ଜାତୀୟ
ସ୍ତ୍ରୀ ଓ ନବଜାତକୁ ହସ୍ପିଟାଲରୁ ଡିସଚାର୍ଜ କରିବା ପାଇଁ ଦୁଇବର୍ଷର ପୁଅକୁ କଲେ ବିକ୍ରି
ନୂଆଦିଲ୍ଲୀ/ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : ଉତ୍ତରପ୍ରଦେଶର କୁଶୀନଗର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଓ ନବଜାତକୁ ହସ୍ପିଟାଲରୁ ଡିସଚାର୍ଜ କରିବା ପାଇଁ ନିଜର ଦୁଇବର୍ଷର ପୁଅକୁ ବିକ୍ରି କରି ଦେଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ବିକ୍ରି ହୋଇଥିବା ପୁଅକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି।ଏହି ଘଟଣାକୁ ନେଇ ପୁଲିସ ଅଧିକାରୀ ସନ୍ତୋଷ କୁମାର ମିଶ୍ରା କହିଛନ୍ତି,‘ବରୱା ପଟ୍ଟିରେ ବସବାସ କରୁଥିବା ହରିଶ ପଟେଲ ସ୍ତ୍ରୀଙ୍କ ପ୍ରସବ […]
ସ୍ବର୍ଣ୍ଣ ଜିତିଲେ ଇନକମ ଟ୍ୟାକ୍ସ ଇନ୍ସପେକ୍ଟର
ନୂଆଦିଲ୍ଲୀ/ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : ପ୍ୟାରିସ ପାରା ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ଭାରତ ଏ ପର୍ଯ୍ୟନ୍ତ ୭ ସ୍ଵର୍ଣ୍ଣ, ୯ ରୌପ୍ୟ ଓ ୧୩ କାଂସ୍ୟ ପଦକ ଜିତି ସାରିଛି। ଅର୍ଥାତ ପାରାଅଲିମ୍ପିକ୍ସ ୨୦୨୪ରେ ଭାରତର ପଦକ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି। ଭାରତ ଚଳିତ ପାରା ଅଲିମ୍ପିକ୍ସରେ ପଦକ ତାଲିକାରେ ୧୬ମ ସ୍ଥାନରେ ରହିଛି। ଯାହା ଆମ ଦେଶ ପାଇଁ ଗୌରବର ବିଷୟ। ଗତଶନିବାର ପୁରୁଷ ଜାଭେଲିନ ପ୍ରତିଯୋଗିତାି ଫାଇନାଲ୍ରେ ନବଦୀପ ସିଂହ […]
ବୀମା ପ୍ରିମିୟମ ଉପରେ ଲାଗୁ ଜିଏସଟି କମିବ
ନୂଆଦିଲ୍ଲୀ/ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : ସୋମବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଏସଟି କାଉନସିଲ ବୈଠକରେ ନିଆଯାଇଛି ବଡ ନିଷ୍ପତ୍ତି । ବୀମା ପ୍ରିମୟମ ଉପରେ ଲାଗୁ ୧୮% ଦ୍ରବ୍ୟ ଓ ସେବା ଟିକସ (ଜିଏସଟି) ହାର ହ୍ରାସ କରିବାକୁ ବୈଠକରେ ସହମତି ହୋଇଛି । କେତେ କମିବ ତାହା ପରବର୍ତ୍ତି ବୈଠକରେ ନିଷ୍ପତ୍ତି ନିଆଯିବ ।ଦିଲ୍ଲୀରେ ଅନୁଷ୍ଠିତ ଏହି ବୈଠକରେ ଯୋଗ ଦେଇଥିବା ପଞ୍ଜାବର ଅର୍ଥମନ୍ତ୍ରୀ ହରପାଲ ସିଂ ଚିମା କହିଛନ୍ତି ଯେ ସ୍ୱାସ୍ଥ୍ୟ ଏବଂ […]
ପ୍ରଥମ ସନ୍ଦିଗ୍ଧ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ପରେ, ସମସ୍ତ ରାଜ୍ୟକୁ ମାର୍ଗଦର୍ଶିକା ଜାରି କଲା କେନ୍ଦ୍ର
ନୂଆଦିଲ୍ଲୀ/ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : ଦେଶରେ ପ୍ରଥମ ସନ୍ଦିଗ୍ଧ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହେବା ପରେ କେନ୍ଦ୍ର ସରକାରଙ୍କ ଚେତା ପଶିଛି । ୧୫ ଦିନ ତଳେ ପଡ଼ୋଶୀ ପାକିସ୍ତାନରେ ଏକାଧିକ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ହେଁ ଭାରତ ସରକାରଙ୍କ ପକ୍ଷରୁ କୌଣସି ଆଗୁଆ ପଦକ୍ଷେପ ନିଆଯାଇ ନ ଥିଲା। ଏବେ ସନ୍ଦିଗ୍ଧ ଆକ୍ରାନ୍ତ ଚିହ୍ନଟ ହେବା ପରେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ କରାଇବା ସହିତ ମାର୍ଗଦର୍ଶିକା ଜାରି କରିଛି। […]
ଖୁବ୍ଶୀଘ୍ର କମିବ ପେଟ୍ରୋଲ ଦର! ୨ରୁ ୩ ଟଙ୍କା କମିବା ସମ୍ଭାବନା
୨ରୁ ୩ ଟଙ୍କା କମିବା ସମ୍ଭାବନାମାର୍ଚ୍ଚ ୧୪ରେ ୨ ଟଙ୍କା କମିଥିଲା୭୩ ଡଲାର ତଳେ ଅଶୋଧିତ ତେଲ ଭୁବନେଶ୍ବର/୦୮-୦୯-୨୦୨୪(ପିପିଏସ): ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୭୩ ଡଲାର ତଳକୁ ଏବେ ଖସିଆସିଛି। ଏଥିସହିତ ଆମେରିକା, ଚୀନ ଏବଂ ୟୁରୋପୀୟ ଦେଶଗୁଡ଼ିକରେ ମଧ୍ୟ ଅଶୋଧିତ ତେଲ ଚାହିଦା କମ୍ ରହିଛି। ଆଗାମୀ ଅକ୍ଟୋବର ପହିଲାରୁ ଓପେକ୍ ପ୍ଲସ ଦେଶଗୁଡ଼ିକ ଅଶୋଧିତ ତେଲ ଉତ୍ପାଦନ ବଢ଼ାଇବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଆସନ୍ତା ୧୮ ତାରିଖରୁ ଜମ୍ମୁ […]
ସ୍ବତନ୍ତ୍ର ଅଲିମ୍ପିକ୍ସ ଜାତୀୟ ବୋଲିଂ: ଓଡ଼ିଶାକୁ ସ୍ବର୍ଣ୍ଣ ଓ କାଂସ୍ୟ
ଭୁବନେଶ୍ବର/୦୮-୦୯-୨୦୨୪(ପିପିଏସ): ନୂଆଦିଲ୍ଲୀର ରୁବ୍ ମଲ୍ଲ ଜୋରେକୋରେ ଅନୁଷ୍ଠିତ ସ୍ବତନ୍ତ୍ର ଅଲିମ୍ପିକ୍ସ ଖେଳାଳିଙ୍କ ପ୍ରଥମ ଜାତୀୟ ବୋଲିଂ ପ୍ରତିଯୋଗିତାରେ ଓଡ଼ିଶାକୁ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଓ କାଂସ୍ୟ ପଦକ ମିଳିଛି। ଅସୀମା ଐଶ୍ବର୍ଯ୍ୟା ଓ ସଂଗୀତା ନାୟକଙ୍କୁ ନେଇ ଗଠିତ ଓଡ଼ିଶା ମହିଳା ଦଳ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେହିଭଳି ଦେବାଶିଷ ଓ କିରଣ ନାଗଙ୍କୁ ନେଇ ଗଠିତ ଓଡ଼ିଶା ପୁରୁଷ ଦଳ କାଂସ୍ୟ ପଦକ ଜିତିଛନ୍ତି। ଓଡ଼ିଶା ଦଳ ସହ ବିବେକାନନ୍ଦ ମହାନ୍ତି ଓ ଲିଲୁବାଳା ମହାପାତ୍ର […]
ଲକ୍ଷ୍ନୌରେ ଭୁଷୁଡ଼ିଲା ୩ମହଲା କୋଠା : ୪ ମୃତଦେହ ଉଦ୍ଧାର, ୨୮ ଜଣ ଗୁରୁତର
ଲକ୍ଷ୍ନୌ/ଭୁବନେଶ୍ୱର,୦୭-୦୯-୨୦୨୪(ପିପିଏସ) : ଉତ୍ତର ପ୍ରଦେଶର ଲକ୍ଷ୍ନୌ ଠାରେ ଥିବା ଟ୍ରାନ୍ସପୋର୍ଟ ନଗରରେ ଗୋଟିଏ ୩ ମହଲା ବିଶିଷ୍ଟ ବିଲଡିଂ ଭୁଶୁଡ଼ିବା ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଦଳ ଧ୍ୱଂସାବଶେଷ ୪ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ସେହିପରି ଆଉ ୨୮ ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। ଏହାବାଦ ଏବେ ବି ଧ୍ୱଂସାବଶେଷ ତଳେ ଆଉ କିଛି ଲୋକ ଫସି […]
ଧୋନି-ସଚିନଙ୍କଠାରୁ ଅଧିକ ଆୟକର ଦେଉଛନ୍ତି ବିରାଟ
ନୂଆଦିଲ୍ଲୀ/ଭୁବନେଶ୍ୱର ୦୬-୦୯-୨୦୨୪(ପିପିଏସ): ଟିମ୍ ଇଣ୍ଡିଆର ରନ୍ ମେସିନ୍ ବିରାଟ କୋହଲି ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ସେ ଶେଷ ଥର ପାଇଁ ଶ୍ରୀଲଙ୍କା ବିପକ୍ଷରେ ଓଡିଆଇ ସିରିଜ୍ ଖେଳିଥିଲେ ଏବଂ ଆଗକୁ ସେପ୍ଟେମ୍ବର ୧୯ରୁ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଭାଗ ନେବେ । ତେବେ ସେ କ୍ରିକେଟଠାରୁ ଦୂରରେ ଥିଲେ ବି ଏବେ ଚର୍ଚ୍ଚାରେ ରହିଛନ୍ତି। ଫର୍ଚୁନ୍ ଇଣ୍ଡିଆ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ବିରାଟ କୋହଲି ୨୦୨୩-୨୪ ବର୍ଷରେ ୬୬କୋଟି ଟଙ୍କା ଆୟକର […]
୨୦୨୬ରେ ବିଜୟ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ:ଅମରେନ
ଚେନେଇ/ଭୁବନେଶ୍ୱର ୦୬-୦୯-୨୦୨୪(ପିପିଏସ): ବିଜୟଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦି ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍’ ଗୁରୁବାର ମୁକ୍ତିଲାଭ କରିଛି। ଏଥିରେ ଅଭିନେତା ପ୍ରେମଗୀ ଅମରେନ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରର ଗ୍ରାଣ୍ଡ୍ ରିଲିଜ୍କୁ ନେଇ ଅମରେନ ଅନେକ ବଡ଼ ଖୁଲାସା କରିଛନ୍ତି। ଏଥିସହ ବିଜୟଙ୍କ ବିଷୟରେ ଏକ ବଡ଼ ଭବିଷ୍ୟବାଣୀ ମଧ୍ୟ କରିଛନ୍ତି। ଏହି ଭବିଷ୍ୟବାଣୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଅମରେନ କହିଛନ୍ତି ଯେ, ୨୦୨୬ରେ ବିଜୟ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ହେବେ। ଦଲପତି ବିଜୟଙ୍କ […]
ଓଡ଼ିଶାର ୨ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର
ନୂଆଦିଲ୍ଲୀ/ଭୁବନେଶ୍ୱର ୦୬-୦୯-୨୦୨୪(ପିପିଏସ): ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାର ଦୁଇ ଶିକ୍ଷକଙ୍କ ସମେତ ଦେଶର ୮୨ ଜଣ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଜାତୀୟ ପୁରସ୍କାର-୨୦୨୪ରେ ସମ୍ମାନିତ କରିଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଗୁରୁଦିବସ ଅବସରରେ ବିଜ୍ଞାନ ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି କୃତୀ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ପୁରସ୍କୃତ ହୋଇଥିବା ୨ ଓଡ଼ିଆ ଶିକ୍ଷକ ହେଲେ, କଳାହାଣ୍ଡି ଜିଲ୍ଲା ନର୍ଲାସ୍ଥିତ ଜୟଦୁର୍ଗା ଉଚ୍ଚ […]