ମାଡ଼ଖାଇ ଲହୁଲୁହାଣ ହୋଇଥିବା ଚୋରଙ୍କୁ ଗ୍ରାମବାସୀଙ୍କ ଠାରୁ ଉଦ୍ଧାର କଲା ପୁଲିସ
1 min read

ମାଡ଼ଖାଇ ଲହୁଲୁହାଣ ହୋଇଥିବା ଚୋରଙ୍କୁ ଗ୍ରାମବାସୀଙ୍କ ଠାରୁ ଉଦ୍ଧାର କଲା ପୁଲିସ

ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଭୂଆଶୁଣୀ ପଞ୍ଚାୟତ ତିଳା ଗ୍ରାମରେ ଚାରି ଜଣ ଛେଳି ଚୋରଙ୍କୁ ଗ୍ରାମବାସୀ ନିସ୍ତୁକ ମାଡ଼ ମାରିଛନ୍ତି। ଚୋରମାନଙ୍କୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରି ପୁଲିସ ଅଟକ ରଖିଛି।

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଭୂଆଶୁଣୀ ପଞ୍ଚାୟତ ତିଳା ଗ୍ରାମରେ ଚାରି ଜଣ ଛେଳି ଚୋରଙ୍କୁ ଗ୍ରାମବାସୀ ନିସ୍ତୁକ ମାଡ଼ ମାରିଛନ୍ତି। ଚୋରମାନଙ୍କୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରି ପୁଲିସ ଅଟକ ରଖିଛି। ଅଭିଯୁକ୍ତ ଯୁବକମାନେ ହେଲେ ସୂରଜ ମୁଖି (୨୮), ଜୟନ୍ତ ବେହେରା (୩୨), ଦିଲୀପ ସିଂ (୨୮) ଓ ଲକ୍ଷ୍ମଣ ସିଂ (୨୮)। ସୂଚନା ଅନୁସାରେ ତିଳା ଗ୍ରାମର ବିନୋତି ପାତ୍ର ଓ ସୁରେନ୍ଦ୍ର ପାତ୍ରଙ୍କ ଦୁଇଟି ଅଣ୍ଡିରା ଛେଳି ବିଲରେ ଚରୁଥିବା ବେଳେ ଚାରିଜଣ ଯୁବକ ନେଇ କାର୍‌ରେ ନେଇ ପଳାଇବାକୁ ଉଦ୍ୟମ କରିଥିଲେ। ଏହା ଦେଖି ସ୍ଥାନୀୟ ଜଣେ ଯୁବକ ବଡ଼ ପାଟି କରିଥିଲେ। ପାଟି ଶୁଣି କିଛି ଯୁବକ ବାଇକ୍‌ରେ କାର୍‌ (ଓଡି୧୧ ଏସି ୯୭୭୩) ଗୋଡ଼ାଇ ଥିଲେ। କଣ୍ଟାଶୋଲା ଗ୍ରାମ ନିକଟରେ ଗ୍ରାମବାସୀଙ୍କ ସହାୟତାରେ କାର୍‌ଟିକୁ ଅଟକ ରଖିବା ସହିତ ଚାରି ଜଣ ଯୁବକଙ୍କୁ ବାନ୍ଧି ଉତ୍ତମ ମଧ୍ୟମ ଦେଇଥିଲେ। କାର୍‌ ମଧ୍ୟରୁ ଦୁଇଟି ଛେଳି ଉଦ୍ଧାର କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୩୫ ହଜାର ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ବିନୋତି ପାତ୍ର କହିଛନ୍ତି। ବିନୋତି ପାତ୍ର ଓ ସୁରେନ୍ଦ୍ର ପାତ୍ରଙ୍କ ଦୁଇଟି ଅଣ୍ଡିରା ଛେଳି ବିଲରେ ଚରୁଥିବା ବେଳେ ଚାରିଜଣ ଯୁବକ ନେଇ କାର୍‌ରେ ନେଇ ପଳାଇବାକୁ ଉଦ୍ୟମ କରିଥିଲେ। ଏହା ଦେଖି ସ୍ଥାନୀୟ ଜଣେ ଯୁବକ ବଡ଼ ପାଟି କରିଥିଲେ। ପାଟି ଶୁଣି କିଛି ଯୁବକ ବାଇକ୍‌ରେ କାର୍‌ (ଓଡି୧୧ ଏସି ୯୭୭୩) ଗୋଡ଼ାଇ ଥିଲେ।
ତେବେ ଲୋକେ ସହାୟତା ନମ୍ବର ୧୧୨କୁ ଖବର ଦେବାରୁ ଘଟଣାସ୍ଥଳରେ ବାଙ୍ଗିରିପୋଷି ପୁଲିସ ପହଞ୍ଚି ଗ୍ରାମବାସୀଙ୍କ ଠାରୁ ଚାରିଜଣ ଯୁବକଙ୍କୁ ଉଦ୍ଧାର କରିଥିଲେ। ଅଭିଯୁକ୍ତ ଯୁବକମାନେ ହେଲେ ଶୁଳିଆପଦା ଥାନା କୋଷ୍ଟା ଗ୍ରାମର ସୂରଜ ମୁଖି (୨୮), ବାରିପଦା ଥାନା ବିଜୟରାମଚନ୍ଦ୍ରପୁରର ଜୟନ୍ତ ବେହେରା (୩୨), ବାରିପଦା ଥାନା କଲାଅସ୍ତିଆର ଦୀଲିପ ସିଂ (୨୮), କୁଳିଅଣା ଥାନା କିଶାନଡାହି ଗ୍ରାମ ର ଲକ୍ଷ୍ମଣ ସିଂ (୨୮)କୁ ପୁଲିସ ଅଟକ ରଖି ପଚରାଉଚରା ଉଚରା ଚଳାଇଛି। ବିନୋତି ପାତ୍ରଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ ଦୁଇମାସ ମଧ୍ୟରେ ପାଞ୍ଚଟି ଛେଳି, ଗୋରୁ ଚୋରି ହୋଇଛି। ମକର ପର୍ବ ପାଇଁ ଚୋରି ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହେଉଥିବାରୁ ପାଟ୍ରୋଲିଙ୍ଗକୁ କଡ଼ାକଡ଼ି କରିବା ପାଇଁ ଜନସାଧାରଣ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *