1 min read

ଇସ୍ରାଏଲ୍‌ର ଏକ ସ୍କୁଲ୍‌ ଉପରେ ଆକ୍ରମଣ : ୧୦୦ ଅଧିକ ମୃତ

ନୂଆଦିଲ୍ଲୀ: ଇସ୍ରାଏଲରେ ଏକ ଆକ୍ରମଣରେ ପ୍ରାୟ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ହମାସ୍ ପରିଚାଳିତ ଗାଜା ସରକାରୀଗଣମାଧ୍ୟମ କାର୍ଯ୍ୟାଳୟ ଅନୁଯାୟୀ ଲୋକମାନେ ପ୍ରାର୍ଥନା କରୁଥିବା ବେଳେ ଏହି ଆକ୍ରମଣଘଟିଛି।କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ଲୋକମାନେ ପ୍ରାର୍ଥନାକରୁଥିବା ସମୟରେ ବିସ୍ଥାପିତ ଲୋକଙ୍କୁ ଇସ୍ରାଏଲ୍ ଟାର୍ଗେଟ କରିଥିଲା, ଯାହା ଫଳରେଆହତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା।ପୂର୍ବ ସପ୍ତାହରେ ଗାଜାର ଚାରିଟିସ୍କୁଲ ଉପରେ ଆକ୍ରମଣ ପରେ ଏହି ନୂତନ ଆକ୍ରମଣର […]

1 min read

ବ୍ରାଜିଲରେ ବଡ଼ ବିମାନ ଦୁର୍ଘଟଣା: ୬୨ ଜଣ ଯାତ୍ରୀ ମୃତ

ନୂଆଦିଲ୍ଲୀ: ବ୍ରାଜିଲରେ ବଡ଼ ବିମାନ ଦୁର୍ଘଟଣା, ଜନବସତି ଉପରେ ଖସିବା ପରେ ଜଳିଗଲାଯାତ୍ରୀବାହୀ ବିମାନ। ଦୁର୍ଘଟଣାରେ ମୋଟ ୬୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା।ବ୍ରାଜିଲ୍‌ର ସାଓ ପଲୋରେ ଶୁକ୍ରବାର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତହୋଇଥିବା ଦେଖିବାକୁ ମିଳିଛି।  ଜନବସତି ଅଂଚଳରେ ବିମାନଟି ଖସିବା ପରେ ଜଳିଯାଇଛି।ବିମାନରେ ମୋଟ୍‌ ୫୮ ଜଣ ଯାତ୍ରୀ ଏବଂ ୪ ଜଣ ବିମାନ କର୍ମଚାରୀ ଥିଲେ।ଦୁର୍ଘଟଣାରେସମସ୍ତ ୬୧ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ତେବେମୃତାହତଙ୍କ ସଂପର୍କରେ ସରକାରୀ ଭାବେ […]

1 min read

ବର୍ଷାରେ ଭାଙ୍ଗିଗଲା ଝାଟିମାଟି ଘର

ନୟାହାଟ,୯/୮: ପୁରୀ ଜିଲ୍ଲା ଗୋପ ବ୍ଲକ ଅର୍ନ୍ତଗତ ଧୂମାଳ ପଞ୍ଚାୟତର ଧୂମାଳ ବ୍ରାହ୍ମଣ ଶାସନ ଗ୍ରାମର ତାପସ କୁମାର ମିଶ୍ରଙ୍କ ଝାଟିମାଟି ଘର ଗୁରୁବାର ଦିନ ରାତିରେ ପ୍ରବଳ ବର୍ଷାରେ ଭାଙ୍ଗିଯାଇଛି।ସେ ଜଣେ ଗରିବ ଦିନ ମଜୁରିଆ ହୋଇଥିବାରୁ ଛାତ ଘର କରିବା ପାଇଁ ତାଙ୍କର ସମ୍ପଳ ନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ଆବାସ ଯୋଜନାରେ ଘର ଖଣ୍ଡେ ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି ।

1 min read

ଚବିଶ ଘଣ୍ଟା ମଧ୍ୟରେ ହତ୍ୟାକାରୀକୁ ଧରିଲା ପୋଲିସ : ସିସିଟିଭି ରୁ ମିଳିଲା ସୁରାଗ

ନୟାଗଡ଼,୯/୮: ନୟାଗଡ ଜିଲ୍ଲା ଶରଣକୁଳ ଥାନା ହରିପୁର ଗାଁର ରାଜକିଶୋର ବରାଡ଼ଙ୍କୁ ପଥରରେ ଛେଚି ହତ୍ୟା ମାମଲାର ପର୍ଦାଫାଶ କରିଛି ପୁଲିସ l ଘଟଣା ଘଟିବାର ଚବିଶ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ଗିରଫ ହୋଇଛି l ଗିରଫ ଅଭିଯୁକ୍ତ ଜଣକ ହେଲା ଶରଣକୁଳ ଅଞ୍ଚଳର ଜିତେନ୍ଦ୍ର କୁମାର ମହାପାତ୍ର। ଗତ ବୁଧବାର ବିଳମ୍ବିତ ରାତିରେ ଘଟିଥିବା ଏହି ହତ୍ୟାକାଣ୍ଡକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିଲା । ଘଟଣାସ୍ଥଳ ନିକଟରେ ଲାଗିଥିବା ସିସିଟିଭି ଫୁଟେଜ ଓ ଫୋନ୍ […]

1 min read

କାର୍ଯ୍ୟ ରେ ଯୋଗଦେଲେ ଜଗତସିଂହପୁର ଜିଲ୍ଲାର ନୂଆ ଜିଲ୍ଲାପାଳ ଜେ. ସୋନାଲ

ଜଗତସିଂହପୁର, ୯/୮: ଶୁକ୍ରବାର ଅପରାହ୍ନ ରେ ଜଗତସିଂହପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ଶ୍ରୀ ଜେ ସୋନାଲ l ଭାରତୀୟ ପ୍ରସାଶନିକ ସେଵା 2018 ବ୍ଯାଚ ର ଆଇ.ଏ.ଏସ୍. ଶ୍ରୀ ସୋନାଲ ପୂର୍ବରୁ ବୌଦ୍ଧ ଜିଲ୍ଲା ର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ। ଜିଲ୍ଲାପାଳ ଦାୟିତ୍ଵରେ ଥିବା ଅତିରିକ୍ତ ଜିଲ୍ଲାପାଳ ସମ୍ବିତ୍ କୁମାର ରାଉତଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ (ପାରାଦ୍ୱୀପ) ଲଲିତ ମୋହନ ବେହେରା, ଜିଲ୍ଲାପରିଷଦ ର ମୁଖ୍ୟ […]

1 min read

ଏସ.ସି.ବି. ମେଡିକାଲ୍ କ୍ରେନ୍ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

କଟକ,୯/୮: କଟକ ସ୍ଥିତ ଏସସିବି ମେଡିକାଲର ନୂଆ କୋଠା ନିର୍ମାଣବେଳେ କ୍ରେନ୍ ଖସିଯାଇ ୩ଜଣ ଆହତ ହେବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରାଜ୍ୟ ସରକାର ନିଦେ୍ର୍ଦଶ ଦେଇଛନ୍ତି । ଦୁର୍ଘଟଣାର ଶିକାର ହୋଇଥିବା ୩ଜଣ ଆହତଙ୍କୁ ଆଜି ସନ୍ଧ୍ୟାରେ ରାଜ୍ୟ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଭେଟିବା ସହ ସମସ୍ତଙ୍କୁ ଉଚ୍ଚମାନର ଗୁଣାତ୍ମକ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ସେ ଦୁର୍ଘଟଣାସ୍ଥଳକୁ ଯାଇ ଘଟଣାର ଅନୁଧ୍ୟାନ କରିଥିଲେ । […]

1 min read

ବ୍ରିଜ୍ ଉପରେ ଆଧାରକାର୍ଡ ରଖି କାଠଯୋଡ଼ିକୁ ଡେଇଁପଡ଼ିଲେ ଦମ୍ପତି

କଟକ,୯/୮: ବ୍ରିଜ୍ ଉପରେ ଆଧାରକାର୍ଡ ରଖି କାଠଯୋଡ଼ିକୁ ଡେଇଁପଡ଼ିଲେ ଦମ୍ପତି । ଶୁକ୍ରବାର ସନ୍ଧ୍ୟା ସମୟରେ ଏପରି ହୃଦୟବିଦାରକ ଘଟଣା କଟକ ତ୍ରିଶୁଳିଆ ବ୍ରିଜ୍ରେ ଘଟିଛି । ଉଭୟଙ୍କ ଘର ବାଙ୍କୀ ବାଆଁରା ରାମଚନ୍ଦ୍ର ଅଞ୍ଚଳରେ । ପାରିବାରିକ କଳହରୁ ଉଭୟ ଭରା ନଦୀକୁ ଡେଇଁ ପଡ଼ିଥିବା ଜଣାପଡ଼ିଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ବାରଙ୍ଗ ପୁଲିସ୍ ଓ ଅଗ୍ନିଶମ ବିଭାଗ । ରାମଚନ୍ଦ୍ର ଅଞ୍ଚଳର ଶତ୍ରୁଘ୍ନ ଲେଙ୍କା ପେସାରେ ଜଣେ ଡ୍ରାଇଭର । କଟକରେ […]

1 min read

ପ୍ରଜାତନ୍ତ୍ର ଓଡ଼ିଆ ଅସ୍ମିତାର ପ୍ରତିନିଧି: ମୁଖ୍ୟମନ୍ତ୍ରୀ

ବିଷୁବ ମଣ୍ଡପରେ ୭୭ ତମ ବାର୍ଷିକୋତ୍ସବ କଟକ,୯/୮/୨୪(ପିପିଏସ): ୧୯୨୪ ଅକ୍ଟୋବରରେ ଡକ୍ଟର ମହତାବ ଲେଖିଥିଲେ, ପ୍ରଜାତନ୍ତ୍ର କେବେ ହେଁ କାହାର ଖୋସାମତ କରିବ ନାହିଁ କିମ୍ବା ସତ୍ୟରୁ ବିଚଳିତ ହେବନାହିଁ । ଗୋଟିଏ ସମ୍ବାଦପତ୍ରର ଭୂମିକାକୁ ଏହିଭଳି ସରଳ ଭାଷାରେ ପ୍ରକାଶ କରିଥିଲେ ଡକ୍ଟର ମହତାବ । ପ୍ରତ୍ୟେକ ସମୟରେ ସମ୍ବାଦପତ୍ରର ଲକ୍ଷ୍ୟ ଓ ଭୂମିକା ବେସାଲିସ, ସ୍ପଷ୍ଟ, ଲୋକାଭିମୁଖୀ ଓ ସତ୍ୟାଶ୍ରୟୀ ହେବା ଉଚିତ । ଏସବୁକୁ ପ୍ରଜାତନ୍ତ୍ର ଅନୁପାଳନ କରିଆସିଛି ଏବଂ ପ୍ରଜାତନ୍ତ୍ର ଓଡ଼ିଆ […]

1 min read

ଜୈବିକ ପ୍ରଣାଳୀରେ ଧାନଚାଷ ତାଲିମ ଶିବିର

ଢେଙ୍କାନାଳ,9/8: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ବ୍ଲକ କେରୋଜୋଳି ଗ୍ରାମ ପାଲା ମଣ୍ଡପ ଠାରେ, ଶୁକ୍ରବାର ଦିନ ପାଞ୍ଚଟି ଗ୍ରାମ ପଞ୍ଚାୟତର ପ୍ରାୟ ୫୦ ଜଣ ଚାଷୀଙ୍କୁ ନେଇ ଜୈବିକ ପ୍ରଣାଳୀରେ ଧାନଚାଷ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଅଛି l ବ୍ଲକର ବାଟଗାଁ, କାନ୍ତୋଲ, କଙ୍କଡ଼ାହାଡ଼, କେରୋଜୋଳି ଓ କରଗୋଳାର ପଞ୍ଚାୟତରୁ ମହିଳା ପୁରୁଷ ଚାଷୀ ମାନେ ଏହି ତାଲିମ ଶିବିରରେ ଭାଗ ନେଇଥିଲେ l କେମିକାଲଯୁକ୍ତ ସାର ବ୍ୟବହାର ନକରି ନିଜେ ଜୈବିକ ପ୍ରଣାଳୀରେ ଜୈବିକ ସାର ତିଆରି […]

1 min read

ଉତ୍ତରପ୍ରଦେଶରୁ ଆସିବ ଆଳୁ : ନାଫେଡ଼ ଦେବ, ତିରିଶ ଟଙ୍କାରେ ମିଳିବ

ଭୁବନେଶ୍ୱର : ରାଜ୍ୟରେ ଆଳୁ ସଙ୍କଟ ଦୂର କରିବା ପାଇଁ ସରକାର ବିଧିବଦ୍ଧ ଭାବେ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଣିକି ରାଜ୍ୟ ସରକାର ନାଫେଡ ମାଧ୍ୟମରେ ଆଳୁ କିଣିବା ସହ ଖାଉଟିମାନଙ୍କୁ କିଲୋଗ୍ରାମ ପିଛା ୩୦ ଟଙ୍କାରେ ଯୋଗାଇ ଦେବେ । ଏହାଦ୍ୱାରା ଖାଉଟିମାନଙ୍କୁ ସୁଲଭ ଦରରେ ଆଳୁ ଉପଲବ୍ଧ କରାଇବା ସହ ରାଜ୍ୟରେ ଆଳୁ ସଙ୍କଟ ଦୂର ହୋଇପାରିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର […]