ବାତ୍ୟା ପାଇଁ ବିଜେପିର ସବୁ କାର୍ଯ୍ୟକ୍ରମ ବନ୍ଦ ରହିବ: ମନମୋହନ ସାମଲ

ବାତ୍ୟା ପାଇଁ ବିଜେପିର ସାଂଗଠନିକ ନିର୍ବାଚନ କାମକୁ ସ୍ଥଗିତ ରଖାଯାଇଛି। ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମନମୋହନ ସାମଲ କହିଛନ୍ତି, ବାତ୍ୟା ପାଇଁ ବିଜେପିର ସବୁ କାର୍ଯ୍ୟକ୍ରମ ବନ୍ଦ ରହିବ।
ଭୁବନେଶ୍ୱର ୨୩-୧୦-୨୦୨୪(ପିପିଏସ ) : ବାତ୍ୟା ପାଇଁ ବିଜେପିର ସାଂଗଠନିକ ନିର୍ବାଚନ କାମକୁ ସ୍ଥଗିତ ରଖାଯାଇଛି। ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମନମୋହନ ସାମଲ କହିଛନ୍ତି, ବାତ୍ୟା ପାଇଁ ବିଜେପିର ସବୁ କାର୍ଯ୍ୟକ୍ରମ ବନ୍ଦ ରହିବ। ସମସ୍ତ ବିଧାୟକ, ମନ୍ତ୍ରୀ ଓ କାର୍ଯ୍ୟକର୍ତ୍ତା ଲୋକଙ୍କ ସେବାରେ ରହିବେ। ବାତ୍ୟାର ମୁକାବିଲା ପାଇଁ ଦଳମତ ନିର୍ବିଶେଷରେ ଆଗେଇ ଆସିବାକୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆହ୍ବାନ ଦେଇଛନ୍ତି। ଏଣେ ଦଳ ପକ୍ଷରୁ ବାତ୍ୟା ନେଇ ହେଲ୍ପ ଲାଇନ୍ ନଂ ୦୬୭୪-୨୩୯୩୯୮୪ ଜାରି ହୋଇଛି।
