ପ୍ରଜାତନ୍ତ୍ର ନ୍ୟୁଜ୍

ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

Advertisement

ରାଜଧାନୀରୁ ବଡ ବାଇକ ଚୋରି ରାକେଟ କୁ ଧରିଲା କମିଶନରେଟ ପୁଲିସ : ୩୧ ବାଇକ ଉଦ୍ଧାର ୬ ଗିରଫ

ଭୁବନେଶ୍ୱର,୩୦-୦୮-୨୪(ପିପିଏସ) : ରାଜଧାନୀ ଭୁବନେଶ୍ୱରରେ ବଡ ଧରଣର ବାଇକ ଚୋରି ରାକେଟ ଠାବ କରିଛି କମିଶନରେଟ ପୁଲିସ । ଏହି ରାକେଟକୁ ଠାବ କରିବା ସହ ୩୧ଚୋରି ବାଇକ ଓ ୫ଟି ମାଷ୍ଟର ଚାବି ଜବତ କରାଯାଇଥିବା ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ପୁଲିସ କମିଶନର ସଞ୍ଜୀବ ପଣ୍ଡା।

ଘଟଣାରେ ୬ଜଣ କୁଖ୍ୟାତ ଲୁଟେରାଙ୍କ ସହ ବାଇକ କିଣିଥିବା ୨ଜଣଙ୍କୁ ଗିରଫ କରିଛି ପୁଲିସ। ଏହି ଗ୍ୟାଙ୍ଗ ହସ୍ପିଟାଲ, ମାର୍କେଟ ଓ ସ୍କୁଲ ସାମ୍ନାରୁ ବାଇକ ଚୋରି କରୁଥିଲେ। ଅନେକ ଦିନ ହେବ କମିଶନରେଟ ପୁଲିସର ସ୍କାନରେ ଥିଲା ଏହି ଗ୍ୟାଙ୍ଗ।

Leave a Reply

Your email address will not be published. Required fields are marked *