ଭଙ୍ଗା ଘରେ ଗୋଟିଏ ପରିବାରର ୧୨ଜଣ ସଦସ୍ୟଙ୍କ ଜୀବନ
1 min read

ଭଙ୍ଗା ଘରେ ଗୋଟିଏ ପରିବାରର ୧୨ଜଣ ସଦସ୍ୟଙ୍କ ଜୀବନ

ଘୁ.ଉଦୟଗିରି/ଭୁବନେଶ୍ୱର ୨୨-୧୦-୨୦୨୪(ପିପିଏସ) : କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ କୁଡୁତେଲି ପଞ୍ଚାୟତ ଅନ୍ତର୍ଗତ ପ୍ରେମାକିଆ ଗାଁ ଯୁଧିଷ୍ଟିର ଦିଗାଲ ନିଜ ବାପା ମା’ ଭାଇ ଭଉଣୀମାନଙ୍କୁ ନେଇ ଦୀର୍ଘ ବର୍ଷରୁ ଭଙ୍ଗା କୁଡ଼ିଆ ଘରେ ରହିଆସୁଛନ୍ତି। ପରିବାର କହିବା ମୁତାବକ ଦୀର୍ଘ ବର୍ଷରୁ ୧୨ ଜଣ ସଦସ୍ୟ ବର୍ଷା ଖରା ଏହି ଝାଟିମାଟି କୁଡ଼ିଆରେ ଦିନ କାଟୁଛନ୍ତି। କିନ୍ତୁ ଦୁଃଖର ବିଷୟ ସରକାର ଗରିବ ହିତାଧିକାରୀଙ୍କ ପାଇଁ ଅନେକ ଯୋଜନା ମାଧ୍ୟମରେ ପରିବାରକୁ ରହିବାକୁ ଆବାସ ଯୋଜନା ମାଧ୍ୟମରେ ଘର ଯୋଗାଇ ଦିଆଯାଉଛି।

ଝାଟିମାଟି କୁଡ଼ିଆରେ ରହି ଆସୁଥିବା ପରିବାରକୁ ମିଳୁନାହିଁ ଆବାସ ଯାହାକି ପରିବାର ପାଇଁ ଦୁଃଖ ବିଷୟ। ଦିନ ମଜୁରୀ କରି  ଯେତିକି ମିଳୁଛି ସେତିକିରେ ପରିବାର ଚଳିବା କଷ୍ଟ ପୁଣି ଘର ଖଣ୍ଡିଏ ତିଆରି କରିବା ଅସମ୍ଭବ ବୋଲି କହିଛନ୍ତି ଯୁଧିଷ୍ଟିର ଦିଗାଲ। ଅନ୍ୟପଟେ ଦେଖିବାକୁ ବାକି ରହିଛି ଯୁଧିଷ୍ଟିର ଦିଗାଲ ଙ୍କ ପରିବାର ର ଦୁଖ ସରକାର କେବେ ଶୁଣୁଛନ୍ତି।

Leave a Reply

Your email address will not be published. Required fields are marked *