ବରମୁଣ୍ଡା ବସଷ୍ଟାଣ୍ଡରୁ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର : ହତ୍ୟା ନା ଆତ୍ମହତ୍ୟା ?

ଭୁବନେଶ୍ୱର,୩୧-୦୮-୨୪(ପିପିଏସ) : ରାଜଧାନୀର ପ୍ରମୁଖ ଜନଗହଳି ପୂର୍ଣ୍ଣ ସ୍ଥାନ, ବରମୁଣ୍ଡା ବସଷ୍ଟାଣ୍ଡରେ ଜଣେ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି । ମୃତ ମହିଳା ବିବାହିତ ବୋଲି ଜଣାପଡ଼ିଛି । ରାତି ପ୍ରାୟ ସାଢ଼େ ୧୦ଟା ବେଳେ ପୁରୁଣା ବସଷ୍ଟାଣ୍ଡ ଟର୍ମିନାଲ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଖବର ପାଇ ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମହିଳାଙ୍କ ହାତରୁ ଏକ ବସ ଟିକଟ ଜବତ ହୋଇଛି । ସେଥିରୁ ଜଣାପଡିଛି, ମହିଳା ଗଞ୍ଜାମ ଜିଲା ସୋରଡ଼ାକୁ ଯାଇଥାନ୍ତେ ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ମୃତ ମହିଳାଙ୍କ ସହ ଜଣେ ଯୁବକ ଥିଲେ । ଟିକଟ କାଉଣ୍ଟର ନିକଟରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ମଧ୍ୟରେ ଝଗଡ଼ା ହୋଇଥିଲା । ସଂପୃକ୍ତ ଯୁବକ ମହିଳାଙ୍କୁ ମାଡ଼ ମାରୁଥିଲେ । ଏହି କାରଣରୁ ମହିଳାଙ୍କ ହତ୍ୟା କରାଯାଇଥିବା କିମ୍ବା ସେ ନିଜେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ପୁଲିସ ଯାଞ୍ଚ ସମୟରେ ମହିଳାଙ୍କ ମୃତଶରୀରରେ କୌଣସି କ୍ଷତଚିହ୍ନ ଦେଖିବାକୁ ମିଳିନି । କିନ୍ତୁ ମହିଳାଙ୍କ ସହିତ ଝଗଡ଼ା କରିଥିବା ଯୁବକ ଜଣଙ୍କ କିଏ ସେନେଇ ପୋଲିସ ତଦନ୍ତ ଆରମ୍ଭ କରାଯାଇଛି । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲଟାଲକୁ ପଠାଇଛି ।

Leave A Reply

Your email address will not be published.