ଓଡିଶା
ସାମ୍ବାଦିକ ସୁରକ୍ଷା ଅଧିନିୟମ ଆଣିବା ପାଇଁ ପ୍ରତିଶୃତି ଦେଲେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର ୨୨-୧୨-୨୦୨୪ (ପିପିଏସ) : ଓଡ଼ିଶାରେ ସାମ୍ବାଦିକମାନେ ଖବର ପ୍ରସାରଣ ସହ ବିଭିନ୍ନ କାର୍ଯ୍ୟରେ ଗୁରୁ ଦାୟିତ୍ୱ ନିର୍ବାହ କରୁଛନ୍ତି। ଓଡ଼ିଶାର ଅଧିକାରରେ ସାମ୍ବାଦିକ ବନ୍ଧୁମାନଙ୍କର ବି ଦାୟିତ୍ୱ ଅଛି। ଏହି ସାମ୍ବାଦିକ ବନ୍ଧୁମାନଙ୍କର ସୁରକ୍ଷା, ଅଧିକାର ଓ ସୁବିଧା ପାଇଁ ସାମ୍ବାଦିକ ସୁରକ୍ଷା ଅଧିନିୟମ ଆଣିବା ସହ ସେମାନଙ୍କୁ ବିଧିବିଦ୍ଧ ଭାବରେ ମାନ୍ୟତା ପ୍ରଦାନ କରିବା ତଥା ପେନସନ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର […]
ନୂଆବର୍ଷରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଧାଡ଼ି ଦର୍ଶନ :ଆଇନ୍ ମନ୍ତ୍ରୀ
ପୁରୀ/ଭୁବନେଶ୍ୱର ୨୨-୧୨-୨୦୨୪ (ପିପିଏସ) : ୨୦୨୫ ଜାନୁଆରି ୧ ତାରିଖରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଧାଡ଼ି ଦର୍ଶନ। ଏଥିପାଇଁ ଡିସେମ୍ବର ୩୦ ଓ ୩୧ ତାରିଖରେ ଟ୍ରାଏଲ କରାଯିବ। ଆଜି ଏନେଇ ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ପୃଥ୍ବୀରାଜ ହରିଚନ୍ଦନ ଆହୁରି କହିଛନ୍ତି, ଡିସେମ୍ବର୨୭ ଏବଂ ୨୮ ତାରିଖ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା ଶେଷ ହୋଇଯିବ। ପରୀକ୍ଷାମୂଳକ ଭାବେ ଡିସେମ୍ବର ୩୦ ଓ ୩୧ ତାରିଖରେ ଧାଡ଼ି ଦର୍ଶନ ହେବ। ଜାନୁଆରି ୧ତାରିଖରୁ ନିୟମିତ […]
ପୁଣି ହୋଇପାରେ ବର୍ଷା: ବଢ଼ିଲା ଚାଷୀଙ୍କ ଚିନ୍ତା
ଭୁବନେଶ୍ୱର ୨୨-୧୨-୨୦୨୪ (ପିପିଏସ) : ଗତ ୧୭ ତାରିଖ ଠାରୁ ୨୧ ତାରିଖ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ହୋଇଥିବା ବର୍ଷାକୁ ନେଇ ଚାଷୀକୁଳ ହଇରାଣ ହୋଇଥିବା ବେଳେ ପୁଣି ଥରେ ସେମାନେ ସମାନପ୍ରକାରର ପରସ୍ଥିତିର ସାମ୍ନା କରିବାକୁ ପଡ଼ିପାରନ୍ତି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଆସନ୍ତା ୨୪ ତାରିଖ ଠାରୁ ଦୁଇଦିନ ଯାଏଁ ରାଜ୍ୟରେ ପୁଣି ବର୍ଷା ସହ ଘନ କୁହୁଡ଼ି ହୋଇପାରେ। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ପଶ୍ଚିମା ଝଡ଼ […]
ଭୁଶୁଡ଼ିବା ସ୍ଥିତିରେ ସେନ୍ସସ୍ କଲୋନି କ୍ବାର୍ଟର୍ସ
ଭୁବନେଶ୍ୱର ୨୨-୧୨-୨୦୨୪ (ପିପିଏସ) : ୨୪ନମ୍ବର ୱାର୍ଡ ଅନ୍ତର୍ଗତ ସେନ୍ସସ୍ କଲୋନିରେ ଥିବା କ୍ବାର୍ଟର୍ସଗୁଡ଼ିକ ରକ୍ଷାଣାବେକ୍ଷଣ ଅଭାବରୁ ଭୁଶୁଡ଼ିପଡ଼ିବା ସ୍ଥିତିରେ ରହିଛି। ଅଧିକାଂଶ ବାହାର କାନ୍ଥରେ ଗଛ ଉଠି ବଡ଼ବଡ଼ ଫାଟ ସୃଷ୍ଟି କରିଛି। ଫଳରେ ଏହା ଭିତରେ ରହୁଥିବା ଲୋକେ ଅତଙ୍କିତ ହୋଇପଡ଼ିଛନ୍ତି। କ୍ବାର୍ଟର୍ସ ଭିତରେ ପ୍ଲାଷ୍ଟର୍ ଖସିବା ସହିତ କାନ୍ଥରେ ପାଣି ଜମୁଛି। କ୍ବାର୍ଟର୍ସଗୁଡ଼ିକର ଆଗପଟକୁ ଚୂନ ବୋଳି ଚକାଚକ୍ କରାଯାଉଛି, ମାତ୍ର କାନ୍ଥ ଫାଟକୁ ମରାମତି କରାଯାଉ ନଥିବା ଅଭିଯୋଗ ହୋଇଛି। କେନ୍ଦ୍ରୀୟ […]
ତାଗିଦା ପରେ ତତ୍ପରତା: ପଥ ଉତ୍ସବ ପ୍ରସ୍ତୁତି ଶେଷ
ଭୁବନେଶ୍ୱର ୨୧-୧୨-୨୦୨୪ ( ପିପିଏସ ) : ସରକାରଙ୍କ ତାଗିଦା ପରେ ଚେତିଛି ବିଏମ୍ସି। ଜାନୁଆରି ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବାକୁ ଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସ ଅବ୍ୟବହିତ ପୂର୍ବରୁ ବିଏମ୍ସି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଉଛି। ଆଜି ବିଏମ୍ସିରେ ଏ ନେଇ ସ୍ବତନ୍ତ୍ର କର୍ପୋରେସନ ବୈଠକରେ ଏହା ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି। ପ୍ରବାସୀ ଭାରତୀୟ ଦିବସ ଅବସରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରବହୁ ସଦସ୍ୟ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ […]
ସାଇବର ଠକଙ୍କ ଆକାଉଣ୍ଟରୁ ଫେରିଲା ୨୪.୬ ଲକ୍ଷ: ଫେରିପାଇଲେ ମେଘାଳୟର ୨ ଯୁବତୀ
ଭୁବନେଶ୍ୱର ୨୧-୧୨-୨୦୨୪ ( ପିପିଏସ ) : କମିସନରେଟ୍ ପୁଲିସର ସାଇବର ଥାନାକୁ ମିଳିଛି ବଡ଼ ସଫଳତା। ସାଇବର ଠକ ରୢାକେଟ୍ର ମାଷ୍ଟରମାଇଣ୍ଡ୍କୁ ଧରିବା ସମ୍ଭବ ହୋଇ ନଥିଲେ ମଧ୍ୟ ଲୁଟ୍ର ଶିକାର ହୋଇଥିବା ଯୁବତୀଙ୍କୁ ୨୪ ଲକ୍ଷ ୬୦ ହଜାର ଟଙ୍କା ଫେରାଇବାକୁ ସକ୍ଷମ ହୋଇଛି ପୁଲିସ। ମାଷ୍ଟରମାଇଣ୍ଡ୍କୁ ଗିରଫ କରିବାକୁ ଉଦ୍ୟମ ଜାରି ରହିଛି। ଭୁବନେଶ୍ବର ଏମ୍ସରେ ଚାକିରି କରିଥିବା ମେଘାଳୟର ୨ ଯୁବତୀ ୨୦୨୩ ଅକ୍ଟୋବର ମାସରେ ଏହି ଠକାମିର ଶିକାର ହୋଇଥିଲେ। […]
ପୁରୁଣା ଗାଡ଼ି ବିକ୍ରି ଉପରେ ଲାଗିବ ୧୮% ଜିଏସଟି
ନୂଆଦିଲ୍ଲୀ/ଭୁବନେଶ୍ୱର ୨୧-୧୨-୨୦୨୪ ( ପିପିଏସ ) : ଯଦି ଆପଣ ନିଜର ପୁରୁଣା କାରକୁ ବିକ୍ରି କରି ସେହି ଟଙ୍କାରେ ନୂଆ କାର୍ କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଚିନ୍ତାର ଖବର ଆସିଛି, କାରଣ ସରକାର ପୁରୁଣା ଗାଡି ବିକ୍ରି ଉପରେ ଜିଏସଟି ହାର ୧୮%କୁ ବୃଦ୍ଧି କରିଛନ୍ତି। ଶନିବାର ରାଜସ୍ଥାନର ଜୟସେଲମେରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫୫ ତମ ଜିଏସଟି ପରିଷଦ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। […]
ଜାନୁଆରିରେ ୨୦ଲକ୍ଷଙ୍କୁ ସୁଭଦ୍ରା ଟଙ୍କା
ଭୁବନେଶ୍ୱର ୨୧-୧୨-୨୦୨୪ ( ପିପିଏସ ) : ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ’ସୁଭଦ୍ରା ଯୋଜନା’ର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପାଇବା ପାଇଁ ଆବେଦନକାରୀମାନେ ଅପେକ୍ଷାରେ ଅଛନ୍ତି। ଅପେକ୍ଷାରତ ଅବେଦନକାରୀଙ୍କୁ କେବେ ଟଙ୍କା ମିଳିବ ସେନେଇ ଯଦିଓ ବିଦ୍ଧିବଦ୍ଧ ଭାବେ ତାରିଖ ଘୋଷଣା ହୋଇନାହିଁ, ସମ୍ଭବତଃ ଏହା ଆଗାମୀ ଜାନୁଆରିରେ ମିଳିବ ବୋଲି ଆଶା କରାଯାଉଛି। ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ଅପ୍ଡେଟ୍ ଦେଇଛନ୍ତି। ରାଜ୍ୟ ସରକାର […]
ଆହୁରି ମହଙ୍ଗା ହେବ ବିଜୁଳି
ଓଇଆର୍ସିକୁ ଗ୍ରିଡ୍କୋର ପ୍ରସ୍ତାବ ଭୁବନେଶ୍ୱର ୨୧-୧୨-୨୦୨୪ ( ପିପିଏସ ) : ମାଡ଼ି ଆସୁଛି ମହଙ୍ଗା ଯୁଗ। ବିଜୁଳି ପାଇଁ ଗଣିବାକୁ ପଡ଼ିବ ଅଧିକ ଟଙ୍କା। ୨୦୨୫-୨୬ରେ ବିଦ୍ୟୁତ୍ ପାଇକାରୀ ମୂଲ୍ୟ ୟୁନିଟ୍ ପିଛା ୫୪ ପଇସା ବୃଦ୍ଧି ପାଇ ୩ ଟଙ୍କା ୮୨ ପଇସା ହେବାର ଆଶଙ୍କା ଦେଖାଦେଇଛି। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍ସି) ନିକଟରେ ଗ୍ରିଡ୍କୋ ଦାଖଲ କରାଯାଇଥିବା ବାର୍ଷିକ ରାଜସ୍ବୂ ଆବଶ୍ୟକତା ଦରଖାସ୍ତରେ ବିଦ୍ୟୁତ୍ ଶୁଳ୍କ ବଢ଼ାଇବାକୁ ପ୍ରସ୍ତାବ ଦିଆଯାଇଛି। ୨୦୨୩-୨୪ରେ […]
ଆସନ୍ତାକାଲିଠାରୁ କମିବ ବର୍ଷା, ୪୮ ଘଣ୍ଟା ରହିବ ଘନକୁହୁଡ଼ି
ଭୁବନେଶ୍ୱର ୨୧-୧୨-୨୦୨୪ ( ପିପିଏସ ) : ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଉପକୂଳବର୍ତ୍ତି ଜିଲ୍ଲାଗୁଡ଼ିକରେ ଅନେକ ସ୍ଥାନରେ ହଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ବିକ୍ଷିପ୍ତ ବର୍ଷା ରହିବ। ଅଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ଆଜିପ୍ରାୟତଃକମିଯିବମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା,ଜଗତସିଂପୁର,ଗଞ୍ଜାମ,ଗଜପତି, ରାୟଗଡ଼ା, ଯାଜପୁର, କଳାହାଣ୍ଡି,କନ୍ଧମାଳ , ଢେଙ୍କାନାଳ,ଖୋର୍ଦ୍ଧା,କଟକ,ଝାରସୁଗୁଡ଼ା ଜିଲ୍ଲାରେ ଅଧିକ ବର୍ଷା ରହିବ। ମାଲକାନଗିରି,ନୂଆପଡ଼ା, ବଲାଙ୍ଗିର, ନବରଙ୍ଗପୁର,ବରଗଡ଼, ସୋନପୁରରେ ଆଜି କମିପରେ ବର୍ଷା। ଆଜି ଅନେକ ସ୍ଥାନରେ ବର୍ଷା ରହିବ। କିନ୍ତୁ ଆସନ୍ତାକାଲିଠୁଁବହୁ ପରିମାଣରେ କମିବ ବର୍ଷା। ଏନେଇ ସୂଚନା ଦେଇଛନ୍ତି […]
