୩ ସହଯୋଗୀଙ୍କ ସହିତ ନୀଳଗିରି ଡେପୁଟି କଲେକ୍ଟର ଗିରଫ

ନୀଳଗିରି/ଭୁବନେଶ୍ୱର, ୧୫/୮/୨୪(ପିପିଏସ) : ଏକ କୋଟିରୁ ଅଧିକ ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ବୁଧବାର ନୀଳଗିରି ଡେପୁଟି କଲେକ୍ଟର ପରୀକ୍ଷିତ ଜେନାଙ୍କ ସହିତ ତାଙ୍କର ୩ ସହଯୋଗୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏହା ସହିତ ଅନ୍ୟ ୫ ଜଣଙ୍କୁ ଗିରଫ କରିବାକୁ ପ୍ରୟାସ ଜାରି ରହିଛି । ପରୀକ୍ଷିତ ଜେନା ମୟୂରଭଞ୍ଜ ଜିଲ୍ଲା ସୁଳିଆପଡ଼ା ବିଡିଓ ଥିବା ବେଳେ ତାଙ୍କ ସହଯୋଗୀ ମାନଙ୍କ ସହିତ ମିଶି ଏହି ଅର୍ଥ ହଡ଼ପ କରିଥିଲେ। ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷରେ ମିନେରାଲ ବିୟରିଂ ଏରିଆ ଡେଭେଲପମେଣ୍ଟ କର୍ପୋରେସନ (OMBADC) ପାଣ୍ଠିରୁ ଶ୍ରୀ ଜେନା ଓ ତାଙ୍କ ସହଯୋଗୀମାନେ ୧ କୋଟି ୧୯ ଲକ୍ଷ ୭୯ ହଜାର ୭୮୮ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ଉପରୋକ୍ତ ଦୁଇଟି ଆର୍ଥିକ ବର୍ଷରେ ସୁଳିଆପଡ଼ା ବ୍ଲକରେ ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାମ ନାଁରେ ଏହି ଅର୍ଥ ହଡ଼ପ କରାଯାଇଛି । ବାସ୍ତବରେ ସେଭଳି କୌଣସି ଉନ୍ନୟନମୂଳକ କାର୍ଯ୍ୟ କରାଯାଇ ନଥିଲା ବୋଲି ଭିଜିଲାନ୍ସର ଖୋଳତାଡ଼ ପରେ ଜଣାପଡ଼ିଛି।

Leave A Reply

Your email address will not be published.