ଦଣ୍ଡିତ ହେଲେ ଝାରସୁଗୁଡ଼ାର ପୂର୍ବତନ ଉପ-ଜିଲ୍ଲାପାଳ

ଭୁବନେଶ୍ବର,୧୩-୦୯-୨୦୨୪ (ପିପିଏସ) : ଝାରସୁଗୁଡ଼ାର ଅବସରପ୍ରାପ୍ତ ପୂର୍ବତନ ଉପ-ଜିଲ୍ଲାପାଳ ପ୍ରଦୀପ କୁମାର ବାରିକଙ୍କୁ ୨ ବର୍ଷ ସଶ୍ରମ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ଭୁବନେଶ୍ୱରର ଏକ ସ୍ୱତନ୍ତ୍ର କୋର୍ଟ। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ରାୟ ଶୁଣାଇଛନ୍ତି l ୨ ବର୍ଷ ସଶ୍ରମ ଜେଲ୍‌ ଦଣ୍ଡାଦେଶ ସହିତ କୋର୍ଟ ପ୍ରଦୀପ କୁମାର ବାରିକଙ୍କୁ ୧ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟ ପ୍ରଦୀପ କୁମାର ବାରିକଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ କରିଥିବାରୁ ଏବେ ଭିଜିଲାନ୍ସ ପକ୍ଷରୁ ତାଙ୍କର ପେନସନ ବନ୍ଦ କରିବାକୁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରାଯିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.