ତେଲ ୧୦୦ ଡଲାର ଛୁଇଁବ!

ନୂଆଦିଲ୍ଲୀ/ଭୁବନେଶ୍ୱର ୦୬-୧୦-୨୦୨୪ (ପିପିଏସ) : ମଧ୍ୟପ୍ରାଚ୍ୟରେ ଯୁଦ୍ଧଭଳି ସ୍ଥିତି ଉପୁଜିଛି। ଇରାନରେ ଏଥିପାଇଁ ତୈଳ ଉତ୍ପାଦନ ପ୍ରଭାବିତ ହେବା ସମ୍ଭାବନା ରହିଛି। ଯଦି ଏହା ହୁଏ ତା’ହେଲେ ଆଗାମୀ ଦିନରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧୦୦ ଡଲାର ଛୁଇଁବା ସମ୍ଭାବନା ରହିଛି ବୋଲି ଏକ ଆକଳନରେ କୁହାଯାଇଛି।

ଗୋଲ୍‌ଡମ୍ୟାନ ସାଚ୍ସ ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧୦ରୁ ୨୦ ଡଲାର ବୃଦ୍ଧି ଘଟିପାରେ।  ଯଦି ଦୈନିକ ୨ ନିୟୁତ ବ୍ୟାରେଲ ତୈଳ ଉତ୍ପାଦନ ହ୍ରାସ ପାଏ ତା’ହେଲେ ୨୦୨୫ରେ ଅଶୋଧିତ ତେଲ ଦର ୯୦ରୁ ୧୦୦ ଡଲାର ଛୁଇଁପାରେ। ଯଦି ଦୈନିକ ୧ ନିୟୁତ ବ୍ୟାରେଲ ଉତ୍ପାଦନ ବାଧାପ୍ରାପ୍ତ ହୁଏ ତା’ହେଲେ ଦର ୮୫ ଡଲାର ପାଖାପାଖି ରହିପାରେ। କିନ୍ତୁ ଯୋଗାଣରେ ଯଦି ସେଭଳି କିଛି ବଡ଼ଧରଣର ଅସୁବିଧା ନହୁଏ ତା’ହେଲେ ଦର ୭୦ରୁ ୮୫ ଡଲାର ମଧ୍ୟରେ ରହିବ। ୨୦୨୪ର ଚତୁର୍ଥ ତ୍ରୟମାସରେ ତେଲର ହାରାହାରି ଦର ୭୭ ଡଲାର ଏବଂ ୨୦୨୫ରେ ୭୬ ଡଲାର ରହିବା ସମ୍ଭାବନା ରହିଛି ବୋଲି କୁହାଯାଇଛି।

Leave A Reply

Your email address will not be published.