ୟୁକ୍ରେନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଜେଲେନ୍ସ୍କିଙ୍କ ସହିତ କରିବେ ଦ୍ଵିପାକ୍ଷିକ ଆଲୋଚନା
ନୂଆଦିଲ୍ଲୀ/ଭୁବନେଶ୍ୱର ୨୩-୦୮-୨୪ (ପିପିଏସ ): ପୋଲାଣ୍ଡ ଗସ୍ତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ ଗସ୍ତରେ ଯାଇ ଶୁକ୍ରବାର କିଭ୍ରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀ କିଭ୍ କେନ୍ଦ୍ରୀୟ ରେଳ ଷ୍ଟେସନରେ ପହଞ୍ଚିବା ପରେ ୟୁକ୍ରେନର ପଦାଧିକାରୀମାନେ ତାଙ୍କୁ ସ୍ଵାଗତ କରିଥିଲେ।

ଏହା ସହିତ ୟୁକ୍ରେନରେ ରହୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ପକ୍ଷରୁ ମଧ୍ୟ ମୋଦୀଙ୍କୁ ସ୍ଵାଗତ କରାଯାଇଥିଲା।ପରେ ପ୍ରଧାନମନ୍ତ୍ରୀ ସେଠାରୁ କିଭ୍ସ୍ଥିତ ଏଭି ଫୋମିନ ବଟାନିକାଲ ଗାର୍ଡେନ ଯାଇ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହା ପରେ ମୋଦୀ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସ୍କିଙ୍କ ମଧ୍ୟରେ ମାରିନ୍ସ୍କି ପାଲେସରେ ଦ୍ଵିପାକ୍ଷିକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଦୁଇ ରାଷ୍ଟ୍ର ନେତାଙ୍କ ମଧ୍ୟରେ ଦ୍ଵିପାକ୍ଷିକ ସହଯୋଗ ସମେତ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇପାରେ।