ୍ରମିକ : ଶ୍ରମମନ୍ତ୍ରୀ
ଭୁବନେଶ୍ବର,୧୯-୦୮-୨୪ (ପିପିଏସ ) : ବାଂଲାଦେଶରେ ଲାଗି ରହିଥିବା ହିଂସାର ଶିକାର ହେଉଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଣିବାକୁ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ବାଂଲାଦେଶରେ ରହୁଥିବା ସମସ୍ତ ଓଡ଼ିଆଙ୍କୁ ରାଜ୍ୟକୁ ଫେରାଇ ଆଣିବାକୁ ଯୋଜନା କରିଛନ୍ତି । ଆଜି ଏନେଇ ଶ୍ରମମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି ବାଂଲାଦେଶରେ କେତେ ଓଡ଼ିଆ ଶ୍ରମିକ ଅଛନ୍ତି ତାର ଏକ ତାଲିକା ପ୍ରସ୍ତୁତ ଚାଲିଛି । ସମସ୍ତ ଜିଲାର ଶ୍ରମ ଅଧିକାରୀଙ୍କୁ ଏନେଇ ଦାୟିତ୍ୱ ଦିଆଯାଇଛି । […]
ଓଡ଼ିଆ ଅସ୍ମିତା କଥା ଉଠାଇ ନିଜ ଦଳକୁ ଟାର୍ଗେଟ୍ କଲେ ପଞ୍ଚାନନ କାନୁନଗୋ
ଭୁବନେଶ୍ବର/ ୧୮-୦୮-୨୪(ପିପିଏସ): ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ବିସ୍ଫୋରକ ବୟାନ ଦେଇ ହଟଚମଟ ସୃଷ୍ଟି କରିଛନ୍ତି। ରାଜ୍ୟ କଂଗ୍ରେସର ଷ୍ଟଅରିଂ କମିଟିକୁ ନେଇ ପ୍ରଶ୍ନ ଉଠାଇ ପଞ୍ଚାନନ କାନୁନଗୋ କହିଛନ୍ତି, ଓଡ଼ିଆ ଅସ୍ମିତା କଥା କୁହାଯାଉଛି, ହେଲେ କମିଟି ଅଧ୍ୟକ୍ଷ ପାଇଁ ସାରା ରାଜ୍ୟରେ ଓଡ଼ିଶା କଂଗ୍ରେସକୁ ଓଡ଼ିଆ ନେତା ମିଳିଲେ ନାହିଁ। ଦୁର୍ଭାଗ୍ୟର କଥା ଜଣେ ଅଣ ଓଡ଼ିଆ ଲୋକ କମିଟିର ଅଧ୍ୟକ୍ଷ ହୋଇଛନ୍ତି। ଅତୀତରେ କେବେ ରାଜ୍ୟ କଂଗ୍ରେସର କୌଣସି କମିଟିରେ ପ୍ରଭାରୀ […]
ନୀତୀଶଙ୍କୁ ‘ତାଲିକା’ ଦେଖାଇ ଘେରିଲେ ତେଜସ୍ୱୀ
ପାଟନା/ଭୁବନେଶ୍ୱର ୧୮-୦୮-୨୪(ପିପିଏସ): ବିହାରରେ ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ ସମ୍ପ୍ରତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଲଗାତାର ଟାର୍ଗେଟ କରୁଛନ୍ତି। ରାଜ୍ୟରେ ଘଟୁଥିବା ଅପରାଧ ସମ୍ପର୍କରେ ସେ ବିଜେପି-ଜେଡିୟୁ ସରକାର ଉପରେ ପ୍ରଶ୍ନ ଉଠାଉଛନ୍ତି। ସେ ରବିବାର ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନୀତୀଶ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।ତେଜସ୍ୱୀ ପୋଷ୍ଟ କରି ପଚାରିଛନ୍ତି, ଆପଣ ସିଏମ୍ ନୀତୀଶ କୁମାର ପ୍ରତିଦିନ ଶହ ଶହ ମୃତଦେହ ଉପରେ ପଡ଼ିଥିବା ଏବଂ ବିହାରରେ ବ୍ରିଜ୍ ଭୁଶୁଡ଼ି ପଡ଼ିଥିବା […]