1 min read

ଆକ୍ସନ ମୋଡ଼ରେ ସରକାର : ବୁଲଡୋଜର ଲଗାଇ ଚୋରା ମଦ ଭାଟି ଭାଙ୍ଗିଲା କମିଶନରେଟ୍‌ ପୋଲିସ୍

ଭୁବନେଶ୍ୱର,୨୪-୦୮-୨୪ (ପିପିଏସ) : ଗଞ୍ଜାମ ଜିଲ୍ଲା ଚିକିଟି ମଦ ମୃତ୍ୟୁ ମାମଲା ପରେ ରାଜ୍ୟ ସରକାର ଏବେ ଆକ୍ସନ ମୋଡ଼ରେ । ଦେଶୀ ମଦ ଭାଟି ଉପରେ ଘନ ଘନ ଚଢ଼ାଉ କରୁଛି ପୋଲିସ୍‌ । ତେବେ ଦେଶୀ ମଦକୁ ନେଇ ତତ୍ପର ହୋଇଛି କମିସନରେଟ୍‌ ପୋଲିସ୍ । ସାଲିଆ ସାହିରେ ଚାଲୁଥିବା ଦେଶୀ ମଦ କାରଖାନା ଉପରେ ଚଢ଼ାଉ କରିଛି ପୋଲିସ୍‌ । କମିଶନରେଟ ପୋଲିସର ଚଢ଼ାଉ ବେଳେ ସାଲିଆ ସାହିରେ ୩ଟି ଦେଶୀ ମଦ […]

1 min read

ଭଡ଼ାଘରୁ ମହିଳା କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ହତ୍ୟା କିମ୍ବା ଆତ୍ମହତ୍ୟା ?

ବାଲେଶ୍ୱର/ଭୁବନେଶ୍ୱର,୨୪-୦୮-୨୪ (ପିପିଏସ) : ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକରେ କାର୍ଯ୍ୟରତ ଜଣେ ମହିଳା କନିଷ୍ଠ ଯନ୍ତ୍ରୀ ରହୁଥିବା ଭଡା ଘରକୁ ଭିତର ପଟୁ ବନ୍ଦ କରି ନିଜ ଆପ୍ରୋନ ସାହାଯ୍ୟରେ ଫ୍ୟାନରେ ଝୁଲି ପଡ଼ିଛନ୍ତି। ମୃତକ ହେଉଛନ୍ତି ବାରିପଦା ଅଞ୍ଚଳର ମୋନାଲିସା ହେମ୍ବ୍ରମ(୨୬)। ସେ ଜେଇ ଭାବେ ଭୋଗରାଇ ବ୍ଲକରେ ଗତ ମାର୍ଚ୍ଚ ମାସରେ ଯୋଗ ଦେଇଥିଲେ। ମନ୍ଦାରସାହି ପଞ୍ଚାୟତର ଜେଇ ଭାବେ ଦାୟିତ୍ଵ ତୁଲାଇଥିଲେ। ଆଜି ଦୀର୍ଘ ସମୟ ଧରି ସେ ବାହାରକୁ ନ ବାହାରିବାରୁ […]

1 min read

ଖୋଲିଲା ହୀରାକୁଦର ଆଉ ୮ଟି ଗେଟ୍ : ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା

*ତଳିଆ ଅଞ୍ଚଳରେ ବର୍ଷା ପାଣି ଜମିବାର ଆଶଙ୍କା*ପ୍ରବଳ ବର୍ଷା ଯୋଗୁଁ ସତର୍କ କଲେ ଏସଆରସି ସମ୍ବଲପୁର,୨୪-୦୮-୨୪ (ପିପିଏସ) : ମହାନଦୀ ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ, ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ବଢିବାକୁ ଲାଗିଛି l ଏହାକୁ ଦୃଷ୍ଟିରେ ରଖି ହୀରାକୁଦର ଆଉ ୮ଟି ଗେଟ୍ ଖୋଲାଯାଇଛି । ବର୍ତ୍ତମାନ୍ ମୋଟ୍ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ତେବେ ଉତ୍ତର ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ […]

1 min read

କେନ୍ଦ୍ର ସରକାର ୧୫୬ଟି କକଟେଲ୍ ଔଷଧକୁ ନିଷିଦ୍ଧ କରିଛନ୍ତି

ନୂଆଦିଲ୍ଲୀ/ଭୁବନେଶ୍ୱର /୨୪-୦୮-୨୪ (ପିପିଏସ): କେନ୍ଦ୍ର ସରକାର ୧୫୬ଟି କକଟେଲ୍ ଔଷଧକୁ ନିଷିଦ୍ଧ କରିଛନ୍ତି । ନିଷିଦ୍ଧ ଔଷଧ ତାଲିକାରେ ରହିଛି କେଶ ବୃଦ୍ଧି, ତ୍ୱଚାର ଯତ୍ନ ଏବଂ ଯନ୍ତ୍ରଣା ଉପଶମ, କିମ୍ବା ମଲ୍ଟିଭିଟାମିନ୍, ଆଣ୍ଟିପାରାସିଟିକ୍ସ, ଆଣ୍ଟିଆଲର୍ଜିକ୍ସ ଏବଂ ଆହୁରି ଅନେକ ଔଷଧ । ଫିକ୍ସଡ୍ ଡୋଜ୍ କମ୍ବିନେସନ୍ (ଏଫଡିସି) ହେଉଛି ଏକ ଔଷଧ ଯାହା ଗୋଟିଏ ବଟିକାରେ ଏକରୁ ଅଧିକ ଔଷଧକୁ ମିଶାଇଥାଏ ଏବଂ ଏହାକୁ ‘କକଟେଲ୍’ ଔଷଧ ମଧ୍ୟ କୁହାଯାଏ । ତେବେ ଔଷଧ କମ୍ପାନିଗୁଡ଼ିକ […]

1 min read

୪ଟା ଯାଏ ବିଧାନସଭା ମୁଲତବୀ

ଭୁବନେଶ୍ବର/୨୪-୦୮-୨୪ (ପିପିଏସ): ବିଧାନସଭାରେ ବାଚସ୍ପତିଙ୍କୁ ଅସମ୍ମାନ ଘଟଣାରେ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଛି। ଗତକାଲି ବିଧାନସଭାରେ ବିଜେଡିର ତୁମୁଳକାଣ୍ଡ ଓ ଅରାଜକତା ପରିଲକ୍ଷିତ ହୋଇଥିଲା। ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ସୋର ବିଧାୟକ ମାଧବ ଧଡ଼ା ଓ ଦେବଗଡ଼ ବିଧାୟକ ରୋମାଞ୍ଚ ବିଶ୍ବାଳ ଚଢ଼ିଯାଇଥିଲେ।  ବିଧାନସଭାରେ ବାଚସ୍ପତିଙ୍କୁ ଏହି ଅସମ୍ମାନ ଘଟଣାରେ ନିନ୍ଦା ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ। ନିନ୍ଦା ପ୍ରସ୍ତାବ ଗୃହୀତ, ହେବା ପରେ ଗୃହକୁ ମୁଲତବୀ ଘୋଷଣା କରିଥିଲେଛନ୍ତି ବାଚସ୍ପତି ସୁରମା ପାଢ଼ୀ। ହେଲେ […]

1 min read

ଅଚିହ୍ନା ଶବ ଉଦ୍ଧାର କଲା ଝରିଗାଁ ପୁଲିସ

ଭୁବନେଶ୍ୱର /୨୪-୦୮-୨୪ (ପିପିଏସ): ଝରିଗାଁ ଥାନା ତେଲନଦୀ ପଞ୍ଚାୟତ ଅନ୍ତର୍ଗତ ଗୁଦଗୁଦା ନଦୀକୂଳରେ ଭାସୁଥିବା ଏକ ଅଚିହ୍ନା ଶବ ଉଦ୍ଧାର କରିଥିବା ଜଣାପଡ଼ିଛି। ସୂଚନା ପ୍ରକାରେ ତେଲନଦୀ ପଞ୍ଚାୟତ ଗୁଦଗୁଦା ଗ୍ରାମର କିଛି ଲୋକ ଗତକାଲି ସକାଳୁ ଶୌଚ ପାଇଁ ନଦୀ କୂଳକୁ ଯାଇଥିଲେ। ସେଠାରେ ଜଣେ ଲୋକଙ୍କ ଶବ ନଦୀକୂଳରେ ଭାସୁଥିବା ଦେଖି ତୁରନ୍ତ ସ୍ଥାନୀୟ ସରପଞ୍ଚ ରାଜୁ ସାନ୍ତାଙ୍କୁ ଜଣାଇଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ସରପଞ୍ଚ ରାଜୁ ସାନ୍ତା କିଛି ଲୋକଙ୍କୁ ନେଇ […]

1 min read

ଦୁଷ୍କର୍ମ ଅଭିଯୁକ୍ତ ଡାକ୍ତର ଏଏସସିବିରୁ ବହଷ୍କୃତ

କଟକ/୨୪-୦୮-୨୪ (ପିପିଏସ): ଏସସିବିରେ ଦୁଇ ମହିଳା ରୋଗୀଙ୍କୁ ଚିକିତ୍ସା ବାହାନାରେ ଦୁଷ୍କର୍ମ ଘଟଣାରେ ଆଗରୁ ଅଭିଯୁକ୍ତ ଡାକ୍ତର ଦିଲବାଗ ସିଂ ଠାକୁରଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ତାଙ୍କୁ ଏସସିବିରୁ ବହିଷ୍କୃତ କରାଯାଇଛି। ଏସସିବି ମେଡିକାଲ କଲେଜ କାଉନ୍ସିଲର ଜରୁରୀ ବୈଠକ ବସିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତକାଲି ମେଡିକାଲ କଲେଜ କାଉନ୍ସିଲର ଜରୁରୀ ବୈଠକ ବସିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଏସସିବି ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି। […]

1 min read

ଛତିଆ ପ୍ରାଣୀ ଚିକିତ୍ସାଳୟରେ ତାଲା ପକାଇଲେ ଲୋକେ

ଛତିଆ/୨୪-୦୮-୨୪ (ପିପିଏସ): ପ୍ରାଣୀ ଚିକିତ୍ସକ ନଥିବାରୁ ସ୍ଥାନୀୟ ଲୋକେ ବଡ଼ଚଣା ବ୍ଲକ୍‌ ଛତିଆସ୍ଥିତ ପ୍ରାଣୀ ଚିକିତ୍ସାଳୟରେ ତାଲା ପକାଇଛନ୍ତି। ଅଭିଯୋଗ ମୁତାବକ ସୋଲର ଗ୍ରାମର କଳିଙ୍ଗ ଓଝା ଓ ସ୍ଥାନୀୟ ଲୋକେ ଏକ ଅସୁସ୍ଥ ଷଣ୍ଢକୁ ଚିକିତ୍ସା ପାଇଁ ପ୍ରାଣୀ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ପଚାରିବାରୁ ଚିକିତ୍ସାଧିକାରୀ ନାହାନ୍ତି ବୋଲି କହିଥିଲେ। ଚିକିତ୍ସକଙ୍କ ଫୋନ୍ ନମ୍ୱର ମାଗିବାରୁ କର୍ମଚାରୀ ଜଣଙ୍କ ମନାକରିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଫଳରେ […]

1 min read

ମହିଳାଙ୍କୁ ଅସମ୍ମାନ ଓ ଦୁର୍ବ୍ୟବହାର କରିବା ବିଜେଡିର ଚରିତ୍ର : ଏଶ୍ୱର୍ଯ୍ୟା

ଭୁବନେଶ୍ୱର,୨୪-୦୮-୨୪ (ପିପିଏସ) : ବିଧାନସଭାରେ ବାଚସ୍ପତିଙ୍କୁ ବିଜେଡି ବିଧାୟକଙ୍କ ବ୍ୟବହାରକୁ ନେଇ ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ବିଜେଡି ଉପରେ ବର୍ଷିଛନ୍ତି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଏଶ୍ୱର୍ଯ୍ୟା ବିଶ୍ୱାଳ l ଐଶ୍ୱର୍ଯ୍ୟା କହିଛନ୍ତି, ଗତ ୨୪ ବର୍ଷ ଶାସନରେ ରହିବା ପରେ ଓଡ଼ିଶାକୁ ବିଜେଡି ନିଜର ଜାଗିର ବୋଲି ଭାବୁଥିଲା। କ୍ଷମତାଚ୍ୟୁତ ହେବା ପରେ ଦଳ ତାକୁ ସହଜରେ ଗ୍ରହଣ କରି ନ ପାରି ଗୃହରେ ନିଜର ହତାଶାଭାବ ପ୍ରଦର୍ଶିତ […]

1 min read

ବିଷାକ୍ତ ମଦ ମୃତ୍ୟୁ ମାମଲା : ପରିବାର ବର୍ଗଙ୍କୁ ଭେଟିଲେ ବିଜେପି ଓ କମ୍ୟୁନିଷ୍ଟ ଦଳର ପ୍ରତିନିଧି

ଚିକିଟୀ/ବ୍ରହ୍ମପୁର,୨୪-୦୮-୨୪ (ପିପିଏସ) : ସ୍ଥାନୀୟ କେ.ନୂଆଗାଁ ଥାନା ଅନ୍ତର୍ଗତ ଜେନାପୁର ଗ୍ରାମର ବିଷାକ୍ତ ମଦ ମୃତ୍ୟୁ ହୋଇଥିବା ଘଟଣା ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି l ଏହାକୁ ନେଇ ବିଭିନ୍ନ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଛି l ପୀଡ଼ିତ ପରିବାରକୁ ଭେଟିବା ପାଇଁ ବିଜେପିର ର ଏକ ଟିମ ଜେନାପୁର ଗ୍ରାମରେ ପହଂଚି ଥିଲା l ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମିନା ଦ୍ୟାନ ସାମନ୍ତରାଙ୍କ ନେତୃତ୍ୱରେ ଦଳୀୟ କର୍ମୀଙ୍କ ସହିତ ଏହି ଟିମ […]