ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

ଆସନ୍ତା ୧୦ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ

  • ଆସନ୍ତା ଅକ୍ଟୋବର ୧୦ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲାଯିବ
  • କ୍ଷେତ୍ର ନିର୍ଦ୍ଦେଶକ ଡ.ପ୍ରକାଶଚାନ୍ଦ ଗୋଗିନାନୀ  ଆଜି ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି

ଭୁବନେଶ୍ୱର, ୦୭-୧୦-୨୦୨୪ (ପିପିଏସ) : ଆସନ୍ତା ଅକ୍ଟୋବର ୧୦ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲାଯିବ | କ୍ଷେତ୍ର ନିର୍ଦ୍ଦେଶକ ଡ.ପ୍ରକାଶଚାନ୍ଦ ଗୋଗିନାନୀ  ଆଜି ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି | ଉଲ୍ଲେଖ ଥାଉ କି ଜୁନ୍ ୧୨ ତାରିଖରୁ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା । ବର୍ଷାଦିନ ଥିବାରୁ ଏହା ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଥିଲା | ଆଉ ଆସନ୍ତା ୧୦ ତାରିଖରୁ ଏହା ଖୋଲାଯିବ | ତେବେ ଚଳିତବର୍ଷ ଶିମିଳିପାଳକୁ କମ୍ ସଂଖ୍ୟାରେ ପର୍ଯ୍ୟଟକ ଆସିଥିଲେ। ଗତବର୍ଷ ୨୦୨୨-୨୩ରେ ୪୧ ହଜାର ୩୪୬ ଜଣ ପର୍ଯ୍ୟଟକ ଆସିଥିବା ବେଳେ ଚଳିତବର୍ଷ ୨୦୨୩-୨୪ରେ ୨୫ ହଜାର ୮୪୬ ଜଣ ଆସିଥିଲେ । ୨୦୨୩ ନ‌ଭେମ୍ବରରେ ୩୨୬୯ ଜଣ, ଡିସେମ୍ବରରେ ୬୪୭, ୨୦୨୪ ଜାନୁଆରିରେ ୧୬୦୭, ଫେବ୍ରୁଆରିରେ ୫୮୦, ମାର୍ଚ୍ଚରେ ୭୯୭, ଏପ୍ରିଲରେ ୨୫୩ ଓ ମେ’ ମାସରେ ୧୭୮ ଜଣ ପର୍ଯ୍ୟଟକ ଶିମିଳିପାଳ ବୁଲିବାକୁ ଆସିଥିଲେ। ବାରିପଦା ପିଠାବଟା ଫାଟକ ଦେଇ ୧୨ ହଜାର ୯୦୯ ଓ ଯଶୀପୁର କାଳିକାପ୍ରସାଦ ଫାଟକ ଦେଇ ୧୩ ହଜାର ୨୧୦ ଜଣ ପର୍ଯ୍ୟଟକ ଆସିଛନ୍ତି। ନଭେମ୍ବରରୁ ମେ’ ମାସ ମଧ୍ୟରେ ମୋଟ୍ ୪ ହଜାର ୬୫୪ଟି ଗାଡ଼ିରେ ପର୍ଯ୍ୟଟକମାନେ ଶିମିଳିପାଳ ଭ୍ରମଣ କରିଥିବା ଜଣାପଡ଼ିଛି। ଆଉ ଏଥର ପର୍ଯ୍ୟଟକଙ୍କ ସଂଖ୍ୟା ଅଧିକ ରହିବ ବୋଲି ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ ଆଶା ରଖିଛନ୍ତି |

Prajatantra

The Prajatantra is a prominent Odia-language daily newspaper founded on July 4, 1947, and officially launched as a daily on August 8, 1947. Conceived by Dr. Harekrushna Mahtab, it is headquartered near the High Court in Chandinchowk, Cuttack. As a fierce symbol of struggle against feudalism and orthodoxy, it publishes daily editions, maintains a strong local presence, and runs digital news.The newspaper has played a pivotal role in shaping Odisha's history, championing causes like the amalgamation of princely states, the SRC movement, and the establishment of the capital at Bhubaneswar. The publication operates under The Prajatantra Prachar Samity, which also produces popular sister publications including: The Jhankar: A monthly literary journal. The Meenabazar: A monthly magazine for children. The Saptahiki: The largest circulated Odia news weekly.

Leave a Reply

Your email address will not be published. Required fields are marked *