ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

ଜଗତସିଂହପୁର ସଦର ପୋଲିସର ବଡ଼ ସଫଳତା

ଚଢ଼େଇଗାଁ ଶିବ ମନ୍ଦିର ଚୋରା ଘଟଣା ଫର୍ଧାଫାସ

ଜଗତସିଂହପୁର,୦୬-୧୦-୨୦୨୪ (ପିପିଏସ) :   ଆଜି ଜଗତସିଂହପୁର  ପୋଲିସକୁ ମିଳିଛି ବଡ଼ ସଫଳତା। ଗତ ମାସ ୨୬ତାରିଖ ରାତ୍ରରେ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ତୁମ୍ଭା ଅଣ୍ଡେଇସାହି ପଞ୍ଚାୟତ ଅନ୍ତର୍ଗତ ଚଢେଇଗା ସ୍ଥିତ ଚନ୍ଦ୍ରଶେଖର ମହାଦେବ ମନ୍ଦିର ଓ ମାଁ ବୁଢ଼ୀ ବାସୁଲି ମନ୍ଦିର ସମେତ ବିଭିନ୍ନ ମନ୍ଦିର ରୁ ଚୋରିକରି ନେଉଥିବା ଏକ ମନ୍ଦିର ଚୋର ରାକେଟ ର ଫର୍ଦା ଫାସ କରିଛନ୍ତି ଏସପି ଭବାନୀ ଶଙ୍କର ଉଦଗତା। ଡି ପି ସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସପି ଅଧ୍ୟକ୍ଷତା କରି ଏହି ସୂଚନା ପ୍ରଦାନ କରିଛନ୍ତି।  ଅନ୍ୟମାନଙ୍କ ମଧ୍ୟରେ ସଦର ଆଇ ଆଇ ସି ଗୋକୁଳ ରଞ୍ଜନ ଦାସ, ଅତିରିକ୍ତ ଏସ ପି, ଏସ ଡି ପି ଓ ପ୍ରମୁଖ ଉପସ୍ଥିତ ଥିଲେ।
ଏସ ପିଙ୍କ ସୁଚନା ମୁତାବକ ଗତ ମାସ ୨୬ତାରିଖ ରାତ୍ରରେ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ତୁମ୍ଭା ଅଣ୍ଡେଇସାହି ପଞ୍ଚାୟତ ଅନ୍ତର୍ଗତ ଚଢେଇଗା ସ୍ଥିତ ଚନ୍ଦ୍ରଶେଖର ମହାଦେବ ମନ୍ଦିର ଓ ମାଁ ବୁଢ଼ୀ ବାସୁଲି ମନ୍ଦିର ରୁ ତମ୍ବା ଓ ପିତ୍ତଳ ର ନାଗ ସାପ, ହୁଣ୍ଡି ଇତ୍ୟାଦି  ଚୋରି ଘଟଣାରେ ମନ୍ଦିର ପରିଚାଳନା କମିଟିର ସଭାପତି ଲକ୍ଷ୍ମୀ ନାରାୟଣ ମହାନ୍ତି ୨୭ତାରିଖ ସକାଳେ  ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

‌ବିଭିନ୍ନ ମନ୍ଦିର ରୁ ଚୋରି ସାମଗ୍ରୀ ବିପୁଳ ପରିମାଣର ଜବତ।ସାମଗ୍ରୀ ମଧ୍ୟରେ ତମ୍ବା ଓ ପିତ୍ତଳର ଘଣ୍ଟ, ଘଣ୍ଟି, ନାଗସାପ, ଧୂପ ଓ ଦିପଦାନି, ଫ୍ଲଡ ଲାଇଟ୍, ଲିଚୁ,ବlଲଟି, ଗ୍ୟାସ ସିଲିଣ୍ଡର, କଟୁରୀ, ଖଣ୍ଡା ଇତ୍ୟାଦି ଜବତ।‌ ମନ୍ଦିର ଚୋରି ଘଟଣାରେ ଏକ ବ୍ରାହ୍ମଣ ପରିବାର ର ମା ଓ ୩ ପୁଅ ସମ୍ପୃକ୍ତ। ସାନ ପୁଅ ଜଗତସିଂହପୁର ପୋଲିସ ହାତରେ ଗିରଫ ହୋଇ ଥିବା ବେଳେ, ଅନ୍ୟ ଦୁଇ ଜଣ ବାଲିପଟ୍ଟଣା ଥାନାରେ ଗିରଫ।

ପୁଲିସ ଏହି ଅଭିଯୋଗକୁ ଭିତ୍ତିକରି ଥାନାରେ ୯୫୧/୨୦୨୪ ନମ୍ବର ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲେ। ସଦର ଆଇ ଆଇ ସି ଗୋକୁଲ ରଞ୍ଜନ ଦାସ ଏହି ମାମଲାର କୌଣସି ସୂତ୍ରରୁ ସୁରଗ ପାଇ, ଗତ କାଲି ଶନିବାର ରାତ୍ର ରେ ନିକଟସ୍ଥ ଶଲଜଙ୍ଗା ପଞ୍ଚାୟତ ମାଳିତୋଟା ଗ୍ରାମର  ବ୍ରହ୍ମାନନ୍ଦ ଆଚାର୍ଯ୍ୟ ନାମକ ଏକ ବ୍ରାହ୍ମଣ ପରିବାରଙ୍କ ଘରେ ଏ ଏସ ଆଇ ବିଶ୍ୱଜିତ୍ ବର୍ଦ୍ଧନଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଚଢାଉ କରି ସଫଳତା ହୋଇଥିଲେ। ସେହି ଘରୁ ଅଭିଯୁକ୍ତ ବ୍ରହ୍ମାନନ୍ଦଙ୍କ ବଡ଼ ପୁଅ ସାରଦା ପ୍ରସାଦ ଆଚାର୍ଯ୍ୟ(୩୮)ଙ୍କୁ ଗିରଫ କରିବା ସହିତ ତାର ମା ଚୋରି ସାମଗ୍ରୀକୁ ଘରେ ମଟି ତଳେ ଲୁଚେଇ ରଖିଥିବା ବିପୁଳ ପରିମାଣର ଅର୍ଥାତ୍ ଲକ୍ଷାଧିକ ଟଙ୍କାର ତମ୍ବା, ପିତ୍ତଳ ର ମନ୍ଦିର ସାମଗ୍ରୀ,ଗ୍ୟାସ ସିଲିଣ୍ଡର,କୋଦଳା, କଟୁରୀ, ଖଣ୍ଡା, ବାଲଟି, ବିଭିନ୍ନ ୱାଟ ର ଫ୍ରଡ ଓ ଲିଚୁ ଲାଇଟ୍, ୨ଟି ମୋବାଇଲ, ଅନ୍ୟାନ୍ୟ ଗୃହ ଉପକରଣ ଇତ୍ୟାଦି ଜବତ କରିଥିଲେ। ତେବେ ଜବତ ସାମଗ୍ରୀ ଚଢ଼େଇ ଗାଁ  ୨ମନ୍ଦିର ସହିତ ଅନ୍ୟ ବିଭିନ୍ନ ମନ୍ଦିରର ହୋଇଥିବା ଜଣା ଯାଇଛି। ଏହି ଘଟଣାରେ ସାରଦା ର ଅନ୍ୟ ଦୁଇ ଭାଇ ତଥା ରାଜା ଓରଫ୍ ବରଦା ପ୍ରସାଦ ଆଚାର୍ଯ୍ୟ(୨୯) ଓ ବିନ୍ଧା ଓରଫ୍  ଅନ୍ନଦା ପ୍ରସାଦ ଆଚାର୍ଯ୍ୟ (୨୫) ଦ୍ବୟ ବାଲିପାଟଣା ପୁଲିସ ଗିରଫ କରି ନେଇଛନ୍ତି। ତେବେ ଏମାନଙ୍କ ନାମରେ ଜଗତସିଂହପୁର, ନିଆଳି, ନାଉଗାଁ ଥାନାରେ ୧୦ରୁ ଉର୍ଦ୍ଧ୍ୱ ଚୋରି ମାମଲା ରହିଥିବା ଏସ ପି ସୂଚନା ପ୍ରଦାନ କରିଛନ୍ତି। ତେବେ ଉଦ୍ଧାର ଚୋରି ସାମଗ୍ରୀକୁ ଉଚିତ୍ ପ୍ରମାଣ ଦେଇ ଫେରାଇ ଦିଆଯିବା ଏବଂ ଏହି ଘଟଣାରେ ଆଉ କିଏ ସଂପୃକ୍ତି ଅଛନ୍ତି, ବାଲିପାଟଣା ଥାନାରେ ଗିରଫ ହୋଇଥିବା ଅନ୍ୟ ଦୁଇ ଭାଇଙ୍କୁ ରିମାଣ୍ଡରେ ଅଣାଯାଇ ଯାଞ୍ଚ କରାଯିବ ବୋଲି ଏସ ପି ଶ୍ରୀ ଉଦ୍ ଗତା ସୂଚନା ପ୍ରଦାନ କରିଛନ୍ତି।

Prajatantra

The Prajatantra is a prominent Odia-language daily newspaper founded on July 4, 1947, and officially launched as a daily on August 8, 1947. Conceived by Dr. Harekrushna Mahtab, it is headquartered near the High Court in Chandinchowk, Cuttack. As a fierce symbol of struggle against feudalism and orthodoxy, it publishes daily editions, maintains a strong local presence, and runs digital news.The newspaper has played a pivotal role in shaping Odisha's history, championing causes like the amalgamation of princely states, the SRC movement, and the establishment of the capital at Bhubaneswar. The publication operates under The Prajatantra Prachar Samity, which also produces popular sister publications including: The Jhankar: A monthly literary journal. The Meenabazar: A monthly magazine for children. The Saptahiki: The largest circulated Odia news weekly.

Leave a Reply

Your email address will not be published. Required fields are marked *