ମଧୁସୂଦନ ଲ’ବିଶ୍ୱବିଦ୍ୟାଳୟରେ ନୂତନ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମାରୋହ କାର୍ଯ୍ୟକ୍ରମ ଉଦ୍‌ଯାପିତ

କଟକ/୦୩-୦୯-୨୦୨୪(ପିପିଏସ):ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ନୂତନ ଭାବେ ଯୋଗଦାନ କରିଥିବା ପାଞ୍ଚବର୍ଷୀୟ ଆଇନ ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ୱାଗତ ସମାରୋହ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ତାଳଚେରର ବିକାଶ ଫାଉଣ୍ଡେସନ୍ ଟ୍ରଷ୍ଟ ଓ ପବିତ୍ର ମୋହନ ବୈଷୟିକ ଅନୁଷ୍ଠାର ଅଧ୍ୟକ୍ଷା ଡଃ ମୃଦଳା ଠାକୁର ପ୍ରଧାନ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ । କାର୍ଯ୍ୟକ୍ରମଟି ଜାତୀୟ ସଙ୍ଗୀତଗାନ ସହ ସରସ୍ୱତୀଙ୍କ ନିକଟରେ ପ୍ରଦ୍ୱୀପ ପ୍ରଜ୍ୱଳନ ସହ ଆରମ୍ଭ ହୋଇଥିଲା । ପ୍ରଥମେ ବିଶ୍ୱବିଦ୍ୟାଳୟର ପଞ୍ଚବର୍ଷୀୟ ଆଇନ ବିଭାଗର ଅଧ୍ୟକ୍ଷା ଡଃ ନିଧି ଚୌହ୍ୱାନ ବିଶ୍ୱବିଦ୍ୟାଳୟ ସମ୍ବନ୍ଧରେ ସମ୍ୟେକ୍ ଧାରଣା ଦେବା ସହ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । କୁଳସଚିବ ନିରୂ ମା ସ୍ୱାଇଁ ସଭାକୁ ସମ୍ବୋଧନ କରି ବିଭିନ୍ନ ଉପଦେଶ ଛାତ୍ରଛାତ୍ରୀଙ୍କୁ ଦେଇଥିଲେ ।

ଏହାପରେ ମୁଖ୍ୟ ଅତିଥି ଡଃ ପ୍ରଧାନ ଜାଗତିକ ବିଶ୍ୱରେ କି ରି ସମସ୍ୟାକୁ ସମାଧାନ କରାଯିବ ତଥା ସମୟର ସଦୁ ଯୋଗ ବିଷୟରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ବିଶ୍ୱବିଦ୍ୟାଳୟର କୁଳପତି ପ୍ର.ଡଃ କମଲଜିତ୍ ସିଂ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ସହ ଶୃଙ୍ଖଳିତ ଜୀବନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଏହା ପରେ ବିଶ୍ୱବିଦ୍ୟାଳୟ ତରଫରୁ ନୂତନ ଛାତ୍ରଛାତ୍ରୀଙ୍କୁ ବ୍ୟାଗ୍ ଓ ପୁସ୍ତକ ଆଦି ବଣ୍ଟନ କରାଯାଇଥିଲ । ଅନ୍ୟାନ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟର ପିଜି କାଉନସିଲର ଅଧ୍ୟକ୍ଷ ଡଃ ସୌମିତ୍ର ଚାଟାର୍ଜୀ, ବିତ୍ତୀୟ ନିୟନ୍ତ୍ରକ ଡଃ ଚିତ୍ତ ରଞ୍ଜନ ନାୟକ. ଛାତ୍ରକଲ୍ୟାଣ ନିର୍ଦ୍ଦେଶକ ଡଃ ନିଧି ଚୌହ୍ୱାନଙ୍କ ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ ଉପସ୍ଥିତ ରହିଥିଲେ । ପରିଶେଷରେ ତିନି ବର୍ଷୀୟ ତଥା ଏଲ୍‌ଏଲ୍‌ଏମ୍ ବିଭାଗର ମୁଖ୍ୟ ହିରଣ୍ମୟୀ ମିଶ୍ର ସଭାକୁ ଧନ୍ୟବାଦ ଅର୍ପଣ କରିଥିଲ ।

Leave A Reply

Your email address will not be published.