ପରିବା ମାର୍କେଟରେ ନିଆଁ 
1 min read

ପରିବା ମାର୍କେଟରେ ନିଆଁ 

ତାଳଚେର/ଭୁବନେଶ୍ୱର ୦୬-୧୦-୨୦୨୪ (ପିପିଏସ) : ଏବେ  ଓଡ଼ିଶା କାହିଁକି ବିଭିନ୍ନ ରାଜ୍ୟରେ ପରିବା ଦର ଆକାଶ ଛୁଆଁ , ସତେ ଯେମିତି ପରିବା ସ୍ଵର୍ଗରୁ ଚାଷ ହୋଇ ଆସୁଛି , ପରିବା କଳାବଜାରୀ ଏତେ ବଢ଼ିଛି ଯାହାକୁ ଛୁଇଁବ ୫୦,୬୦, ଟମାଟୋ କେଜି  ୧୦୦ , ବାଇଗଣ କେଜି ୬୦, ଆଳୁରେ ମାତ୍ର ୧୦ ଟଙ୍କା   ମାଇନସ୍ କେଜି ୪୦ , ଲଙ୍କା ୧୦୦  ଟଙ୍କା ଭାଉ ଚାଲିଛି  ,ଭେଣ୍ଡି ,ଝୁଡଙ୍ଗ କେଜି ୫୦ , ପାଞ୍ଚ ଶହ ଟଙ୍କା ନେଇ ମାର୍କେଟ ଗଲେ ବ୍ୟାଗ୍ ଫୁଲ ହେଉନି ,ଏଣେ ଘରଣୀ ମନରେ ସନ୍ଦେହ ଆସୁଛି , କି ମହରଗ ଯୁଗ ଆସି ପହଞ୍ଚିଲା ଗ୍ରହାକ ଅଶାନ୍ତି ଓ ବିରକ୍ତି ମନରେ କଥା ହେଉଥିବା ହେଖିବାକୁ ମିଳିଛି , ପୂର୍ବେ କେବଳ ପିଆଜ 

ରେଟ୍ ବଢ଼ିଗଲେ ସରକାର ଟଳମଳ ହେଉଥିଲା କିନ୍ତୁ ଏବେ ସରକାରଙ୍କ ଉପରେ କିଛି ଫରକ୍ ପଡୁନି । ସରକାରୀ ଚାକିରିଆ ମାନେ ମୋଟା ଅଙ୍କର ଦରମା ପାଉଥିବାରୁ ସେମାନଙ୍କୁ ଦରଦାମ କିଛି ବାଧୁନି କିନ୍ତୁ ସାଧାରଣ ପରିବାର, ମଧ୍ୟବିତ୍ତ ଗରିବ ଶ୍ରେଣୀ ଲୋକ, ଦିନ ମଜୁରିଆ , ଶ୍ରମିକ ଶ୍ରେଣୀ , ଯୋଗୀ ,ଭିକାରୀ ,ଅନ୍ୟାନ୍ୟ ବିପିଏଲ୍ ପରିବାରଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ପୂର୍ବେ ମାଛ,ମାଂସ ରେଟ ବଢିଲେ ଲୋକମାନେ ,ଛତୁ , ପନିର୍ ,ପରିବା କିଣି ଖାଉଥିଲେ କିନ୍ତୁ ବର୍ତ୍ତମାନ ଆମିଷ ,ନିରାମିଷ ସବୁ ସମାନ । ପଚା ,ପୋକରା ବନ୍ଧା କୋବି ଦୋକାନୀ ମାନେ ଫିଙ୍ଗି ଦେଉଥିଲେ କିମ୍ବା ଗୋରୁଗାଈଙ୍କ ମୁହଁରେ ଦେଉଥିଲେ କିନ୍ତୁ ବର୍ତ୍ତମାନ ତାକୁ ନେବାକୁ ଷ୍ଟାର ହୋଟେଲ ,ରେଷ୍ଟୁରାଣ୍ଟ ଷ୍ଟାଫଙ୍କ ପରିବା ଦିକାନରେ ଭିଡ ଲାଗୁଛି କୌତୁହଳ ବସତ୍ ପଚାରିବାରୁ ଜୈନିକ ରେଷ୍ଟୁରାଣ୍ଟ କର୍ମଚାରି କହିଲେ ହୋଟେଲ ମାଲିକ ନିର୍ଦ୍ଦେଶ ଦେଇଛନ୍ତି ପଚା ପୋକରା ପରିବା ଶସ୍ତାରେ ମିଳିଲେ ପ୍ରଥମେ କିଣିବ  ବନ୍ଧା କୋବିର ପଚା ଅଂଶକୁ କାଟିସଫା କରି ଚାଓମିଁନ୍,

ମିକ୍ସଭେଜ୍, ମଞ୍ଚୁରିଆଁନ୍ ବନେଇ ବିକ୍ରିକଲେ ଭଲ ଲାଭ ମିଳିବ । ପରିବା ରେଟ୍ କାହିଁକି ବଢୁଛି ? ଏହାର ଉତ୍ତର କହାପଖରେ ନାହିଁ , ଧନୀ ,ଗରିବ ,ଚାକିରିଆ ସମସ୍ତଙ୍କ ପାଇଁ ପରିବା ରେଟ୍ ସମାନ , ସାଗ ମାମୁଲି ବିଡା ୧୫ ଟଙ୍କା,ଆଗକୁ କାର୍ତ୍ତିକ ମାସରେ ପ୍ରତି ପରିବାର ଓ ହବିଶିଆଣୀଙ୍କ ବର୍ତ୍ତ ପାଳନ ସେମାନଙ୍କ ଆର୍ଥିକ ଖର୍ଚ୍ଚ ବଜେଟ ଆଶାତୀତ ବଢିଯିବ , କାରଣ ଘରେ ଘରେ ଆମିଷ ନିଷେଧ ଲୋକମାନେ ପନି ପରିବା ଉପରେ ନିର୍ଭରଶିଳ ହେବାକୁ ବାଧ୍ୟ ଏହାର ସୁଯୋଗ ନେଇ ଲାଭଖୋର ବେବସାୟୀ ରେଶନ୍ ସାମଗ୍ରୀ ଠାରୁ ଆରମ୍ଭ କରି ପନି ପରିବା ରେଟ୍ ମନଇଛା ବଢେଇ ଲୋକମାନଙ୍କୁ କଲବଲ କରି ଲୁଟିବେ ,ଯିଏ ବାଇଗଣ 

କେଜିଏ କିଣୁଥିଲା ସେ ଅଧା କି 

ଅଢେଇସ କିଣିବ, ଆଳୁ ,ବାଇଗଣ , ଟମାଟୋ, କାଙ୍କଡ଼, ଝୁଡୁଙ୍ଗ ଅଧା କେଜି ଲେଖାଏଁ କିଣି ଘରକୁ ଭଗ୍ନ ମନରଥ ନେଇ ଫେରିବେ , ଯେବେ ଆଜିଠୁ ପରିବା ବେବସାୟୀଙ୍କ ଉପରେ ସରକାରଙ୍କ ପକ୍ଷରୁ ଅଙ୍କୁଶ ନଲାଗେ  ତେବେ କାର୍ତ୍ତିକ ମାସ ବେଳକୁ ପରିବା ମାର୍କେଟ ରେ ଜେଉଁ ନିଆଁ ଲାଗିବ ତାକୁ ନିୟନ୍ତ୍ରଣ କରିବା ମୁସ୍କିଲ ହେବ , ତେଣୁ ବେଳୁହି ସାବଧାନ ରହିବା ସହିତ ପରିବା କଳାବଜାରୀ ବନ୍ଦ ପାଇଁ ଆର ଏମ୍ ସି ବିଭାଗ କମିସନି ଖାଇବା 

ଛାଡି ଲାଭଖୋର ବେବାସାୟୀଙ୍କ ଉପରେ ବିହୀତ ପଦକ୍ଷେପ ନେବାକୁ ସାଧାରଣରେ ଖାଉଟିଙ୍କ ପକ୍ଷରୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *