1 min read

ବର୍ଷାଜନିତ କ୍ଷୟକ୍ଷତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଦୁଇଦିନିଆ ସମ୍ବଲପୁର ଗସ୍ତରୁ ଫେରିବା ବେଳେ ସମ୍ବଲପୁରଠାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ କୋରାପୁଟ ଓ ମାଲକାନଗିରି ଜିଲାରେ ପ୍ରବଳ ବର୍ଷାଜନିତ କ୍ଷୟକ୍ଷତି ନେଇ ଆଲୋଚନା କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ସମ୍ଭାବ୍ୟ ବର୍ଷା ପାଇଁ ନିଆଯାଇଥିବା ସତର୍କତାମୂଳକ ପଦକ୍ଷେପ ବାବଦରେ ମଧ୍ୟ ଆଲୋଚନା କରିଥିଲେ। କୋରାପୁଟ ଓ ମାଲକାନଗିରିର ବହୁସ୍ଥାନରେ […]

1 min read

ଓଡ଼ିଶାରେ ଉତ୍ପାଦନ ହେବ ସିଲିକନ୍ କାର୍ବାଇଡ୍‌: ଦେଶର ପ୍ରଥମ କାରଖାନା

ଭୁବନେଶ୍ୱର/୦୮-୦୯-୨୦୨୪(ପିପିଏସ): ରାଜ୍ୟରେ‌ ସେମିକଣ୍ଡକ୍ଟର ଉତ୍ପାଦନର ଭିତ୍ତି ପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇନ୍‌ଫୋଭ୍ୟାଲିର ଇଏମ୍‌ସି ପାର୍କରେ ‘ଆର୍‌ଆଇଆର୍‌ ପାୱାର ଇଲେକ୍ଟ୍ରୋନିକ୍ସ ଲିମିଟେଡ୍‌’ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହା ହେଉଛି ଦେଶର ପ୍ରଥମ ସିଲିକନ୍ କାର୍ବାଇଡ୍‌ ଉତ୍ପାଦନ କାରଖାନା। ଏହି ପ୍ରକଳ୍ପରେ କମ୍ପାନି ୬୨୦ କୋଟି ଟଙ୍କା ନିବେଶ କରୁଥିବା ବେଳେ ଏହା ଦ୍ବାରା ୫୦୦ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ଓଡ଼ିଶାକୁ […]

1 min read

ସୁଭୁଦ୍ରା ପାଇଁ କାହାରିକୁ ଠକାମି କଲେ କ୍ଷମା ନାହିଁ: ମନ୍ତ୍ରୀ

ଆସନ୍ତା ୧୭ତାରିଖ ଠାରୁ ସୁଭଦ୍ରା ଯୋଜନା ଆରମ୍ଭ ହେବ। ଏବେ ଆବେଦନ କରିଥିବା ମହିଳାଙ୍କ ଠାରୁ ଆରମ୍ଭ କରି ୧୭ପରେ ବି ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀ ମହିଳାଙ୍କୁ ବର୍ଷକୁ ରକ୍ଷାବନ୍ଦନ ଓ ଅର୍ନ୍ତଜାତୀୟ ମହିଳା ଦିବସରେ ୫ହଜାର ଲେଖାଏଁ ୧୦ହଜାର ୫ବର୍ଷ ଦିଆଯିବ।  କୋରାପୁଟ/ଭୁବନେଶ୍ୱର,୦୮-୦୯-୨୦୨୪(ପିପିଏସ): ସୁଭୁଦ୍ରା ଯୋଜନା ନାଁରେ କେହି ଠକାମି, ଭଣ୍ଡାମି କ‌ରିବା, ଟଙ୍କା ମାଗିବା ଜଣାପଡ଼ିଲେ କାହାରିକୁ ବି କ୍ଷମା ଦିଆଯିବନି। ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ବିଦ୍ୟାଳୟ […]

1 min read

ଆଦିବାସୀସାହିରେ ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ

କଟକ/ବାରଙ୍ଗ/୦୮-୦୯-୨୦୨୪(ପିପିଏସ): ମୁଖ୍ୟମନ୍ତ୍ରୀ ମୋହନ ଚ଼ରଣ ମାଝୀ ବାରଙ୍ଗସ୍ଥିତ ଏକ ଆଦିବାସୀସାହିରେ ପଖାଳ ଖାଇବା ସାଙ୍ଗକୁ ତୋରାଣି ପିଇବା ଘଟଣା ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ଅତିଥିଭାବେ ତାଙ୍କୁ ଅରୁଆ ଅନ୍ନ ସାଙ୍ଗକୁ ୨୨ ପ୍ରକାର ବ୍ୟଞ୍ଜନ ବଢ଼ାଯାଇଥିଲେ ମଧ୍ୟ ସେ ଓଡ଼ିଆଙ୍କ ସବୁଦିନିଆ ପଖାଳ ଓ ତୋରାଣିକୁ ଅଧିକ ପସନ୍ଦ କରିଥିଲେ। ଗରିବ ଆଦିବାସୀଙ୍କ ଘରେ ସବୁଦିନିଆ ଖାଦ୍ୟ ଗ୍ରହଣ କରିବାକୁ ଗୁରୁତ୍ବ ଦେଇଥିଲେ।  ବିଜେପିର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବାରଙ୍ଗ ବ୍ଲକ୍‌ […]

1 min read

ଚାଷୀଙ୍କୁ ନୂଆଁଖାଇ ଭେଟି : ଆରମ୍ଭ ହେବ ସିଏମ କିଷାନ ଯୋଜନା

ଭୁବନେଶ୍ୱର,୦୮-୦୯-୨୦୨୪(ପିପିଏସ) : ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ଚାଷୀଙ୍କୁ ଭେଟି ଦେଇଛନ୍ତି ରାଜ୍ୟ ସରକାର । ଆଜି ନୂଆଁଖାଇରୁ ଆରମ୍ଭ ହେବାକୁ ଯାଉଛି ସିଏମ କିଷାନ ଯୋଜନା। ଏହି ଯୋଜନାରେ ଚାଷୀ ପାଇବେ ୪ ହଜାର ଟଙ୍କାର ଆର୍ଥିକ ସହାୟତା। ଆଜି ଅପରାହ୍ନରେ ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଖରିଫ ଓ ରବି ଋତୁ ପୂର୍ବରୁ ଯୋଗ୍ୟ ହିତାଧିକାରୀଙ୍କୁ ଦୁଇଟି କିସ୍ତିରେ ଏହି ଟଙ୍କା ମିଳିବ। […]

1 min read

ବ୍ୟକ୍ତିଗତ ତଥା ବୃତ୍ତିଗତ ଅଭିବୃଦ୍ଧିରେ ମହିଳାଙ୍କୁ ଶସକ୍ତ କରିବା ସୁଭଦ୍ରା ଯୋଜନାର ମୂଳ ଲକ୍ଷ୍ୟ : ସାଂସଦ

କଟକ,୦୮-୦୯-୨୦୨୪(ପିପିଏସ) : ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ ତଥା ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଆରମ୍ଭ କରିଥିବା ଯୁଗାନ୍ତକାରୀ ସୁଭଦ୍ରା ଯୋଜନା ସମ୍ପର୍କରେ ମହିଳାମାନଙ୍କୁ ସଚେତେନ କରିବା ନିମନ୍ତେ ଶନିବାର କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସୁଭଦ୍ରା ଯୋଜନାର ମୂଳ ଲକ୍ଷ ସମ୍ପର୍କରେ […]

1 min read

ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୦୭-୦୯-୨୦୨୪(ପିପିଏସ) : ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ରାଜ୍ୟ ବାହାରେ ଥିବା ମହିଳା ବି ଏବେ ସୁଭଦ୍ରା ଯୋଜନାର ଲାଭ ପାଇପାରିବେ। ମହିଳାମାନଙ୍କୁ ସଚେତନ କରିବା ସକାଶେ ସୁଭଦ୍ରା ସଚେତନତା ରଥ ସାରା ଓଡ଼ିଶାରେ ବୁଲିବ । ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଶନିବାର ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ […]

1 min read

ଉପମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା : ଶେଷ ହିତାଧିକାରୀ ପର୍ଯ୍ୟନ୍ତ ଚାଲିବ ସୁଭଦ୍ରା ପଞ୍ଜୀକରଣ

ଭୁବନେଶ୍ୱର ୦୭-୦୯-୨୦୨୪(ପିପିଏସ) : ସୁଭଦ୍ରା ଯୋଜନା ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ବଡ଼ ଘୋଷଣା କରିଛନ୍ତି । ଶନିବାର ସୁଭଦ୍ରା ରଥର ଶୁଭାରମ୍ଭ କାର୍ଯ୍ୟକ୍ରମରେ ସାମିଲ ହୋଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଶେଷ ହିତାଧିକାରୀ ପର୍ଯ୍ୟନ୍ତ ସୁଭଦ୍ରା ପଞ୍ଜୀକରଣ ଚାଲିବ। ଧୈର୍ଯ୍ୟ ରଖନ୍ତୁ, ଖୁବ୍‌ଶୀଘ୍ର ସୁଭଦ୍ରା ଯୋଜନା ସମସ୍ତଙ୍କ ପାଖରେ ପହଞ୍ଚିବ । ଏହାର କୌଣସି ସୀମା ନାହିଁ, ଶେଷ ହିତାଧିକାରୀ ଯାଏ ପଞ୍ଜୀକରଣ ଚାଲିବ। ଏଥିପାଇଁ ଗହଳି ନ କରି ଅପେକ୍ଷା କରନ୍ତୁ ବୋଲି ଉପମୁଖ୍ୟମନ୍ତ୍ରୀ […]

1 min read

‘ସୁଭଦ୍ରା’ ସଚେତନତା ରଥର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୦୭-୦୯-୨୦୨୪(ପିପିଏସ) : ଭୁବନେଶ୍ୱରସ୍ଥିତ ଗାନ୍ଧୀମାର୍ଗରେ ଶନିବାର ‘ସୁଭଦ୍ରା’ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁଭଦ୍ରା ଯୋଜନାର ଅସ୍ମିତାର ପରିଚୟ ହେବ। ପ୍ରତି ମହିଳାଙ୍କ ସ୍ବପ୍ନ ପୂରଣ କରିବା ଆମ ସରକାରଙ୍କ ଲକ୍ଷ୍ୟ । ମହିଳାଙ୍କ ଆକାଂକ୍ଷା ପୂରଣ କରିବାରେ ଏହି ଯୋଜନା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରତି ଅଞ୍ଚଳକୁ ଯିବ ସଚେତନତା ରଥ। ମା, ଭଉଣୀଙ୍କୁ ସଚେତନ କରିବ। ପ୍ରଥମେ […]

1 min read

ରତ୍ନଭଣ୍ଡାର ପାଇଁ ତିଆରି ହେବ ହାଇସିକ୍ୟୁରିଟି ଭଲ୍‌ଟ

ଭୁବନେଶ୍ୱର ୦୬-୦୯-୨୦୨୪(ପିପିଏସ): ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଥିବା ଧନ ସମ୍ପତ୍ତିର ସୁରକ୍ଷା ଏକ ବଡ଼ ପ୍ରସଙ୍ଗ ହୋଇରହିଥିବା ବେଳେ ତାହାର ସ୍ଥାୟୀ ସମାଧାନ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ରତ୍ନଭଣ୍ଡାରର ଅଳଙ୍କାରଗୁଡ଼ିକର ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ଏକ ହାଇସିକ୍ୟୁରିଟି ଭଲ୍‌ଟ ତିଆରି କରାଯିବ। ଉଭୟ ବାହାର ଓ ଭିତର ଭଣ୍ଡାରରେ ଏହି ଭଲ୍‌ଟ ତିଆରି କରାଯିବ। ସେଥିରେ ସିନ୍ଦୁକରେ ଥିବା ରତ୍ନଗୁଡ଼ିକୁ ରଖିବାର ବ୍ୟବସ୍ଥା କରାଯିବ। ଏହି ବ୍ୟବସ୍ଥା ଦ୍ବାରା ରତ୍ନଭଣ୍ଡାର ଚାବି ହଜିବା ଭଳି […]