କଲିକତା ଘଟଣାକୁ ନେଇ ଗର୍ଜିଲା ବିଜେପି ମହିଳା ମୋର୍ଚ୍ଚା : ମମତା ବାନାର୍ଜୀଙ୍କ କୁଶପୁତ୍ତଳିକା ଦାହ
ସମ୍ବଲପୁର, ୨୦-୮-୨୪(ପିପିଏସ) : ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା କଲିକତାର ଡା.ମୋୖମିତା ଦେବନାଥଙ୍କ ବଳତ୍କାର ଓ ଜଘନ୍ଯ ହତ୍ୟାର ଦୃଢ ପ୍ରତିବାଦରେ ସମଗ୍ର ଦେଶରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ଏହି ମର୍ମରେ ଆଜି ସମ୍ବଲପୁର ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ଗୋଲ ବଜାର ଛକରେ ମହିଳା ମୋର୍ଚ୍ଚା ର କର୍ମୀମାନେ ସଂଗଠିତ ହୋଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀଙ୍କ ବିରୁଦ୍ଧରେ ବିଭିନ୍ନ କଡା ସ୍ଲୋଗାନ ମାନ ଦେଇଥିଲେ । ଉକ୍ତ ଘଟଣାରେ ସମ୍ପୃକ୍ତ ଦୋଷୀଙ୍କୁ ଚିହ୍ନଟ କରି ତାଙ୍କ ବିରୁଦ୍ଧରେରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପୀଡିତାଙ୍କ ପରିବାରକୁ ଉଚିତ ନ୍ୟାୟ ପ୍ରଦାନ ପାଇଁ ଦାବି କରିଥିଲେ । ଏହା ପରେ ଉତ୍ତ୍ଯକ୍ତ ମହିଳା ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କର କୁଶପୁତ୍ତଳିକା ଦାହ କରିଥିଲେ ।
ମହିଳା ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦିକା ପ୍ରଭାସିନୀ ଦାଶଙ୍କ ନେତୃତ୍ୱରେ ହୋଇଥିବା ବିକ୍ଷୋଭ କାର୍ଯ୍ୟକ୍ରମରେ ସବିତା ନନ୍ଦ, ରୁନୁ ପ୍ରଧାନ, ସୁଜାତା ଗୁରୁ, ପୁଷ୍ପାଞ୍ଜଳି ଜେନା, ରୁନି ଚୌଧୁରୀ, ସ୍ନିଗ୍ଧାଶ୍ରୀ ମିଶ୍ର, ବିଜୟଲଷ୍ମୀ ଜେନା, ସୀତାକାନ୍ତି ମେସୁଆ, ମୁନମୁନ ସୌଦାଗର, ସୁମି ପରିଡା, ମଞ୍ଜୁଲା ଓରାମ, କମଳା ସାହୁ, ସମୀର ରଞ୍ଜନ ବାବୁ, ମାନସ ରଞ୍ଜନ ବକ୍ସି, ମୋହନ ଦାଶ, ଶ୍ୟାମ ଗୁରୁ, ଶିବ ଦିୱାନ, ଶୈଳେନ୍ଦ୍ର ପୁରୋହିତ, ଗୋପାଲ ଅଗ୍ରୱାଲ, ହରି ପଣ୍ଡା ପ୍ରମୁଖ ସାମିଲ ରହିଥିଲେ ।