ଓଡିଶା
ଘାରିଲାଣି ବନ୍ୟା ଭୟ : ଜଳକା ଓ ବୈତରଣୀରେ ବଢୁଛି ଜଳସ୍ତର
ବାଲେଶ୍ୱର/ଭୁବନେଶ୍ୱର,୧୭-୦୯-୨୦୨୪(ପିପିଏସ) : ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଫୁଲୁଛି ଜଳକା ଓ ବୈତରଣୀ ନଦୀ । ଏହି ଦୁଇଟି ନଦୀ ଏବେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଫଳରେ ନଦୀ କୂଳିଆଙ୍କୁ ଘାରିଛି ବନ୍ୟା ଆଶଙ୍କା। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଥାନୀ ଠାରେ ବିପଦ ସଂକେତ ୬.oo ମିଟର ଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୧୦.୨୨ ମିଟରରେ ପ୍ରବାହିତ ହେଉଛି।ଜଳକା ନଦୀର ଉପର ମୁଣ୍ଡ ମୟୂରଭଞ୍ଜ […]
ମାନସ ନାୟକ ଆକାଶବାଣୀ କଟକ କେନ୍ଦ୍ରର କାର୍ଯ୍ୟକ୍ରମ ମୁଖ୍ୟ
କଟକ,୧୭-୦୯-୨୦୨୪(ପିପିଏସ) : ଆକାଶବାଣୀ କଟକ କେନ୍ଦ୍ରର କାର୍ଯ୍ୟକ୍ରମ ମୁଖ୍ୟ ରୂପେ ବରିଷ୍ଠ ସର୍ବଭାରତୀୟ ଲୋକ ପ୍ରସାରଣ ସେବାର ଅଧିକାରୀ ମାନସ ରଞ୍ଜନ ନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ନାୟକ ଏଥିପୂର୍ବରୁ ଆକାଶବାଣୀ ପୁରୀର କେନ୍ଦ୍ର ମୁଖ୍ୟଭାବେ କାର୍ଯ୍ୟକରି ରଥଯାତ୍ରାର ଧାରାବିବରଣୀ ଏବଂ ଅନ୍ୟାନ୍ୟ ପ୍ରସାରଣ କାର୍ଯ୍ୟକୁ ସଫଳତାର ସହିତ ପରିଚାଳନା କରିଥିଲେ । ଦୀର୍ଘ ୩୦ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଶ୍ରୀ ନାୟକ ଆକାଶବାଣୀ ସହ ସଂପୃକ୍ତ ରହି ସହକାରୀ କେନ୍ଦ୍ର ନିଦେ୍ର୍ଦଶକ ପଦକୁ […]
ମହିଳାଙ୍କ ଖାତାକୁ ଗଲା ‘ସୁଭଦ୍ରା’ ଯୋଜନା ଟଙ୍କା : ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର,୧୭-୦୯-୨୦୨୪(ପିପିଏସ) : “ସୁଭଦ୍ରା” ଯୋଜନାରେ ମହିଳାଙ୍କ ଖାତାକୁ ଗଲା ଟଙ୍କା । ଜନତା ମଇଦାନରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜ ଜନ୍ମ ଦିନ ଅବସରରେ ଓଡ଼ିଶାର ମହିଳାଙ୍କୁ ଏକ ବଡ଼ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ। ବଟନ ଟିପି ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।ଏହି ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ୨ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କନକ ବର୍ଦ୍ଧନ ସିଂଦେଓ ବି ଉପସ୍ଥିତ ଅଛନ୍ତି। […]
ଧାନ ସହିତ ଡୋଲିରେ ଥିବା ୧୦ ହଜାର ଟଙ୍କା ଖାଇଗଲା ହାତୀ
କେନ୍ଦୁଝର/ଭୁବନେଶ୍ୱର,୧୬-୦୯-୨୦୨୪(ପିପିଏସ) : ଟଙ୍କା ବହୁ ମୂଲ୍ୟବାନ। ସବୁବେଳେ ଟଙ୍କାକୁ ସାଇତି ରଖାଯାଇଥାଏ। କିଏ ବ୍ୟାଙ୍କରେ ଟଙ୍କା ରଖିଥାଏ ତ ଆଉ କିଏ ଘରେ ବାକ୍ସରେ ରଖିଥାଏ। କାରଣ ଅତି ଦରକାର ବେଳେ କାମରେ ଲାଗିବ। ହେଲେ ଧାନ ଭର୍ତ୍ତି ଡୋଲିରେ କେହି କେବେ ଟଙ୍କା ରଖିଥିବାର ଶୁଣିଛନ୍ତି କି ? ବୋଧହୁଏ ନା। କିନ୍ତୁ ଗ୍ରାମାଞ୍ଚଳରେ ଗରିବ ଖଟିଖିଆମାନେ ନିଜର କଷ୍ଟ ଉପାର୍ଜିତ ଟଙ୍କାକୁ ଧାନ ଡୋଲିରେ ରଖିଥିବାର ନଜିର ରହିଛି। ଏମିତି ଜଣେ ଗରିବ ହେଉଛନ୍ତି […]
ବସ୍କୁ ଅପେକ୍ଷା କରିଥିବା ବେଳେ ମାଡ଼ିଗଲା ବସ୍ : ବୋହୂ ଆଖି ଆଗରେ ଚାଲିଗଲା ଶାଶୂଙ୍କ ଜୀବନ
ନୟାଗଡ଼/ଭୁବନେଶ୍ୱର,୧୬-୦୯-୨୦୨୪(ପିପିଏସ) : ନୟାଗଡ଼ ଜିଲ୍ଲା କରଡ଼ାପଲ୍ଲୀ ଛକରେ ଘଟିଛି ଏକ ଅଭାବନୀୟ ଘଟଣା । ବସ୍କୁ ଅପେକ୍ଷା କରି ଛିଡ଼ା ହୋଇଥିଲେ । ମାତ୍ର ଏହି ସମୟରେ ଆଉ ଏକ ବସ୍ ମାଡ଼ିଆସି ମହିଳାଙ୍କ ଉପରେ ଚଢ଼ାଇଦେଲା । ଫଳରେ ଘଟଣାସ୍ଥଳରେ ହିଁ ଚାଲିଗଲା ମହିଳାଙ୍କ ଜୀବନ । ମୃତ ମହିଳାଜଣକ ହେଲେ କରଡ଼ାପଲ୍ଲୀ ଗ୍ରାମର ହୁଲ୍ଲାସୀ ବେହେରା । ହୁଲ୍ଲାସୀ ତାଙ୍କ ବୋହୁଙ୍କ ସହିତ ଆଜି ସକାଳେ ଭୁବନେଶ୍ୱର ଯିବାପାଇଁ ବସ୍କୁ ଅପେକ୍ଷା କରି କରଡାପଲ୍ଲୀ […]
ହିଂସାତ୍ମକ ହୋଇପଡ଼ିଛନ୍ତି ମାଓବାଦୀ
ପ୍ରଜାକୋର୍ଟରେ ଶିକ୍ଷକଙ୍କୁ ଦୋଷୀ ସାବ୍ୟସ୍ତ କରି ମାଓବାଦୀମାନେ ଶିକ୍ଷାଦୂତଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ମାଲକାନଗିରି/ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ): ପଡ଼ୋଶୀ ଛତିଶଗଡ଼ରେ ଏବେ ମାଓବାଦୀ ହିଂସାତ୍ମକ ହୋଇପଡ଼ିଛନ୍ତି। ଲୋକଙ୍କୁ ଭୟଭୀତ କରିବା ଏବଂ ପୁଲିସକୁ ହଇରାଣରେ ପକାଇବାକୁ ମାଓବାଦୀ ଏବଂ ଲୋକଙ୍କୁ ଧରି ହତ୍ୟା କରିବା ପରେ ପୁଲିସ ଇନଫର୍ମର କହୁଛନ୍ତି। ଏହି କ୍ରମରେ ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାରେ ଜଣେ ଶିକ୍ଷାଦୂତଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ମୃତ ଶିକ୍ଷାଦୂତ ହେଉଛନ୍ତି ଦୁଧି ଅର୍ଜୁନ। ଦୁଧି ଅର୍ଜନଙ୍କ […]
ବୋମାମାଡ଼ ମାମଲାରେ ୮ ଗିରଫ: ସୁପାରି ନେଇଥିଲା ଚନ୍ଦନପୁର ଗ୍ୟାଙ୍ଗ୍
ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ): ନୂଆପଲ୍ଲୀ ଥାନା କେଶରୀ ଏନ୍କ୍ଲେଭ୍ ଓ ଇନ୍ଫୋଭ୍ୟାଲି ଥାନା କାଞ୍ଚନ ପ୍ଲାଜା ନିକଟରେ ହୋଇଥିବା ବୋମାମାଡ଼ ମାମଲାରେ କମିସନରେଟ୍ ପୁଲିସ ୮ଜଣଙ୍କୁ ଗିରଫ କରିଛି। ଏହି ୨ ମାମଲାର ମାଷ୍ଟରମାଇଣ୍ଡ ତଥା ଜମି ମାଫିଆ ବସନ୍ତ ମହାପାତ୍ର ସମେତ ସୁପାରି ନେଇ ଅପରାଧ ଘଟାଉଥିବା ପୁରୀ ଚନ୍ଦନପୁରର ଏକ ୭ଜଣିଆ କୁଖ୍ୟାତ ଗ୍ୟାଙ୍ଗ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ମାଷ୍ଟର ଅର୍ଗାନାଇଜର୍ ପୁରୀ ଉତ୍ତରାକଣର ଦୀପକ ପ୍ରଧାନ, ଚନ୍ଦନପୁରର ଜଣାଶୁଣା ବୋମା କାରିଗର […]
ନକଲି ନଡିଆ ତେଲ ଫ୍ୟାକ୍ଟ୍ରିରେ ଚଢଉ : ବିପୁଳ କଞ୍ଚାମାଲ ଜବତ
ବ୍ରହ୍ମପୁର/ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ) : ବଡବଜାର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗର ୪ର୍ଥ ଲାଇନରେ ଥିବା ଏକ ନକଲି ନଡ଼ିଆ ତେଲ ଓ ରାଶି ତେଲ ଫ୍ୟାକ୍ଟ୍ରି ରେ ପୁଲିସ ପକ୍ଷରୁ ଚଢଉ କରାଯାଇଛି l ସେଠାରୁ ବିଭିନ୍ନ କମ୍ପାନୀ ନାଁକୁ ନକଲ କରି ପ୍ରସ୍ତୁତ ହୋଇଥିବା ନକଲି ନଡିଆ ତେଲ ବୋତଲ ଓ ପାଉଚ ଜବତ କରାଯାଇଛି l ସେହିପରି ସେଠାରୁ ତେଲ ପ୍ରସ୍ତୁତ ପାଇଁ ରଖାଯାଇଥିବା କଞ୍ଚାମାଲ ଓ ମେସିନ ମଧ୍ୟ ଜବତ ହୋଇଛି l ଏହି […]
ଶୁଣିଲାନି ପ୍ରଶାସନ, ଡ୍ରେନ ମରାମତି କଲେ ମହିଳା
କଲ୍ୟାଣସିଂହପୁର /ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଳକ ମାଝୀଗୁଡା ପଞ୍ଚାୟତର ଇନ୍ଦିରା କଲୋନୀ ସାହିର ମହିଳା ପୁରୁଷ ମିଶି ଡ୍ରେନ ମରାମତି କରିଥିବା ଦେଖିବାକୁ ମିଳିଛି। ଅଳ୍ପ ବର୍ଷା ହେଲେ ସାହି ମଝିରେ ପାଣି ଜମୁଥିବାରୁ ବାରମ୍ବାର ପଞ୍ଚାୟତକୁ ଜଣେଇ ଗୁହାରି କରିଥିଲେ ମଧ୍ୟ ଡ୍ରେନ ମରାମତି ପାଇଁ ଦୃଷ୍ଟି ଦେଇ ନ ଥିଲେ।ସାହି ମଝିରେ ପାଣି ଜମି ବହୁତ ଦୁର୍ଗନ୍ଧ ହେବା ସହ ମଶାମାଛି ବଂଶ ବିସ୍ତାର ହୋଇଥିଲା। ମଶାମାଛିଙ୍କ ପ୍ରଭାବରେ ସାହିର ବହୁତ […]
ମାଓବାଦୀଙ୍କ ବର୍ବର କାଣ୍ଡ : ଶିକ୍ଷା ଦୂତଙ୍କୁ ପିଟି ପିଟି ମାରିଦେଲେ
ସୁକମା/ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ) : ଓଡ଼ିଶା ସୀମାନ୍ତରେ ନକ୍ସଲଙ୍କ ବର୍ବରତା। ଛତିଶଗଡ଼ ସୁକମାରେ ଜଣେ ଶିକ୍ଷା ଦୂତଙ୍କୁ ହତ୍ୟା କରିଛନ୍ତି ନକ୍ସଲ। ମୃତ ଶିକ୍ଷା ଦୂତଙ୍କ ନାଁ ଦୁଧି ଅର୍ଜୁନ। ତାଙ୍କୁ ନକ୍ସଲମାନେ ପିଟିପିଟି ହତ୍ୟା କରିଛନ୍ତି । ସ୍ଥାନୀୟ ଶିକ୍ଷିତ ଯୁବକଙ୍କୁ ଶିକ୍ଷା ଦୂତ ନିଯୁକ୍ତ କରିଛନ୍ତି ଛଡିଶଗଡ଼ ରାଜ୍ୟ ସରକାର। ବନ୍ଦ ସ୍କୁଲ ଚାଲୁ କରିବା ଓ ପିଲାଙ୍କୁ ବୁଝାସୁଝା କରି ସ୍କୁଲ ଆଣିଥା’ନ୍ତି ଶିକ୍ଷା ଦୂତ। ସୁକମାରେ ନକ୍ସଲଙ୍କ ଭୟରେ ବନ୍ଦ ଥିବା ସ୍କୁଲ […]