1 min read

ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ପାଇଁ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ

ପୁରୀ/ଭୁବନେଶ୍ବର,୧୩-୦୯-୨୦୨୪ (ପିପିଏସ) : ଆସନ୍ତା ୧୮ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ହେବ। ଏଥିଲାଗି ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିବ। ଏଏସଆଇ ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ବରେ ଏକ କମିଟି ରତ୍ନଭଣ୍ଡାର ଯାଞ୍ଚ କରିବ ବୋଲି ଜଣାଯାଇଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ପାଇଁ  ୧୮ ତାରିଖ ଦିନ ଗୋଟାଏ ରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।  ଯାଞ୍ଚ ପ୍ରକ୍ରିୟା ଶେଷ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ବୋଲି ଜଣାଯାଇଛି। ଦ୍ବିତୀୟ ଭୋଗ […]

1 min read

ହଜିବାକୁ ବସିଲାଣି କାଙ୍ଗୁଚାଷ।

କୋରାପୁଟ ଜିଲ୍ଲାରେ ୭୪ହଜାର ହେକ୍ଟର ଜମିରେ ମାଣ୍ଡିଆ ଓ ସୁଆଁ, କାଙ୍ଗୁ, ବାଜରା, ଖେଦଜନା ଚାଷ ହେଉଛି। ଏଥିରୁ ୫୫ହଜାର ହେକ୍ଟର ଜମିରେ ମାଣ୍ଡିଆ ଚାଷ ହେଉଥିବା ବେଳେ ୧୫ହଜାର ହେକ୍ଟରରେ ସୁଆଁ, ବଳକା ଜମିରେ କାଙ୍ଗୁ, ବାଜରା, ଖେଦଜନା ଆଦି ଚାଷ ହେଉଥିବା କୃଷି ବିଭାଗରୁ ସୂଚନା ମିଳିଛି।  କୋରାପୁଟ/ଭୁବନେଶ୍ବର,୧୩-୦୯-୨୦୨୪ (ପିପିଏସ) : ଲଘୁ ଖାଦ୍ୟଶସ୍ୟର ସଂରକ୍ଷଣ ଓ ତାହାର ବ୍ୟବହାର ଲାଗି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଓଡିଶା ମିଲେଟ୍ ମିସନ୍। ଏଥିରେ ମାଣ୍ଡିଆକୁ […]

1 min read

ଭରାନଈ ପାର ହୋଇ ଚିକତ୍ସା ପାଇଁ ଗଲେ ଡାକ୍ତର

ମାଲକାନଗିରି/ଭୁବନେଶ୍ବର,୧୩-୦୯-୨୦୨୪ (ପିପିଏସ) : ଜିଲ୍ଲାର ମାଥିଲି ବ୍ଲକରେ ଏବେ ଝାଡାବାନ୍ତି ବ୍ୟାପିଛି। ଜିଲ୍ଲାରେ ବନ୍ୟା ପରେ ସଂକ୍ରାମକ ରୋଗର ଶିକାର ହେଉଛନ୍ତି ଲୋକେ।ଗତ ଏକ ସପ୍ତାହ ମଧ୍ୟରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ବିଭିନ୍ନ ଗ୍ରାମରେ ଝାଡାବାନ୍ତି ବ୍ୟାପିବା ଜାଣିବା ପରେ କିଆଙ୍ଗା ପ୍ରାଥମିକ ଚିକିତ୍ସା କେନ୍ଦ୍ରର ଡାକ୍ତର ଏବଂ ଏକ ଟିମ ଗାଁମାନଙ୍କୁ ଚିକିତ୍ସା ପାଇଁ ବାହାରିପଡିଥିଲେ।ତେବେ କର୍ତ୍ତନପାଲୀ ପଞ୍ଚାୟତର ବାରା ଗାଁରେ ବହୁ ଝାଡାବାନ୍ତି ରୋଗୀ ରହିଥିବା […]

1 min read

ଦଣ୍ଡିତ ହେଲେ ଝାରସୁଗୁଡ଼ାର ପୂର୍ବତନ ଉପ-ଜିଲ୍ଲାପାଳ

ଭୁବନେଶ୍ବର,୧୩-୦୯-୨୦୨୪ (ପିପିଏସ) : ଝାରସୁଗୁଡ଼ାର ଅବସରପ୍ରାପ୍ତ ପୂର୍ବତନ ଉପ-ଜିଲ୍ଲାପାଳ ପ୍ରଦୀପ କୁମାର ବାରିକଙ୍କୁ ୨ ବର୍ଷ ସଶ୍ରମ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ଭୁବନେଶ୍ୱରର ଏକ ସ୍ୱତନ୍ତ୍ର କୋର୍ଟ। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ରାୟ ଶୁଣାଇଛନ୍ତି l ୨ ବର୍ଷ ସଶ୍ରମ ଜେଲ୍‌ ଦଣ୍ଡାଦେଶ ସହିତ କୋର୍ଟ ପ୍ରଦୀପ କୁମାର ବାରିକଙ୍କୁ ୧ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ପ୍ରଦୀପ କୁମାର ବାରିକଙ୍କୁ […]

1 min read

ଅବକାରୀ ନୀତିରେ ପରିବର୍ତ୍ତନ : ପୁରୀ ବେଳାଭୂମିରେ ଖୋଲିବନି ମଦଦୋକାନ

ଭୁବନେଶ୍ବର,୧୩-୦୯-୨୦୨୪ (ପିପିଏସ) : ରାଜ୍ୟ ସରକାର ଅବକାରୀ ନୀତିରେ କେତେକ ପରିବର୍ତ୍ତନ କରିଛନ୍ତି। ତାହା ଅନୁଯାୟୀ, ପୁରୀ ବେଳାଭୂମିରେ ଆଉ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯିବନାହିଁ। ଠିକ୍ ସେହିପରି ପୁରୀ ବେଳାଭୂମି ସହ ପୁରୀ ପୌରାଞ୍ଚଳରେ ମଦ କ୍ୟାବିନ୍ ନିଷିଦ୍ଧ। ସାମାଜିକ, ଧାର୍ମିକ, ସାଂସ୍କୃତିକ ଦିଗକୁ ଦେଖି ଅବକାରୀ ନୀତିରେ ଏଭଳି ପରିବର୍ତ୍ତନ କରାଯାଇଥିବା କୁହାଯାଉଛି। ତେଣେ ରାଜ୍ୟର ଅନ୍ୟ ଧର୍ମାନୁଷ୍ଠାନ ଅଞ୍ଚଳରେ ବି ଆଉ ଖୋଲିବନି ମଦ ଦୋକାନ। ଧାର୍ମିକ ଅନୁଷ୍ଠାନର ୫ କିଲୋମିଟର […]

1 min read

ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ : ଆସନ୍ତାକାଲି ସମସ୍ତ ସ୍କୁଲ ଛୁଟି

ବାରିପଦା/ଭୁବନେଶ୍ୱର,୧୩-୦୯-୨୦୨୪ (ପିପିଏସ) : ମୟୂରଭଞ୍ଜ ଜିଲ୍ଲାରେ ଆସନ୍ତାକାଲି ବନ୍ଦ ରହିବ ସମସ୍ତ ସ୍କୁଲ୍‌। ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍‌ଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆସନ୍ତାକାଲି ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ କିଛି ସ୍ଥାନରେ ଅତି ଭୀଷଣ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଏହାକୁ ଦୃଷ୍ଟି ରଖି ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି। ଦକ୍ଷିଣପୂର୍ବ […]

1 min read

ଭୁବନେଶ୍ୱର ବିମାନ ବନ୍ଦରରୁ ୨୦ କେଜି ସୁନା ଜବତ

ଭୁବନେଶ୍ୱର,୧୩-୦୯-୨୦୨୪ (ପିପିଏସ) : ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ଜବତ ହେଲା ୨୦ କେଜି ସୁନା । ମୁମ୍ବାଇରୁ ଆସୁଥିବା ଇଣ୍ଡିଗୋ ବିମାନରୁ ସୁନା ଜବତ କରିଛି CT & GST। ଏହି ମାମଲାରେ କିଛି ବ୍ୟବସାୟୀଙ୍କୁ ପଚରାଉଚରା କରାଯାଇଛି। ୨୦କେଜି ସୁନାରୁ ୧୬କେଜି ସୁନାର ହିସାବ ଆପାତତ ଠିକ୍ ଥିବା ବେଳେ ୪କେଜି ସୁନାର ହିସାବ ମେଳ ଖାଉନାହିଁ। ସଂପୃକ୍ତ ବ୍ୟବସାୟୀଙ୍କୁ ଡାକି ପଚରାଉଚରା କରାଯାଉଛି। ଭୁବନେଶ୍ୱରର ୫ ବ୍ୟବସାୟୀ ଏହି ସୁନା ଆଣିଥିବା ବେଳେ […]

1 min read

କଢ଼େଇରେ ମହାପ୍ରସାଦ ପ୍ରସ୍ତୁତ ପ୍ରସଙ୍ଗ : ୭ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ପୁରୀ/ଭୁବନେଶ୍ୱର,୧୩-୦୯-୨୦୨୪ (ପିପିଏସ) : ଶ୍ରୀମନ୍ଦିର ରୋଷ ଘରେ ମାଟି କୁଡୁଆରେ ରନ୍ଧନ ପରମ୍ପରା ଥିବା ବେଳେ ଲୁହା କଢ଼େଇରେ ମହାପ୍ରସାଦ ରୋଷେଇ ହେଉଥିବା ଅଭିଯୋଗ ଆସିବା ପରେ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ। ସୁଆର ମହାସୁଆର ନିଯୋଗ, ରୋଷପାଇକ ନିଯୋଗର ସମ୍ପାଦକ ଏବଂ ରୋଷ ଅମୀନ ରୋଷଘର ପରିଦର୍ଶନ କରି ଲୁହା କଢ଼େଇ ଜବତ କରିବା ସହ ୭ ଦିନ ଭିତରେ କାର୍ଯ୍ୟକାରିତା ରିପୋର୍ଟ ଦାଖଲ କରିବାକୁ କହିଛନ୍ତି ମୁଖ୍ୟ ପ୍ରଶାସକ। […]

1 min read

୨ ଜଣଙ୍କୁ ଧକ୍କା ଦେଇ ନାଳ ଭିତରକୁ ପଶିଗଲା ପୁଲିସ ଗାଡ଼ି

କଟକ,୧୩-୦୯-୨୦୨୪ (ପିପିଏସ) : ୨ ଜଣଙ୍କୁ ଧକ୍କା ଦେବାପରେ ଭାରସାମ୍ୟ ହରାଇ ନାଳ ଭିତରକୁ ପଶିଗଲା ପୁଲିସ ଗାଡ଼ି। କଟକ ଜିଲ୍ଲା ବିଜୁ ପଟ୍ଟନାୟକ ଛକରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୨ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ଜଣେ ଜୋତା ମରାମତି ଦୋକାନୀ ହୋଇଥିବା ବେଳେ ଅନ୍ୟ ଜଣେ ସାଇକେଲ ଆରୋହୀ ବୋଲି ଜଣାଯାଇଛି । ପୁଲିସ ଗାଡ଼ିଟି ଦ୍ରୁତ ଗତିରେ ଆସି ପ୍ରଥମେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲେ। ପରେ ରାସ୍ତାକଡ଼ରେ ଥିବା […]

1 min read

ପ୍ରଜାତନ୍ତ୍ର ପରିସରରେ “ଡକ୍ଟର ଶଙ୍କର କୁମାର ସାନ୍ୟାଲ୍”

କଟକ,୧୩-୦୯-୨୦୨୪ (ପିପିଏସ) : ଗାନ୍ଧିଜୀଙ୍କ ଦ୍ୱାରା ପ୍ରତିଷ୍ଠିତ ‘ହରିଜନ ସେବକ ସଂଘ’ ର ଜାତୀୟ ସଭାପତି ପ୍ରଫେସର ଡକ୍ଟର ଶଙ୍କର କୁମାର ସାନ୍ୟାଲ୍ ‘ପ୍ରଜାତନ୍ତ୍ର’ ପରିସରରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ଡକ୍ଟର ସାନ୍ୟାଲ୍ ସଂଘର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସାଂସଦ ଶ୍ରୀ ମହତାବଙ୍କୁ ଅବଗତ କରାଇବା ସହ ନୂଆଦିଲ୍ଲୀ ସ୍ଥିତ ସଂଘ ମୁଖ୍ୟ କାର୍ଯ୍ୟାଳୟ ପରିଦର୍ଶନରେ ଆସିବାକୁ ଆମନ୍ତ୍ରଣ କରିଛନ୍ତି ।