ରାଜନୀତି
‘ସ୍ୱାୟତ୍ତ ଶାସନ ଦିବସ’ରେ କଟକରେ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟିତ, ପୁରାତନ ସଭ୍ୟତାର ପ୍ରାଣକେନ୍ଦ୍ର କଟକକୁ ଆଧୁନିକ ସହର କରିବା : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
-ଖାନନଗର ଠାରେ ଗେଲ୍ ଇଣ୍ଡିଆର ‘ଗ୍ୟାସ୍ଚୁଲ୍ଲା ଶବଦାହ କେନ୍ଦ୍ର’ ଲୋକାର୍ପିତ-ଦରଘାବଜାର ଠାରେ ‘ନେତାଜୀ ସ୍ମାରକୀ ପ୍ରତିଷ୍ଠାନ’ ଉଦ୍ଘାଟନ-ବକ୍ସିବଜାର ଠାରେ ବକ୍ସି ଜଗବନ୍ଧୁଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତିକୁ ଅନାବରଣ-କଟକ ଟାଉନ ହଲରେ ‘କଟକ ଆର୍ଟ ଗ୍ୟାଲେରୀ’ ଲୋକାର୍ପିତ-‘ସୁଭଦ୍ରା ଯୋଜନା’ରେ ପଞ୍ଜୀକରଣ କରୁଥିବା ମା’ ଭଉଣୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ-ପ୍ରସ୍ତୁତ ହେବ ରେଭେନ୍ସା ବାଳିକା ବିଦ୍ୟାଳୟର ବିକାଶ ପାଇଁ ମାଷ୍ଟରପ୍ଲାନ କଟକ,୩୧-୦୮-୨୪(ପିପିଏସ) : ଓଡ଼ିଆ ସଂସ୍କୃତିର ପୀଠ ଏବଂ ଓଡ଼ିଆ ସଂଗ୍ରାମର ପେଣ୍ଠସ୍ଥଳୀ ହେଉଛି କଟକ । ରେଭେନ୍ସା ବିଶ୍ୱବିଦ୍ୟାଳୟ, ହାଇକୋର୍ଟ ଏବଂ […]
ବିଧାନସଭାରେ ଉଠିଲା ଛତୁଆ ଝଡ଼ : ବିରୋଧୀଙ୍କ ସହ ସ୍ୱର ମିଳାଇଲେ ଶାସକ ଦଳର ସଦସ୍ୟ
ଭୁବନେଶ୍ୱର,୩୧-୦୮-୨୪(ପିପିଏସ) : ଗର୍ଭବତୀ ଓ କଅଁଳ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଛତୁଆ ଯୋଗାଉଥିଲେ ରାଜ୍ୟ ସରକାର। ହେଲେ ସେହି ଛତୁଆ ନିମ୍ନମାନର। ଛତୁଆରେ ପୋକ ସାଲୁବାଲୁ। ଯାହା ଖାଇବା ଯୋଗ୍ୟ ନୁହେଁ। ସେହି ଛତୁଆକୁ ଗାଈ ଗୋରୁ ଖାଉନାହାନ୍ତି। ତାହାହେଲେ ଗର୍ଭବତୀ ଓ କଅଁଳ ପିଲା କେମିତି ଖାଇବେ ? ରାଜ୍ୟର କୋଣ ଅନୁକୋଣରୁ ଏପରି ଅଭିଯୋଗ ପ୍ରତିଦିନ ଆସୁଛି । ଏହାକୁ ନେଇ ଆଜି ବିଧାନସଭା ଉଠୁଛି ପଡିଛି। ନିମ୍ନମାନର ଛତୁଆକୁ ନେଇ ବରିଷ୍ଠ ବିଧାୟକମାନେ […]
୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରାଯାଇ ପାରିବ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩୧-୦୮-୨୪(ପିପିଏସ) : ଆଜି ରାଜ୍ୟ କୃଷି ଭବନରେ ଓଡ଼ିଶାର ଉଚ୍ଚ ଶିକ୍ଷା ବିଭାଗ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ମଧ୍ୟରେ ରାଜ୍ୟରେ PM-USHA କାର୍ଯ୍ୟକ୍ରମ ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ୨୦୨୫-୨୬ ମଧ୍ୟରେ ଏହା କାର୍ଯ୍ୟକାରୀ କରାଯିବ। ଏଥିରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, PM-USHA କାର୍ଯ୍ୟକ୍ରମ ଦ୍ୱାରା ଉଚ୍ଚ ଶିକ୍ଷା ଅନୁଷ୍ଠାନ ଗୁଡିକର ଭିତ୍ତିଭୂମିର ବିକାଶ ହେବ ଏବଂ ଶିକ୍ଷାର ପରିସର ବ୍ୟାପକ ହେବ । କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ […]
ବଡ଼ଠାକୁରଙ୍କ ଆଡ଼ପ ପହଣ୍ଡି ଅଘଟଣ ପାଇଁ ହେବ ପ୍ରତିକାର ପୂଜା : ଆଇନ ମନ୍ତ୍ରୀ
ଭୁବନେଶ୍ୱର,୩୧-୦୮-୨୪(ପିପିଏସ) : ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ଆଡ଼ପ ପହଣ୍ଡି ଅଘଟଣର ପ୍ରତିକାର ପୂଜା କରିବେ ରାଜ୍ୟ ସରକାର। ଏଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ଯାହା ଘଟିଗଲା ତାହା ଦୁର୍ଘଟଣା । ଅବହେଳା କାରଣରୁ ଏଭଳି ଦୁର୍ଘଟଣା ଘଟିଛି। ହେଲେ ବଡ଼ ଠାକୁର ପଡ଼ି ନାହାନ୍ତି। ସେବାୟତଙ୍କ ପିଠିରେ ଭରା ଦେଇ ରହି ଯାଇଥିଲେ। ତଦନ୍ତରୁ ବଡ଼ ଠାକୁରଙ୍କ କୌଣସି ଅଙ୍ଗ ତଳେ ଲାଗି ନଥିବା ଜଣାପଡ଼ିଛି। ତେଣୁ ଏଥିପାଇଁ ପ୍ରତିକାର ପୂଜା […]
ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନର ଆବଶ୍ୟକତା ରହିଛି : ଧର୍ମେନ୍ଦ୍ର ପ୍ରଧାନ
କଟକ,୩୧-୦୮-୨୪(ପିପିଏସ) : ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି କଟକରେ ସ୍ୱାୟତ୍ତ ଶାସନ ଦିବସ ଉତ୍ସବରେ ଯୋଗ ଦେବା ଅବସରରେ ଏହା କହିଛନ୍ତି ଧର୍ମେନ୍ଦ୍ର । ସେ କହିଛନ୍ତି, ଯେଉଁ ରେଭେନ୍ସାଙ୍କ ନାଁରେ ଏହା ହୋଇଛି, ତାଙ୍କ ଭୂମିକା କ’ଣ ଥିଲା ? ନଅଙ୍କ ଦୁର୍ଭିକ୍ଷ ବେଳେ ସେହି ରେଭେନ୍ସା ବ୍ୟକ୍ତି ଜଣଙ୍କ କରୁଥିଲେ କଣ ? ଯେଉଁ ବ୍ୟକ୍ତି ଓଡ଼ିଆଙ୍କୁ କଷ୍ଟ ଦେଉଥିଲେ, ତାହା କ’ଣ […]
ବରିଷ୍ଠ ଓଏଏସ୍ ସ୍ତରରେ ଅଦଳବଦଳ : ଦେବାଶୀଷ ସିଂ ପୌର ପ୍ରଶାସନ ନିର୍ଦ୍ଦେଶକ
ଭୁବନେଶ୍ୱର,୩୦-୦୮-୨୪(ପିପିଏସ) : ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ୍ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି । ଏହାସହିତ ଦୀର୍ଘ ଦୁଇମାସ ପରେ ରାଜ୍ୟ ପୌର ପ୍ରଶାସନ ନିର୍ଦ୍ଦେଶକ ପଦବୀରେ ସ୍ଥାୟୀ ନିଯୁକ୍ତି ମଧ୍ୟ ଦେଇଛନ୍ତି । ବରିଷ୍ଠ ଓଏଏସ୍ ଅଫିସର ଦେବାଶୀଷ ସିଂଙ୍କୁ ରାଜ୍ୟ ପୌର ପ୍ରଶାସନ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଶ୍ରୀ ସିଂ ଗତ ଦେଢ଼ମାସରୁ ଅଧିକ ଦିନ ଧରି ଅତିରିକ୍ତ ଭାବେ ଏହି ଦାୟିତ୍ୱକୁ ତୁଲାଉଥିଲେ । ଆଜି ସାଧାରଣ ପ୍ରଶାସନ […]
ଶିବାଜୀଙ୍କ ଷ୍ଟାଚ୍ୟୁ ଭୁଶୁଡ଼ିବା ଘଟଣା : କଣ୍ଟ୍ରାକ୍ଟର କୁ ବାନ୍ଧିଲା ପୁଲିସ୍
ମୁମ୍ବାଇ/ଭୁବନେଶ୍ୱର,୩୦-୦୮-୨୪(ପିପିଏସ) : ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାରେ ଥିବା ୩୫ ଫୁଟ ଉଚ୍ଚ ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାର ୫ ଦିନ ପରେ ପ୍ରଥମ ଗିରଫଦାରୀ ହୋଇଛି । ଏହି ମାମଲାରେ କଣ୍ଟ୍ରାକ୍ଟର ଚେତନ ପାଟିଲଙ୍କୁ ଆଜି ଭୋରରୁ ବାନ୍ଧିଛି ପୁଲିସ୍ । କୋହ୍ଲାପୁର କ୍ରାଇମବ୍ରାଞ୍ଚ ଆଜି ଭୋରରୁ ମାଲବନ ପୁଲିସ୍ ସହ ଜଏଣ୍ଟ ଅପରେସନ କରି ଏହି ଗିରଫଦାରୀ କରିଛି । ଏହାପରେ କୋହ୍ଲାପୁର ପୁଲିସ୍ ଅଭିଯୁକ୍ତଙ୍କୁ ମାଲବନ ପୁଲିସ୍କୁ ହସ୍ତାନ୍ତର କରିଛି। ଏହି ଘଟଣାରେ ପୁଲିସ୍ […]
ପଦ୍ମ ଧରିଲେ ଚମ୍ପାଇ ସୋରେନ୍
ରାଞ୍ଚି/ଭୁବନେଶ୍ୱର,୩୦-୦୮-୨୪(ପିପିଏସ) : ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ ବିଜେପିରେ ସାମିଲ ହୋଇଛନ୍ତି। ଶୁକ୍ରବାର ରାଞ୍ଚିରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ପଦ୍ମ ଧରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ଓ ଝାଡ଼ଖଣ୍ଡ ବିଜେପି ସଭାପତି ବାବୁଲାଲ ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୮ ତାରିଖରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରୁ ଇସ୍ତଫା ଦେଇଥିଲେ ଚମ୍ପାଇ। ଏହାପରେ ସେ ଦିଲ୍ଲୀରେ ବିଜେପି ନେତୃତ୍ଵଙ୍କୁ ଭେଟିଥିଲେ।
ବନ୍ଦ ହେଲା ନବୀନ ସରକାରଙ୍କର ‘ନୂଆ ଓ’ କାର୍ଯ୍ୟକ୍ରମ
ଭୁବନେଶ୍ୱର,୩୦-୦୮-୨୪(ପିପିଏସ) : ନବୀନ ସରକାରଙ୍କ ‘ନୂଆ ଓ’ କାର୍ଯ୍ୟକ୍ରମକୁ ବନ୍ଦ କରିଲେ ମୋହନ ସରକାର । ସେହି ସ୍ଥାନରେ ଆରମ୍ଭ ହେବ ଫାଇନାନ୍ସିଆଲ ଆସିଷ୍ଟାନ୍ସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେଣ୍ଟସ । ସରକାର ଚଳିତ ବର୍ଷଠାରୁ ଏହି ନୂଆ ଯୋଜନା ପ୍ରଣୟନ କରିବେ । ଶୁକ୍ରବାର ପୂର୍ବ ସରକାରଙ୍କ ‘ନୂଆ ଓ’ ତଥା ନୂତନ ଉନ୍ନତି ଅଭିଳାଷ ଓଡିଶା କାର୍ଯ୍ୟକ୍ରମ ବନ୍ଦ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଫାଇନାନ୍ସିଆଲ ଆସିଷ୍ଟାନ୍ସ ଟୁ ୟୁଜି […]
ସସ୍ମିତା ମାଝୀ ଗିରଫ : ୩ଦିନ ତଳେ ବିଜେଡିରୁ ହୋଇଥିଲେ ବହିଷ୍କୃତ
ମାଲକାନଗିରି/ଭୁବନେଶ୍ୱର,୩୦-୦୮-୨୪(ପିପିଏସ) : ଭି.କେ ପାଣ୍ଡିଆନଙ୍କ ନାଁ ନେଇ ଚାକିରି କରାଇ ଦେବା ନାଁରେ ଏକାଧିକ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ ମାମଲାରେ ଫସିଥିବା ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ୩ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ସସ୍ମିତା ମାଝୀଙ୍କୁ ଆଜି ଗିରଫ କରିଛି ମାଥିଲି ଥାନା ପୁଲିସ। ଜଗତସିଂହପୁରରୁ ପୁଲିସ ସସ୍ମିତାଙ୍କୁ ଗିରଫ କରିଥିବା ଜଣାଯାଇଛି। ୩ଦିନ ତଳେ ବିଜେଡିରୁ ବହିଷ୍କାର ହୋଇଥିଲେ ସସ୍ମିତା। ଜନବିରୋଧୀ କାର୍ଯ୍ୟ ଯୋଗୁ ସସ୍ମିତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା […]