ଅବକାରୀ ନୀତିରେ ପରିବର୍ତ୍ତନ : ପୁରୀ ବେଳାଭୂମିରେ ଖୋଲିବନି ମଦଦୋକାନ
1 min read

ଅବକାରୀ ନୀତିରେ ପରିବର୍ତ୍ତନ : ପୁରୀ ବେଳାଭୂମିରେ ଖୋଲିବନି ମଦଦୋକାନ

ଭୁବନେଶ୍ବର,୧୩-୦୯-୨୦୨୪ (ପିପିଏସ) : ରାଜ୍ୟ ସରକାର ଅବକାରୀ ନୀତିରେ କେତେକ ପରିବର୍ତ୍ତନ କରିଛନ୍ତି। ତାହା ଅନୁଯାୟୀ, ପୁରୀ ବେଳାଭୂମିରେ ଆଉ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯିବନାହିଁ। ଠିକ୍ ସେହିପରି ପୁରୀ ବେଳାଭୂମି ସହ ପୁରୀ ପୌରାଞ୍ଚଳରେ ମଦ କ୍ୟାବିନ୍ ନିଷିଦ୍ଧ। ସାମାଜିକ, ଧାର୍ମିକ, ସାଂସ୍କୃତିକ ଦିଗକୁ ଦେଖି ଅବକାରୀ ନୀତିରେ ଏଭଳି ପରିବର୍ତ୍ତନ କରାଯାଇଥିବା କୁହାଯାଉଛି। ତେଣେ ରାଜ୍ୟର ଅନ୍ୟ ଧର୍ମାନୁଷ୍ଠାନ ଅଞ୍ଚଳରେ ବି ଆଉ ଖୋଲିବନି ମଦ ଦୋକାନ। ଧାର୍ମିକ ଅନୁଷ୍ଠାନର ୫ କିଲୋମିଟର ପରିଧି ମଧ୍ୟରେ ମଦ ଦୋକାନ ନ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

Leave a Reply

Your email address will not be published. Required fields are marked *