ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ମୁଖ୍ୟଯନ୍ତ୍ରୀ
1 min read

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ମୁଖ୍ୟଯନ୍ତ୍ରୀ

ତାଙ୍କର ଓଡ଼ିଶାର ୧୦ଟି ସ୍ଥାନରେ ଚଢାଉ ଚାଲିଛି। ବର୍ତ୍ତମାନ ଯାଏ ୩୬ଟି ଜାଗା , ୩ଟି ଫ୍ଲାଟ ଓ ଯାଜପୁରର କୋରେଇଠାରେ ଏକ ୩ ମହଲା କୋଠା ଓ ଏକ ଡଷ୍ଟର ଗାଡ଼ି ଠାବ ହୋଇଛି ।

କେନ୍ଦୁଝର/ଭୁବନେଶ୍ୱର ୨୨-୧୦-୨୦୨୪(ପିପିଏସ) : ମୁଖ୍ୟଯନ୍ତ୍ରୀ କୈଳାସ ଚନ୍ଦ୍ର ସାହୁ କେନ୍ଦୁଝର ଓ ଭଦ୍ରକ ଜିଲ୍ଲା ଦାୟିତ୍ଵରେ ଅନେକ ଦିନ ଧରି ରହି ଆସୁଥିବା ବେଳେ ତାଙ୍କ ନାମରେ ବିଭିନ୍ନ ସମୟରେ ଦୁର୍ନୀତିର ଅନେକ ଅଭିଯୋଗ ହୋଇ ଆସୁଥିଲା। ଶେଷରେ ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ତାଙ୍କର ଓଡ଼ିଶାର ୧୦ଟି ସ୍ଥାନରେ ଚଢାଉ ଚାଲିଛି।

ବର୍ତ୍ତମାନ ଯାଏ ୩୬ଟି ଜାଗା, ୩ଟି ଫ୍ଲାଟ ଓ ଯାଜପୁରର କୋରେଇଠାରେ ଏକ ୩ ମହଲା କୋଠା ଓ ଏକ ଡଷ୍ଟର ଗାଡ଼ି ଠାବ ହୋଇଛି । ଏଥି ସହ କେନ୍ଦୁଝର ଅଫିସ, ସରକାରୀ ବାସଭବନ, ଯାଜପୁରର କୋରେଇ ଓ ବ୍ୟାସନଗର, ଭୁବନେଶ୍ଵର, କଟକ ଓ ପୁରୀର ୧୦ଟି ଜାଗାରେ ଏକକାଳୀନ ଚଢାଉ ଚାଲିଛି। ତେବେ ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

Leave a Reply

Your email address will not be published. Required fields are marked *