ଓଡିଶା
ଏଥର ଝାରପଡ଼ା ଦୁର୍ଗାପୂଜାରେ ‘ଇମ୍ପେରିଆଲ୍ ପ୍ୟାଲେସ୍’
୮୫ ଫୁଟ ଉଚ୍ଚତା ଓ ୧୫୦ ଫୁଟ ଚଉଡ଼ାର ଏହି ଭବ୍ୟ ତୋରଣ ନିର୍ମାଣ କରାଯାଉଛି ଭୁବନେଶ୍ୱର ୩୦-୦୯-୨୦୨୪ (ପିପିଏସ) : ଚଳିତ ବର୍ଷ ଚତୁର୍ଦ୍ଦଶ ବର୍ଷରେ ପଦାର୍ପଣ କରୁଛି ଝାରପଡ଼ା ଦୁର୍ଗାପୂଜା ସମିତି। ତେଣୁ ଏଥର ମଧ୍ୟ ପୂଜା ସମିତି ପକ୍ଷରୁ ନିଜସ୍ବ ପରିକଳ୍ପନାରେ ‘ଇମ୍ପେରିଆଲ୍ ପ୍ୟାଲେସ୍’ ନିର୍ମାଣ ହେଉଛି। ପଶ୍ଚିମବଙ୍ଗର ନାମୀ କାରିଗର ସ୍ୱପନ ମାନାଙ୍କ ସହ ୫୦ଜଣ ସହଯୋଗୀ କାରିଗର ଦେଢ଼ମାସ ହେଲାଣି ତୋରଣ ନିର୍ମାଣ କରୁଛନ୍ତି। ୮୫ ଫୁଟ ଉଚ୍ଚତା ଓ […]
ବାପାଙ୍କ ଠାରୁ ଅଲଗା ହୋଇଥିବା ବ୍ୟକ୍ତିଙ୍କୁ ମିଳିବ ପକ୍କା ଘର
ଭୁବନେଶ୍ୱର ୩୦-୦୯-୨୦୨୪ (ପିପିଏସ) : ବାପାଙ୍କଠାରୁ ଭିନେ ହୋଇ ଅଲଗା ପରିବାର କରିଥିବା ବ୍ୟକ୍ତିଙ୍କୁ ବି ମିଳିବ ଆବାସ ଯୋଜନାରେ ଘର | ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ପୂର୍ବ ସରକାରରେ ବଞ୍ଚିତ ହୋଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ୬ ମାସ ଭିତରେ କାର୍ଯ୍ୟାଦେଶ ଦେବେ ବିଜେପି ସରକାର । ପୂର୍ବ ବିଜେଡ଼ି ସରକାରକୁ କଡ଼ା ଟାର୍ଗେଟ କଲେ ପଞ୍ଚାୟତିରାଜ […]
ଏସ୍ସିବି ବାୟୋକେମିଷ୍ଟ୍ରି ବିଭାଗକୁ ରାଜ୍ୟ ଗବେଷଣା କେନ୍ଦ୍ର ମାନ୍ୟତା
ଘୋଷଣା କଲେ ଓୟୁଏଚ୍ଏସ୍ କୁଳପତି ପିଏଚ୍ଡି ପାଠ୍ୟକ୍ରମ ପାଇଁ ଫିଟିଲା ବାଟ କଟକ,୩୦-୦୯-୨୦୨୪ (ପିପିଏସ) : ହେମାଟୋଲୋଜି ପରେ ଏସ୍ସିବି ବାୟୋକେମିଷ୍ଟ୍ରି ବିଭାଗକୁ ରାଜ୍ୟ ଗବେଷଣା କେନ୍ଦ୍ରର ମାନ୍ୟତା ଦେଇଛି ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ। ପୁରୀ ଜୟ ଜଗନ୍ନାଥ ମେଡିକାଲ କଲେଜରେ ଆୟୋଜିତ ରାଜ୍ୟ ବାୟୋକେମିଷ୍ଟ୍ରି ଆସୋସିଏସନ୍ର ବାର୍ଷିକ ଉତ୍ସବରେ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ (ଓୟୁଏଚ୍ଏସ୍) କୁଳପତି ପ୍ରଫେସର ଡାକ୍ତର ମାନସରଞ୍ଜନ ସାହୁ ଏହି ଘୋଷଣା କରିଛନ୍ତି। ଫଳରେ ୧୯୬୩ରେ ଆରମ୍ଭ ହୋଇଥିବା ଏସ୍ସିବି […]
ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ନିଲମ୍ବିତ ୫ ପୁଲିସ ଅଧିକାରୀ
କଟକ/ଭୁବନେଶ୍ୱର ୩୦-୦୯-୨୦୨୪ (ପିପିଏସ) : ଭରତପୁର ଥାନା ବିବାଦ ଘଟଣାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ନିଲମ୍ବିତ ୫ ପୁଲିସ କର୍ମଚାରୀ | ଇନ୍ସପେକ୍ଟର ଦୀନକୃଷ୍ଣ ମିଶ୍ରଙ୍କ ସମେତ ଅନ୍ୟ ୪ ପୁଲିସ କର୍ମଚାରୀ ବି ଆଗୁଆ ଜାମିନ ଆବେଦନ କରିଛନ୍ତି | ଉଲ୍ଲେଖ ଥାଉ କି ଭରତପୁର ଥାନା ମାମଲାରେ ମିଛଧରା ପରୀକ୍ଷାର ସମ୍ମୁଖୀନ ହେବାକୁ ଥିବା ନିଲମ୍ବିତ ଥାନା ଅଧିକାରୀଙ୍କ ସମେତ ୫ ପୁଲିସ କର୍ମଚାରୀ ଗୁଜୁରାଟ ଯାଇଥିବାବେଳେ ଗାନ୍ଧୀନଗରସ୍ଥିତ ଫୋରେନ୍ସିକ୍ ଲାବରେଟୋରିରେ […]
ସ୍ୱପ୍ନ ଫାଉଣ୍ଡେସନ୍ ଓ କମିଶନରେଟ ପୋଲିସ ପକ୍ଷରୁ ବିଶାଳ ରକ୍ତଦାନ ଶିବିର
ରକ୍ତଦାନ ପାଇଁ ଉତ୍ସାହିତ କଲେ ସୀନେଷ୍ଟାର କଟକ,୩୦-୦୯-୨୦୨୪ (ପିପିଏସ) : ରାଜ୍ୟରେ ଏବେ ରକ୍ତର ବହୁତ ଅଭାବ ଦେଖା ଦେଇଛି । ଯାହାଦ୍ୱାରା ବହୁତ ରୋଗୀ ଓ ଥାଲାସିମିଆ ରୋଗରେ ପୀଡିତ ଛୋଟ ଛୋଟ ଛୁଆମାନେ ରକ୍ତ ନପାଇ ଏମିତିକି ରୋଗୀଙ୍କ ପରିଜନ ରକ୍ତ ଭଣ୍ଡାର ଆଗରେ ଦୈନଦିନ ଘଂଟା ଘଂଟା ଧରି ଅପେକ୍ଷା କରିବା ସହ ରକ୍ତ ନିମନ୍ତେ ସମସ୍ତଙ୍କୁ ଗୁହାରି କରୁଥିବା ଦେଖାଯାଉଛି । ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ଲକ୍ଷ୍ୟ ରଖ୍ କଟକର […]
ଭିନ୍ନ ଭିନ୍ନ ସ୍ଥାନରେ ୫ ନକ୍ସଲଙ୍କ ଆତ୍ମସମର୍ପଣ
ମାଲକାନଗିରି/ଭୁବନେଶ୍ୱର ୩୦-୦୯-୨୦୨୪ (ପିପିଏସ) : ମାଲକାନଗିରି ସୀମାନ୍ତ ଛତିଶଗଡରେ ଲଗାତାର ଅପରେସନ ଚାଲୁଥିବାରୁ ନକ୍ସଲ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କଲେଣି। ଏହି କ୍ରମରେ ଦନ୍ତେଵାଡା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଗୌରବ ରାୟଙ୍କ ନିକଟରେ ୨ ଲକ୍ଷ ପୁରସ୍କାର ଘୋଷିତ ନକ୍ସଲ ଆତ୍ମସମର୍ପଣ କରିଛି। ଆତ୍ମସମର୍ପଣ କରିଥିବା ନକ୍ସଲ ଜଣକ ହେଲା ମଲାଙ୍ଗେର ଏରିଆ କମିଟିର ସଦସ୍ୟ କୁରାମି କୋସା ପରଦେଶ। ପ୍ରକାଶ ଥାଉକି ଦନ୍ତେଵାଡା […]
କ’ଣ ପାଇଁ କମ୍ପାନୀମାନେ ସ୍କୁଟରରେ ବନ୍ଦ କରିଦେଲେ ଷ୍ଟେପିନ?
ନୂଆଦିଲ୍ଲୀ/ଭୁବନେଶ୍ୱର, ୨୮-୦୯-୨୦୨୪(ପିପିଏସ) : ସମୟ ସହ ଗାଡ଼ିଗୁଡ଼ିକର ଟେକ୍ନୋଲୋଜିରେ ମଧ୍ୟ ବହୁତ ପରିବର୍ତ୍ତନ ହୋଇଛି | ପୁରୁଣା ବାଇକ୍ ଏବଂ ସ୍କୁଟର ଅପେକ୍ଷା ଆଜିର ବାଇକ୍ ଏବଂ ସ୍କୁଟର ଅଧିକ ଦକ୍ଷ | ଯଦି ଆପଣଙ୍କର ମନେ ଥିବ, ପୂର୍ବରୁ ସ୍କୁଟରଗୁଡିକ ପଛରେ ଷ୍ଟେପିନ ଟାୟାର ବ୍ୟବହାର କରାଯାଉଥିଲା, ଯାହା ପଙ୍କଚର କ୍ଷେତ୍ରରେ ବ୍ୟବହୃତ ହେଉଥିଲା | ଏହି ଅତିରିକ୍ତ ଟାୟାର ଦିଆଯାଇଥିଲା ଯାହା ଦ୍ୱାରା ଯଦି ସ୍କୁଟରଟି ପଙ୍କଚର ହୋଇଯାଏ, ଚାଳକ ଏହାକୁ ବଦଳାଇ ପାରିବ […]
ଜିଲ୍ଲାପାଳ ଓ ଏସପି ଦ୍ଵିତୀୟ ସମ୍ମିଳନୀ
ଭୁବନେଶ୍ୱର, ୨୮-୦୯-୨୦୨୪(ପିପିଏସ) : ଜିଲ୍ଲାପାଳ ଓ ଏସ୍ପିଙ୍କ ମିଳିତ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବୋଧିତ କରି କହିଛନ୍ତି ମୋ ରାଜ୍ୟର ପୁଲିସ ବିଭାଗଠାରୁ ଅତ୍ୟନ୍ତ ଉଚ୍ଚକୋଟୀର ସେବା ମୁଁ ଆଶା କରୁଛି। ଯାହାଦ୍ବାରା ଆଗାମୀ ଦିନରେ ମୁଁ ଗର୍ବର ସହିତ କହିପାରିବି ଯେ, ଓଡ଼ିଶାର ପୁଲିସ ବିଭାଗ ଦିନ ରାତି ୨୪ ଘଣ୍ଟା ଡ୍ୟୁଟିରେ ରହିଛନ୍ତି। ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିବା ଏହି ସମ୍ମିଳନୀରେ ଉପସ୍ଥିତ ଆରକ୍ଷୀ ଅଧୀକ୍ଷକଙ୍କୁ ସମ୍ବୋଧନ ଜରିଆରେ ତାଗିଦ କରି […]
ଅକ୍ଟୋବର ୨ରେ ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ସମାରୋହ
ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ,ମନ୍ତ୍ରୀ ଓ ବିଶିଷ୍ଟ ଅତିଥିଙ୍କୁ ନିମନ୍ତ୍ରଣ ଭୁବନେଶ୍ୱର, ୨୮-୦୯-୨୦୨୪(ପିପିଏସ) : ଆସନ୍ତା ଅକ୍ଟୋବର ୨ତାରିଖରେ ଭୁବନେଶ୍ୱର ଶହୀଦ ସ୍ମାରକୀ ସ୍ୱାଧୀନତା ସଂଗ୍ରାମୀ ସଦନଠାରେ ରାଜ୍ୟସ୍ତରୀୟ ରାଷ୍ଟ୍ରପିତା ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ସମାରୋହ ପାଳନକରାଯିବ |ଦିବସବ୍ୟାପୀ ଦୁଇଟି ଅଧିବେଶନରେ ସମାରୋହ ଅନୁଷ୍ଠିତ ହେବ |ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ସମାରୋହକୁ ମହାମହିମ ରାଜ୍ୟପାଳ ରଘୁବର ଦାସ ଉଦ୍ଘାଟନ କରିବାର ପ୍ରସ୍ତାବ ରହିଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝି ,ଆଇନି ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ,ଓଡ଼ିଆ ଭାଷା ,ସାହିତ୍ୟ ଓ […]
୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦ
ପାଟନାଗଡ/ଭୁବନେଶ୍ୱର, ୨୮-୦୯-୨୦୨୪(ପିପିଏସ) : ପାଟଣାଗଡ଼ରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହା ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଲାଗୁ ହେବ। ରିପୋର୍ଟ ଅନୁଯାୟୀ, ଜରୁରୀକାଳୀନ ସେବା ବ୍ୟତୀତ ସମସ୍ତ ଅନୁଷ୍ଠାନ ଏବଂ ସେବା ଏହି ସମୟରେ ବନ୍ଦ ରହିଛି। ପାଟଣାଗଡ଼ରେ ରେଳ ଟ୍ରାକ୍କୁ ଅବରୋଧ ମଧ୍ୟ କରାଯାଇଛି। ଆନ୍ଦୋଳନକାରୀ ହରିଶଙ୍କର ରୋଡ୍ରେ ୨ଟି ମାଲବାହୀ ଟ୍ରେନ୍ ଅଟକାଇ ପ୍ରତିବାଦ ଜଣାଇଛନ୍ତି । ଦୀର୍ଘ ଦିନର ଦାବିକୁ ସମର୍ଥନ କରି ଏହି ବନ୍ଦ ଡାକରା ଦିଆଯାଇି। ୨୦୧୨ ପରଠାରୁ […]
