ଘଟଣା-ଦୁର୍ଘଟଣା
ସ୍କୁଲରେ ଭୋଗ ଖାଇ ୫୦ରୁ ଊର୍ଦ୍ଧ୍ୱ ଅସୁସ୍ଥ : ଡାକ୍ତରଖାନାରେ ଭର୍ତ୍ତି
ବାରିପଦା/ଭୁବନେଶ୍ୱର,୦୮-୦୯-୨୦୨୪(ପିପିଏସ) : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ବ୍ଲକ୍ରେ ଗଣେଶ ପୂଜା ଭୋଗ ଖାଇ ୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ଅଭିଭାବକ ଅସୁସ୍ଥ ହୋଇଛନ୍ତି । ଆଜି ସେମାନଙ୍କୁ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି । ଭୋଗ ଖାଇବା ପରେ ସମସ୍ତଙ୍କୁ ଝାଡ଼ାବାନ୍ତି ହୋଇଥିଲା। ଶନିବାର ବାଙ୍ଗିରିପୋଷୀ ବ୍ଲକ୍ ଭୂଆଶୁଣୀ ପଞ୍ଚାୟତ ରାୟାଁ ଗାଁ ସ୍କୁଲରେ ଗଣେଶ ପୂଜା ହୋଇଥିଲା। ପୂଜାରେ ଚୁଡ଼ା ଭୋଗ କରାଯାଇଥିଲା । ପୂଜା ପରେ ସେହି ଚୁଡ଼ା ଭୋଗକୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ/ଶିକ୍ଷୟିତ୍ରୀମାନେ […]
ଟ୍ରକ୍କୁ ପିଟିଲା ୧୦୮ ଆମ୍ବୁଲାନ୍ସ, : ସହାୟକ ମୃତ, ଡ୍ରାଇଭର ସମେତ ୨ଗୁରୁତର
ଯାଜପୁର/ଭୁବନେଶ୍ୱର,୦୮-୦୯-୨୦୨୪(ପିପିଏସ) : ଟ୍ରକ୍ ପଛରେ ପିଟି ହେଲା ୧୦୮ ଆମ୍ବୁଲାନ୍ସ । ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ରଥିଆ ନିକଟରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । ଆମ୍ବୁଲାନ୍ସଟି କେନ୍ଦୁଝର ଜିଲ୍ଲା ଆନନ୍ଦପୁରରୁ ରୋଗୀଙ୍କୁ ନେଇ କଟକ ଶିଶୁ ଭବନରେ ଛାଡିଥିଲା । ଏହାପରେ ଗାଡ଼ିଟି ଫେରୁଥିବା ବେଳେ ରଥିଆ ନିକଟରେ ଏହି ଦୁର୍ଘଟଣା ହୋଇଛି। ଦ୍ରୁତ ଗତିରେ ଥିବା […]
ନୂଆଁଖାଇରେ ଅଘଟଣ : ପୋଖରୀରେ ବୁଡ଼ି ନାବାଳିକା ମୃତ
ସମ୍ବଲପୁର/ଭୁବନେଶ୍ୱର,୦୮-୦୯-୨୦୨୪(ପିପିଏସ) : ଘରେ ଚାଲିଥିଲା ନୂଆଁଖାଇ ପ୍ରସ୍ତୁତି। ଭଳିକି ଭଳି ପିଠାପଣା ପ୍ରସ୍ତୁତ ହେଉଥିବା ବେଳେ ନୂଆ ଡ୍ରେସ୍ ବି କିଣା ହୋଇଥିଲା । ଘରେ ବନ୍ଧୁବାନ୍ଧକଙ୍କ ଭିଡ଼ ବି ଜମିଥିଲା । ହେଲେ ହସଖୁସିରେ ଉଛୁଳି ଉଠୁଥିବା ଘର ହଠାତ୍ କାନ୍ଦବୋବାଳିରେ ଫାଟି ପଡ଼ୁଛି । ନୁଆଁଖାଇର ଆନନ୍ଦଉଲ୍ଲାସରେ ସାମିଲ ହେବା ପାଇଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନାବାଳିକା । ମାତ୍ର ଘଟିଗଲା ଅଘଟଣ । ଆଉ ଫେରିଲେନି ନାବାଳିକା । ପରିବାର ଲୋକେ ପୋଖରୀରୁ […]
ଲକ୍ଷ୍ନୌରେ ଭୁଷୁଡ଼ିଲା ୩ମହଲା କୋଠା : ୪ ମୃତଦେହ ଉଦ୍ଧାର, ୨୮ ଜଣ ଗୁରୁତର
ଲକ୍ଷ୍ନୌ/ଭୁବନେଶ୍ୱର,୦୭-୦୯-୨୦୨୪(ପିପିଏସ) : ଉତ୍ତର ପ୍ରଦେଶର ଲକ୍ଷ୍ନୌ ଠାରେ ଥିବା ଟ୍ରାନ୍ସପୋର୍ଟ ନଗରରେ ଗୋଟିଏ ୩ ମହଲା ବିଶିଷ୍ଟ ବିଲଡିଂ ଭୁଶୁଡ଼ିବା ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଦଳ ଧ୍ୱଂସାବଶେଷ ୪ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ସେହିପରି ଆଉ ୨୮ ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। ଏହାବାଦ ଏବେ ବି ଧ୍ୱଂସାବଶେଷ ତଳେ ଆଉ କିଛି ଲୋକ ଫସି […]
ଓଭର ଟେକ୍ କଲାବେଳେ ଚାପିଦେଲା ଟ୍ରକ୍ : ଦୁଇ ନାବାଳକ ମୃତ
କୋରାପୁଟ/ଭୁବନେଶ୍ୱର,୦୭-୦୯-୨୦୨୪(ପିପିଏସ) : ଓଭର ଟେକ୍ କରିବା ବେଳେ ଟ୍ରକ ଚକ ତଳେ ଚାପିହୋଇ ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଛି l ଶନିବାର ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି କୋରାପୁଟ ଟାଉନ୍ରେ । କୋରାପୁଟରୁ ସୁନାବେଡା ଅଭିମୁଖେ ଯାଉଥିଲା ଏକ ଟ୍ରକ୍। ଆଉ ଟ୍ରକ୍ ପଛେ ପଛେ ବାଇକ୍ରେ ଯାଉଥିଲେ ଦୁଇ ଜଣ ନାବାଳକ। ସଦର ଥାନା ରେଳ ଓଭର ବ୍ରିଜ୍ ନିକଟରେ ନାବାଳକ ଦୁଇ ଜଣ ଟ୍ରକ୍କୁ ଓଭର ଟେକ୍ କରିବାକୁ ଚେଷ୍ଟା କରୁଥିଲେ […]
ଗଣେଷ ପୂଜାରେ ଅଘଟଣ : ସ୍କୁଲରେ ମହୁମାଛି ଆକ୍ରମଣ, ୩ ଛାତ୍ରୀ ଆହତ
କଟକ,୦୭-୦୯-୨୦୨୪(ପିପିଏସ) : ସ୍କୁଲ ପରିସରରେ ମହୁମାଛି ଆକ୍ରମଣରେ ୩ ଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ବରହମପୁରା ରଘୁନାଥ ଦେବତା ଉଚ୍ଚ ବିଦ୍ୟାଳୟରେ ଛାତ୍ରୀମାନଙ୍କୁ ମହୁମାଛି ଆକ୍ରମଣ କରିଥିବା ଜଣାପଡ଼ିଛି। ଗଣେଶ ପୂଜାରେ ବିଦ୍ୟାଳୟ ପରିସରରେ ଛାତ୍ରୀମାନେ ବାଣ ଫୁଟାଉଥିଲେ। ବାଣ ଫୁଟାଇବାବେଳେ ମହୁମାଛି ସେମାନଙ୍କୁ ଆକ୍ରମଣ କରିଥିଲା। ବାଣ ଶବ୍ଦରେ ନିକଟସ୍ଥ ଏକ ଗଛରୁ ମହୁମାଛି ହଠାତ ଚାଲି ଆସିଥିଲେ ଏବଂ ଛାତ୍ରୀମାନଙ୍କୁ ଆକ୍ରମଣ କରିଥିଲେ। ମହୁମାଛିଙ୍କ […]
ଜଙ୍ଗଲ ମନ୍ତ୍ରୀଙ୍କ ଅଗଣାରେ ଢମଣା
ଭୁବନେଶ୍ୱର ୦୭-୦୯-୨୦୨୪(ପିପିଏସ) : ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବାସଭବନରେ ବାହାରିଲା ସାପ । ଭୁବନେଶ୍ୱର ୟୁନିଟ୍-୬ରେ ଥିବା ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆଙ୍କୁ ଆବଣ୍ଟିତ ନୂଆ ସରକାରୀ ବାସଭବନରେ ଏବେ ନବୀକରଣ କାମ ଚାଲୁଥିବା ବେଳେ ସେଠାରୁ ଏକ ସାପ ଉଦ୍ଧାର ହୋଇଛି। କ୍ୱାର୍ଟର୍ସ ଭିତରେ ଥିବା କର୍ମଚାରୀ ମାନେ କବାଟ ଖୋଲିବା ବେଳକୁ ଏକ ବଡ ସାପ କବାଟ ପାଖରେ ଦେଖି ଭୟଭୀତ ହୋଇ ଯାଇଥିଲେ। ପରେ ସ୍ନେକ୍ ହେଲ୍ପଲାଇନକୁ ଖବର ଦିଆଯାଇଥିଲା। […]
ବଢୁଛି ହାତୀଙ୍କ ଉପଦ୍ରଵ
ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ଗୋଟିଏ ପରେ ଗୋଟିଏ ଜୀବନ ଯିବାରେ ଲାଗିଛି। ସପ୍ତାହେ ହେଲା ବନ୍ତଳା ବନାଞ୍ଚଳ ଜାମୁଣ୍ଡା ଗାଁରେ ହାତୀ ଆକ୍ରମଣ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଥିବାବେଳେ ଆଜି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଅନୁଗୁଳ/ଭୁବନେଶ୍ୱର ୦୬-୦୯-୨୦୨୪(ପିପିଏସ): ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ଗୋଟିଏ ପରେ ଗୋଟିଏ ଜୀବନ ଯିବାରେ ଲାଗିଛି। ଗତ ସପ୍ତାହେ ହେଲା ବନ୍ତଳା ବନାଞ୍ଚଳ ଜାମୁଣ୍ଡା ଗାଁରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଥିବାବେଳେ ଆଜି ଜଣେ ବୃଦ୍ଧଙ୍କ […]
ଆଧାରକାର୍ଡ ଲିଙ୍କ ପାଇଁ ଡାକଘର, ଜନସେବା କେନ୍ଦ୍ରରେ ଭିଡ଼
ରାଇରଙ୍ଗପୁର/ଭୁବନେଶ୍ୱର ୦୬-୦୯-୨୦୨୪(ପିପିଏସ): ରାଜ୍ୟ ସରକାର ମହିଳାମାନଙ୍କ ନିମନ୍ତେ ଆରମ୍ଭ କରିଛନ୍ତି ‘ସୁଭଦ୍ରା’ ଯୋଜନା ଏବଂ ସମସ୍ତ ରାସନ୍କାର୍ଡଧାରୀଙ୍କ ନିମନ୍ତେ ମଧ୍ୟ ବାୟୋମେଟ୍ରିକ୍ସ ଓ ମୋବାଇଲ୍ ନମ୍ବର ଲିଙ୍କ୍ କରାଯାଉଛି। ‘ସୁଭଦ୍ରା’ ଯୋଜନା ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ। ଅଧିକାଂଶ ଜନସାଧାରଣଙ୍କ ଆଧାର ସହିତ ମୋବାଇଲ୍ ଲିଂଙ୍କ୍, ବାୟୋମେଟ୍ରିକ୍ସ, ନାମ, ଠିକଣା ପ୍ରଭୃତି ଭୁଲ ରହିଛି। ଫଳରେ ଡାକଘର, ବ୍ୟାଙ୍କ୍ ଓ ଜନସେବା କେନ୍ଦ୍ରଗୁଡିକରେ ମହିଳା ହିତାଧିକାରୀଙ୍କ ନାହିଁନଥିବା ଭିଡ଼ ପରିଲକ୍ଷିତ ହେଉଛି। ଅଧିକାଂଶ ଜନସାଧାରଣଙ୍କ ଆଧାର ସହିତ ମୋବାଇଲ୍ […]
ଆମ୍ବୁଲାନ୍ସରେ ବି ସୁରକ୍ଷିତ ନାହାନ୍ତି ମହିଳା
ଉତ୍ତରପ୍ରଦେଶ/ଭୁବନେଶ୍ୱର ୦୫-୦୯-୨୦୨୪(ପିପିଏସ ): ଯୌନ ନିର୍ଯାତନକୁ ବିରୋଧ କଲେ ମହିଳା । ଅକ୍ସିଜେନ ମାସ୍କ କାଢ଼ି ସ୍ବାମୀକୁ ମାରିଦେଲା ଅମ୍ବୁଲାନ୍ସ ଚାଳକ । ଉତ୍ତରପ୍ରଦେଶର ଗାଜିପୁରରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା। ଅର୍ଥାଭାବରୁ ମହିଳା ନିଜ ସ୍ବାମୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରି ଘରକୁ ନେବାକୁ ଚିନ୍ତା କଲେ। ଏଥିପାଇଁ ସେ ଏକ ଘରୋଇ ଆମ୍ବୁଲାନ୍ସକୁ ବୁକ୍ କରିିଥିଲେ। ହେଲେ ତାଙ୍କୁ ଜଣାନଥିଲା ବାଟରେ ତାଙ୍କ ସହ ଏଭଳି କିଛି ଘଟିଯିବ। ତେବେ ଏହି ଘଟଣା ପରେ ଏନେଇ […]