ପ୍ରଜାତନ୍ତ୍ର ନ୍ୟୁଜ୍

ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

Advertisement

ଓଡ଼ିଆ ଅସ୍ମିତା କଥା ଉଠାଇ ନିଜ ଦଳକୁ ଟାର୍ଗେଟ୍ କଲେ ପଞ୍ଚାନନ କାନୁନଗୋ

ଭୁବନେଶ୍ବର/ ୧୮-୦୮-୨୪(ପିପିଏସ): ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ବିସ୍ଫୋରକ ବୟାନ ଦେଇ ହଟଚମଟ ସୃଷ୍ଟି କରିଛନ୍ତି। ରାଜ୍ୟ କଂଗ୍ରେସର ଷ୍ଟଅରିଂ କମିଟିକୁ ନେଇ ପ୍ରଶ୍ନ ଉଠାଇ ପଞ୍ଚାନନ କାନୁନଗୋ କହିଛନ୍ତି, ଓଡ଼ିଆ ଅସ୍ମିତା କଥା କୁହାଯାଉଛି, ହେଲେ କମିଟି ଅଧ୍ୟକ୍ଷ ପାଇଁ ସାରା ରାଜ୍ୟରେ ଓଡ଼ିଶା କଂଗ୍ରେସକୁ ଓଡ଼ିଆ ନେତା ମିଳିଲେ ନାହିଁ। ଦୁର୍ଭାଗ୍ୟର କଥା ଜଣେ ଅଣ ଓଡ଼ିଆ ଲୋକ କମିଟିର ଅଧ୍ୟକ୍ଷ ହୋଇଛନ୍ତି। ଅତୀତରେ କେବେ ରାଜ୍ୟ କଂଗ୍ରେସର କୌଣସି କମିଟିରେ ପ୍ରଭାରୀ ଅଧ୍ୟକ୍ଷ ହେଇନଥିଲେ।ପ୍ରଭାରୀଙ୍କ ଅଧ୍ୟକ୍ଷତାରେ କାହିଁକି କମିଟି ଗଠନ ହେଲା ଓ ତାର କାମ କଣ ବୋଲି ସେ ପ୍ରଶ୍ନ କରିଛନ୍ତି। ଅପାରଗତା ଲୁଚେଇବା ପାଇଁ ପରାଜୟର ସମୀକ୍ଷା କରାଗଲାନି। ସମୀକ୍ଷା ହୋଇଥିଲେ ପରାଜୟ ପଛର କାରଣ କଣ ଜଣାପଡ଼ିଯାଇଥାନ୍ତା।

Leave a Reply

Your email address will not be published. Required fields are marked *