1 min read

ଭୟମୁକ୍ତ ଓ ବିକଶିତ ଅଞ୍ଚଳ ହେବ ଆଠଗଡ଼- ଧର୍ମେନ୍ଦ୍ର ପ୍ରଧାନ

ଆଠଗଡ଼ରେ ଦଳର ମିଶ୍ରଣ ପର୍ବ ସମାରୋହରେ କେନ୍ଦ୍ରମନ୍ତ୍ରୀ •ବିଜେପି ସରକାରରେ ଆଇନ କେଉଁ ବିଧାୟକଙ୍କ ନିର୍ଦ୍ଦେଶରେ ଚାଲିବ ନାହିଁ, ନ୍ୟାୟ ଗରିବ ଲୋକଙ୍କ ପାଇଁ ରହିବ •ବ୍ୟାଙ୍କରୁ ଋଣ ନିଆଯାଇ ଆଠଗଡରେ କେନାଲ ଖୋଳା ହେଲା, ଚାଷୀଙ୍କ ଜମିକୁ ପାଣି ମାଡିଲା ନାହିଁ •କ୍ୟାପିଟାଲ ଜୋନ୍ ରିଙ୍ଗ ରୋଡ ପ୍ରକଳ୍ପ ଦ୍ୱାରା ଆଠଗଡ ଅଧିକ ଲାଭ ପାଇବ କଟକ/ଆଠଗଡ଼,୨୨-୧୨-୨୦୨୪ (ପିପିଏସ) : ସମ୍ବଲପୁର, କଟକ, ଢେଙ୍କାନାଳ, ବାଙ୍କୀ, ଜଗତସିଂହପୁରର ସଡକ ଭିତ୍ତିଭୂମି ସୁଦୃଢ ହେବ ଚଷା ଚାଷୀର […]

1 min read

ମୋଦୀଙ୍କୁ କୁଏତର ସର୍ବୋଚ୍ଚ ସମ୍ମାନ

ନୂଆଦିଲ୍ଲୀ/ଭୁବନେଶ୍ୱର୨୨-୧୨-୨୦୨୪(ପିପିଏସ):  ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଏତ ଗସ୍ତର ଶେଷ ଦିନରେ ତାଙ୍କୁ କୁଏତର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍ ମୁବାରକ୍ ଅଲ୍ କବୀରପ୍ରଦାନ କରାଯାଇଛି ।ରବିବାର କୁଏତର ବାୟାନ୍ ପ୍ୟାଲେସରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା।ଏହାପରେ କୁଏତ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହାର ସର୍ବୋଚ୍ଚ ସମ୍ମାନ ଅର୍ଡର ଅଫ୍ ମୁବାରକ୍ ଅଲ୍ କବୀରରେ ସମ୍ମାନିତ କରିଥିଲେ।ବାୟାନ୍ ପ୍ୟାଲେସ କୁଏତରେ ଶକ୍ତିର ପ୍ରତୀକ ଏବଂ ଅନେକ ଦେଶର ଦୂତାବାସ ମଧ୍ୟ ଏଠାରେ ଅଛି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦିଆଯାଇଥିବା ଏହା ହେଉଛି ୨୦ତମ ଅନ୍ତର୍ଜାତୀୟ ସମ୍ମାନ ଏହା ବିଦେଶୀ ରାଷ୍ଟ୍ରମୁଖ୍ୟ ଏବଂ ବିଦେଶୀ ରାଜ ପରିବାରର ସଦସ୍ୟମାନଙ୍କୁ ପ୍ରଦାନ କରାଯାଏ ।ପୂର୍ବରୁ ବିଲ୍ କ୍ଲିଣ୍ଟନ୍, ପ୍ରିନ୍ସ ଚାର୍ଲ୍ସ ଓ ଜର୍ଜ ବୁଶଙ୍କ ଭଳି ବିଦେଶୀ ନେତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।ଭାରତ ସରକାର ଉପସାଗରୀୟ ଦେଶଗୁଡ଼ିକ ସହ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରୁଛନ୍ତି। ଭାରତ-କୁଏତ ସମ୍ପର୍କକୁ ବିଶେଷ କରି ବାଣିଜ୍ୟ, ପୁଞ୍ଜିନିବେଶ ଏବଂ ଶକ୍ତି କ୍ଷେତ୍ରରେ ଏକ ନୂତନ ଗତି ପ୍ରଦାନ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀମୋଦୀ କୁଏତର ଅମୀର ଶେଖ୍ ମେଶାଲ ଅଲ-ଅହମ୍ମଦ ଅଲ-ଜାବେର ଅଲ୍-ସବାଙ୍କ ସହ ଆଲୋଚନା କରିଛନ୍ତି।

1 min read

ସାମ୍ବାଦିକ ସୁରକ୍ଷା ଅଧିନିୟମ ଆଣିବା ପାଇଁ ପ୍ରତିଶୃତି ଦେଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର ୨୨-୧୨-୨୦୨୪ (ପିପିଏସ) : ଓଡ଼ିଶାରେ ସାମ୍ବାଦିକମାନେ ଖବର ପ୍ରସାରଣ ସହ ବିଭିନ୍ନ କାର୍ଯ୍ୟରେ ଗୁରୁ ଦାୟିତ୍ୱ ନିର୍ବାହ କରୁଛନ୍ତି। ଓଡ଼ିଶାର ଅଧିକାରରେ ସାମ୍ବାଦିକ ବନ୍ଧୁମାନଙ୍କର ବି ଦାୟିତ୍ୱ ଅଛି। ଏହି ସାମ୍ବାଦିକ ବନ୍ଧୁମାନଙ୍କର ସୁରକ୍ଷା, ଅଧିକାର ଓ ସୁବିଧା ପାଇଁ ସାମ୍ବାଦିକ ସୁରକ୍ଷା ଅଧିନିୟମ ଆଣିବା ସହ ସେମାନଙ୍କୁ ବିଧିବିଦ୍ଧ ଭାବରେ ମାନ୍ୟତା ପ୍ରଦାନ କରିବା ତଥା ପେନସନ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର […]

1 min read

ନୂଆବର୍ଷରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଧାଡ଼ି ଦର୍ଶନ :ଆଇନ୍ ମନ୍ତ୍ରୀ

ପୁରୀ/ଭୁବନେଶ୍ୱର ୨୨-୧୨-୨୦୨୪ (ପିପିଏସ) : ୨୦୨୫ ଜାନୁଆରି ୧ ତାରିଖରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଧାଡ଼ି ଦର୍ଶନ। ଏଥିପାଇଁ ଡିସେମ୍ବର ୩୦ ଓ ୩୧ ତାରିଖରେ ଟ୍ରାଏଲ କରାଯିବ। ଆଜି ଏନେଇ ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।  ପୃଥ୍ବୀରାଜ ହରିଚନ୍ଦନ ଆହୁରି କହିଛନ୍ତି, ଡିସେମ୍ବର୨୭ ଏବଂ ୨୮ ତାରିଖ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା ଶେଷ ହୋଇଯିବ। ପରୀକ୍ଷାମୂଳକ ଭାବେ ଡିସେମ୍ବର ୩୦ ଓ ୩୧ ତାରିଖରେ ଧାଡ଼ି ଦର୍ଶନ ହେବ। ଜାନୁଆରି ୧ତାରିଖରୁ  ନିୟମିତ […]

1 min read

ଭୁଶୁଡ଼ିବା ସ୍ଥିତିରେ ସେନ୍‌ସସ୍‌ କଲୋନି କ୍ବାର୍ଟର୍ସ

ଭୁବନେଶ୍ୱର ୨୨-୧୨-୨୦୨୪ (ପିପିଏସ) : ୨୪ନମ୍ବର ୱାର୍ଡ ଅନ୍ତର୍ଗତ ସେନ୍‌ସସ୍‌ କଲୋନିରେ ଥିବା କ୍ବାର୍ଟର୍ସଗୁଡ଼ିକ ରକ୍ଷାଣାବେକ୍ଷଣ ଅଭାବରୁ ଭୁଶୁଡ଼ିପଡ଼ିବା ସ୍ଥିତିରେ ରହିଛି। ଅଧିକାଂଶ ବାହାର କାନ୍ଥରେ ଗଛ ଉଠି ବଡ଼ବଡ଼ ଫାଟ ସୃଷ୍ଟି କରିଛି। ଫଳରେ ଏହା ଭିତରେ ରହୁଥିବା ଲୋକେ ଅତଙ୍କିତ ହୋଇପଡ଼ିଛନ୍ତି। କ୍ବାର୍ଟର୍ସ ଭିତରେ ପ୍ଲାଷ୍ଟର୍‌ ଖସିବା ସହିତ କାନ୍ଥରେ ପାଣି ଜମୁଛି। କ୍ବାର୍ଟର୍ସଗୁଡ଼ିକର ଆଗପଟକୁ ଚୂନ ବୋଳି ଚକାଚକ୍‌ କରାଯାଉଛି, ମାତ୍ର କାନ୍ଥ ଫାଟକୁ ମରାମତି କରାଯାଉ ନଥିବା ଅଭିଯୋଗ ହୋଇଛି। କେନ୍ଦ୍ରୀୟ […]

1 min read

ତାଗିଦା ପରେ ତତ୍ପରତା: ପଥ ଉତ୍ସବ ପ୍ରସ୍ତୁତି ଶେଷ

ଭୁବନେଶ୍ୱର ୨୧-୧୨-୨୦୨୪ ( ପିପିଏସ ) : ସରକାରଙ୍କ ତାଗିଦା ପରେ ଚେତିଛି ବିଏମ୍‌ସି। ଜାନୁଆରି ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବାକୁ ଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସ ଅବ୍ୟବହିତ ପୂର୍ବରୁ ବିଏମ୍‌ସି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଉଛି। ଆଜି ବିଏମ୍‌ସିରେ ଏ ନେଇ ସ୍ବତନ୍ତ୍ର କର୍ପୋରେସନ ବୈଠକରେ ଏହା ଉପ‌ରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି। ପ୍ରବାସୀ ଭାରତୀୟ ଦିବସ ଅବସରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରବହୁ ସଦସ୍ୟ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ […]

1 min read

 ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ କୁଏତ ଆସିବାକୁ ୪୦ ବର୍ଷ ଲାଗିଗଲା : ମୋଦୀ

ନୂଆଦିଲ୍ଲୀ/ଭୁବନେଶ୍ୱର ୨୧-୧୨-୨୦୨୪ ( ପିପିଏସ ) : କୁଏତର କ୍ୟାନଭାସରେ ଭାରତୀୟତାର ରଙ୍ଗ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସହରର ଶେଖ୍ ସାଦ୍ ଅଲ୍ ଅବଦୁଲ୍ଲା ଇନ୍ଡୋର ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ଆୟୋଜିତ କମ୍ୟୁନିଟି ଇଭେଣ୍ଟ ‘ହାଲା ମୋଦୀ’ରେ ଭାରତୀୟମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ମୁଁ ଅଢ଼େଇ ଘଣ୍ଟା ପୂର୍ବରୁ ଏଠାରେ ପହଞ୍ଚିଛି। ଆପଣମାନଙ୍କୁ ଦେଖିଲେ ଲାଗୁଛି ଏଠାରେ ଏକ ମିନି ଭାରତ ସୃଷ୍ଟି ହୋଇଛି । ଭାରତର କୋଣ ଅନୁକୋଣରୁ ଭିନ୍ନ ଭିନ୍ନ […]

1 min read

ଆଉରଙ୍ଗଜେବଙ୍କ ପରିବାର ଲୋକ ଏବେ ରିକ୍ସା ଚଳାଉଛନ୍ତି: ଯୋଗୀ

ନୂଆଦିଲ୍ଲୀ/ଭୁବନେଶ୍ୱର ୨୧-୧୨-୨୦୨୪ ( ପିପିଏସ ) : ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟା ଧାମର ଆଶ୍ରାଫି ଭବନ ଆଶ୍ରମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ସମାବେଶକୁ ସମ୍ବୋଧିତ କରି କହିଛନ୍ତି ଯେ ସନାତନ ଧର୍ମ ହେଉଛି ଭାରତର ରାଷ୍ଟ୍ରୀୟ ଧର୍ମ ଏବଂ ଏହାକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଧର୍ମ ଏବଂ ସଂସ୍କୃତି ମାଧ୍ୟମରେ ସମାଜରେ ସକରାତ୍ମକତା ଏବଂ ଶାନ୍ତି ବିସ୍ତାର ହୋଇଛି ବୋଲି ସେ […]

1 min read

ଜାନୁଆରିରେ ୨୦ଲକ୍ଷଙ୍କୁ ସୁଭଦ୍ରା ଟଙ୍କା

ଭୁବନେଶ୍ୱର ୨୧-୧୨-୨୦୨୪ ( ପିପିଏସ ) : ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ’ସୁଭଦ୍ରା ଯୋଜନା’ର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପାଇବା ପାଇଁ ଆବେଦନକାରୀମାନେ ଅପେକ୍ଷାରେ ଅଛନ୍ତି। ଅପେକ୍ଷାରତ ଅବେଦନକାରୀଙ୍କୁ କେବେ ଟଙ୍କା ମିଳିବ ସେନେଇ ଯଦିଓ ବିଦ୍ଧିବଦ୍ଧ ଭାବେ ତାରିଖ ଘୋଷଣା ହୋଇନାହିଁ, ସମ୍ଭବତଃ ଏହା ଆଗାମୀ ଜାନୁଆରିରେ ମିଳିବ ବୋଲି ଆଶା କରାଯାଉଛି। ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ଅପ୍‌ଡେଟ୍‌ ଦେଇଛନ୍ତି। ରାଜ୍ୟ ସରକାର […]

1 min read

ଧାନ ନଷ୍ଟ ହେଲେ ଦିଆଯିବ କ୍ଷତିପୂରଣ: ସମବାୟ ମନ୍ତ୍ରୀ

ଭୁବନେଶ୍ୱର ୨୧-୧୨-୨୦୨୪ ( ପିପିଏସ ) : ଧାନ ନଷ୍ଟ ହେଲେ ଦିଆଯିବ କ୍ଷତିପୂରଣ। ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍ତି। ବଙ୍ଗୋପସାଗରରେ ସକ୍ରିୟ ଅବପାତ ପାଇଁ ରାଜ୍ୟରେ ୨ ଦିନ ଧରି ବର୍ଷା ଜାରି ରହିଥିବା ହେତୁ ଚାଷୀ ଚିନ୍ତାରେ ଅଛନ୍ତି। ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଏହି ଘୋଷଣା ଚାଷୀଙ୍କ ମନରେ ନୂଆ ଆଶାର ସଞ୍ଚାର କରିବ। ଧାନ ନଷ୍ଟ ହେଲେ କ୍ଷତିପୂରଣ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ମଣ୍ଡିରେ […]