ରାଜନୀତି
କଂଗ୍ରେସରେ ସାମିଲ ହେବେ ଭିନେଶ-ବଜରଙ୍ଗ !
ନୂଆଦିଲ୍ଲୀ/ଭୁବନେଶ୍ୱର ୦୬-୦୯-୨୦୨୪(ପିପିଏସ): ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ନିର୍ବାଚନ ପୁର୍ବରୁ କଂଗ୍ରେସ ଦଳରେ ନୂଆ ମୁହଁକୁ ସାମିଲ କରି ମଇଦାନକୁ ଓହ୍ଲାଇବ ବୋଲି ଚର୍ଚ୍ଚା ହେଉଛି। ଲୋକପ୍ରିୟ ମହିଳା ରେସଲର ଭିନେଶ ଫୋଗାଟ କଂଗ୍ରେସର ପ୍ରାର୍ଥୀ ହେବେ ବୋଲି କୁହାଯାଉଛି। ଆଜି ଦିଲ୍ଲୀରେ ଥିବା କଂଗ୍ରେସ ଭବନରେ ଭିନେଶ ଦଳରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ଏଭଳି ପରିସ୍ଥିତିରେ ଭିନେଶ ଫୋଗାଟ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି […]
ବିଜେପିରେ ସୁଜିତ କୁମାର
ନୂଆଦିଲ୍ଲୀ:/ଭୁବନେଶ୍ୱର ୦୬-୦୯-୨୦୨୪(ପିପିଏସ): ପଦ୍ମ ଧରିଲେ ସୁଜିତ କୁମାର । ବିଜେଡି ଛାଡ଼ି ବିଜେପିରେ ମିଶିଲେ ସୁଜିତ କୁମାର । ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ସାମିଲ ।ରାଜ୍ୟ ରାଜନୀତିରେ ବଡ଼ ହଲଚଲ୍ । କ୍ଷମତାରୁ ହଟିବା ପରେ ବିଜେଡିକୁ ଗୋଟିଏ ପରେ ଗୋଟିଏ ବଡ଼ ଝଟକା ଲାଗିବାରେ ଲାଗିଛି । ଦଳକୁ ବାଏ ବାଏ କହୁଛନ୍ତି ବଡ଼ ନେତା । ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଆଉ ଜଣେ ବିଜେଡି ସାଂସଦ । ସାଂସଦ ସୁଜିତ କୁମାର ରାଜ୍ୟସଭାରୁ ଇସ୍ତଫା […]
ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଲେ ସାଂସଦ ସୁଜିତ କୁମାର
ଉଭୟ ବିଜେଡି ଓ ରାଜ୍ୟସଭାରୁ ଇସ୍ତଫା ଦେଲେ ସୁଜିତ କୁମାର। ସେ ବିଜେଡି ଅଧ୍ୟକ୍ଷ ନବୀନ ପଟ୍ଟନାୟକ ଓ ରାଜ୍ୟସଭା ଅଧ୍ୟକ୍ଷଙ୍କ ପାଖକୁ ଇସ୍ତଫାପତ୍ର ପଠାଇଛନ୍ତି। ଭୁବନେଶ୍ୱର ୦୬-୦୯-୨୦୨୪(ପିପିଏସ): ଉଭୟ ବିଜେଡି ଓ ରାଜ୍ୟସଭାରୁ ଇସ୍ତଫା ଦେଲେ ସୁଜିତ କୁମାର। ସେ ବିଜେଡି ଅଧ୍ୟକ୍ଷ ନବୀନ ପଟ୍ଟନାୟକ ଓ ରାଜ୍ୟସଭା ଅଧ୍ୟକ୍ଷଙ୍କ ପାଖକୁ ଇସ୍ତଫାପତ୍ର ପଠାଇଛନ୍ତି। ଦଳରେ ତାଙ୍କୁ କୋଣଠେସା କରାଯାଇଥିବାରୁ ସେ ଦଳରୁ ଇସ୍ତଫା ଦେଇଥିବା କୁହାଯାଉଛି। ସାଧାଣ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ଇସ୍ତଫା ଦେଲି […]
ନବମ-ଏକାଦଶ ଛାତ୍ରଛାତ୍ରୀଙ୍କୁ ୫ ହଜାର ହାତଖର୍ଚ୍ଚ: ସ୍ବାସ୍ଥ୍ୟମନ୍ତ୍ରୀ
ଏହା ଦ୍ବାରା ରାଜ୍ୟର ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ବୋଲି ବିଧାନସଭାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ପ୍ରଦାନ କରିଛନ୍ତି। ଭୁବନେଶ୍ବର/୦୫-୦୯-୨୦୨୪(ପିପିଏସ ): ଅଧାରୁ ପାଠ ଛାଡୁଥିବା ଜନଜାତି ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କୁ ପୁଣି ସ୍କୁଲକୁ ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାର ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି। ଆର୍ଥିକ ସ୍ବଚ୍ଛଳ ନ ଥିବା କାରଣରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ ଶିକ୍ଷା ଜାରି ରଖିବା ପାଇଁ […]
ବିଧାନସଭାରେ ରେଭେନ୍ସା ଝଡ଼
ଶୂନ୍ୟକାଳରେ ଶାସକ ଏବଂ ବିରୋଧୀ ଏହି ପ୍ରସଙ୍ଗରେ ମୁହାଁମୁହିଁ ଭୁବନେଶ୍ୱର ୦୫-୦୯-୨୦୨୪(ପିପିଏସ ): ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ ପରିର୍ତ୍ତନକୁ ନେଇ ଗୁରୁବାର ବିଧାନସଭାରେ ହଟ୍ଟଗୋଳ ସୃଷ୍ଟି ହୋଇଛି। ଶୂନ୍ୟକାଳରେ ଶାସକ ଏବଂ ବିରୋଧୀ ଏହି ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ ଏବଂ ବିଜେଡ଼ି ବିଧାୟକ ଏହି ପ୍ରସଙ୍ଗରେ ଶାସକ ବିଜେପିକୁ ଘେରିଛନ୍ତି। ୧୫୬ ବର୍ଷର ପୁରୁଣା ଶିକ୍ଷାନୁଷ୍ଠାନକୁ ନ’ଅଙ୍କ ଦୁର୍ଭିକ୍ଷ ସହିତ ଯୋଡ଼ି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ନେଇ ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ପଷ୍ଟୀକରଣ […]
୫ ବର୍ଷରେ ବଜ୍ରପାତରେ ୧୧୦୩ ଜଣଙ୍କ ମୃତ୍ୟୁ: ସୁରେଶ ପୂଜାରୀ
ଭୁବନେଶ୍ୱର/୦୫-୦୯-୨୦୨୪(ପିପିଏସ ): ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟାରେ ଗତ ୫ ବର୍ଷ ଭିତରେ ଓଡ଼ିଶା ଭାରତରେ ସବୁ ରାଜ୍ୟଠାରୁ ଆଗରେ ରହିଛି । ଓଡ଼ିଶାରେ ଗତ ୫ ବର୍ଷରେ ୧୧୦୩ ଜଣ ବଜ୍ରପାତରେ ମୃତ୍ୟୁ ବରଣ କରିଛନ୍ତି।ବାଦଲ-ବାଦଲ ଭିତରେ ଧକ୍କା ଯୋଗୁ ବଜ୍ରପାତ ଘଟିଥାଏ । ମାଟି ତଳେ ଥିବା ଖଣିଜ ପଦାର୍ଥ ସୁପରିବାହୀ ଭାବେ କାର୍ଯ୍ୟ କରି ବଜ୍ରପାତକୁ ଆକର୍ଷିତ କରିଥାଏ। ଏହା ଯୋଗୁ ଖଣିଜ ପଦାର୍ଥ ଅଧିକ ଥିବା ଅଞ୍ଚଳରେ ବେଶି ବଜ୍ରପାତ ଘଟିଥାଏ […]
ସିବିଆଇକୁ ସୁପ୍ରିମ୍କୋର୍ଟଙ୍କ ପ୍ରଶ୍ନ
ନୂଆଦିଲ୍ଲୀ/ଭୁବନେଶ୍ୱର ୦୫-୦୯-୨୦୨୪(ପିପିଏସ ): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଦ୍ବାରା ନ୍ୟାୟିକ ହେପାଜତରେ ଥିବାବେଳେ ମଦ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିବା ହେତୁ ସିବିଆଇକୁ ଆଜି ଶୁଣାଣି ବେଳେ ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ଅଦାଲତ। ସୁପ୍ରିମକୋର୍ଟ ଗୁରୁବାର ସିବିଆଇକୁ କେଜ୍ରିୱାଲ୍ଙ୍କୁ ଗିରଫ କରିବା ପ୍ରସଂଗରେ ଅନେକ କଥା ପଚାରିଛନ୍ତି। ସିବିଆଇ ଦ୍ବାରା ହୋଇଥିବା ଗିରଫଦାରୀକୁ କେଜ୍ରିୱାଲ୍ ଚ୍ୟାଲେଞ୍ଜ୍ କରି କରିଥିବା ଆବେଦନର ଶୁଣାଣି କରି କୋର୍ଟ ଏପରି କହିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା […]
କେଜ୍ରିୱାଲ୍ଙ୍କ ଜାମିନ୍ ଆବେଦନକୁ ସିବିଆଇର ବିରୋଧ
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅଭିଯୁକ୍ତଙ୍କ ସହ ବିଚାର କରାଯିବା ଉଚିତ ନୁହେଁ ବୋଲି କହି ତାଙ୍କ ଜାମିନ୍କୁ ବିରୋଧ କଲା ସିବିଆଇ। ନୂଆଦିଲ୍ଲୀ/ଭୁବନେଶ୍ୱର ୦୫-୦୯-୨୦୨୪(ପିପିଏସ ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିିୱାଲ୍ଙ୍କ ଜାମିନ୍ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବାକୁ ଥିବା ବେଳେ ଏହାକୁ ବିରୋଧ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)। ଶୀର୍ଷ ଅଦାଲତକୁ ଗୁରୁବାର କେଜ୍ରିୱାଲ୍ଙ୍କ ଜାମିନ୍ ଶୁଣାଣି କରିବାକୁ ଥିବା ବେଳେ ସିବିଆଇ ଯୁକ୍ତି କରିଛି ଯେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କ […]
ଚାଲୁ ରହିବ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ର ସମସ୍ତ କାର୍ଯ୍ୟ : ପଞ୍ଚାୟତିରାଜ ମନ୍ତ୍ରୀ
ଭୁବନେଶ୍ୱର,୦୩-୦୯-୨୪(ପିପିଏସ) : ରାଜ୍ୟରେ ପେସା ଆଇନ କାର୍ଯ୍ୟକାରୀ ହେବ। ଗ୍ରାମସଭାକୁ ସଶକ୍ତ କରାଯିବ। ମଙ୍ଗଳବାର ବିଧାନସଭା ପ୍ରଶ୍ନକାଳରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି । ସେ କହିଛନ୍ତି, ଆମ ଓଡ଼ିଶା ନବୀନ ଓଡ଼ିଶାରେ ଚାଲୁଥିବା ସମସ୍ତ କାମ ଚାଲୁ ରହିବ। ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଅର୍ଥ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଗାଁ ଗହଳିରେ ଅର୍ପଣ ଚାଉଳ ସଂଗ୍ରହ ପାଇଁ ସଙ୍କୀର୍ତ୍ତନ ଓ କ୍ରୀଡ଼ା ବିକାଶ ପାଇଁ ଖର୍ଚ୍ଚ କରାଯାଇଛି । ସେ ବାବଦରେ […]
ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ : ଗୃହରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ
ଭୁବନେଶ୍ୱର,୦୩-୦୯-୨୪(ପିପିଏସ) : ଓଡ଼ିଶା ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ମଙ୍ଗଳବାର ଗୃହରେ ସ୍ପଷ୍ଟୀକରଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସରକାରଙ୍କ ବିଚାରାଧୀନ ଅଛି ଏବଂ ଲୋକଙ୍କୁ ତ୍ୱରିତ ନ୍ୟାୟ ଦେବାରେ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।ଓଡ଼ିଶାର କୌଣସି ଜାଗାରେ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠାର ଯଥାର୍ଥତା ନାହିଁ। ବିଜେଡି ବିଧାୟକ କଲିକେଶ ନାରାୟଣ ସିଂଦେଓଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ଏହି ସୂଚନା […]