1 min read

ଗଜପତିରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି/ଭୁବନେଶ୍ୱର ୨୯-୧୨-୨୦୨୪ (ପିପିଏସ ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଦିନିକିଆ  ଗଜପତି ଜିଲ୍ଲା ଗସ୍ତ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଛନ୍ତି। ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଉପଲଡ଼ା ଓ ଗୁରାଣ୍ଡି ଗ୍ରାମ ଚାଷୀଙ୍କୁ ଭେଟି ଅଦିନିଆ ବର୍ଷାରେ ନଷ୍ଟ ହୋଇଥିବା ଫସଲ ସଂପର୍କରେ ଆଲୋଚନା କରିବା ସହ କ୍ଷୟକ୍ଷତି ଆକଳନ କରିଛନ୍ତି। ଫସଲ ବୀମା ଯୋଜନାରେ ଲୋକମାନଙ୍କୁ ପଞ୍ଜୀକରଣ କରିବା ପାଇଁ ଅନୁରୋଧ […]

1 min read

ଓସିଏ ପଦ ଛାଡିଲେ ବବି ଦାସ

୪୫ ଦିନ ଭିତରେ ଓସିଏକୁ ମିଳିବ ନୂଆ ସଭାପତି: ସଂଜୟ ବେହେରା କଟକ/ଭୁବନେଶ୍ୱର ୨୯-୧୨-୨୦୨୪ (ପିପିଏସ ) : ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ)ର ସଭାପତି ପଦ ଛାଡ଼ିଛନ୍ତି ପ୍ରଣବ ପ୍ରକାଶ ଦାସ (ବବି)। ଏନେଇ ଓସିଏ ସଂପାଦକ ସଂଜୟ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଶ୍ରୀ ବେହେରା କହିଛନ୍ତି ଯେ, ବ୍ୟକ୍ତିଗତ କାରଣ ଦର୍ଶାଇ ବବି ଦାସ ସଭାପତି ପବରୁ ଇସ୍ତଫା ଦେଇଛନ୍ତି। ଆଗାମୀ ୪୫ ଦନି ଭିତରେ ନୂଆ ସଭାପତି ପାଇଁ ନିର୍ବାଚନ ହେବ। ସୂଚନାଯୋଗ୍ୟ, […]

1 min read

ଅଙ୍ଗନବାଡି କେନ୍ଦ୍ର ଉପରେ ମହଙ୍ଗା ମାଡ଼ 

:-ଅପପୁଷ୍ଟି ମୁକାବିଲା ଯୋଜନା ବାଟବଣା  :-ଅଣ୍ଡା ଗୋଟାକୁ ୮ଟଙ୍କା, ମିଳୁଛି ୫ଟଙ୍କା, ଡାଲି ଦର ଛୁଇଁଲାଣି ଦୁଇ ଶତକ ଅସ୍ତରଙ୍ଗ/ଭୁବନେଶ୍ୱର ୨୮-୧୨-୨୦୨୪(ପିପିଏସ) : ପୁରୀ ଜିଲ୍ଲା ଅସ୍ତରଙ୍ଗ  ବ୍ଲକ ଅଞ୍ଚଳରେ ଅଣ୍ଡା ଦର ହୁ ହୁ ହୋଇ ବଢ଼ି ଚାଲିବା ସହ ଡାଲି ଦର କ୍ରମାଗତ ଭାବେ ବଢିଛି। ଏହାର ସିଧା ସଳଖ ପ୍ରଭାବ ପଡିଛି ସରକାର ଙ୍କ ପକ୍ଷରୁ ଚାଲିଥିବା ସମ୍ବନୀତ ଶିଶୁବିକାଶ ଯୋଜନା ଉପରେ। ଶିଶୁ, ଗର୍ଭବତୀ ମହିଳା, ପ୍ରସୂତି ଓ କିଶୋରୀଙ୍କ ଲାଗି […]

1 min read

ବଢିବ ବ୍ଲକ ସଂଖ୍ୟା !

୭୫କିମି ଦୂରରେ ବସବାସ କରନ୍ତି ବୈପାରୀଗୁଡ଼ା ବ୍ଲକ୍‌ର ଏହି ଗାଁର ଲୋକେ ଭୁବନେଶ୍ୱର ୨୮-୧୨-୨୦୨୪(ପିପିଏସ) : ଜନସାଧାରଣଙ୍କ ନିକଟରେ ସୁଶାସନ ବ୍ୟବସ୍ଥା ପହଞ୍ଚାଇବାକୁ ହେଲେ ସ୍ଥାନୀୟ ଶାସନ ବ୍ୟବସ୍ଥାକୁ ଅତି ସରଳ କରିବାକୁ ପଡ଼ିବ। ଘର ଠାରୁ କମ୍‌ ଦୂରତାରେ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟ ରହିଲେ ଲୋକେ ସୁବିଧା ପାଇପାରିବେ। କିନ୍ତୁ ରାଜ୍ୟରେ ଅନେକ ଗାଁର ଲୋକେ ନିଜ ବ୍ଲକ ମୁଖ୍ୟାଳୟକୁ ପହଞ୍ଚିବା ପାଇଁ ୭୫କିମି ଦୂର ପର୍ଯ୍ୟନ୍ତ ରାସ୍ତା ଅତିକ୍ରମ କରୁଛନ୍ତି।ରାଜ୍ୟରେ ୧୯୮୪ ମସିହାରେ […]

1 min read

ଓଡ଼ିଶାର ପ୍ରତିଭାବାନ ଲୋକଙ୍କୁ ନେଇ ଜ୍ଞାନ ତିଆରି କରିବା: ଧର୍ମେନ୍ଦ୍ର

ଭୁବନେଶ୍ୱର ୨୮-୧୨-୨୦୨୪(ପିପିଏସ) : ଆଇଆଇଟି, ଭୁବନେଶ୍ୱରକୁ ଟିଚିଂ, ରିସର୍ଚ୍ଚ ଓ ଇନୋଭେସନର ପେଣ୍ଠସ୍ଥଳି କରିବାକୁ ହେବ। ତେବେ ଯାଇ ଭାରତର ଅର୍ଥନୀତି ୫ ରୁ ୭ ଟ୍ରିଲିୟନ ଆମେରିକୀୟ ଡଲାର ହେବାର ଲକ୍ଷ୍ୟ ପୂରଣ ହୋଇପାରିବ। ଏହା ଦ୍ୱାରା ଆଇଆଇଟି ଛାତ୍ରଛାତ୍ରୀମାନେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନରେ ନିଜର ଦାୟିତ୍ୱ ନିର୍ବାହ କରିପାରିବେ ବୋଲି ଶନିବାର ଆଇଆଇଟି, ଭୁବନେଶ୍ୱରର ଦ୍ୱାଦଶ ଓ ତ୍ରୟୋଦଶ ମିଳିତ ସମାବର୍ତ୍ତନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର […]

1 min read

ବର୍ଷା କ୍ଷୟକ୍ଷତି ଆକଳନ କରିବେ ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ

ଅଦିନିଆ ବର୍ଷାରେ ଫସଲ କ୍ଷୟକ୍ଷତି ଯୋଗୁଁ ଚାଷୀକୁଳ ଚିନ୍ତାରେ ପଡ଼ିଛନ୍ତି। ରାଜ୍ୟ ସରକାର ଚାଷୀମାନଙ୍କୁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ଆକଳନ କରିବେ ବୋଲି ଜଣାପଡ଼ିଛି। ଭୁବନେଶ୍ୱର ୨୮-୧୨-୨୦୨୪(ପିପିଏସ) : ରାଜ୍ୟରେ ଗତ ୨୦ ତାରିଖ ଠାରୁ ୨୮ ତାରିଖ ମଧ୍ୟରେ ବର୍ଷା ଯୋଗୁଁ ଫସଲ କ୍ଷୟକ୍ଷତି ହୋଇଛି। ଅଦିନିଆ ବର୍ଷାରେ ଫସଲ କ୍ଷୟକ୍ଷତି ଯୋଗୁଁ ଚାଷୀକୁଳ ଚିନ୍ତାରେ ପଡ଼ିଛନ୍ତି। ରାଜ୍ୟ ସରକାର […]

1 min read

ଧାନ ବ୍ୟତୀତ ଅନ୍ୟ ଫସଲ କ୍ଷତି ପାଇଁ ମଧ୍ୟ କ୍ଷତିପୂରଣ ଦିଆଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୨୮-୧୨-୨୦୨୪(ପିପିଏସ) : ବର୍ଷାରେ ଫସଲ କ୍ଷୟକ୍ଷତିର ସାମ୍ନା କରିଥିବା ଚାଷୀଙ୍କ ପାଇଁ ରାଜ୍ୟ ସରକାର ଖୁସି ଖବର ଦେଇଛନ୍ତି। ଚାଷୀଙ୍କୁ କ୍ଷୟକ୍ଷତି ସହାୟତା ମିଳିବ ବୋଲି ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଅଦିନିଆ ବର୍ଷାରେ ହେକ୍ଟର ହେକ୍ଟର ଚାଷ ଜମୀ ନଷ୍ଟ ହୋଇଛି। ଅମଳ ସମୟରେ ଅଦିନିଆ ବର୍ଷା ସୁନାର ଫସଲକୁ ନଷ୍ଟ କରିଦେଇଛି। ଏହାକୁ ନେଇ ଚାଷୀମାନେ ଚିନ୍ତାରେ ପଡିଛନ୍ତି। ସେମାନେ କେମିତି ଋଣ ପରିଷୋଧ କରିବେ […]

1 min read

ଡକ୍ଟର ହରେକୃଷ୍ଣ ମହତାବଙ୍କ ପୁଣ୍ୟତିଥି

ରାଜ୍ୟର ସମସ୍ତ ସ୍ୱାଧୀନତା ସଂଗ୍ରାମୀ ଓ ସେମାନଙ୍କ ପରିବାର ସଦସ୍ୟ ଏହି ମହୋତ୍ସବରେ ଯୋଗ ଦେବା ପାଇଁ ସାଂସଦ ଶ୍ରୀ ମହତାବ ଅନୁରୋଧ କରିଛନ୍ତି ଭୁବନେଶ୍ୱର ୨୮-୧୨-୨୦୨୪(ପିପିଏସ) : ଭୁବନେଶ୍ୱରଠାରେ ସର୍ବଭାରତୀୟ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ ଆସନ୍ତା ଜାନୁଆରୀ ୨ତାରିଖରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ପୁଣ୍ୟତିଥି ଅବସରରେ ପ୍ରତିବର୍ଷ ଜାନୁଆରୀ ୨ରେ ଶହୀଦ ସ୍ମାରକୀ ସ୍ୱାଧୀନତା […]

1 min read

କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶାଗସ୍ତ ବାତିଲ୍

ଭୁବନେଶ୍ୱର ୨୭-୧୨-୨୦୨୪ (ପିପିଏସ) : କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆସନ୍ତା ୨୮ ତାରିଖ ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଥାନ୍ତେ। ହେଲେ ତାଙ୍କ ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଛି। ଏନେଇ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ସୂଚନା ଦେଇଛନ୍ତି। ତାଙ୍କ ସୂଚନା ମୁତାବକ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତ ପରେ ଏବେ ଦେଶ ଗୋଟିଏ ସପ୍ତାହ ପାଇଁ ଶୋକ ପାଳୁଛି। ଏହାକୁ ସମ୍ମାନ ଦେଇ ଗୃହମନ୍ତ୍ରୀ ତାଙ୍କ ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି। ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ […]