ଆନ୍ଦୋଳନକାରୀଙ୍କୁ ଗିରଫ ପାଇଁ ଚଢ଼ଉ ଜାରି
1 min read

ଆନ୍ଦୋଳନକାରୀଙ୍କୁ ଗିରଫ ପାଇଁ ଚଢ଼ଉ ଜାରି

ଶାନ୍ତ ପଡ଼ୁଛି ଅଶାନ୍ତ ଭଦ୍ରକ

ଭଦ୍ରକ/ଭୁବନେଶ୍ୱର ୦୩-୧୦-୨୦୨୪ (ପିପିଏସ) : ଅଶାନ୍ତ ଭଦ୍ରକ ଓ ଧାମନଗର ଧୀରେ ଧୀରେ ଶାନ୍ତ ହେବାରେ ଲାଗିଛି। ଇଣ୍ଟରନେଟ୍‌ ସେବା ସ୍ବାଭାବିକ ହୋଇଛି। ଶାନ୍ତିରକ୍ଷା ପାଇଁ ବରିଷ୍ଠ ପୁଲିସ ଅଧିକାରୀମାନେ ବିଭିନ୍ନ ସଂଗଠନ ସହ ଆଲୋଚନା ଜାରି ରଖିଛନ୍ତି। ତେବେ, ଦୁଇଟି ଥାନା ଅଞ୍ଚଳରେ ୧୬୩ ଧାରା ଜାରି ରହିଛି। ପୁଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ ଗତକାଲି ଭଦ୍ରକ ଆସି ସ୍ଥିତି ସମୀକ୍ଷା କରିଥିଲେ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ରାତି ୨ଟାରୁ ଇଣ୍ଟରନେଟ୍ ସେବା ସ୍ୱାଭାବିକ ହୋଇଛି।

ତେବେ ବର୍ତ୍ତମାନ ମଧ୍ୟ ପୁରୁଣା ବଜାର ଓ ଧାମନଗର ଥାନା ଅଞ୍ଚଳରେ ୧୬୩ ଧାରା ଜାରି ରହିଛି। ବିଭିନ୍ନ ଛକରେ ପୁଲିସ ମୁତୟନ ଥିବାବେଳେ ଫ୍ଲାଗ୍‌ମାର୍ଚ୍ଚ କରାଯାଉଛି। ୨୪ ଘଣ୍ଟିଆ ପାଟ୍ରୋଲିଂ ମଧ୍ୟ ଚାଲିଛି। ପୁରୁଣା ବଜାର ଥାନା ଅଞ୍ଚଳରେ ୧୨ ପ୍ଲାଟୁନ୍‌ ପୁଲିସ ଫୋର୍ସ ଏବଂ ଗୋଟିଏ କମ୍ପାନି ରାପିଡ୍ ଆକ୍ସନ ଫୋର୍ସ ମୁତୟନ ଥିବାବେଳେ ଧାମନଗର ଥାନା ଅଞ୍ଚଳରେ ୬ ପ୍ଲାଟୁନ୍‌ ପୁଲିସ ଫୋର୍ସ ଏବଂ ଗୋଟିଏ କମ୍ପାନି ରାପିଡ୍ ଆକ୍ସନ ଫୋର୍ସ ମୁତୟନ ଅଛନ୍ତି। ଧାମନଗରରେ ଗିରଫ ପାଇଁ ଚଢ଼ଉ ଚାଲିଛି। ହେଲେ ଅଭିଯୁକ୍ତମାନେ ଘର ଛାଡ଼ି ପଳାଇଯାଇଛନ୍ତି। ଶାନ୍ତି ରକ୍ଷା ପାଇଁ ବରିଷ୍ଠ ପୁଲିସ ଅଧିକାରୀମାନେ ବିଭିନ୍ନ ସଂଗଠନ ସହ ଆଲୋଚନା ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *