ଓଡିଶା
ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ଲଗାତାର ଦ୍ଵିତୀୟ ଥର ପାଇଲେ ‘ଏ+’ ମାନ୍ୟତା’’
ନୂଆଦିଲ୍ଲୀ/ଭୁବନେଶ୍ୱର, ୨୧-୮-୨୪ (ପିପିଏସ ) : ପୁଣି ଶୀର୍ଷ ମାନ୍ୟତା ପାଇଲେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ତଥା ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ । ଆମେରିକାସ୍ଥିତ ଗ୍ଲୋବାଲ ଫାଇନାନ୍ସ ପତ୍ରିକା ପକ୍ଷରୁ ଲଗାତର ଦ୍ଵିତୀୟ ବର୍ଷ ପାଇଁ ବୈଶ୍ଵିକ ସ୍ତରରେ ଶୀର୍ଷ କେନ୍ଦ୍ରୀୟ ବ୍ୟାଙ୍କର୍ ଭାବେ ସ୍ଥାନ ପାଇଛନ୍ତି ଶକ୍ତିକାନ୍ତ ଦାସ। ଏନେଇ ଆରବିଆଇ ଏକ୍ସରେ ଏକ ପୋଷ୍ଟ କରି ଲେଖିଛି ଯେ, ‘‘ଖୁସିର ସହ ଘୋଷଣା କରୁଛୁ ଯେ, କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ […]
ଏସଡିଏମଙ୍କୁ ଲାଠିରେ ପିଟିଲେ କନଷ୍ଟେବଳ : ଭିଡିଓ ଭାଇରାଲ
ପଟନା/ଭୁବନେଶ୍ୱର, ୨୧-୮-୨୪ (ପିପିଏସ ) : ଅନୁସୂଚିତ ଜାତି ଓ ଜନଜାତିଙ୍କୁ ମିଳୁଥିବା ସଂରକ୍ଷଣରୁ ଲହୁଣି ପରସ୍ତ (କ୍ରିମି ଲେୟାର)ଙ୍କୁ ବାଦ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟର ପ୍ରତିବାଦରେ ଆଜି ଆଦିବାସୀ ଓ ଦଳିତ ମଞ୍ଚ ସମୂହ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଅନ୍ୟ ରାଜ୍ୟ ଅପେକ୍ଷା ଭାରତ ବନ୍ଦର ବ୍ୟାପକ ପ୍ରଭାବ ବିହାରର ପାଟନାରେ ଦେଖିବାକୁ ମିଳିଛି । ବିହାରରେ ବିକ୍ଷୋଭକାରୀଙ୍କୁ ଶାନ୍ତ କରିବାକୁ ଆସିଥିବା ଜଣେ କନଷ୍ଟେବଳ, ଏସଡିଏମଙ୍କୁ ଲାଠି […]
ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ ଗୋ’ସୁରକ୍ଷା ସମିତିର ରଣହୁଙ୍କାର : ସାମ୍ବାଦିକ ସମ୍ମିଳନୀରେ ଦେଲେ ଚେତାବନୀ
ଭଦ୍ରକ,୨୧-୮-୨୪ (ପିପିଏସ ) : ଭଦ୍ରକ ଏକ ସମ୍ବେଦନଶୀଳ ଉପକୂଳବର୍ତ୍ତି ଜିଲା ହୋଇଥିବାବେଳେ ଏଠାରେ ଅନେକ ବାଂଲାଦେଶୀ ବସବାସ କରୁଥିବାର ଦେଖିବାକୁ ମିଳିଛି । ଇତି ମଧ୍ୟରେ ବାଂଲାଦେଶରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତାକୁ ନେଇ ସେଠାରୁ ଭାରତକୁ ପଶିଆସୁଥିବା ବହୁ ବାଂଲାଦେଶୀ ଓଡ଼ିଶାମୁହାଁ ହୋଇଛନ୍ତି । ସେମାନେ ବିଶେଷଭାବେ ପଶ୍ଚିମବଙ୍ଗ ଦେଇ ବାଲେଶ୍ୱର ଓ ଭଦ୍ରକ ଭଳି ସମୁଦ୍ର ଉପକୂଳବର୍ତୀ ଅଂଚଳକୁ ନିଜର ବିପଦମୁକ୍ତ ସ୍ଥାନ ବୋଲି ବାଛି ନେଇଛନ୍ତି । ଏହି ଘଟଣାକୁ ନେଇ ଭଦ୍ରକ […]
ଏକମାତ୍ର ପୁଅର ମୃତ୍ୟୁ ପାଇଁ ମା’ବାପାଙ୍କ ଆବେଦନ : ନାହିଁ କଲେ ସର୍ବୋଚ୍ଚ ନ୍ୟାୟାଳୟ
ମୁମ୍ବାଇ/ଭୁବନେଶ୍ୱର, ୨୧-୮-୨୪ (ପିପିଏସ ) : ୩୦ ବର୍ଷ ବୟସର ଉଚ୍ଚଶିକ୍ଷିତ ଯବାନ ପୁଅ । ହେଲେ ୧୧ ବର୍ଷ ଧରି ରୋଗଶଯ୍ୟାରେ ପଡ଼ିଛି। ଶରୀର ସମ୍ପୂର୍ଣ୍ଣ ଅକ୍ଷମ । ପୁଅର ମେଡିକାଲ ଖର୍ଚ୍ଚ ପାଇଁ ଘରଦ୍ଵାର ବିକ୍ରି ସରିଲାଣି। ହେଲେ ଆଗକୁ ଖର୍ଚ୍ଚଭାର ସମ୍ଭାଳି ପୁଅର ଯତ୍ନନେବାକୁ ଅସମର୍ଥ ମା’ବାପା । ପୁଅ ସୁସ୍ଥ ହେବା ଆଶା ବି ବହୁତ କମ୍ । ତେଣୁ ପୁଅର ଇଚ୍ଛା ମୃତ୍ୟୁ ପାଇଁ ଅନୁମତି ଲୋଡିଛନ୍ତି ମା’ବାପା । […]
ଭିଜିଲାନ୍ସ ପଞ୍ଝାରେ କନିଷ୍ଠ ରାଜସ୍ବ ସହାୟକ
ବୌଦ୍ଧ ,୨୧-୮-୨୪ (ପିପିଏସ ) : ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ରାଜସ୍ବ ସହାୟକ (ଜେଆରଏ) ଚୌଧୁରୀ ପପୁନ କୁମାର ଦାଶ ୨୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଜିଲା ସଂଗ୍ରହାଳୟରେ ଏକ ଆକ୍ୱାରିୟମ୍ ପ୍ରୋଜେକ୍ଟର ବକେୟା ବିଲ୍ ପାସ କରାଇ ଦେବା ପାଇଁ ଆକ୍ବାରିୟମ ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଏହି ମାମଲାରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ […]
ଜଗତସିଂହପୁରରେ ଭାରତ ବନ୍ଦ୍ : ମିଳିଲାନି ସମ୍ପୂର୍ଣ୍ଣ ସମର୍ଥନ
ଜଗତସିଂହପୁର,୨୧-୮-୨୪ (ପିପିଏସ ) : ଜଗତସିଂହପୁର ସହରରେ ଦଳିତ ମହାସଂଘ ତରଫରୁ ବୁଧବାର ଭାରତ ବନ୍ଦ ପାଳନ କରାଯାଇଥିଲା l ମହାସଂଘର ସଭାପତି ଶଙ୍କର ଦାସ ଭାରତ ବନ୍ଦ୍କୁ ସମର୍ଥନ କରି ପୋଷ୍ଟ ଅଫିସ ଛକ ଠାରେ ଅନ୍ୟାନ୍ୟ କର୍ମକର୍ତ୍ତା ମାନଙ୍କ ସହିତ କଟକ ମାଛଗାଁ ରାସ୍ତା ଅବରୋଧ କରି ସ୍ଲୋଗାନ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ଜାତି ଭିତ୍ତିକ ସଂରକ୍ଷଣ ରାୟ କୁ ପ୍ରତ୍ୟାହାର ଦାବି କରି ଏହି ବନ୍ଦ ପାଳନ କରାଯାଇଥିଲା । ମାତ୍ର ସାଧାରଣ […]
ମଙ୍କି ପକ୍ସକୁ ନେଇ ତତ୍ପରତା; ସବୁ ସିଡିଏମ୍ଓଙ୍କୁ ସ୍ବାସ୍ଥ୍ୟ ବିଭାଗର ଚିଠି
ଭୁବନେଶ୍ବର/୨୧-୦୮-୨୪ (ପିପିଏସ ): ଦେଶରେ ମୁଣ୍ଡ ଟେକିଲାଣି ମଙ୍କି ପକ୍ସ। ଏହାକୁ ନେଇ ଏବେ ଆତଙ୍କ ଦେଖାଦେଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିମାନ ବନ୍ଦର ଏବଂ ବିଭିନ୍ନ ସହର ଓ ରାଜ୍ୟର ସୀମା ଅଞ୍ଚଳରେ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। ଏହାକୁ ନେଇ ଓଡ଼ିଶାରେ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ଯଦିଓ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦିଷ୍ଟ ନିର୍ଦେଶନାମା ଆସିନାହିଁ ତଥାପି ସ୍ବାସ୍ଥ୍ୟ ବିଭାଗ ଏନେଇ ସମସ୍ତ ସିଡିଏମ୍ଓଙ୍କୁ ଚିଠି ଲେଖି ଅବଗତ କରିଛି। ମଙ୍କି […]
୬ ନୂଆ ରାଜପଥ ପ୍ରକଳ୍ପ ପାଇଁ ୮୯୨୩ କୋଟି
ନୂଆଦିଲ୍ଲୀ/ଭୁବନେଶ୍ୱର -୨୧-୦୮-୨୪ (ପିପିଏସ ): କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ଓଡ଼ିଶାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ନୂତନ ଜାତୀୟ ରାଜପଥ ପ୍ରକଳ୍ପ ନିର୍ମାଣ ପାଇଁ ୮୯୨୩ କୋଟି ଟଙ୍କାର ଖର୍ଚ୍ଚ ଯୋଜନା ପ୍ରସ୍ତୁତ କରିଛନ୍ତି। ଯୋଜନାରେ ଗୋଟିଏ ନୂଆ ସେତୁ ଓ ୫ଟି ସଡ଼କ ନିର୍ମାଣ ହେବ। ସୂଚନା ଅନୁସାରେ ଜାତୀୟ ରାଜପଥ ୪୯ର କନକତୋରା-ଝାରସୁଗୁଡ଼ା ସେକ୍ସନରେ ଇବ ନଦୀ ଉପରେ ଛଅ ଲେନ ବିଶିଷ୍ଟ ନୂତନ ସେତୁ ପାଇଁ ୧୦୦ କୋଟି […]
ସେପ୍ଟେମ୍ବର ସୁଦ୍ଧା ସବୁ ଘରକୁ ବିଜୁଳି: କନକ ବର୍ଦ୍ଧନ ସିଂହଦେଓ
ଭୁବନେଶ୍ବର/୨୧-୦୮-୨୪ (ପିପିଏସ ): ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଲୋକଙ୍କ ଘରେ ପହଞ୍ଚିବ ବିଜୁଳି। ବିଦ୍ୟୁତକରଣ ହୋଇନଥିବା ଘରଗୁଡିକୁ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ବିଜୁଳି ଯୋଗାଇ ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର। ଖାଲି ସେତିକି ନୁହେଁ, ସବୁ ଘରକୁ ବିଜୁଳି ଯୋଗାଇ ଦେବା ପାଇଁ ୪୧୫ କୋଟି ଟଙ୍କା ସମସ୍ତ ଡିସକମମାନଙ୍କୁ ଯୋଗାଇ ଦେଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ବିଧାନସଭାରେ ବିଧାୟକ ପବିତ୍ର […]
ରାଉରକେଲାରେ ଭାରତ ବନ୍ଦ ପ୍ରଭାବହୀନ
ରାଉରକେଲା/୨୧-୦୮-୨୪ (ପିପିଏସ ): ଅନୁସୂଚିତ ଜାତି ଓ ଜନଜାତିଙ୍କୁ ମିଳୁଥିବା ସଂରକ୍ଷଣରୁ ଲହୁଣି ପରସ୍ତ (କ୍ରିମି ଲେୟାର ) ଙ୍କୁ ବାଦ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟର ପ୍ରତିବାଦରେ ଆଜି ଆଦିବାସୀ ଓ ଦଳିତ ମଞ୍ଚ ସମୂହ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ରାଉରକେଲା ସହରରେ ବନ୍ଦର ପ୍ରଭାବ ଏତେଟା ଦେଖିବାକୁ ମିଳିନି। ସକାଳୁ ଅନୁସୂଚିତ ଜାତି, ଜନଜାତି ମିଳିତ ମଞ୍ଚର କର୍ମକର୍ତ୍ତା ଓ ଶତାଧିକ ସଦସ୍ୟ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି। ଘରୋଇ […]