ପ୍ରଜାତନ୍ତ୍ର ନ୍ୟୁଜ୍

ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

Advertisement

ଅନୀଲ ଅମ୍ବାନୀଙ୍କୁ ସିକ୍ୟୁରିଟିଜ୍‌ ମାର୍କେଟରୁ ବାସନ୍ଦ କଲା ସେବି

ନୂଆଦିଲ୍ଲୀ/ଭୁବନେଶ୍ୱର ୨୩-୦୮-୨୪ (ପିପିଏସ ): ବିଶିଷ୍ଟ ଶିଳ୍ପପତି ଅନୀଲ ଅମ୍ବାନୀଙ୍କୁ ସିକ୍ୟୁରିଟିଜ୍‌ ମାର୍କେଟ(ପ୍ରତିଭୂତି ବଜାର)ରୁ ବାସନ୍ଦ କରିଛି ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି)। ଅନୀଲଙ୍କ ସମେତ ଅନ୍ୟ ୨୪ଟି ସଂସ୍ଥାକୁ ବି ସେବି ପକ୍ଷରୁ ବାସନ୍ଦ କରାଯାଇଛି। ୫ ବର୍ଷ ପାଇଁ ନିଷେଧାଦେଶ ବଳବତ୍ତର ରହିବ ବୋଲି ସେବି ପକ୍ଷରୁ ନିର୍ଦେଶାନାମା ଜାରି କରାଯାଇଛି।

ରିଲାଏନ୍ସ ହୋମ ଫାଇନାନ୍ସ ଲିମିଟେଡ୍‌(ଆରଏଚଏଫଏଲ)ର ବରିଷ୍ଠ ଅଧିକାରୀମାନଙ୍କ ସହାୟତାରେ ଅନୀଲ ଜାଲ୍‌ ସ୍କିମ୍‌ ଜରିଆରେ ପାଣ୍ଠି ହେରଫେର କରିଥିବା ସେବି ଜାଣିବାକୁ ପାଇଥିଲା। ଆରଏଚଏଫଏଲ ବୋର୍ଡ ଅଫ ଡାଇରେକ୍ଟର୍ସ ଏହାକୁ ବିରୋଧ କରିଥିଲେ ବି କମ୍ପାନୀ କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରିଥିଲେ। ଏହା ସେବି ନଜରକୁ ଆସିବା ପରେ ସେବି ପକ୍ଷରୁ ଅନୀଲଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ତାଙ୍କୁ ୨୫ କୋଟି ଟଙ୍କା ଜରିମାନା କରାଯାଇଛି। ଏହା ସହିତ ତାଙ୍କ କମ୍ପାନୀକୁ ସେବି ୬ ମାସ ପାଇଁ ପ୍ରତିଭୂତି ବାଜରରୁ ନିଷେଧ କରିବା ସହିତ ୬ ଲକ୍ଷ ଟଙ୍କା ଜରିମାନା କରିଛି।

Leave a Reply

Your email address will not be published. Required fields are marked *