1 min read

ମାଓବାଦୀଙ୍କ ବର୍ବର କାଣ୍ଡ : ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟି ପିଟି ମାରିଦେଲେ

ସୁକମା/ଭୁବନେଶ୍ୱର, ୧୫/୮/୨୪(ପିପିଏସ) : ଛତିଶଗଡ଼ ସୁକମା ଜିଲ୍ଲା ପୂଭାର୍ତ୍ତୀ ଗାଁରେ, ମାଓବାଦୀମାନେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟି ପଟି ହତ୍ୟା କରିଛନ୍ତି । ପୁଲିସ ସୂଚନାଦାତା ଅଭିଯୋଗରେ ସେମାନେ ଏହି ନାବାଳକକୁ ହତ୍ୟା କରିଥିବା ସୂଚନା ମିଳିଛି । ଏହା ପୂର୍ବରୁ ସପ୍ତାହକ ତଳେ ନାବାଳକଙ୍କ ୧୯ ବର୍ଷିୟ ଭାଇଙ୍କୁ ମାଓବାଦୀମାନେ ହତ୍ୟା କରିଥିଲେ । ସ୍ଥାନୀୟ ଲୋକଙ୍କ ମନରେ ସେମାନଙ୍କ ପ୍ରତି ଭୟ ସୃଷ୍ଟି କରିବା ପାଇଁ ମାଓବାଦୀମାନେ ଏପରି କରିଛନ୍ତି ।୧୬ ବର୍ଷର […]

1 min read

୩ ସହଯୋଗୀଙ୍କ ସହିତ ନୀଳଗିରି ଡେପୁଟି କଲେକ୍ଟର ଗିରଫ

ନୀଳଗିରି/ଭୁବନେଶ୍ୱର, ୧୫/୮/୨୪(ପିପିଏସ) : ଏକ କୋଟିରୁ ଅଧିକ ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ବୁଧବାର ନୀଳଗିରି ଡେପୁଟି କଲେକ୍ଟର ପରୀକ୍ଷିତ ଜେନାଙ୍କ ସହିତ ତାଙ୍କର ୩ ସହଯୋଗୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏହା ସହିତ ଅନ୍ୟ ୫ ଜଣଙ୍କୁ ଗିରଫ କରିବାକୁ ପ୍ରୟାସ ଜାରି ରହିଛି । ପରୀକ୍ଷିତ ଜେନା ମୟୂରଭଞ୍ଜ ଜିଲ୍ଲା ସୁଳିଆପଡ଼ା ବିଡିଓ ଥିବା ବେଳେ ତାଙ୍କ ସହଯୋଗୀ ମାନଙ୍କ ସହିତ ମିଶି ଏହି ଅର୍ଥ ହଡ଼ପ କରିଥିଲେ। ୨୦୨୧-୨୨ ଓ […]

1 min read

ଚର୍ଚ୍ଚାରେ ଟ୍ୟାକ୍ସି ଚାଳକ : ଦେଶ ଭକ୍ତିପାଇଁ ସାରାଦେଶରେ ପ୍ରଶଂସା

ନୂଆଦିଲ୍ଲୀ/ଭୁବନେଶ୍ୱର,୧୪/୮(ପିପିଏସ) : ଭାରତକୁ ଆସି ଭାରତ ବିରୋଧରେ କହୁଥିଲେ ପାକିସ୍ତାନ ଯୁବକ । ତାଳ ଦେଉଥିଲେ ଭାରତୀୟ ଯୁବତୀ । ସମ୍ପର୍କରେ ସେମାନେ କୁଆଡ଼େ ଗାର୍ଲଫ୍ରେଣ୍ଡ ବୟଫ୍ରେଣ୍ଡ । ଆଉ ଏଇ ହରକତ ସେମାନଙ୍କୁ ଦିଲ୍ଲୀରେ ହଟହଟ୍ଟା କରିଛି । ଅଧରାତିରେ ଉଭୟଙ୍କୁ ରାସ୍ତାରେ ଛାଡ଼ି ଚାଲିଯାଇଛନ୍ତି ଡ୍ରାଇଭର । ଖାଲି ଭାରତକୁ ନୁହେଁ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଉଭୟ ଅପମାନ କରୁଥିଲେ, ଯାହା ଶୁଣିବା ମାତ୍ରେ ରାଗିଯାଇ କ୍ୟାବ୍ ଡ୍ରାଇଭର ମଧ୍ୟରାତ୍ରିରେ ସେମାନଙ୍କୁ […]

1 min read

ବର୍ଷା ରେ ଭିଜି ଭିଜି ତ୍ରିରଙ୍ଗା ଯାତ୍ରା

*ଉତ୍ସାହ ଉଦ୍ଦୀପନା ସହିତ ସମ୍ବଲପୁର ବିଜେପି ପକ୍ଷରୁ ତ୍ରିରଙ୍ଗା ଯାତ୍ରା ସମ୍ପନ୍ନ*ସ୍ୱଚ୍ଛ ଭାରତ ଅଭିଯାନ ରେ ଗଣ ସଫେଇ କାର୍ଯ୍ୟକ୍ରମ ସମ୍ବଲପୁର,୧୪/୮(ପିପିଏସ): ୨୦୨୨ ରୁ ୨୦୪୭ ଭାରତ ସ୍ୱାଧୀନତା ର ଅମୃତ କାଳ ରେ ରାଷ୍ଟ୍ରବାଦ ର ପରାକାଷ୍ଠାକୁ ଆହୁରି ସାଣିତ ଓ ରୁଦ୍ଧିବନ୍ତ କରିବା ଉଦ୍ଦେଶ୍ୟ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ରାଷ୍ଟ୍ରବାଦ ଜାଗରଣ ପାଇଁ ଦେଶ ବ୍ୟାପି ବିବିଧ କାର୍ଯ୍ୟକ୍ରମ ଚାଲୁଛି । ବର୍ତ୍ତମାନ ଆଉ ସ୍ୱାଧୀନତା ଦିବସ ଗୋଟିଏ ଦିନ […]

1 min read

ବ୍ରହ୍ମପୁର ସହରରେ ରୋଟାରୀ କ୍ଳବ ସମୂହର ମହାତ୍ରିରଙ୍ଗା ଯାତ୍ରା : ଅଂଶ ଗ୍ରହଣ କଲେ ଶହସ୍ରାଧିକ ଛାତ୍ର ଓ ଯୁବକ

ବ୍ରହ୍ମପୁର,,୧୪/୮(ପିପିଏସ) : ଭାରତ ସ୍ବାଧୀନତାର 78 ବର୍ଷ ଜୟନ୍ତୀର ପ୍ରାକ୍ କାଳରେ ବ୍ରହ୍ମପୁର ସହରର ରୋଟାରୀ କ୍ଳବ ସମୂହର ଏକ ମହା ତ୍ରିରଙ୍ଗା ଯାତ୍ରା ସହର ପରିକ୍ରମା କରି ଜନ ସାଧାରଣଙ୍କ ମଧ୍ଯରେ ସ୍ବାଧୀନତାର ଏକ ସୁଖଦ ବାର୍ତ୍ତା ପ୍ରଦାନ ପାଇଁ ଚେଷ୍ଟା କରା ଯାଇଛି । ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର, ବ୍ରହ୍ମପୁର ଈଷ୍ଟ, ସେଣ୍ଟ୍ରାଲ,ମିଡ୍ ଟାଉନ୍, ଇନୋଭେଟିଭ୍ ପ୍ରଭୃତି 5ଟି କ୍ଳବର କର୍ମକର୍ତ୍ତା ଓ ସଭ୍ଯବୃନ୍ଦ, ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନେ ଏହି ରାଲିରେ […]

1 min read

ନନ୍ଦନକାନନରେ ଆଖି ବୁଜିଲା ସିଂହ କ୍ରିଶ

ଭୁବନେଶ୍ୱର: ୧୪-୦୮-୨୪(ପିପିଏସ ): ନନ୍ଦନକାନନରେ ଆଖି ବୁଜିଲା ସିଂହ କ୍ରିଶ। ଆଜି ସକାଳ ୯ଟାରେ ସିଂହ କ୍ରିଶର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୧୬ଜୁନ ୨୦୦୪ରେ ଜନ୍ମ ହୋଇଥିଲା କ୍ରିଶ। କ୍ରିଶର ଦୁଇଟି ସନ୍ତାନ ଅଛନ୍ତି। ସେମାନେ କଳ୍ପନା ଏବଂ ଜିତ୍‌‌। ତେବେ ସିଂହ କ୍ରିଶ ଦିର୍ଘ ଦିନ ହେବ ବାର୍ଦ୍ଧକ୍ୟ ଜନିତ କାରଣରୁ ଅସୁସ୍ଥ ହୋଇପଡିଥିଲା। ଏହି କାରଣରୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

1 min read

ଛାତ୍ରୀଙ୍କୁ ୧୯୦ ଥର ଉଠାବସା ଘଟଣା: ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି

ରାଇରଙ୍ଗପୁର/ଭୁବନେଶ୍ୱର:୧୪-୦୮-୨୪(ପିପିଏସ ): ରାଇରଙ୍ଗପୁର ବ୍ଲକ୍ ଗୋରୁମହିଷାଣୀ ନିକଟସ୍ଥ ସାନମଉଦା ଓଡିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ର ଜନୈକ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷୟିତ୍ରୀ ନିର୍ମଳା ଜେନାଙ୍କ ଅମାନବୀୟ ଭାବେ ୧୯୦ ଥର ଉଠା ବସା ଘଟଣା ସମଗ୍ର ଜିଲ୍ଲାରେ ଆଲୋଚ୍ୟ ବିଷୟବସ୍ତୁ ପାଲଟିଛି। ଏହା ଅଭିଭାବକମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ସମ୍ପୃକ୍ତ ଛାତ୍ରୀଙ୍କ ପିତା ରାଇରଙ୍ଗପୁର ବିଇଓଙ୍କ ମାଧ୍ୟମରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଘଟଣାର ନିରପେକ୍ଷ ତଦନ୍ତ ସହିତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହାର ଫଳସ୍ୱରୂପ ରାଇରଙ୍ଗପୁର ଅତିରିକ୍ତ […]

1 min read

ପାକିସ୍ତାନ ଭାରତରେ ମିଶିବ, ନହେଲେ ଇତିହାସରୁ ସବୁଦିନ ପାଇଁ ଲିଭିଯିବ : ଯୋଗୀ

ଲକ୍ଷ୍ନୌ/ଭୁବନେଶ୍ୱର :୧୪-୦୮-୨୪(ପିପିଏସ ): ପାକିସ୍ତାନ ଭାରତରେ ମିଶିବ, ନହେଲେ ଇତିହାସରୁ ସବୁଦିନ ପାଇଁ ଲିଭିଯିବ । ଲକ୍ଷ୍ନୌର ବିଭାଜନ ବିଭୀଷକା ସ୍ମୃତି ଦିବସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଭଳି କହିଛନ୍ତି। ସେ ଆହୁରି କହିଛନ୍ତି ମହର୍ଷି ଅରୋବିନ୍ଦ ୧୯୪୭ ମସିହାରେ ଘୋଷଣା କରିଥିଲେ ଯେ ଆଧ୍ୟାତ୍ମିକ ଜଗତରେ ପାକିସ୍ତାନର କୌଣସି ବାସ୍ତବତା ନାହିଁ। ତାଙ୍କ କହିବା ମୁତାବକ, “ଆଧ୍ୟାତ୍ମିକ ଜଗତରେ ପାକିସ୍ତାନର ପ୍ରକୃତ ରୂପ ନାହିଁ, ତେଣୁ ତା’ର ବିନାଶ ହିଁ […]

1 min read

ପ୍ରକାଶ ପାଇଲା ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି : ପ୍ରାର୍ଥୀଙ୍କୁ ନେଇ କଳ୍ପନାଜଳ୍ପନା

ଭୁବନେଶ୍ୱର,୧୪/୮(ପିପିଏସ) : ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି । ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶା ସମେତ ୯ ରାଜ୍ୟର ୧୨ ଆସନରେ ହେବ ଉପନିର୍ବାଚନ। ଆସନ୍ତା ୨୧ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି । ୨୨ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯାଇ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ। ୨୭ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ। ସେପ୍ଟେମ୍ବର […]

1 min read

ଛାତ୍ରୀଙ୍କୁ ୧୯୦ ଥର ବସଉଠ ଘଟଣା : ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ରାଇରଙ୍ଗପୁର/ଭୁବନେଶ୍ବର,୧୪/୮(ପିପିଏସ) : ରାଇରଙ୍ଗପୁର ବ୍ଲକ୍ ଗୋରୁମହିଷାଣୀ ନିକଟସ୍ଥ ସାନମଉଦା ଓଡିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ର ଜନୈକ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷୟିତ୍ରୀ ନିର୍ମଳା ଜେନାଙ୍କ ଅମାନବୀୟ ଭାବେ ୧୯୦ ଥର ଉଠା ବସା ଘଟଣା ସମଗ୍ର ଜିଲ୍ଲାରେ ଆଲୋଚ୍ୟ ବିଷୟବସ୍ତୁ ପାଲଟିଛି। ଏହା ଅଭିଭାବକମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ସମ୍ପୃକ୍ତ ଛାତ୍ରୀଙ୍କ ପିତା ରାଇରଙ୍ଗପୁର ବିଇଓଙ୍କ ମାଧ୍ୟମରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଘଟଣାର ନିରପେକ୍ଷ ତଦନ୍ତ ସହିତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହାର ଫଳସ୍ୱରୂପ ରାଇରଙ୍ଗପୁର ଅତିରିକ୍ତ […]