ବ୍ରହ୍ମପୁର ସହରରେ ରୋଟାରୀ କ୍ଳବ ସମୂହର ମହାତ୍ରିରଙ୍ଗା ଯାତ୍ରା : ଅଂଶ ଗ୍ରହଣ କଲେ ଶହସ୍ରାଧିକ ଛାତ୍ର ଓ ଯୁବକ

ବ୍ରହ୍ମପୁର,,୧୪/୮(ପିପିଏସ) : ଭାରତ ସ୍ବାଧୀନତାର 78 ବର୍ଷ ଜୟନ୍ତୀର ପ୍ରାକ୍ କାଳରେ ବ୍ରହ୍ମପୁର ସହରର ରୋଟାରୀ କ୍ଳବ ସମୂହର ଏକ ମହା ତ୍ରିରଙ୍ଗା ଯାତ୍ରା ସହର ପରିକ୍ରମା କରି ଜନ ସାଧାରଣଙ୍କ ମଧ୍ଯରେ ସ୍ବାଧୀନତାର ଏକ ସୁଖଦ ବାର୍ତ୍ତା ପ୍ରଦାନ ପାଇଁ ଚେଷ୍ଟା କରା ଯାଇଛି । ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର, ବ୍ରହ୍ମପୁର ଈଷ୍ଟ, ସେଣ୍ଟ୍ରାଲ,ମିଡ୍ ଟାଉନ୍, ଇନୋଭେଟିଭ୍ ପ୍ରଭୃତି 5ଟି କ୍ଳବର କର୍ମକର୍ତ୍ତା ଓ ସଭ୍ଯବୃନ୍ଦ, ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନେ ଏହି ରାଲିରେ ଯୋଗ ଦେଇ ସ୍ବାଧୀନତା ସୁରକ୍ଷା ବାର୍ତ୍ତା ଦେବା ସହିତ ସଚେତନତା ସୃଷ୍ଟି କରିଥିଲେ। ରୋଟାରୀ 3262 ର ପ୍ରାନ୍ତପାଳ ଯଜ୍ଞାଶୀଷ ମହାପାତ୍ର ଓ ପୂର୍ବତନ ପ୍ରାନ୍ତପାଳ ଡାକ୍ତର ନାରାୟଣ ମିଶ୍ର ପତାକା ହଲାଇ ତ୍ରିରଙ୍ଗା ଯାତ୍ରାର ଶୁଭାରମ୍ଭ କରିଥିଲେ । ଅଂଶ ଗ୍ରହଣ କାରୀ ଦଳ ଭାରତ ମାତାର ସୁରକ୍ଷା ପାଇଁ ବିଭିନ୍ନ ସ୍ଲୋଗାନ୍ ଦେଇ ଖଲ୍ଲିକୋଟ ଏକକ ବିଶ୍ବବିଦ୍ଯାଳୟ ଫାଟକ ନିକଟରୁ 200 ମିଟର ଦୈର୍ଘ୍ଯ ବିଶିଷ୍ଟ ଦୁଇଟି ଜାତୀୟ ପତାକା ଉଡ୍ଡୀୟମାନ କରାଇ ସହର ପରିକଃରମା କରିଥିଲେ ।

ପୁରୁଣା ବସ୍ ଷ୍ଟାଣ୍ଡ୍, ଗାନ୍ଧୀ ନଗର ଦେଇ ପୁଣି ମ୍ଯୁନିସିପାଲିଟି ଗେଷ୍ଟ ହାଉସ୍ ଠାରେ ଉଦଯାପନ କରିଥିଲେ । ଏହି ରାଲିକୁ ଉପରୋକ୍ତ 5 କ୍ଳବର ସଭାପତି, ସଂପାଦକ ଓ ଅନ୍ଯାନ୍ଯ କର୍ମକର୍ତ୍ତା ପରିଚାଳନା କରିଥିଲେ । ସମସ୍ତ ସହକାରୀ ପ୍ରାନ୍ତପାଳ ସହଯୋଗ କରିଥିଲେ। ସାଂପ୍ରତିକ ପରିସ୍ଥିତିରେ ଜନସାଧାରଣଙ୍କ ମଧ୍ଯରେ ଦେଶ ପ୍ରୀତି ସୃଷ୍ଟି କରିବାରେ ରୋଟାରୀ କ୍ଳବ ଗୁଡିକର ଏହି ଉତ୍ସାହ ଓ ପ୍ରଚେଷ୍ଟା ସର୍ବସାଧାରଣରେ ଆଦୃତ ହୋଇଥିଲା ।

Leave A Reply

Your email address will not be published.