ଓଡିଶା
ବାଙ୍ଗାଲୋରରେ ଓଡ଼ିଆ ଶ୍ରମିକ ମୃତ୍ୟୁ ଘଟଣା : ଗାଁରେ ପହଞ୍ଚିଥିଲା ମୃତଦେହ
କନ୍ଧମାଳ/ଭୁବନେଶ୍ୱର,୧-୦୯-୨୪(ପିପିଏସ) : ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ଓଡ଼ିଶା ଶ୍ରମିକ। ମୃତ ଶ୍ରମିକ ଜଣଙ୍କ ହେଲେ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଦଡି଼ଙ୍ଗିଆ ଗ୍ରାମର ଲେମନ ଦିଗାଲ। ଲେମନ ଜଣକ କିଛି ଦିନ ତଳେ ତାଙ୍କ ଗ୍ରାମର କିଛି ସାଙ୍ଗ ସାଥିଙ୍କ ସହିତ ମିଶି ବାଙ୍ଗାଲୋରକୁ କାମ କରିବାକୁ ଯାଇଥିଲେ। ବାଙ୍ଗାଲୋରର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ତେବେ ଗତ ଗୁରୁବାର ଦିନ ହଠାତ୍ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ସହଯୋଗୀମାନେ ତାଙ୍କୁ […]
୨୪ବର୍ଷର ରେକର୍ଡ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀ : ଖର୍ଚ୍ଚଦାବି ଉପରେ ଦେଢ଼ ଘଣ୍ଟା ଉପସ୍ଥାପନା
ଭୁବନେଶ୍ୱର,୧-୦୯-୨୪(ପିପିଏସ) : ରାଜ୍ୟରେ ବିଜେଡି ସରକାର ଦ୍ୱାରା ଲାଗୁ କରାଯାଇଥିବା ନୂଆ ହୋମଗାର୍ଡ ନିଯୁକ୍ତି ଉପରେ କଟକଣାକୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହଟାଇ ଦେଇଛନ୍ତି। ଏହାସହିତ ନକ୍ସଲ କିମ୍ବା ଅନ୍ୟାନ୍ୟ ଘଟଣାରେ ହୋମଗାର୍ଡଙ୍କ ମୃତ୍ୟୁ ଘଟିଲେ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ନିଯୁକ୍ତି ମିଳିବ ବୋଲି ଘୋଷଣା କରିଛନ୍ତି । ଆଜି ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନାବେଳେ ଗୃହ ବିଭାଗର ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ […]
ଲଗାଣ ବର୍ଷରେ ଭୁଶୁଡ଼ିଲା କାନ୍ଥ : ଅଜା, ଆଈ ଓ ୪ବର୍ଷର ନାତି ଗୁରୁତର
ପୁରୀ/ଭୁବନେଶ୍ୱର,୧-୦୯-୨୪(ପିପିଏସ) : କାନ୍ଥ ପଡ଼ି ଅଜା, ଆଈ ସମେତ ୪ବର୍ଷର ନାତି ଗୁରୁତର ଆହତ ହୋଇଛନ୍ତି। ପୁରୀ ଜିଲ୍ଲା ଇପିଙ୍ଗ ବାଉରୀପଲ୍ଲୀ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାତିରେ ଅଜା, ଆଈ ସମେତ ୪ବର୍ଷର ନାତି ଘରେ ଶୋଇଥିଲେ। ଏହି ସମୟରେ ମାଟି କାନ୍ଥଟି ସେମାନଙ୍କ ଉପରେ ଭୁଷୁଡି ପଡ଼ିଥିଲା । ପ୍ରଚଣ୍ଡ ଶବ୍ଦ ହେବାରୁ ପାଖ ପଡ଼ୋଶୀ ଦୌଡ଼ି ଆସିଥିଲେ । ସେମାନଙ୍କ ଉପରେ କାନ୍ଥ ପଡ଼ିଥିବା ଦେଖିଥିଲେ। […]
ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ
କଟକ,୩୧-୦୮-୨୪(ପିପିଏସ) : ସ୍ୱାୟତ୍ତ ଶାସନ ଦିବସରେ ବକ୍ସିବଜାର ଠାରେ ଐତିହାସିକ ପାଇକ ବିଦ୍ରୋହର ମହାନ ସଂଗ୍ରାମୀ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ, ସ୍ୱାଧୀନତା ସଂଗ୍ରାମୀଙ୍କ ମୂର୍ତ୍ତି ଉନ୍ମୋଚନ କରିଥିଲେ । ସ୍ୱାଧୀନତା ସଂଗ୍ରାମରେ ଐତିହାସିକ କଟକ ସହରର ଭୂମିକା ବେଶ୍ ଗୁରୁତ୍ଵ ପୂର୍ଣ୍ଣ । ସେହି ଦୃଷ୍ଟିରୁ ବକ୍ସି ଜଗବନ୍ଧୁଙ୍କ ମୂର୍ତ୍ତି କଟକ ସହରର ମଧ୍ୟରେ ଓଡ଼ିଆ ଜାତିର ବୀରତ୍ୱର ପ୍ରତୀକ […]
‘ସ୍ୱାୟତ୍ତ ଶାସନ ଦିବସ’ରେ କଟକରେ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟିତ, ପୁରାତନ ସଭ୍ୟତାର ପ୍ରାଣକେନ୍ଦ୍ର କଟକକୁ ଆଧୁନିକ ସହର କରିବା : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
-ଖାନନଗର ଠାରେ ଗେଲ୍ ଇଣ୍ଡିଆର ‘ଗ୍ୟାସ୍ଚୁଲ୍ଲା ଶବଦାହ କେନ୍ଦ୍ର’ ଲୋକାର୍ପିତ-ଦରଘାବଜାର ଠାରେ ‘ନେତାଜୀ ସ୍ମାରକୀ ପ୍ରତିଷ୍ଠାନ’ ଉଦ୍ଘାଟନ-ବକ୍ସିବଜାର ଠାରେ ବକ୍ସି ଜଗବନ୍ଧୁଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତିକୁ ଅନାବରଣ-କଟକ ଟାଉନ ହଲରେ ‘କଟକ ଆର୍ଟ ଗ୍ୟାଲେରୀ’ ଲୋକାର୍ପିତ-‘ସୁଭଦ୍ରା ଯୋଜନା’ରେ ପଞ୍ଜୀକରଣ କରୁଥିବା ମା’ ଭଉଣୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ-ପ୍ରସ୍ତୁତ ହେବ ରେଭେନ୍ସା ବାଳିକା ବିଦ୍ୟାଳୟର ବିକାଶ ପାଇଁ ମାଷ୍ଟରପ୍ଲାନ କଟକ,୩୧-୦୮-୨୪(ପିପିଏସ) : ଓଡ଼ିଆ ସଂସ୍କୃତିର ପୀଠ ଏବଂ ଓଡ଼ିଆ ସଂଗ୍ରାମର ପେଣ୍ଠସ୍ଥଳୀ ହେଉଛି କଟକ । ରେଭେନ୍ସା ବିଶ୍ୱବିଦ୍ୟାଳୟ, ହାଇକୋର୍ଟ ଏବଂ […]
ବିଧାନସଭାରେ ଉଠିଲା ଛତୁଆ ଝଡ଼ : ବିରୋଧୀଙ୍କ ସହ ସ୍ୱର ମିଳାଇଲେ ଶାସକ ଦଳର ସଦସ୍ୟ
ଭୁବନେଶ୍ୱର,୩୧-୦୮-୨୪(ପିପିଏସ) : ଗର୍ଭବତୀ ଓ କଅଁଳ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଛତୁଆ ଯୋଗାଉଥିଲେ ରାଜ୍ୟ ସରକାର। ହେଲେ ସେହି ଛତୁଆ ନିମ୍ନମାନର। ଛତୁଆରେ ପୋକ ସାଲୁବାଲୁ। ଯାହା ଖାଇବା ଯୋଗ୍ୟ ନୁହେଁ। ସେହି ଛତୁଆକୁ ଗାଈ ଗୋରୁ ଖାଉନାହାନ୍ତି। ତାହାହେଲେ ଗର୍ଭବତୀ ଓ କଅଁଳ ପିଲା କେମିତି ଖାଇବେ ? ରାଜ୍ୟର କୋଣ ଅନୁକୋଣରୁ ଏପରି ଅଭିଯୋଗ ପ୍ରତିଦିନ ଆସୁଛି । ଏହାକୁ ନେଇ ଆଜି ବିଧାନସଭା ଉଠୁଛି ପଡିଛି। ନିମ୍ନମାନର ଛତୁଆକୁ ନେଇ ବରିଷ୍ଠ ବିଧାୟକମାନେ […]
ଲାଞ୍ଚ ନେଉଥିଲେ କନିଷ୍ଠ ଯନ୍ତ୍ରୀ : ଭିଜିଲାନ୍ସକୁ ଦେଖି ଚେତା ବୁଡ଼ିଗଲା
ରାୟଗଡ଼ା/ଭୁବନେଶ୍ୱର,୩୧-୦୮-୨୪(ପିପିଏସ) : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଜଣେ କନିଷ୍ଠ ଯନ୍ତ୍ରୀ ଅଚେତ ହୋଇଗଲେ। ଆଜି ରାୟଗଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି ଏହି ଘଟଣା। ଭିଜିଲାନ୍ସ ଜାଲରେ ପଡ଼ିଥିବା ଏହି ଯନ୍ତ୍ରୀଙ୍କ ନାଁ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ। ସେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ କାର୍ଯ୍ୟ କରନ୍ତି। ମନରେଗାରେ ହୋଇଥିବା ଏକ କାମର ବିଲ୍ କରିଦେବା ପାଇଁ ସେ ଜଣେ ଠିକାଦାରଙ୍କୁ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ସଂପୃକ୍ତ ଠିକାଦାର […]
୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରାଯାଇ ପାରିବ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩୧-୦୮-୨୪(ପିପିଏସ) : ଆଜି ରାଜ୍ୟ କୃଷି ଭବନରେ ଓଡ଼ିଶାର ଉଚ୍ଚ ଶିକ୍ଷା ବିଭାଗ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ମଧ୍ୟରେ ରାଜ୍ୟରେ PM-USHA କାର୍ଯ୍ୟକ୍ରମ ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ୨୦୨୫-୨୬ ମଧ୍ୟରେ ଏହା କାର୍ଯ୍ୟକାରୀ କରାଯିବ। ଏଥିରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, PM-USHA କାର୍ଯ୍ୟକ୍ରମ ଦ୍ୱାରା ଉଚ୍ଚ ଶିକ୍ଷା ଅନୁଷ୍ଠାନ ଗୁଡିକର ଭିତ୍ତିଭୂମିର ବିକାଶ ହେବ ଏବଂ ଶିକ୍ଷାର ପରିସର ବ୍ୟାପକ ହେବ । କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ […]
କେନାଲ ଭିତରେ ପଡ଼ିଗଲା ଛୁଆ ସହିତ ମା’ ହାତୀ
ଢେଙ୍କାନାଳ/ଭୁବନେଶ୍ୱର,୩୧-୦୮-୨୪(ପିପିଏସ) : ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ରାସୋଳ ସେକ୍ସନ ଲହଡ଼ାଠାରେ ସାପୁଆ ମୁଖ୍ୟ କେନାଲରେ ଶୁକ୍ରବାର ରାତିରୁ ଫସିଥିଲେ ମା’ ଓ ଛୁଆ ହାତୀ ଦୀର୍ଘ ୫ ଘଣ୍ଟାର କସରତ ପରେ ଜେସିବି ସହାୟତାରେ ବନ ବିଭାଗ କର୍ମଚାରୀ ଉଭୟଙ୍କୁ ମାଟି ପକାଇ ଉଦ୍ଧାର କରିଛି। ଗତକାଲି ବିଳମ୍ବିତ ରାତିରେ ଏହି ରାସ୍ତା ଦେଇ ଏକ ହାତୀ ପଲ ଯାଉଥିବା ବେଳେ ଅସାବଧାନତାବଶତଃ ମା’ ସହ ଛୁଆ ହାତୀ କେନାଲ ମଧ୍ୟକୁ ଖସି […]
ବଡ଼ଠାକୁରଙ୍କ ଆଡ଼ପ ପହଣ୍ଡି ଅଘଟଣ ପାଇଁ ହେବ ପ୍ରତିକାର ପୂଜା : ଆଇନ ମନ୍ତ୍ରୀ
ଭୁବନେଶ୍ୱର,୩୧-୦୮-୨୪(ପିପିଏସ) : ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ଆଡ଼ପ ପହଣ୍ଡି ଅଘଟଣର ପ୍ରତିକାର ପୂଜା କରିବେ ରାଜ୍ୟ ସରକାର। ଏଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ଯାହା ଘଟିଗଲା ତାହା ଦୁର୍ଘଟଣା । ଅବହେଳା କାରଣରୁ ଏଭଳି ଦୁର୍ଘଟଣା ଘଟିଛି। ହେଲେ ବଡ଼ ଠାକୁର ପଡ଼ି ନାହାନ୍ତି। ସେବାୟତଙ୍କ ପିଠିରେ ଭରା ଦେଇ ରହି ଯାଇଥିଲେ। ତଦନ୍ତରୁ ବଡ଼ ଠାକୁରଙ୍କ କୌଣସି ଅଙ୍ଗ ତଳେ ଲାଗି ନଥିବା ଜଣାପଡ଼ିଛି। ତେଣୁ ଏଥିପାଇଁ ପ୍ରତିକାର ପୂଜା […]