1 min read

ମୁଖ୍ୟମନ୍ତ୍ରୀଙ୍କ ସହ ଓସ୍‌ଜା ପ୍ରତିନିଧିଙ୍କ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା

ଓଡ଼ିଶାରେ କାର୍ଯ୍ୟରତ କ୍ରୀଡ଼ା ସାମ୍ବାଦିକଙ୍କୁ ନେଇ ଗଠିତ ରାଜ୍ୟ ସଂଘ ଓସ୍‌ଜା (ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ)ର ଏକ ପ୍ରତିନିଧି ମଣ୍ଡଳି ଶନିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ବିଭିନ୍ନ ଦାବି ବିଷୟରେ ଆଲୋଚନା କରିଛନ୍ତି। ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ): ଓଡ଼ିଶାରେ କାର୍ଯ୍ୟରତ କ୍ରୀଡ଼ା ସାମ୍ବାଦିକଙ୍କୁ ନେଇ ଗଠିତ ରାଜ୍ୟ ସଂଘ ଓସ୍‌ଜା (ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ)ର ଏକ ପ୍ରତିନିଧି ମଣ୍ଡଳି ଶନିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ […]

1 min read

କୂଳ ଜଗିଛି ହେନ୍ତାଳବଣ

ବାଲେଶ୍ୱର/ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ): ଅସ୍ବାଭାବିକ ଭାବେ ଜଳବାୟୁ ପରିବର୍ତ୍ତନ ହେଉଛି। ସମୁଦ୍ରର ଜଳସ୍ତର ବଢ଼ିବାରେ ଲାଗିଛି। ଜୁଆର ବାଲେଶ୍ବର ଜିଲ୍ଲା ଉପକୂଳସ୍ଥ ଜନବସତି ଆଡ଼କୁ ମାଡ଼ି ଆସୁଛି। ଏହି ବିପଦର ମୁକାବିଲା ପାଇଁ ଅଧିକରୁ ଅଧିକ ହେନ୍ତାଳବଣ ସୃଷ୍ଟିର ଅବଶ୍ୟକତା ଅଛି। ହେଲେ ଯେଉଁ ବଣ ଅଛି, ତାହା ଦିନକୁ ଦିନ ଛିଡ଼ିବାରେ ଲାଗିଛି। ଫଳରେ ଲୋକମାନେ ଚିନ୍ତାରେ ପଡ଼ିଛନ୍ତି। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ ବରିପଦା ପଞ୍ଚାୟତ ଅନ୍ତର୍ଗତ ମହାରୁଦ୍ରପୁର ଓ ଅଟାସପୁର, କଲ୍ୟାଣୀ ପଞ୍ଚାୟତ ଅନ୍ତର୍ଗତ […]

1 min read

ନକଲି ମୋବିଲ୍‌ କାରଖାନା ଠାବ: ଇଞ୍ଜିନ୍‌ ଅଏଲ୍‌, ଲେବୁଲ୍‌, ବୋତଲ ଜବତ

ରାଉରକେଲା/ଭୁବନେଶ୍ୱର, ୧୫-୦୯-୨୦୨୪(ପିପିଏସ): ନାଲାରୋଡ୍‌ ରାଜା ଷ୍ଟ୍ରିଟ୍‌ରୁ ପୁଣି  ନକଲି ମୋବିଲ୍‌(ଇଞ୍ଜିନ ଅଏଲ) କାରଖାନା ଠାବ ହୋଇଛି। ପ୍ଲାଣ୍ଟସାଇଟ୍‌ ପୁଲିସ କାରଖାନାରେ ଚଢ଼ଉକରି ବିପୁଳ ପରିମାଣର ଖାଲି ବୋତଲ, ଠିପି, ବାର୍‌କୋଡ୍‌, ନାମୀଦାମୀ କମ୍ପାନୀର ଲେବୁଲ୍‌, ନକଲି  ଅଏଲ୍‌ ଜାର୍‌ ଆଦି ଜବତ କରିଛି।ଚଢ଼ଉ ପରେ କାରଖାନା ମାଲିକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଘଟଣାସ୍ଥଳରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ ହୋଇଥିବା ଜଣାପଡ଼ିଛି। କେତେଦିନ ଧରି ନକଲି କାରଖାନା ଚାଲୁଥିଲା? କେଉଁକେଉଁ ଅଞ୍ଚଳକୁ ଏସବୁ ନକଲି ସାମଗ୍ରୀ ଚାଲାଣ […]

1 min read

ପୁଣି ହାତୀପଲଙ୍କ  ଉପଦ୍ରବ: ଭାଙ୍ଗିଲେ ଘର, ଉଜାଡ଼ିଲେ ଫସଲ

ଘୁ.ଉଦୟଗିରି/ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ଗ୍ରାମପଞ୍ଚାୟତର ୧୬ନଂ ୱାର୍ଡର ରେଟୁଡ଼ି ଗ୍ରାମରେ ପୁଣି ହାତୀପଲଙ୍କ  ଉପଦ୍ରବ ଦେଖିବାକୁ ମିଳୁଛି। କିଛି ମାସର ବ୍ୟବଧାନ ପରେ ପୁଣି ହାତୀପଲ ଫେରିଛନ୍ତି। ଶନିବାର ବିଳମ୍ବିତ ରାତ୍ରିରେ ପାଖାପାଖି ୧୦ରୁ ଊର୍ଦ୍ଧ୍ବ ହାତୀ ରେଟୁଡ଼ି ଗ୍ରାମରେ ପଶି ଧାନ ବିଲ ନଷ୍ଟ କରିଥିବା ଚାଷୀମାନେ ସୂଚନା ଦେଇଛନ୍ତି। ଏହି ହାତୀପଲ ପ୍ରାୟ ରାତି ୧୧ଘଣ୍ଟା ସମୟରୁ ସକାଳ ୫ ଘଣ୍ଟିକା  ପର୍ଯ୍ୟନ୍ତ ଉପଦ୍ରବ କରିବା ସହ […]

1 min read

ଝାଡ଼ାବାନ୍ତିରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ

ନବରଙ୍ଗପୁର/ଭୁବନେଶ୍ୱର, ୧୫-୦୯-୨୦୨୪(ପିପିଏସ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚେପଟିଆମ୍ବା ଗ୍ରାମର ଜଣେ ମହିଳାଙ୍କ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ଅବସ୍ଥାରେ ଶନିବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ପୂର୍ବରୁ ଏହି ଗ୍ରାମର ଦୁଇ ଜଣ ମହିଳା ଓ ଜଣେ ଯୁବକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଛି।  ସୂଚନା ପ୍ରକାରେ ଚେପଟିଆମ୍ବା ଗ୍ରାମର ଡାଳ ଜାନୀ ଗତ ୬ ତାରିଖ ଦିନ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗୁରୁତର ହୋଇଥିଲେ। ପରିବାର ଲୋକେ ତାଙ୍କୁ ପ୍ରଥମେ ଡ଼ାବୁଗାଁ […]

1 min read

ସୁଭଦ୍ରା ଶୁଭାରମ୍ଭ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ): ଦିନକ ପରେ ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବେ। ଏହାର ସଫଳ ରୂପାୟନ ପାଇଁ ମୋହନ ଚରଣ ମାଝୀଙ୍କ ସରକାର ଓ ପ୍ରଶାସନ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଶାନ୍ତି ଶୃଙ୍ଖଳାର ସହିତ କାର୍ଯ୍ୟକ୍ରମ ସଂପନ୍ନ କରିବା ପାଇଁ ରାଜ୍ୟ ପୁଲିସ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପୁଲିସ କମିସନର ଶ୍ରୀ ପଣ୍ଡା କହିଛନ୍ତି […]

1 min read

ବନ୍ୟା ପରର ବିପର୍ଯ୍ୟୟ, ଦୁର୍ଗମ ଅଞ୍ଚଳରେ ଡାଇରିଆ ଆତଙ୍କ : ଚିକିତ୍ସା ପାଇଁ ସଜାଗ ସ୍ୱାସ୍ଥ୍ୟ ବିଭାଗ

ମାଲକାନଗିରି/ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ) : ପ୍ରଥମେ ପ୍ରବଳ ବର୍ଷା ଓ ତା’ପରେ ବନ୍ୟା l ଏବେ ଦେଖାଦେଇଛି ବନ୍ୟା ପରର ବିଭୀଷିକା l ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକରେ ଦେଖାଦେଇଛି ଡାଇରିଆ ଆତଙ୍କ। ବ୍ଳକର ତୁଳସୀ, ବାରା, କୋପ୍ରା, କର୍ତ୍ତନପାଲି, ଅଟାଳଗୁଡା ଭଳି ଗାଁ ମାନଙ୍କରେ ଝାଡାବାନ୍ତିର ପ୍ରକୋପ ଦେଖିବାକୁ ମିଳିଛି । ଭିନ୍ନଭିନ୍ନ ଗାଁ ରେ ମୋଟ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ରୋଗୀଙ୍କୁ ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଗ୍ରାମବାସୀଙ୍କ […]

1 min read

ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷିବ : ଜାଣନ୍ତୁ ଦୁଇଦିନ ପର୍ଯ୍ୟନ୍ତ କେଉଁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ) : ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ମୁହାଁ ଗଭୀର ଅବପାତ l ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଟି ଏବେ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ରହିଛି । ଏହା ପଶ୍ଚିମ ଦିଗକୁ ଧୀରେ ଧୀରେ ଗତି କରୁଛି। ଗଭୀର ଅବପାତ ଭାବେ ଏହାର ତୀବ୍ରତା ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ରହିବ। ତା’ ପରବର୍ତ୍ତୀ ୪୮ ଘଣ୍ଟାରେ ଧୀରେ ଧୀରେ ଦୁର୍ବଳ ହୋଇ ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଅବପାତରେ ପରିଣତ ହୋଇ […]

1 min read

କାନ୍ଥ ପଡ଼ି ଜେଜେମା ମୃତ : ବୋହୁ ସହିତ ୭ ମାସର ନାତୁଣୀ ଗୁରୁତର

ସୁବର୍ଣ୍ଣପୁର/ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ) : ସୁବର୍ଣ୍ଣପୁର ଜିଲା ଲଛିପୁର ଥାନା ଅର୍ନ୍ତଗତ ସହରାପାଲି ଗାଁରେ ଅଭାବନୀୟ ଘଟଣା ଘଟିଛି। ଘର କାନ୍ଥ ପଡି ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ମୃତକ ଲାଲଚନ ଦୀପଙ୍କ ପତ୍ନୀ ସୁରୁବାଳି ଦୀପ ବୋଲି ଜଣାପଡିଛି। ସୂଚନା ଅନୁସାରେ ଲାଲଚନଙ୍କ ୩ ପୁଅ ସୁରେନ, ବିପିନ ଓ ଅମର ଦାଦନ ଶ୍ରମିକ ଭାବେ ତାମିଲନାଡୁରେ କାମ କରୁଛନ୍ତି । ଗାଁରେ ବୃଦ୍ଧ ଦମ୍ପତି ତିନି ବୋହୂ ଓ ନାତି ନାତୁଣୀଙ୍କ ସହ ରହୁଥିଲେ। ଶନିବାର […]

1 min read

ସୁଭଦ୍ରା ଯୋଜନା କୁ ସ୍ୱାଗତ ପାଇଁ ବିଶାଳ ପଦଯାତ୍ରା

ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ) : ସୁଭଦ୍ରା ଯୋଜନାକୁ ସ୍ୱାଗତ ପାଇଁ ଭୁବନେଶ୍ୱରରେ ଆଜି ବିଶାଳ ପଦଯାତ୍ରା ଆୟୋଜିତ ହୋଇଥିଲା। ରାଜଧାନୀର ୟୁନିଟ ୩ ଗିରିଦୁର୍ଗା ମନ୍ଦିରଠାରୁ ରମାଦେବୀ ବିଶ୍ୱ ବିଦ୍ୟାଳୟ ଛକ ପର୍ଯ୍ୟନ୍ତ ଏହି ପଦଯାତ୍ରା ହୋଇଥିଲା। ଏଥିରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା, କେଭି ସିଂହ ଦେଓ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ବିଜେପିର ନେତା କର୍ମୀମାନେ ଯୋଗ ଦେଇଥିଲେ। ସୁଭଦ୍ରା ଯୋଜନା ବାବଦରେ ସଚେତନତା ସୃଷ୍ଟି ପାଇଁ ଆଜିଠୁ ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ […]